ବ୍ରହ୍ମପୁର

ହାତୀପଲ ଖାଇଗଲେ ୨୮ ବସ୍ତା ଧାନ

ହାତୀପଲ ଖାଇଗଲେ ୨୮ ବସ୍ତା ଧାନ

ପାଟପୁର, ୧୫।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆଁ ମେକାଉଞ୍ଜା ଗ୍ରାମର ଜଣେ ଚାଷୀ ଜମିରେ ଅମଳ କରିଥିବା ଧାନକୁ ଗୁରୁବାର ବିଳମ୍ବିତ ରାତିରେ ହାତୀପଲ ଆସି ଖାଇଦେଇଛନ୍ତି। ୭ ଏକର ଜମିର ପ୍ରାୟ ୨୮ ବସ୍ତା ଧାନକୁ ହାତୀମାନେ ଖାଇଥିବା ଚାଷୀ ଶୁକୁରୁ ମଲିକ ଅଭିଯୋଗ କରିଛନ୍ତି। ଗତ ୮ମାସ ଧରି ଉକ୍ତ ଅଞ୍ଚଳରେ ୭ଟି ହାତୀ ରହି ଆସୁଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ହେତୁ ଅନେକ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି।

All Right Reserved By

ବ୍ରହ୍ମପୁର

ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ, ୩ ଗିରଫ

ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୭।୭: ଜାଲ କାଗଜପତ୍ର ଜରିଆରେ ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡପ ଉଦ୍ୟମ ବିଫଳ ହୋଇଛି। ଦୁଇଟି ମାମଲାରେ ପ୍ରାୟ ୭ଲକ୍ଷ ଟଙ୍କା ଆତ୍ମସାତ ପାଇଁ ଉଦ୍ୟମ ହୋଇଥିଲା । ଟାଉନ ଥାନା ପକ୍ଷରୁ ଦୁଇଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା: ଅନ୍ୟ ୨ ଅଭିଯୁକ୍ତ ଗିରଫ

ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା: ଅନ୍ୟ ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୭।୭: ସ୍ଥାନୀୟ ଲାଞ୍ଜିପଲ୍ଲୀ ଦୁର୍ଗାମନ୍ଦିର ଛକଠାରେ ଗତ ୧୦ ତାରିଖ ଏକ ଚଳନ୍ତା କାର ଉପରକୁ ହୋଇଥିବା ବୋମା ମାଡ଼ ଘଟଣାର ଅନ୍ୟ ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ସୋମବାର ଗିରଫ କରିଛି। ଏ ନେଇ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତ୍ରିନାଥ ପଟେଲ ସୂଚନା ଦେଇଛନ୍ତି।

ସିମନବାଡ଼ିରେ ୧୦୮ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ

ସିମନବାଡ଼ିରେ ୧୦୮ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ

ଦାରିଙ୍ଗବାଡ଼ି,୧୭।୭(ଡି.ଏନ.ଏ.): ପବିତ୍ର କର୍କଟ ସଂକ୍ରାନ୍ତି ଅବସରରେ ମଙ୍ଗଳବାର ସିମନବାଡ଼ି ଠାରେ ହନୁମାନ ଚାଳିଶା ସମେତ ସୁନ୍ଦରାକାଣ୍ଡ ଏବଂ ରାମାର୍ଚ୍ଚନା ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମବାସୀ ପୁରୀରୁ ଆସିଥିବା ମହନ୍ତ ଏବଂ ତାଙ୍କ ସାଥୀଙ୍କୁ ଗାଁର ଶେଷ ମୁଣ୍ଡରୁ ସ୍ବାଗତ କରି ଶୋଭାଯାତ୍ରାରେ ସଂକୀର୍ତ୍ତନ, ଢ଼ୋଲ ବାଦ୍ୟରେ ବଜାର ମଧ୍ୟରେ ଅନୁଷ୍ଠିତ ପୂଜାମଣ୍ଡପକୁ ଆଣିଥିଲେ।

କାର୍‌ରେ ଗଞ୍ଜେଇ ଚାଲାଣ,୨ ଗିରଫ

କାର୍‌ରେ ଗଞ୍ଜେଇ ଚାଲାଣ,୨ ଗିରଫ

ବାଲିଗୁଡ଼ା,୧୭ା୭(ଡି.ଏନ.ଏ.): ବାଲିଗୁଡ଼ା ଥାନା ସୁନାପାଙ୍ଗା ଅଞ୍ଚଳରୁ ସୋମବାର ପ୍ରେସ୍‌ ଲେଖା ଥିବା ଏକ କାରରେ ଗଞ୍ଜେଇ ଚାଲାଣ କରୁଥିବା ୨ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କେନ୍ଦୁଝର ଜିଲା ବାମବେରି ଥାନା ଅଞ୍ଚଳର ଲମ୍ବୋଦର ବେହେରା ଓ ଚମ୍ପୁଆ ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ମହାକୁଡ଼ ।

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା ମାମଲା: ୪ ଅଟକ

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା ମାମଲା: ୪ ଅଟକ

ଛତ୍ରପୁର,୧୭।୭(ଡି.ଏନ.ଏ.)ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଟାଙ୍ଗଣାପଲ୍ଲୀ ପଞ୍ଚାୟତ ନୂଆ ନଗରଢିହର ଗୋଚର ଜମିରୁ ରବିବାର ସକାଳେ ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ତଥା ରାଜମିସ୍ତ୍ରି ଏଙ୍କା ରେଡ୍ଡୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଚିକେନ ରବି ହତ୍ୟା ମାମଲା କୋର୍ଟରେ ସାକ୍ଷ୍ୟ ଦେଲେ ଭାଇ

ବ୍ରହ୍ମପୁର ଅଫିସ,୧୭ା୭: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଚିକେନ ରବି ଓରଫ ରବି ବେହେରା ହତ୍ୟା ମାମଲାର ବିଚାର ସୋମବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ (ପ୍ରଥମ)ଙ୍କ କୋର୍ଟରେ ହୋଇଥିଲା। ଚିକେନ ରବିଙ୍କ ସାନ ଭାଇ ଟୁଟି ବେହେରା କୋର୍ଟରେ ହାଜର ହୋଇ ପ୍ରତ୍ୟକ୍ଷଦର୍ଶୀ ଭାବେ ନିଜ ବୟାନ ଦେଇଥିଲେ।

ବର୍ଷାଦିନ ଆସିଲେ ମନେପଡ଼େ

ବର୍ଷାଦିନ ଆସିଲେ ମନେପଡ଼େ

ରାଇକିଆ,୧୭ା୭(ଡ଼ି.ଏନ.ଏ.)ବର୍ଷା ଦିନ ଆସିଲେ ବଜାରରେ ଭଳିକି କଳି ଛତା ଦୋକାନ ଖୋଲିଥିବା ଦେଖିବାକୁ ମିଳେ।

୧ଲକ୍ଷ ୬୦ ହଜାର ଚାରା ବିକ୍ରି କରାଯିବ

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.)ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷ ୧ ଲକ୍ଷ ୨୪,୫୦୦ ଚାରା ରୋପଣ କରାଯିବ । ବନାଞ୍ଚଳ ଅଧୀନ ଦିଗପହଣ୍ଡି, ଚିକିଟି ଓ ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳ ଜନସାଧାରଣ ଓ ସରକାରୀ ବେସରକାରୀ ଅନୁଷ୍ଠାନଗୁଡିକୁ ୧ ଟଙ୍କା ଦରରେ ବିଭିନ୍ନ କିସମର ୧ଲକ୍ଷ ୬୦ ହଜାର ଚାରା ବିକ୍ରି କରାଯିବ ବୋଲି ଜଣାପଡ଼ିଛି ।

ଫିରିଙ୍ଗିଆରେ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ

ଫିରିଙ୍ଗିଆରେ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ

ଫିରିଙ୍ଗିଆ, ୧୭ା୭ ଜିଲା ସ୍ବାସ୍ଥ୍ୟ ସମିତି ଦ୍ୱାରା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗ୍ରାମ ସ୍ବରାଜ ଅଭିଯାନ ଅନ୍ତର୍ଗତ ମିଶନ ଇନ୍ଦ୍ରଧନୁଷର ଜିଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ନିରାଶ ହୋଇ ଦାଦନ ଖଟିବାକୁ ଗଲେ ଛାତ୍ର

ବୁଗୁଡ଼ା,୧୭ା୭(ଡି.ଏନ.ଏ.)ବୁଗୁଡ଼ା ବ୍ଲକ ଘୋଡ଼ାପଡ଼ା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ର ୪ ବର୍ଷ ହେଲା ତାଙ୍କର ମାଟ୍ରିକ ପରୀକ୍ଷାର ସଂଶୋଧିତ ପ୍ରମାଣପତ୍ର ନ ପାଇ ଶେଷରେ ନିରାଶ ହୋଇ ମାନସିକ ଭାରସାମ୍ୟ ହରାଇଛନ୍ତି। ବାଧ୍ୟହୋଇ ଦାଦନ ଖଟିବାକୁ ସୁରଟ ଚାଲି ଯାଇଛନ୍ତି ା ୪ବର୍ଷ ବିତି ଯାଇଥିଲେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ର ଜଣକ ତାଙ୍କର ସଂଶୋଧିତ ପ୍ରମାଣପତ୍ର ନ ପାଇବା ଅତ୍ୟନ୍ତ ଦୁଃଖ ଓ ଆଶ୍ଚର୍ଯ୍ୟର ବିଷୟ ହୋଇପଡ଼ିଛି ।

ବ୍ରହ୍ମପୁର ବଡ଼ ମେଡିକାଲର ଦ୍ୱିତୀୟ ଫାଟକ ଖୋଲିବାକୁ ଦାବି

ବ୍ରହ୍ମପୁର ବଡ଼ ମେଡିକାଲର ଦ୍ୱିତୀୟ ଫାଟକ ଖୋଲିବାକୁ ଦାବି

ବ୍ରହ୍ମପୁର ଅଫିସ୍‌,୧୭ା୭ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ର ଦ୍ୱିତୀୟ ଫାଟକ ଖୋଲିବା ଦାବିରେ ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ସୋମବାର ଘଣ୍ଟଯାତ୍ରା ଅନୁଷ୍ଠିତ ହୋଇଥିଲା। ରୋଗୀଙ୍କୁ ତୁରନ୍ତ ମେଡ଼ିକାଲ୍‌ରେ ପହଞ୍ଚାଇବା ପାଇଁ ନୂଆ ବସ୍‌ଷ୍ଟାଣ୍ଡ ପାଖରେ ଦ୍ୱିତୀୟ ଫାଟକ ଖୋଲା ଯାଇଥିଲା।

ଘରେ ପଶିଲା ନର୍ଦ୍ଦମା ପାଣି

ଘରେ ପଶିଲା ନର୍ଦ୍ଦମା ପାଣି

ବ୍ରହ୍ମପୁର ଅଫିସ,୧୭ା୭ ବ୍ରହ୍ମପୁର ଓ ତା’ର ଆଖପାଖ ଅଞ୍ଚଳରେ ଦୁଇ ଦିନ ହେଲା ଲଘୁଚାପ ପ୍ରଭାବରେ ଶନିବାର ରାତିରୁ ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଝିପଝିପି ଲାଗି ରହିଥିଲା। ଫଳରେ ମହାନଗର ବେହାଲ ହୋଇଛି।

Model This Week

ରୂପେଶ