ବ୍ରହ୍ମପୁର

ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଲିଟୁ

ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଲିଟୁ

ବାଲିପଡ଼ା,୧୫।୧୨- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ବାଲିପଡ଼ା ଗ୍ରାମର ହରିକୃଷ୍ଣ ଗୌଡ଼ଙ୍କ ପୁଅ ଲିଟୁ (୩୯) ଏକ ଗରିବ ପରିବାରରେ ଜନ୍ମ ହୋଇଛନ୍ତି । ତାଙ୍କ କାର୍ଯ୍ୟ ଶୈଳୀ ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛି। ପେଶାରେ ଜଣେ କୃଷକ ହୋଇଥିବାରୁ ଧାନ ଓ ମୁଗ ପ୍ରଭୃତି ଚାଷ କରି ନିଜ ପରିବାର ପୋଷଣ କରୁଥିଲେ। ଆଜକୁ ପ୍ରାୟ ୭ ବର୍ଷ ତଳେ ଅର୍ଥାତ ୨୦୧୦ରେ ବୋଝ ଉପରେ ଲଳିତା ବିଡ଼ା ପରି ହଠାତ ମାଡ଼ି ଆସିଲା ବିପଦ। ଜୀବନର ଯୁବାବସ୍ଥାରେ ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର ଖୁବ ହସଖୁସିରେ ଚଳୁଥିଲା। ୨୦୧୦ରେ ଚାଷ ଜମିରେ ମୁଗ ବୁଣୁ ବୁଣୁ ଅସାବଧନତା ବଶତଃ ବାମ ଗୋଡ଼ଟି ମେସିନ ଭିତରେ ପଶି ଯାଇଥିଲା । ଏପରି ଭାବେ ଖଣ୍ଡ ବିଖଣ୍ଡିତ ହୋଇଥିଲା ଯେ କେହିବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କଲା ପରେ ଗୋଡ଼ଟିକୁ ସମ୍ପୂର୍ଣ୍ଣ କଟା ଯାଇଥିଲା। କିଛିଦିନର ନୀରବତା ପରେ ବ୍ଲକକୁ ଧାଇଁ ଧାଇଁ ପାଇଲେ କେବଳ ମାସିକ ୫ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତା। ତାଙ୍କ ଇଚ୍ଛାଶକ୍ତି ଆଗରେ କେହି ତାଙ୍କୁ ରୋକି ପାରି ନ ଥିଲା। ଗୋଟିଏ ଆଶାବାଡ଼ି ମାଧ୍ୟମରେ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ଷ୍ଟେସନାରୀ ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ଗୋଟିଏ ଦୁଇ ଚକିଆ ଯାନ କିଣି ସାମଗ୍ରୀ ବିକିବା ସହ ଏକ ପ୍ଲାଷ୍ଟିକ ଦୋକାନ ମଧ୍ୟ କରିଛନ୍ତି।
ନିଜ ରୋଜଗାରରେ ଗୋଟିଏ ଘର ତିଆରି କରିବା ସହ ପରିବାରର ବୋଝ ମୁଣ୍ଡାଇବାରେ କୌଣସି ପ୍ରକାର ଅସୁବିଧା ନ ଥିବା ଲିଟୁ କହିଛନ୍ତି। ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ଆଶାବାଡ଼ି କିମ୍ବା ଠେଲା ଗାଡ଼ିଟିଏ ମଧ୍ୟ ପାଇ ନ ଥିବା ବେଳେ ନିଜ ଉଦ୍ୟମ ବଳରେ ସବୁ କିଛି ସମ୍ଭବ ହୋଇଛି ବୋଲି ଲିଟୁ କହିଛନ୍ତି।

All Right Reserved By

Model This Week

Model This Week

ବ୍ରହ୍ମପୁର

ଗଞ୍ଜାମରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଆଇନଜୀବୀ ସଂଘ ପକ୍ଷରୁ ୪ ଦିନିଆ ବନ୍ଦ ଡାକରା

ଗଞ୍ଜାମରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଆଇନଜୀବୀ ସଂଘ ପକ୍ଷରୁ ୪ ଦିନିଆ ବନ୍ଦ ଡାକରା

ବ୍ରହ୍ମପୁର ଅଫିସ,୨୭।୪: ଗଞ୍ଜାମ ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜିଲା ଆଇନଜୀବୀ ସଂଘ ପକ୍ଷରୁ ୪ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଏହି ଉପଲକ୍ଷେ ସଂଘ କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ।

୧୦ ଦଫା ଦାବିରେ ଧାରଣା

୧୦ ଦଫା ଦାବିରେ ଧାରଣା

ବ୍ରହ୍ମପୁର ଅଫିସ,୨୭।୪: ୧୦ ଦଫା ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣା ଦିଆଯାଇଛି।

ଦାରିଙ୍ଗବାଡ଼ି କଂଗ୍ରେସର ପଞ୍ଚାୟତିରାଜ ଦିବସ ପାଳନ

ଦାରିଙ୍ଗବାଡ଼ି କଂଗ୍ରେସର ପଞ୍ଚାୟତିରାଜ ଦିବସ ପାଳନ

ଦାରିଙ୍ଗବାଡ଼ି,୨୭।୪(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ପକ୍ଷରୁ ସ୍ଥାନୀୟ କଫି ବଗିଚା ନିକଟରେ ଶୁକ୍ରବାର ପଞ୍ଚାୟତିରାଜ ଦିବସ ପାଳନ ହୋଇଯାଇଛିା ରାଜ୍ୟ ଜନଜାତି ସେଲ୍‌ର ଉପସଭାପତି ପ୍ରତାପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପଞ୍ଚାୟତ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

୪ ସାହିରେ କନକ-ଦୁର୍ଗାଙ୍କ ଘଟ ପରିକ୍ରମାପରିକ୍ରମା

ବ୍ରହ୍ମପୁର ଅଫିସ,୨୭।୪:ସ୍ଥାନୀୟ ଶିଳ୍ପାଞ୍ଚଳ ଆଙ୍କୋଲିର ପ୍ରସିଦ୍ଧ କନକ-ଦୁର୍ଗା ଠାକୁରାଣୀ ଯାତ୍ରାର ଗୁରୁବାର ୪ର୍ଥ ଦିବସ ବିତିଛି। ନିଜସ୍ବ ମନ୍ଦିରରୁ ଆସି ଅସ୍ଥାୟୀ ପୀଠରେ ବିଜେ କରିଥିବା ଦୁଇ ଭଉଣୀ ୩ ଦିନ ବିଶ୍ରାମ ନେଇ କେବଳ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଗୁରୁବାର ସନ୍ଧ୍ୟାରୁ ପାରମ୍ପରିକ ଘଟ ଅଞ୍ଚଳ ବୁଲିବା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଯାତ୍ରା ପାଇଁ ଆଙ୍କୋଲି ଉତ୍ସବମୁଖର ହୋଇଉଠିଛି। ବାଦ୍ୟବାଜଣା ଓ ଶଙ୍ଖ ମହୁରୀ ନାଦରେ ସମଗ୍ର ଅଞ୍ଚଳ କମ୍ପୁଛି। ସବୁ ସାହିରେ ରଙ୍ଗବେରଙ୍ଗର ଆଲୋକମାଳା ଝଲସୁଛି। ପରମ୍ପରା ପ୍ରକାରେ ବିବାହିତା କନ୍ୟାମାନେ ବାପଘରକୁ ଆସୁଛନ୍ତି।

ମାମଲା ଦାଏର କଲେ ଆଇଆର୍‌ଇ କର୍ତ୍ତୃପକ୍ଷ

ଛତ୍ରପୁର,୨୭।୪(ଡି.ଏନ.ଏ.):ଛତ୍ରପୁର ଉପକଣ୍ଠ ଆଇଆର୍‌ଇ(ଭାରତୀୟ ବିରଳ ମୃତ୍ତିକା) ପ୍ଲାଣ୍ଟ ସମ୍ମୁଖରେ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଚାଲିଥିବା ଅନଶନ ଗୁରୁବାର ସପ୍ତମ ଦିବସରେ ପହଞ୍ଚତ୍ଛି। ନିଯୁକ୍ତି ଦାବି ନେଇ ଅନଶନ ଚାଲିଛି। ଆଇଆର୍‌ଇ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିନାହାନ୍ତି। ଅପରପକ୍ଷରେ ଆଇଆରଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନଶନକାରୀଙ୍କ ବିରୋଧରେ କୋର୍ଟରେ ମାମଲା ଦାଏର କରାଯାଇଛି। ଦୈନିକ କାର୍ଯ୍ୟରେ ଅସୁବିଧା, ଗାଡି ଅଟକାଯାଉଥିବା ଏବଂ ଏହି ଅନଶନକୁ ଏଠାରୁ ହଟାଇବାକୁ ପିଟିଶନରେ ଆଇଆରଇ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ଗୁରୁବାର ଛତ୍ରପୁର ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।

ଧାରଣାରେ ବସିଲେ ଭାଜପା ଯୁବମୋର୍ଚ୍ଚା କର୍ମୀ

ଧାରଣାରେ ବସିଲେ ଭାଜପା ଯୁବମୋର୍ଚ୍ଚା କର୍ମୀ

ବ୍ରହ୍ମପୁର ଅଫିସ,୨୭।୪:ଖୋର୍ଦ୍ଧାରୋଡ ଡିଆର୍‌ଏମ୍‌ ବ୍ରିଜ ମୋହନ ଅଗ୍ରୱାଲ ଗୁରୁବାର ବ୍ରହ୍ମପୁର ରେଳଷ୍ଟେଶନ ପରିଦର୍ଶନରେ ଆସିଥିବା ବେଳେ ଷ୍ଟେଶନରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବାକୁ ଦାବି କରି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଶାଖାପାଟଣାଠାରୁ ପଲାସା ଡିଏମ୍‌ୟୁ ଟ୍ରେନ ବ୍ରହ୍ମପୁରକୁ ଦିନବେଳା ସମ୍ପ୍ରସାରଣ କରିବା, ବ୍ରହ୍ମପୁରଠାରୁ ପୁରୀ ପାସେଞ୍ଜର ଟ୍ରେନ ଚଳାଚଳ କରିବା, ବ୍ରହ୍ମପୁର ଷ୍ଟେଶନରୁ ଉଠାଇ ନିଆଯାଇଥିବା ଲିଫ୍ଟ ଓ ଏକ୍ସାଲେଟର ବ୍ୟବସ୍ଥା କରାଯିବା, ଷ୍ଟେଶନରେ ଅନୁସନ୍ଧାନ ଗୃହ ନିର୍ମାଣ କରିବା, ସମସ୍ତ ପ୍ଲାଟଫର୍ମରେ ସିସିଟିଭି ବ୍ୟବସ୍ଥା କରିବା, ୪ ନଂ. ପ୍ଲାଟଫର୍ମରେ ପାର୍କିଂ ବ୍ୟବସ୍ଥା କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ: ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ: ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ଶଙ୍କରାଖୋଲ, ୨୬।୪ (ଡି.ଏନ.ଏ.)କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲରେ ୩ ଦିନ ଧରି ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ ହୋଇଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗୁରୁବାର ଏଥିଯୋଗୁ ଅସନ୍ତୋଷ ଦେଖା ଦେଇଛି । ସ୍ଥାନୀୟ ଲୋକେ ଶଙ୍କରାଖୋଲରେ ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

ସୋରଡ଼ା,୨୬।୪(ଡି.ଏନ.ଏ.):ସୋରଡ଼ା-ଆସିକା ଜାତୀୟ ରାଜପଥର ନରଣପୁର ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ବାଇକ୍‌ ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।

ଅପରାଧ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଅପରାଧ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୬।୪(ଡି.ଏନ.ଏ.)ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଗୁରୁବାର ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ମାମଲାରେ ପେଣ୍ଡିଂ ଥିବା ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିବାକୁ ବୈଠକରେ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଭିନ୍ନ ମାମଲାର ତଦନ୍ତ ସାରିବାକୁ କୁହାଯାଇଛି।

ଆସିକାରେ ଆଇପିଏଲ୍‌  ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକାରେ ଆଇପିଏଲ୍‌ ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକା,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଆଇପିଏଲ୍‌ କ୍ରିକେଟ ବେଟିଂ ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବ୍ରହ୍ମପୁରରୁ ଆଇପିଏଲ୍‌ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଆସିକା ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ମୋବାଇଲ ଦୋକାନରେ ଆଇପିଏଲ ମ୍ୟାଚକୁ ନେଇ ସଟ୍ଟାବାଜି ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଦୋକାନ ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

କେସି ହାଇସ୍କୁଲରୁ ହଟୁନି ଇଂଲିଶ୍‌ ମିଡିୟମ୍‌ ସ୍କୁଲ: ଉପଜିଲାପାଳଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୬।୪-ବ୍ରହ୍ମପୁର ଗୋଷାଣୀନୁଆଗାଁ କେସି ହାଇସ୍କୁଲ ପରିସରରେ ବେଆଇନ ଭାବେ ଚାଲିଥିବା ବେସରକାରୀ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ହଟାଇବା ନେଇ ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି। ହାଇସ୍କୁଲ ପରିସରରୁ ଉକ୍ତ ସ୍କୁଲ ହଟାଇବାକୁ ଡିଇଓ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରୁଥିଲେ ମଧ୍ୟ ସ୍କୃଲ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି।

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ଖଲ୍ଲିକୋଟ, ୨୬।୪ (ଡି.ଏନ.ଏ.)- ଖଲ୍ଲିକୋଟସ୍ଥିତ ଶ୍ରୀକୃଷ୍ଣଶରଣପୁର ଶାସନସ୍ଥିତ ସକଳେଶ୍ୱର ମହାଦେବଙ୍କ ପୀଠରେ ୧୧ ଦିନ ଧରି ହେବାକୁ ଥିବା ହରିହରାତ୍ମକ ପଞ୍ଚ ମହାଯଜ୍ଞର ଗୁରୁବାର ଥିଲା ନବମ ଦିବସ। ଗୁରୁବାର ଚମ୍ପକ ପୁଷ୍ପାଅର୍ଚ୍ଚନା ଓ ମୋଦକ ଲାଗି ସ୍ବତନ୍ତ୍ର ନୀତି କରାଯାଇଛି।