ବ୍ରହ୍ମପୁର

‘ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସଭିଁଙ୍କ କର୍ତ୍ତବ୍ୟ’

‘ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସଭିଁଙ୍କ କର୍ତ୍ତବ୍ୟ’

ବ୍ରହ୍ମପୁର ଅଫିସ,୧୫।୧୨- ବରିଷ୍ଠ ନାଗରିକମାନେ ଜୀବନର ୬୦ବର୍ଷ ଏ ସମାଜ ପାଇଁ ତ୍ୟାଗ ଓ ସମର୍ପଣ କରିଛନ୍ତି। ଏହା ଆମ ପାଇଁ ଦୁଃଖ ଏବଂ ଚିନ୍ତାର କରିବା ବିଷୟ ଯେ, ସେମାନଙ୍କ ସୁରକ୍ଷା ପାଇଁ ଆମକୁ ଆଇନ୍‌ ବନାଇବାକୁ ପଡ଼ୁଛି। ଆଜିର ବସ୍ତୁବାଦୀ ଦୁନିଆରେ ଝିଅ ପୁଅମାନେ ଏତେ ମାତ୍ରାରେ ସ୍ବାର୍ଥପର ହୋଇଯାଉଛନ୍ତି ଯେ, ମା’ ବାପାଙ୍କ ଯନତ୍ ନେବାକୁ ସେମାନଙ୍କ ପାଖରେ ସମୟ କିମ୍ବା ଇଚ୍ଛା ନାହିଁ। ବୟସର ସାୟାହ୍ନରେ ବରିଷ୍ଠ ନାଗରିକ ଏକଲା ବଞ୍ଚୁଛନ୍ତି। ସବୁ ଆଡ଼େ ଏବେ ବିକାଶର କଥା କୁହାଯାଉଛି। ଯଦି ବରିଷ୍ଠ ନାଗରିକମାନେ ଅସୁରକ୍ଷିତ ଏବଂ ଅବହେଳିତ, ତେବେ ସେଭଳି ବିକାଶର ମହତ୍ୱ କ’ଣ। ଯେଉଁ ସମାଜରେ ବରିଷ୍ଠ ନାଗରିକମାନେ ସୁରକ୍ଷିତ, ସେହି ସମାଜ ହିଁ ବିକଶିତ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ଆଶିଷ ସିଂ। ବଡ଼ବଜାର ଥାନାଠାରେ ଆୟୋଜିତ ବରିଷ୍ଠ ନାଗରିକଙ୍କ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକଙ୍କ ସୁରକ୍ଷା ସଭିଁଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ଭାରତୀୟ ସଂସ୍କୃତିରେ ମା’ ବାପାଙ୍କ ସ୍ଥାନ ସବୁଠୁ ଊର୍ଦ୍ଧ୍ୱରେ। ସେମାନଙ୍କ ଚରଣରେ ସ୍ବର୍ଗ ଅଛି। କିନ୍ତୁ ଏବେ ସେମାନେ ସର୍ବାଧିକ ଅବହେଳିତ। ଏପରି ସ୍ଥଳେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷ କରି ବ୍ରହ୍ମପୁର ପୋଲିସ ଜିଲା ତରଫରୁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉଛି। ନୂଆକରି ଏକ ଷ୍ଟିକର୍‌ ମଧ୍ୟ ବଣ୍ଟାଯିବ। ଏହି ଷ୍ଟିକର୍‌କୁ ବରିଷ୍ଠ ନାଗରିକମାନେ ଯାନବାହନରେ ଲଗାଇବେ। ଫଳରେ ସେହି ଗାଡି ରାସ୍ତାରେ ଗଲାବେଳେ ପୋଲିସ ଆଉ ଅଟକାଇ ଯାଞ୍ଚ କରିବ ନାହିଁ। ଖୁବ୍‌ ଶୀଘ୍ର ପ୍ରତି ମାସରେ ନିର୍ଦ୍ଦିଷ୍ଟ ଗୋଟିଏ ଥାନା ଅଞ୍ଚଳର ବରିଷ୍ଠ ନାଗରିକଙ୍କୁ ନେଇ ବୈଠକ ଆୟୋଜନ କରାଯିବ। ଏହି ବୈଠକ କେବଳ ସେମାନଙ୍କ ଗପସପ ଏବଂ ଅବସର ସମୟ କାଟିବା ପାଇଁ ଉଦ୍ଦିଷ୍ଟ ରହିବ। ସେହିଭଳି ଜଣେ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯିବ। ଯିଏ କି ମାସରେ ଅନ୍ତତଃ ଥରେ ଗୋଟିଏ ଘରକୁ ଯାଇ ବରିଷ୍ଠ ନାଗରିକଙ୍କ ସୁବିଧା ଅସୁବିଧା ପଚାରି ବୁଝିବେ ବୋଲି ଏସ୍‌ପି ସିଂ ପ୍ରକାଶ କରିଛନ୍ତି। ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ଅବସରରେ କହିଥିଲେ, ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ସୁବିଧା ପ୍ରଦାନ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ମେଡ଼ିକାଲ୍‌ରେ ଥିବା ସ୍ବତନ୍ତ୍ର ୱାର୍ଡ଼କୁ ନିୟମିତ ଖୋଲିବା ଦିଗରେ ଉଦ୍ୟମ ଚାଲିଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ତ୍ରିନାଥ ପଟେଲ୍‌, ଟାଉନ୍‌ ଏସ୍‌ଡିପିଓ ପ୍ରଭାତ ଚନ୍ଦ୍ର ରାଏଗୁରୁ ଏବଂ ଗଞ୍ଜାମ ଓକିଲ ସଂଘର ସଭାପତି ପି. ନରସିଂହ ପାତ୍ର ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନେ କେମିତି ସୁରକ୍ଷିତ ଜୀବନ ବଞ୍ଚିପାରିବେ, ସେନେଇ ଆବଶ୍ୟକ ସୁରକ୍ଷା, ପରାମର୍ଶ ଏବଂ ଆଇନ୍‌ର ଦିଗ ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨୦୧୬ରେ ପ୍ରଥମ ପର୍ଯ୍ୟାୟରେ ୪ଟି ଥାନା ଅଞ୍ଚଳରେ ୧୦୮ ବରିଷ୍ଠ ନାଗରିକଙ୍କୁ ସାମିଲ୍‌ କରାଯାଇଥିଲା। ଶୁକ୍ରବାର ଆଉ ୯୮ଜଣ ସାମିଲ୍‌ ହୋଇଛନ୍ତି। ନୂତନ ସଦସ୍ୟଙ୍କୁ ପରିଚୟ ପତ୍ର ଏବଂ ଷ୍ଟିକର୍‌ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

All Right Reserved By

ବ୍ରହ୍ମପୁର

ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ବ୍ରହ୍ମପୁର ଅଫିସ,୨୩।୭: ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି।

ଟ୍ରାକ୍ଟର-ବାଇକ୍‌ ଧକ୍କା: ୪ ଗୁରୁତର

ଟ୍ରାକ୍ଟର-ବାଇକ୍‌ ଧକ୍କା: ୪ ଗୁରୁତର

ଶେରଗଡ଼,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଧବଳପୁର ଛକରେ ଏକ ଟ୍ରାକ୍ଟର ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍‌ରେ ବସିଥିବା ୪ଜଣ ଗୁରୁତର ହୋଇଛନ୍ତି।

ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ସୋରଡା,୨୩ା୭(ଡି.ଏନ୍‌.ଏ.)- ଜନୈକ ଦମ୍ପତିଙ୍କୁ ସାହାଯ୍ୟ କରି ଲୁଟ୍‌ର ଶିକାର ହୋଇଥିବା ସୋରଡା ଅଞ୍ଚଳର ଜଣେ ମହିଳା ବ୍ୟବସାୟୀଙ୍କୁ ରବିବାର ଆଶ୍ୱସ୍ଥି ମିଳିଛି। ସୋରଡା ପୋଲିସ ମୋବାଇଲ୍‌ ଫୋନ୍‌ ଟ୍ରାକିଂ କରି ଲୁଟ୍‌ କରିଥିବା ଦମ୍ପତିଙ୍କୁ କଟକ ଚାଉଳିଆଗଞ୍ଜ ଥାନା ନଦୀକୂଳ ସାହିରୁ ଶନିବାର ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ୍‌ ଅଳଙ୍କାର ଜବତ କରିଛନ୍ତି। ସେମାନେ ହେଲେ ଦିଲୀପ ସାହୁ ଓ ସ୍ତ୍ରୀ ଭଗବତୀ।

ଶ୍ୱଶୁରଙ୍କୁ ଗୁଳିକରି ହତ୍ୟା ଘଟଣା, ଜ୍ୱାଇଁ ଗିରଫ

ଶ୍ୱଶୁରଙ୍କୁ ଗୁଳିକରି ହତ୍ୟା ଘଟଣା, ଜ୍ୱାଇଁ ଗିରଫ

ଆର.ଉଦୟଗିରି,୨୩ା୭(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ଲାଞ୍ଜା ଗ୍ରାମରେ ୧୯ ତାରିଖରେ ଉକ୍ତ ଗ୍ରାମର ନୂଆପାଇକ ବଡ଼ରଇତଙ୍କୁ ତାଙ୍କ ଜ୍ୱାଇଁଙ୍କ ବଡଭାଇ ସାମାନ୍ୟ କଥାକୁ ନେଇ ଗୁଳି କରି ହତ୍ୟା କରିଥିଲେ।

ଜିଡିସିଏ ସାଧାରଣ ପରିଷଦ ବୈଠକ, ବିବାଦ ଭିତରେ ସରିଲା ନିର୍ବାଚନ

ଜିଡିସିଏ ସାଧାରଣ ପରିଷଦ ବୈଠକ, ବିବାଦ ଭିତରେ ସରିଲା ନିର୍ବାଚନ

ବ୍ରହ୍ମପୁର ଅଫିସ୍‌,୨୩ା୭- ବହୁ ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘ(ଜିଡିସିଏ) ନିର୍ବାଚନ ବିଧିବଦ୍ଧ ଭାବେ ରବିବାର ଶେଷ ହୋଇଛି, କିନ୍ତୁ ଫଳାଫଳ ଘୋଷଣା କରାଯାଇନାହିଁ। ଜିଲା ଜଜ୍‌ଙ୍କ କୋର୍ଟରେ ଫଳାଫଳ ଘୋଷଣା କରାଯିବ।

ସାହି ରାସ୍ତା ଖୋଳି ଛାଡ଼ି ଦେଇଛିି ଠିକା ସଂସ୍ଥା

ବ୍ରହ୍ମପୁର ଅଫିସ ୨୩।୭- ବ୍ରହ୍ମପୁର ସହରର ଦୀର୍ଘଦିନର ପାଣି ସମସ୍ୟାକୁ ଦୂରେଇବା ପାଇଁ ଜାନିବିଲି ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ବ୍ରହ୍ମପୁର ସହରରେ ଦ୍ରୁତ ଗତିରେ ଚାଲିଛି । ତେବେ ଏନେଇ ଏକ ଘରୋଇ ଠିକା ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇ ଥିବାରୁ ଉକ୍ତ ସଂସ୍ଥା ଏହି କାର୍ଯ୍ୟ ତଦାରଖ କରୁଛି ।

ବଡ଼ ମେଡିକାଲରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୩।୭-ସ୍ଥାନୀୟ ବଡ ମେଡିକାଲରେ ରବିବାର ଜଣେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତେବେ ଏ ନେଇ ବଡ ମେଡିକାଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ମୃତ ନାବାଳିକାଙ୍କ ପିତାଙ୍କଠାରୁ ଏହି ସୂଚନା ମିଳିଛି।

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ମାରଣାସ୍ତ୍ର ଜବତ

ଆସିକା,୨୩।୭(ଡି.ଏନ୍‌.ଏ.): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ସାପୁଆପଲ୍ଲୀ ରେଷ୍ଟ ସେଡରେ ଡକାୟତି ଯୋଜନା କରୁଥିବା ୩ ଅଭିଯୁକ୍ତଙ୍କୁ ଶନିବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି । ସେମାନେ ହେଲେ ଆସିକା ଥାନା ଢୁଙ୍କୁଣି ଗ୍ରାମର ସୁରେଶ ପ୍ରଧାନ, ଏ. ସୋନୁ ଓ କରାତଳି ଗ୍ରାମର ଡି. ବାଲାଜୀ ।

କେ.ବରିଡ଼ା ମୁଖ୍ୟ ରାସ୍ତା କଲଭର୍ଟ ଭୁଶୁଡ଼ିଲା

କେ.ବରିଡ଼ା ମୁଖ୍ୟ ରାସ୍ତା କଲଭର୍ଟ ଭୁଶୁଡ଼ିଲା

ବେଗୁନିଆପଡ଼ା,୨୩ା୭(ଡି.ଏନ.ଏ.) ବେଗୁନିଆପଡ଼ା ବ୍ଲ୍ଳକ କେ.ବରିଡ଼ା ମୁଖ୍ୟ ରାସ୍ତାରେ ଥିବା କଲଭର୍ଟ ଭୁଶୁଡ଼ି ଯିବା ଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ପିଡବ୍ଲ୍ୟୁଡି ରାସ୍ତାରୁ କେ.ବରିଡ଼ା ଗ୍ରାମକୁ ପ୍ରବେଶ କରିବା ମୁଖ୍ୟ ରାସ୍ତା ଅମରେଶ୍ୱରଙ୍କ ଗେଟ ନିକଟରେ ଥିବା କଲଭର୍ଟର ଛାତ ପ୍ରାୟ ୫ମାସ ତଳେ ଭୁଶୁଡ଼ି ପଡ଼ିଥିଲା।

ବସ୍‌ ଯିବାବେଳେ ଧସିଲା ଡାଇଭର୍ସନ୍‌ ରୋଡ

ବସ୍‌ ଯିବାବେଳେ ଧସିଲା ଡାଇଭର୍ସନ୍‌ ରୋଡ

ଜଗନ୍ନାଥପ୍ରସାଦ,୨୩ା୭- ଭଞ୍ଜନଗରରୁ ନୟାଗଡ଼ ଦେଇ ଯାଇଥିବା ୨୧ନଂ ରାଜ୍ୟ ରାଜପଥର ଭୂଷଣ୍ଡପାଳ ଛକଠାରେ ନିର୍ମାଣାଧୀନ ସେତୁର ଡାଇଭର୍ସନ୍‌ ରୋଡ ଧସିଯାଇଛି। ଶନିବାର ମଧ୍ୟରାତିରେ ଏକ ବସ ଯିବାବେଳେ ଡାଇଭର୍ସନ୍‌ ରୋଡଟି ଧୋଇଯାଇଥିଲେ ମଧ୍ୟ ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା,୨୨ା୭ (ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ଗୁରୁବାର ରାତିରୁ ଲଗାଣ ବର୍ଷା ହେଉଥିଲା। ରବିବାର ବର୍ଷା କମିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଋଷିକୁଲ୍ୟା, ବଡ଼ନଦୀ ଓ ବାଘୁଆରେ ବନ୍ୟାଜଳ ପ୍ରବେଶ କରିଛି । ରବିବାର ସକାଳେ ଆସିକାଠାରେ ବଡ଼ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଋଷିକୁଲ୍ୟା ଓ ବାଘୁଆ ନଦୀରେ ବିପଦ ସଙ୍କେତଠାରୁ ବହୁ ତଳକୁ ରହିଥିଲା। ଆସିକାଠାରେ ବଡ଼ନଦୀର ବିପଦ ସଙ୍କେତ ୧୧ ଫୁଟ ରହିଥିବା ବେଳେ ରବିବାର ୧୧.୫ରେ ଜଳ ପ୍ରବାହିତ ହେଉଥିଲା ।

ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମାନବ ଶୃଙ୍ଖଳ

ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମାନବ ଶୃଙ୍ଖଳ

ରାଇକିଆ,୨୨ା୭(ଡ଼ି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ ବ୍ଲକ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ରବିବାର ମାନବ ଶୃଙ୍ଖଳ କରାଯାଇଛି। ରାଇକିଆ ବ୍ଲକ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ ଭାବେ ଘୋଷଣା ହେବା ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଇଖାନାର ବ୍ୟବହାର ଓ ନିଜ ଅଞ୍ଚଳକୁ ଆବର୍ଜନାମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ