ଉପକୂଳ ଓଡିଶା

ବିବାହ ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବିବାହ ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

କେନ୍ଦ୍ରାପଡା ଅଫିସ,୧୫।୧୨-କେନ୍ଦ୍ରାପଡା ବ୍ଲକ ଯମଧର ଗ୍ରାମର ମୁସଲମାନ ବସ୍ତିରେ ବିବାହ ଭୋଜି ଖାଇ ଶୁକ୍ରବାର ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଶିଶୁମାନେ ଅଛନ୍ତି।
ପ୍ରକାଶ ଯେ,ଯମଧର ଗ୍ରାମ ମୁସଲମାନ ବସ୍ତିର ସାରାଜ ଅଲ୍ଲୀଙ୍କର ବାହାଘର ଗୁରୁବାର ଡେରାବିଶ୍‌ ବ୍ଲକ ପଞ୍ଚୁପାଣ୍ଡବ ନିକଟସ୍ଥ ଅଳତିଭରତପୁର ଗ୍ରାମରେ ହୋଇଥିଲା। ସାରାଜଙ୍କ ସହ ଯାଇଥିବା ବରଯାତ୍ରୀ ବିବାହ ଭୋଜି ଖାଇ ରାତିରେ ଗ୍ରାମକୁ ଫେରିଥ୍‌ତ୍ଲେ। ତେବେ ପ୍ରତ୍ୟୁଷରୁ ସେମାନଙ୍କର ଝାଡାବାନ୍ତି ଆରମ୍ଭ ହୋଇଥିଲା। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି।

All Right Reserved By

ଉପକୂଳ ଓଡିଶା

ଭାଜପାର କର୍ମକର୍ତ୍ତା ସମ୍ମିଳନୀ

ଡେରାବିଶ,୨୧। ୭(ସ୍ବ.ପ୍ର.)-ଭାଜପାର ପାଟକୁରା ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ବ୍ଳକ ଅଧୀନ ଅନୁଆପଡ଼ା ଛକଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଶିଶୁପୁତ୍ର ସହ ମା’ର ସନ୍ଦେହଜନକ ମୃତ୍ୟୁ : ପୁଅକୁ ମାରି ମା’ ଆତ୍ମହତ୍ୟା କରିଥିବା କହୁଛନ୍ତି ପରିବାର ଲୋକେ

ନାଉଗଁା,୨୧।୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗଁା ଥାନା ଅନ୍ତର୍ଗତ ଅଲଣା ପଞ୍ଚାୟତ ୧୦ନଂ.ଓ୍ବାର୍ଡ ଶଠଳପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ ବର୍ଷର ଶିଶୁପୁତ୍ରକୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ବନ୍ୟା ଆଶଙ୍କା: ବୈତରଣୀ, ବୁଢ଼ା, ଖରସ୍ରୋତା ନଦୀର ଜଳପତ୍ତନ ବୃଦ୍ଧି

ବିରଜାକ୍ଷେତ୍ର,୨୧।୭(ଡି.ଏନ୍‌.ଏ) - ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଯାଜପୁର ଜିଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗିରହିବାରୁ ନଦୀରେ ପ୍ରଥମଥର ବନ୍ୟାଜଳ ଆସିଛି।

ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ବିରଜାକ୍ଷେତ୍ର,୨୧।୭(ଡି.ଏନ୍‌.ଏ)- ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ଶନିବାର ଯାଜପୁର ପୌରାଞ୍ଚଳର ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯିବା ଏକ ସଭା ଆୟୋଜିତ ହୋଇଥିଲା।

ନାବାଳିକା ହତ୍ୟାକାଣ୍ଡ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ

ବିରଜାକ୍ଷେତ୍ର,୨୧।୭(ଡି.ଏନ୍‌.ଏ)- ଯାଜପୁର ଜିଲା କୋରେଇ ବ୍ଲକ ଫାଜଲପୁର ଗ୍ରାମର ନାବାଳିକା ହତ୍ୟାକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ। ଏ ନେଇ ଶନିବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଜଗତସିଂହପୁର ଅଫିସ,୨୧।୭- ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶନିବାର ସମବାୟ ଆପଣଙ୍କ ଦ୍ୱାରରେ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନିର୍ମାଣାଧୀନ ପାର୍କ ପାଚେରୀ ପାଶର୍‌ବ ଡ୍ରେନ ଭୁଷୁଡିଲା

ନିର୍ମାଣାଧୀନ ପାର୍କ ପାଚେରୀ ପାଶର୍‌ବ ଡ୍ରେନ ଭୁଷୁଡିଲା

ଓଡ଼ଗାଁ, ୨୧।୭(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ନିର୍ମାଣାଧୀନ ଓଡଗାଁ ରାମ ସାଗର ପାର୍କ ପାଚେରୀ ପାର୍ଶ୍ୱ ଡ୍ରେନ ଶନିବାର ଭୁଷୁଡ଼ି ପଡ଼ିଛି।

ଲଗାଣ ବର୍ଷାରେ ସ୍କୁଲ ପାଚେରି ଭୁଷୁଡ଼ିଲା

ଲଗାଣ ବର୍ଷାରେ ସ୍କୁଲ ପାଚେରି ଭୁଷୁଡ଼ିଲା

ନିରାକାରପୁର,୨୧ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ସର୍ବପୁରାତନ କ୍ଷେତ୍ରବାସୀ ଏକାଡେମୀ ସ୍କୁଲର ପୂର୍ବପଟ ପାଚେରି ଭୁଷୁଡ଼ି ପଡିଛି। ଜଳ ନିଷ୍କାସନ ପାଇଁ ସୁବିଧା ନ ଥିବାରୁ ସ୍କୁଲ ପରିସର ଜଳାର୍ଣ୍ଣବ ହୋଇଛି।

ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ରାଜକନିକା ଗସ୍ତ

ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ରାଜକନିକା ଗସ୍ତ

ରାଜକନିକା, ୨୧।୭ (ଡି.ଏନ୍‌.ଏ): କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଡିଭିଜନ ନିର୍ବାହୀଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ଗୁରୁବାର ରାଜକନିକା ବ୍ଲକ ଗସ୍ତ କରି କଣ୍ଡିଆ-ରାଜକନିକା ରାସ୍ତା ପରିଦର୍ଶନ କରିଛନ୍ତି। କଣ୍ଡିଆଠାରୁ ରାଜକନିକା ପର୍ଯ୍ୟନ୍ତ ପ୍ରାୟ ୨ କି.ମି ରାସ୍ତାର ପ୍ରଶସ୍ତୀକରଣ ନିମନ୍ତେ ୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା: ଜୀବିତଙ୍କୁ ମୃତ ଦର୍ଶାଇ ନାଁ କାଟିଦେଲେ

ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା: ଜୀବିତଙ୍କୁ ମୃତ ଦର୍ଶାଇ ନାଁ କାଟିଦେଲେ

ଡେରାବିଶ, ୨୧।୭ (ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡ଼ିଆ ଆଦି ଯୋଜନା କାର୍ଯ୍ୟକାରୀ ହେବାରେ ଅନେକ ଅନିୟମିତତା ହେଉଥିବା ରାଜ୍ୟର ବିଭିନ୍ନ ସ୍ଥାନରେ ଅଭିଯୋଗ ହେଉଛି। କେତେକ ସ୍ଥାନରେ ହିତାଧିକାରୀଙ୍କ ଟଙ୍କା ହଡ଼ପ ତ ଆଉ କେତେକ ସ୍ଥାନରେ ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ଖବର ପ୍ରତିଦିନ ଖବରକାଗଜ ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳୁଛି।

ଟ୍ରକ୍‌ ଧର୍ମଘଟ : ୨ କୋଟିର କାରବାର ବାଧାପ୍ରାପ୍ତ

ଟ୍ରକ୍‌ ଧର୍ମଘଟ : ୨ କୋଟିର କାରବାର ବାଧାପ୍ରାପ୍ତ

ପାରାଦୀପ,୨୧ା୭(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଟିକସ ନୀତି ପ୍ରତିବାଦରେ ଶୁକ୍ରବାର ସାରା ଦେଶରେ ଟ୍ରକ୍‌ ଧର୍ମଘଟ ଆରମ୍ଭ ହୋଇଛି। ଏହି ଧର୍ମଘଟରେ ପାରାଦୀପର ୩ଟି ଟ୍ରକ୍‌ ମାଲିକ ସଂଘର ୭ହଜାର ଟ୍ରକ୍‌ ସାମିଲ ହୋଇ ପରିବହନ ବନ୍ଦ କରିଦେଇଛନ୍ତି। ଏହା ଦ୍ୱାରା ଶିଳ୍ପାଞ୍ଚଳରେ ପ୍ରଥମ ଦିନ ପ୍ରାୟ ୨୦ହଜାର ମେଟ୍ରିକ୍‌ ଟନ୍‌ ପଣ୍ୟ କାରବାର ପରିବହନ ବାଧାପ୍ରାପ୍ତ ହୋଇଛି।

ପ୍ରଥମଥର ସାଇନ୍ସପାର୍କ ବୁଲିଲେ ଛାତ୍ରୀଛାତ୍ର : ଆକର୍ଷିତ କଲା ଶିକ୍ଷଣୀୟ ପ୍ରକଳ୍ପ

ପ୍ରଥମଥର ସାଇନ୍ସପାର୍କ ବୁଲିଲେ ଛାତ୍ରୀଛାତ୍ର : ଆକର୍ଷିତ କଲା ଶିକ୍ଷଣୀୟ ପ୍ରକଳ୍ପ

ପାରାଦୀପ,୨୧ା୭(ସ୍ବ.ପ୍ର.): ପାରାଦୀପର ବେଳାଭୂମି ରାସ୍ତା ପାର୍ଶ୍ୱରେ ଥିବା ସାଇନ୍ସ ପାର୍କରେ ଶୁକ୍ରବାର ପ୍ରଥମକରି ଛାତ୍ରୀଛାତ୍ରମାନେ ପ୍ରବେଶ କରିଛନ୍ତି। ଏଥିପାଇଁ ପୌର ପ୍ରଶାସନ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ସ୍ବାଗତ ବ୍ୟବସ୍ଥା କରାଯାଇଥିଲା। ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀ ଓ କାଉନସିଲରମାନେ ଉପସ୍ଥିତ ଥିଲେ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ