ବ୍ରହ୍ମପୁର

୨୦ ସୁଦ୍ଧା ୟୁନିଫର୍ମ ନ ଦେଲେ କାର୍ଯ୍ୟାନୁଷ୍ଠାନ

୨୦ ସୁଦ୍ଧା ୟୁନିଫର୍ମ ନ ଦେଲେ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର,୧୫।୧୨(ଡି.ଏନ.ଏ)- ସର୍ବଶିକ୍ଷା ଅଭିଯାନ ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କମିଟିର ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଛାତ୍ରୀଛାତ୍ରମାନଙ୍କ ପାଇଁ ୟୁନିଫର୍ମ କିଣିବାକୁ ପ୍ରତିବର୍ଷ ସ୍କୁଲଗୁଡିକୁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଅନୁଦାନ ପଠାଯାଉଛି । ମାତ୍ର ଏହା ଖର୍ଚ୍ଚ କରାଯାଉ ନ ଥିବାରୁ ଛାତ୍ରୀ ଛାତ୍ରମାନେ ୟୁନିଫର୍ମ ପାଇପାରୁନାହାନ୍ତି । ଜିଲାର ୮୭ଟି ସ୍କୁଲର ଛାତ୍ରୀଛାତ୍ର ୟୁନିଫର୍ମ ପାଇ ନ ଥିବା ସମୀକ୍ଷା ବେଳେ ଜଣାପଡିଥିଲା। ଏ ନେଇ ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ। ଡିସେମ୍ବର ୨୦ ତାରିଖ ସୁଦ୍ଧା ୟୁନିଫର୍ମ ବଣ୍ଟା ନ ଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇଦେଇଥିଲେ। ଜିଲାରେ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ମୁଖ୍ୟସ୍ରୋତକୁ ଅଣାଯାଇଛି ା ଏମାନଙ୍କୁ ଡିସେମ୍ବର ୧ ତାରିଖରୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି। ଏହା ଫେବୃୟାରୀରେ ସରିବ ବୋଲି କୁହାଯାଇଛି। ୭୨ ପିଲାଙ୍କୁ ଏହି ତାଲିମ ଦିଆଯାଉଛି । ବୈଠକରେ ସର୍ବଶିକ୍ଷା ଅଭିଯାନ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି) ପାଇଁ ୨୦୧୮-୧୯ ଲାଗି ବାର୍ଷିକ ବଜେଟ ଉପରେ ଆଲୋଚନା ହୋଇଥିଲା। ବେଗୁନିଆପଡା ବ୍ଲକର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ କିଚେନ୍‌ ସେଡ୍‌ ନିର୍ମାଣ ହୋଇ ନ ଥିବା ଜଣାପଡିଛି । ସେହିପରି ବେଲଗୁଣ୍ଠା, ଆସିକା, ବୁଗୁଡା, ଭଞ୍ଜନଗର ବ୍ଲକରେ ନିର୍ମାଣ ଅଧାପନ୍ତରିଆ ଥାଇ ମଧ୍ୟ ଆଦର୍ଶ ବିଦ୍ୟାଳୟ ବିଲଡିଂ ହସ୍ତାନ୍ତର ହୋଇଛି । ଅସମ୍ପୂର୍ଣ୍ଣ କାମ ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ପରେ ପିଲାମାନେ ହାତ ଧୋଇବା ପାଇଁ ଚାଲିଥିବା ମଲଟି ଟ୍ୟାପ ଓ ମଲଟି କ୍ୟାପ ଯୋଜନାରେ କାମ ଡିସେମ୍ବର ୨୫ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଛି। ଅଧାପନ୍ତରିଆ ଥିବା ସ୍କୁଲ କୋଠାର ନିର୍ମାଣ କାମ ଶୀଘ୍ର ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ବ୍ଲକ ପାଳିବନ୍ଧଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପାଚେରୀ ନାହିଁ । ତହସିଲଦାରଙ୍କ ସହ ମିଶି ଜମି ଚିହ୍ନଟ କରିବାକୁ ବ୍ଲକ ଶିକ୍ଷା ଅଧିକାରୀ, ବୈଷୟିକ ପରାମର୍ଶଦାତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଭିନ୍ନକ୍ଷମ ଶିକ୍ଷା ସଂଯୋଜକ ତପନ ସାହୁ, ପ୍ଲାନିଂ କୋଅର୍ଡିନେଟର ସାବିତ୍ରୀ ବାଳା ଦାଶଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ।
All Right Reserved By

ବ୍ରହ୍ମପୁର

ଲକ୍ଷ୍ମୀ ହତ୍ୟା ଘଟଣା, ୫ ଗିରଫ

ଶେରଗଡ,୨୧ା୧୧(ଡି.ଏନ୍‌.ଏ.) -ଶେରଗଡ ବ୍ଲକ କୁରୁଳା-ମିହିରକଣା ରାସ୍ତାରେ ଥିବା ଏକ ପୋଲ ଉପରେ ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁର ଲକ୍ଷ୍ମୀ ଦାସଙ୍କୁ ଗୁଳିମାଡ଼ ହୋଇଥିଲା। 

ଚିକିତ୍ସା ଅବହେଳାରୁ ନବଜାତକଙ୍କ ମୃତ୍ୟୁ ଅଭିଯୋଗ

ବାଲିଗୁଡା,୨୧ା୧୧(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଏକ ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖା ଦେଇଛି। ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି।

ମୁଖ୍ୟ ସଡକରେ ଗଣ୍ଡଗୋଳ: ଯାନବାହାନ ଚଳାଚଳ ବନ୍ଦ

ଭଞ୍ଜନଗର,୨୧ା୧୧(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ଠାରୁ ୫ ଶହ ମିଟର ଦୂର ମୁଖ୍ୟ ସଡକରେ ଥିବା ପୁରୁଣାବଜାର ସାହି ଛକରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ କାର ଚାଳକ ଓ ବାଇକ୍‌ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ: ୨ ଆହତ, ଜଣେ ଗୁରୁତର

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ: ୨ ଆହତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ୍‌,୨୧ା୧୧-କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି| 

ବ୍ରହ୍ମପୁର ଆଇଟିଆଇରେ ଶିଙ୍ଗାପୁରର ୩ ଜଣିଆ ଟିମ୍‌

ବ୍ରହ୍ମପୁର ଆଇଟିଆଇରେ ଶିଙ୍ଗାପୁରର ୩ ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ,୨୧ା୧୧-ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦକ୍ଷତାର ବିକାଶ ପାଇଁ   ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ବ୍ରହ୍ମପୁର ଆଇଟିଆଇ ଖ୍ୟାତି ଅର୍ଜନ କରିଛି| 

ସୋନାଲି, ରଞ୍ଜନ, ମେଘନାଦ, ଝାନ୍ସି ଚାମ୍ପିୟନ

ସୋନାଲି, ରଞ୍ଜନ, ମେଘନାଦ, ଝାନ୍ସି ଚାମ୍ପିୟନ

ବ୍ରହ୍ମପୁର ଅଫିସ,୨୧ା୧୧-ଗଞ୍ଜାମ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ବ୍ରହ୍ମପୁର ଷ୍ଟାଡିୟମ୍‌ରେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । 

ପ୍ରତିଭା ଥାଇ ମିଳୁନି ସୁଯୋଗ

ପ୍ରତିଭା ଥାଇ ମିଳୁନି ସୁଯୋଗ

ବ୍ରହ୍ମପୁର ଅଫିସ,୨୧ା୧୧-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ପ୍ରତିଭା ଥାଇ ମଧ୍ୟ ଅନେକ ଛାତ୍ରୀଛାତ୍ର କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଅଂଶ ଗ୍ରହଣରୁ ବଞ୍ଚିତ ହେଉଛନ୍ତି । 

୨୨ରେ ଆରମ୍ଭ ହେବ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ

୨୨ରେ ଆରମ୍ଭ ହେବ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ

ବ୍ରହ୍ମପୁର ଅଫିସ,୨୧ା୧୧-ସହରୀ ଗ୍ୟାସ୍‌ ବିତରଣ (ସିଜିଡି) ପ୍ରକଳ୍ପର ନବମ ବିଡିଙ୍ଗ୍‌ ରାଉଣ୍ଡ ଅଧୀନରେ ଓଡ଼ିଶାର ୧୭ ଜିଲାରେ ସିଜିଡ଼ିର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦଶମ ସିଜିଡି ବିଡିଙ୍ଗ୍‌ ରାଉଣ୍ଟର ଶୁଭାରମ୍ଭ ଆସନ୍ତା ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଅନୁଷ୍ଠିତ ହେବ । 

ଛୁରା ମାଡରେ ଯୁବକ ଗୁରୁତର

ଛୁରା ମାଡରେ ଯୁବକ ଗୁରୁତର

ଆସିକା,୨୧।୧୧(ଡି.ଏନ୍‌.ଏ.)- ଆସିକା ଏନ୍‌ଏସିର ଲାଲା ଗୋର୍ଜି ଛକ ଠାରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୨ଟାରେ ଛୁରା ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଶିଲୁ ସ୍ବାଇଁ। ତାଙ୍କ ଘର ମଥୁରା ଓ ସେ ଆସିକା ପାକଲାପଲ୍ଲୀରେ ରହୁଥିଲେ। ଶିଲୁଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଏହି ଛୁରାମାଡ ହେଲା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସାମାନ୍ୟ ବଚସାରୁ ଏଭଳି ହୋଇଥିବା କୁହାଯାଉଛି।

ବେଆଇନ ବାଲି , ପଥର ଚାଲାଣ: ଜରିମାନା ଆଦାୟ

ବେଆଇନ ବାଲି , ପଥର ଚାଲାଣ: ଜରିମାନା ଆଦାୟ

ହିଞ୍ଜିଳିକାଟୁ,୨୦।୧୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କଅଁରଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ରାଜସ୍ବ କର୍ମଚାରୀମାନଙ୍କ ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ବେଆଇନ ଭାବେ ବାଲି ଓ ପଥର ଚୋରା ଚାଲାଣ କରୁଥିବା ୧୨ ଟି ଟ୍ରକ ଓ ଟ୍ରାକ୍ଟର ଜବତ କରାଯାଇଥିଲା। ଜବତ ଗାଡି ମାଲିକମାନଙ୍କ ଠାରୁ ଜରିମାନା ବାବଦକୁ ୧ ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଛି।

ଜିଲାପାଳଙ୍କ ବଦଳରେ ଏଡିଏମ୍‌ ଶୁଣିଲେ ଅଭିଯୋଗ

ଭଞ୍ଜନଗର,୨୦।୧୧(ଡି.ଏନ.ଏ.)-ପ୍ରତ୍ୟେକ ମାସ ତୃତୀୟ ସୋମବାର (କାର୍ଯ୍ୟଦିବସ) ଦିନ ଗଞ୍ଜାମ ଜିଲାପାଳ ଭଞ୍ଜନଗର ଠାରେ ଉପଖଣ୍ଡ ଲୋକଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଥାନ୍ତି। ଏଥର କିନ୍ତୁ ସୋମବାର ବଦଳରେ ମଙ୍ଗଳବାର ଅଭିଯୋଗ ଶୁଣାଣି ହୋଇଥିଲା। ଜିଲାପାଳଙ୍କ ବଦଳରେ ଏଡିଏମ୍‌ ବିଜୟ କୁମାର ଦାସ ଅଭିଯୋଗ ଶୁଣିଥିଲେ। ଏହି ସମୟରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ୧୮୭ଟି ଅଭିଯୋଗ ଆସିଥିଲା। ସେଥିରୁ ୪ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୮ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା।

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି, ୨୦।୧୧ (ଡି.ଏନ.ଏ.)- ଜଣେ  ୨୩ ବର୍ଷ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଚାକିରୀ କରାଇଦେବା ଏବଂ ରୋଜଗାର ବୃଦ୍ଧିର ଲୋଭ ଦେଖାଇ ବାରମ୍ବାର ବଳାତ୍କାର କରାଯାଇଥିବା ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛିା