ବ୍ରହ୍ମପୁର

୨ ମହିଳାଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ

୨  ମହିଳାଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୫।୧୨- ଫିରିଙ୍ଗିଆ ଥାନା ଅଞ୍ଚଳରେ ୨ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ପୋଲିସ ଏଥିରେ କାହାରିକୁ ଗିରଫ କରିପାରି ନାହିଁ । କେବଳ ଏତଲା ଅନୁସାରେ ମାମଲା ରୁଜୁ କରି ଚୁପ୍‌ ବସିଛି । ଏହି ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣେ କିରୋସିନରେ ପୋଡି ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣଙ୍କ ଗଳିତ ଶବ ଏକ ପାହାଡ ପାଖରୁ ଉଦ୍ଧାର କରାଯାଇଛି। ନଂ ୧୦୩/୧୭ ଅନୁସାରେ ରୁବିନା ମଲ୍ଲିକ କିରୋସିନରେ ପୋଡି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି ା ତାଙ୍କ ସମ୍ପର୍କୀୟ ପିଡିଆଗୁଡା ଗ୍ରାମର ମକରଧ୍ୱଜ ମଲିକଙ୍କ ଏତାଲା ଅନୁସାରେ ପୋଲିସ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ା ସେ କିପରି ପୋଡି ହେଲେ ଏବଂ କିଏ ଏପରି କଲା ତାହା ପୋଲିସ କହି ପାରୁନାହିଁ । ସେହିପରି କେସ ନଂ ୧୦୪/୧୭ଅନୁସାରେ ମତିଙ୍ଗିଆ ଗ୍ରାମ ସେପେରିମୁଟା ପାହାଡ ପାଖରେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି ା ତାଙ୍କ ନାମ ଟୁନୀ କହଁର ବୋଲି ଜଣାପଡିଛି । ଘର ଜାଜେଶପାଙ୍ଗାର ବ୍ରୁଡିପଡା।ତାଙ୍କ ସମ୍ପର୍କୀୟ ଲାଣ୍ଡୁ କହଁରଙ୍କ ଅଭିଯୋଗ ଅନୁସାରେ ପୋଲିସ ଜଣେ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରଖିଛି ା ତାଙ୍କୁ କିଏ ମାଇଲା, କ’ଣ ପାଇଁ ଏହି ହତ୍ୟା କାଣ୍ଡ ଘଟିଛି ତାହା ମଧ୍ୟ ପୋଲସ ଖୁଲାସା କରି ପାରିନାହିଁ । ଏହି ଘଟଣାର ବିଷୟରେ ଅବଗତ କରାଯିବ ଏବଂ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଧୀରେନ ବେହେରା ପ୍ରକାଶ କରିଛନ୍ତି । ଉକ୍ତ ୨ ମହିଳାଙ୍କର ମୃତ୍ୟୁ ଘଟଣାର ରହସ୍ୟ ଜଣାପଡିନାହିଁ ।
All Right Reserved By

ବ୍ରହ୍ମପୁର

ବିଦ୍ୟୁତ ଆଘାତରେ ୨ ବଳଦ ମୃତ

ବିଦ୍ୟୁତ ଆଘାତରେ ୨ ବଳଦ ମୃତ

ପୋଲସରା,୨୦।୧୦(ଡି.ଏନ.ଏ.)- ପୋଲସରା ବ୍ଲକ ବାଲିଛାଇ ପଞ୍ଚାୟତସ୍ଥିତ ବାଲିଛାଇ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ବିଦ୍ୟୁତ ଆଘାତରେ ୨ଟି ବଳଦର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ବାଲିଛାଇ ଗ୍ରାମର ଗୋପିନାଥ ସାହୁ ହଳସାରି ଫେରିବା ବେଳେ ବଳଦ ଦ୍ୱୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ମୃତ୍ୟୁ ଘଟିଥିଲା।

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ସ୍ବାମୀ, ଶାଶୁ ଥାନାରେ ଅଟକ

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ସ୍ବାମୀ, ଶାଶୁ ଥାନାରେ ଅଟକ

ପୋଲସରା,୨୦।୧୦(ଡି.ଏନ.ଏ.)-ପୋଲସରା ଥାନା ଜା. ଡ଼େଙ୍ଗାପଦର ଗ୍ରାମର ଲକ୍ଷ୍ମୀ ଭୂୟଁା ନିଖୋଜ ଥିବା ନେଇ ତାଙ୍କ ଭାଇ ସୂର୍ଯ୍ୟ ଦଳେଇ ପୋଲସରା ଥାନାରେ ଶୁକ୍ରବାର ଏତଲା ଦେଇଥିଲେ। ପୋଲିସ ନଂ. ୧୮/୧୮ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ଗୋରୁ ଚାଲାଣ ବେଳେ ୨ ଗାଡି ଜବତ, ୬ ଗିରଫ

ଗୋରୁ ଚାଲାଣ ବେଳେ ୨ ଗାଡି ଜବତ, ୬ ଗିରଫ

ହିଞ୍ଜିଳିକାଟୁ,୧୬।୧୦(ଡ଼ି.ଏନ୍‌.ଏ)- ହିଞ୍ଜିଳି ଥାନା ବୁରୁପୋଡ଼ା ନିକଟରେ ଶନିବାର ଅପରାହ୍ନରେ ୨ଟି ଟାଟା ଏସ୍‌ଇରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ଆରଏସ୍‌ଏସ୍‌ ସ୍ବେଚ୍ଛାସେବୀ ଗାଡିକୁ ଅଟକାଇଥିଲେ। ପରେ ସ୍ବେଚ୍ଛାସେବୀ ନାରାୟଣ ବିଷୋୟୀ ଥାନାକୁ ଖବର ଦେଇଥିଲେ।

ବାଲିଗୁଡ଼ାରେ ବିଜୟା ଦଶମୀ ଉତ୍ସବ ଉଦ୍‌ଯାପିତ

ବାଲିଗୁଡ଼ାରେ ବିଜୟା ଦଶମୀ ଉତ୍ସବ ଉଦ୍‌ଯାପିତ

ବାଲିଗୁଡ଼ା, ୨୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ୍‌ ତଥା ଏହାର ଆଖପାଖ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ତଥା ବିଜୟା ଦଶମୀ ମହୋତ୍ସବ ୪ଦିନ ଧରି ଅନୁଷ୍ଠିତ ହେବା ପରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ତରଫରୁ ମା’ ପାଟଖଣ୍ଡା ମନ୍ଦିର ପରିସର ମଧ୍ୟରେ ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସପ୍ତମୀଠାରୁ ପୂଜା ଆରମ୍ଭ ହୋଇ ଦଶମୀରେ ପୂର୍ଣ୍ଣାହୁତି ହୋଇଥିଲା। 

 ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ଭଞ୍ଜନଗର,୨୦।୧୦(ଡି.ଏନ୍‌.ଏ.): ସରକାରୀ ଯୋଜନା ସମ୍ପର୍କରେ ଅନେକ ଲୋକ ଜାଣିପାରୁ ନାହାନ୍ତି। ଯେଉଁମାନେ ସଚେତନ କରାଇବା ପାଇଁ ଅଛନ୍ତି, ସେମାନଙ୍କର ଆଗ୍ରହ ମଧ୍ୟ ଦେଖାଯାଉନାହିଁ। ଫଳରେ ଗରିବ ଲୋକେ ସଚେତନତା ଅଭାବରୁ ସରକାରୀ ଯୋଜନାର ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମା’ଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ଏକାଦଶୀ ପାଳନ

ମା’ଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ଏକାଦଶୀ ପାଳନ

ଦାରିଙ୍ଗବାଡ଼ି,୨୦।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ସିମନବାଡ଼ି ମା’ ଦୁର୍ଗା   ପୁଜା ମଣ୍ଡପରେ ଶନିବାର ଏକାଦଶୀ ପର୍ବ ପାଳନ କରାଯାଇଛି। ଅଞ୍ଚଳର ଶ୍ରଦ୍ଧାଳୁମାନେ ଦଶମୀ ପର୍ବ ପାଳନର ପରଦିନ ଏହି ପର୍ବକୁ ପାଳନ କରୁଥିବା ନଜିର ରହିଛି । 

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ଦାରିଙ୍ଗବାଡ଼ି,୨୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୂଜାମଣ୍ଡପ କରାଯାଇ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଇଛି ।

ପ୍ରେମ ବ୍ୟାପାରରୁ  ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୦।୧୦: ଗଞ୍ଜାମ ଜିଲା ଗୋଷାଣୀନୂଆଗାଁ ଥାନାଞ୍ଚଳ ହଳଦିଆପଦର ରେଲୱେ ଫ୍ଲାଏଓଭର ବ୍ରିଜ ନିକଟରେ ଥିବା ଏକ ନାଳରୁ ଶୁକ୍ରବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକହେଲେ ବଡବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡେଇ ଓରଫ ଯଦୁ ।

ଷ୍ଟୋଭ ଫାଟି ନାବାଳିକା ଗୁରୁତର

ଷ୍ଟୋଭ ଫାଟି ନାବାଳିକା ଗୁରୁତର

ବ୍ରହ୍ମପୁର ଅଫିସ, ୧୯।୧୦-ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ସାହିରେ ଶୁକ୍ରବାର ଷ୍ଟୋଭ ଫାଟି ଜଣେ ନାବାଳିକା ଗୁରୁତର ହୋଇଛନ୍ତି । ଘରେ ରୋଷେଇ ଚାଲିଥିବା ସମୟରେ ଷ୍ଟୋଭ ଫାଟିଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି। 

କୃଷ୍ଣସାର ମୃଗ ମୃତଦେହ ଉଦ୍ଧାର

କୃଷ୍ଣସାର ମୃଗ ମୃତଦେହ ଉଦ୍ଧାର

ଗଞ୍ଜାମ, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବାଟିମାଳ  ଗହୀରମଥା  ଅଞ୍ଚଳରେ ଏକ କୃଷ୍ଣସାର ମୃଗ ମୃତଦେହ ପଡିଥିବା ଶୁକ୍ରବାର ଦେଖିବାକୁ ମିଳିଥିଲା । ଗତ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତ କୃଷ୍ଣସାର  ମୃଗଟି କାଦୁଅରେ ପୋତିହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଦୁର୍ଗାପୂଜା, ଉତ୍ସବମୁଖର ଚନ୍ଦ୍ରଗିିରି

ଦୁର୍ଗାପୂଜା, ଉତ୍ସବମୁଖର ଚନ୍ଦ୍ରଗିିରି

ଚନ୍ଦ୍ରଗିରି, ୧୯ା୧୦(ଡି.ଏନ.ଏ.)-ଦୁର୍ଗାପୂଜା ଉପଲକ୍ଷେ ଗଜପତି ଜିଲା ଚନ୍ଦ୍ରଗିରି ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ।  ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।  ଏହା ବ୍ୟତୀତ ଚନ୍ଦ୍ରଗିରି, ମହେନ୍ଦ୍ରଗଡ, ଚାନ୍ଦିପୁଟ ଓ ବାଘମାରି ଅଞ୍ଚଳ ମଧ୍ୟ ମା’ଙ୍କ ପୂଜା ଲାଗି ଉତ୍ସବ ମୁଖର ହୋଇଛି ।

ଆସିକାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ବ୍ୟବସ୍ଥା

ଆସିକାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ବ୍ୟବସ୍ଥା

ଆସିକା, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ ଘଟି ଯାଇଥିବା ତିତ୍‌ଲି ବାତ୍ୟା ଓ ଏହା ପରବର୍ତ୍ତୀ ବନ୍ୟାରେ ବିଭିନ୍ନ ବ୍ୟାଙ୍କ ଶାଖାରେ ପାଣି ପଶି ବହୁ ଟଙ୍କା ଓ କାଗଜପତ୍ର ନଷ୍ଟ ହୋଇଯାଇଛି ।