ସମ୍ବଲପୁର

ସାମାଡପଦରରେ ଜିଲାପାଳ ପହଞ୍ଚିବା ପରେ..ଗାଁ ରାସ୍ତା ଉନ୍ନତିକରଣ କାମ ଆରମ୍ଭ

ସାମାଡପଦରରେ ଜିଲାପାଳ ପହଞ୍ଚିବା ପରେ..ଗାଁ ରାସ୍ତା ଉନ୍ନତିକରଣ କାମ ଆରମ୍ଭ

ନୂଆପଡା ଅଫିସ,୧୫।୧୨-
ସମାଜର ମୁଖ୍ୟ ସୋ୍ରତରୁ ଦୂରେଇ ରହିଥିବା ଖଡିଆଳ ବ୍ଲକର ସମାଡପଦର ଗାଁରେ ବହୁ ଦିନର ବ୍ୟବଧାନ ପରେ ଜିଲାପାଳ ଡା. ପୋମା ଟୁଡୁ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଆଖିରେ ଆଶାର ଝଲକ ଦେଖିବାକୁ ମିଳିଛି। ଜିଲାପାଳ ଫେରିବାର ସପ୍ତାହକ ଭିତରେ ପଞ୍ଚାୟତ ତରଫରୁ ଉନ୍ନୟନମୂଳକ କାମ ସବୁ ଆରମ୍ଭ କରାଯାଇଛି। ଖୁସିରେ ଗାଁ ତଥା ଆଖପାଖ ଗାଁର ବହୁ ଲୋକ ବାହାରି ଶ୍ରମଭିତ୍ତିକ କାମଗୁଡିକରେ ସାମିଲ ରହିବାକୁ ଆଗକୁ ଆସୁଥିବା ଦେଖିବାକୁ ମିଳିଛି।
ଗୁରୁବାର ବ୍ଲକ ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ରାନୀ ମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବ୍ରତ ବରାଳ ଗାଁରେ ପହଞ୍ଚି ଏହି ଗାଁର ୫/୬ଜଣ ଲୋକ ଅବେଳରେ ମୃତ୍ୟୁବରଣ କରିଥିଲେ ହେଁ ଜାତୀୟ ପରିବାର କଲ୍ୟାଣ ଯୋଜନାରୁ ସହାୟତା ପାଇପାରି ନ ଥିବାରୁ ସେମାନଙ୍କ ବିବରଣୀ ସଂଗ୍ରହ କରିଥିଲେ। ଏହିଭଳି ଏଠିକାର ଶ୍ରମିକମାନେ କିପରି କାମ ପାଇବେ, ସେଥିପାଇଁ ସେ ଉପରେ ଶ୍ରମିକ ପରିବାର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ୧୫ଜଣ ଚାଷୀଙ୍କୁ ଜମି ମରାମତି ଏବଂ ୨ଜଣଙ୍କୁ ଫାର୍ମ ପଣ୍ଡ ଖନନ କାମ ଯୋଗାଇଦେବାକୁ ତାଲିକା ପ୍ରସ୍ତୁତି କରାଯାଇଥିଲା। ଶୁକ୍ରବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମାଡ ପଦରଠାରୁ ତିନକୋଛକ ପଯର୍‌ୟନ୍ତ ଏମ୍‌ଜିଏନ୍‌ଆରଇଜିଏସରୁ ୧୦ଲକ୍ଷ ଟଙ୍କାର ରାସ୍ତା ଉନ୍ନତିକରଣ କାମ ଆରମ୍ଭ କରାଯାଇଛି। ଏହି ଦିନ କାମରେ ସମାଡପଦର ଗାଁର ୨୭ଜଣ ଏବଂ ମହୁଲ ପଦର ଗାଁର ୧୫ଜଣ ଶ୍ରମିକ ନିୟୋଜିତ ଥିିବାର ଦେଖାଯାଇଥିଲା। ଏହିଭଳି ଆହୁରି ଅନେକ କାମ ବିଭିନ୍ନ ବିଭାଗ ସହ ମିଳିତ ଭାବେ ହାତକୁ ନିଆଯିବାର ବ୍ୟବସ୍ଥା କରାଯାଉଥିବା ନିର୍ବାହୀ ଅଧିକାରୀ ବରାଳ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଦୁଇ ସପ୍ତାହ ତଳେ ରାନୀମୁଣ୍ଡାରେ ଜିଲ୍ଲାପାଲଙ୍କ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ସେଠାକୁ ସେହି ଗ୍ରାମପଞ୍ଚାୟତ ସମାଡ ପଦର ଗାଁର ଲୋକମାନେ ଆସି ବିଭିନ୍ନ ସମସ୍ୟା ଉପରେ ଜିଲାପାଳଙ୍କୁ ଅବଗତ କରିଥିଲେ। ସେହିଦିନଠାରୁ ଜିଲାପାଳ ସେଠାକୁ ଯିବାକୁ ସ୍ଥିର କରିଥିଲେ। ହଠାତ କିଛି ଅଧିକାରୀଙ୍କୁ ନେଇ ଗତ ରବିବାର ଚାରିକିମି ଦୂର ପାହାଡି ରାସ୍ତାକୁ ଚାଲିଚାଲି ଚଢିଥିଲେ। ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ କରି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ଏବର ଜିଲାପାଳଙ୍କୁ ମିଶାଇ ଆଜିଯାଏଁ ୩ଜଣ ଆଇଏଏସ ଅଧିକାରୀ ସମାଡପଦର ପାହାଡ ଚଢିସାରିଛନ୍ତି। ହେଲେ ଏଠିକାର ଲୋକଙ୍କ ଭାଗ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇପାରିନାହିଁ। ଏଥର ଆଗକୁ ଲୋକଙ୍କୁ କ’ଣ ସବୁ ସୁବିଧା ସୁଯୋଗ ମିଳୁଛି ତାକୁ ସମଗ୍ର ଜିଲାବାସୀ ଜଗିବସି ଖବର ରଖୁଛନ୍ତି। ଗୋଟିଏ ଦ୍ୱିଟା କାମ କରି ଅଧିକାରୀମାନେ ଔପଚାରିକତା ସାରି ନ ଦେଇ ଆଗକୁ ଏଠିକାର ଶିକ୍ଷା, ସ୍ବାସ୍ଥ୍ୟବସ୍ଥା, ବିଜୁଳି ଏବଂ ପାଣି ଭଳି ମୌଳିକ ସୁବିଧା ପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ସମ୍ବଲପୁର

ରବିଚାଷରେ ପୁଣି ଚକଡ଼ା ଦାଉ

ରବିଚାଷରେ ପୁଣି ଚକଡ଼ା ଦାଉ

ସମ୍ବଲପୁର,୨୨।୪(ବ୍ୟୁରୋ)-ଗତ ଖରିଫ ଋତୁ ଧାନ ଫସଲ ଚକଡା ପୋକରେ ନଷ୍ଟ ହୋଇ ଚାଷୀ ସର୍ବଶାନ୍ତ ହୋଇଯାଇଥିଲେ। ଚଳିତ ରବି ଚାଷରେ ପୁଣି ଚକଡା ପୋକର ଦାଉ ଆରମ୍ଭ ହୋଇ ଗଲାଣି। ଜିଲାର ୩ଟି ବ୍ଲକରେ ୬୪୫ ହେକ୍ଟର ଜମି ପ୍ରଭାବିତ ହୋଇଥିବା କୃଷି ବିଭାଗ କହିଛି। ମାନେଶ୍ୱରରେ ୨୦ ଚାଷୀଙ୍କ ୧୨୧ ହେକ୍ଟର, ଯୁଯୁମୁରାରେ ୨୦ ଚାଷୀଙ୍କ ୧୪୬ ହେକ୍ଟର

ମଙ୍ଗଳ ବିଭାଗରେ ଅମଙ୍ଗଳ କାର୍ଯ୍ୟ

ମଙ୍ଗଳ ବିଭାଗରେ ଅମଙ୍ଗଳ କାର୍ଯ୍ୟ

କୁଆଁରମୁଣ୍ଡା, ୨୨।୪(ଡି.ଏନ.ଏ.)- ତଫସିଲଭୁକ୍ତ ଜାତି/ଜନଜାତି ବିଭାଗର ଛାତ୍ରୀଛାତ୍ରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ମଙ୍ଗଳ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଏହି ବିଭାଗର କାର୍ଯ୍ୟକାରିତାକୁ ଦେଖିଲେ ପ୍ରକୃତରେ ଛାତ୍ରୀଛାତ୍ରଙ୍କର ମଙ୍ଗଳ ପାଇଁ ଥିବା ପରି ମନେହେଉନାହିଁ। ଛାତ୍ରୀଛାତ୍ରଙ୍କ ପାଠପଢାଠାରୁ ଆରମ୍ଭ କରି ରହିବା

ଭବାନୀପାଟଣାରେ ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା

ଭବାନୀପାଟଣାରେ ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା ରଥ ରବିବାର ସଦର ମହକୁମା ଭବାନୀପାଟଣାଠାରେ ପହଞ୍ଚିଥିଲା। ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜିତ ହୋଇଯାଇଛି। ୧୮ ବର୍ଷ ହେଲା ବିଜେଡି ନେତୃତ୍ୱାଧୀନ ସରକାର ଓଡ଼ିଶାରେ ଶାସନ କରୁଥିଲେ ହେଁ ସବୁ ପ୍ରକାର

ଟାଙ୍ଗରପାଲିରେ ଅଗ୍ନିକାଣ୍ଡ: ଜଳିଗଲା କାର, ୨ ବାଇକ୍‌

ଟାଙ୍ଗରପାଲିରେ ଅଗ୍ନିକାଣ୍ଡ: ଜଳିଗଲା କାର, ୨ ବାଇକ୍‌

ରାଉରକେଲା ଅଫିସ,୨୨।୪- ଟାଙ୍ଗରପାଲି ଥାନା ଅନ୍ତର୍ଗତ ସେକ୍ଟର-୨୨ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏକ କାର୍‌ ଓ ୨ଟି ବାଇକ୍‌ ଭସ୍ମୀଭୂତ ହୋଇଯାଇଛି। ଶ୍ରୀକୁମାର ସାହୁଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଶ୍ରୀକୁମାରଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆର୍‌ଏସ୍‌ପିର ଦୁଇଟି, ଆଇଡିଏଲ୍‌ର ଗୋଟିଏ ଓ ଓଡ଼ିଶା ଅଗ୍ନିଶମ ବିଭାଗର

ରାଷ୍ଟ୍ରୀୟ ଲୋକ ଅଦାଲତ: ୧୪ ମାମଲାର ଆପୋସ ସମାଧାନ

ରାଷ୍ଟ୍ରୀୟ ଲୋକ ଅଦାଲତ: ୧୪ ମାମଲାର ଆପୋସ ସମାଧାନ

ବୀରମହାରାଜପୁର,୨୨।୪(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରସ୍ଥିତ ବରିଷ୍ଠ ଦେୱାନୀ ଜଜ୍‌ଙ୍କ ଅଦାଲତ ପରିସରରେ ରବିବାର ଚଳିତବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ଓ ସହକାରୀ ଦୌରା ଜଜ୍‌ ମାନସରଞ୍ଜନ ଷଡ଼ଙ୍ଗୀ, ଏସ୍‌ଡିଜେଏମ୍‌ ଅବକାଶ ଚୌଧୁରୀ ଅଦାଲତ

ବଢ଼ୁଛି ବିଦ୍ୟୁତ୍‌ ଚୋରି, ଉପଭୋକ୍ତାଙ୍କୁ ମିଳୁଛି ଲୋ ଭୋଲଟେଜ୍‌

ବଢ଼ୁଛି ବିଦ୍ୟୁତ୍‌ ଚୋରି, ଉପଭୋକ୍ତାଙ୍କୁ ମିଳୁଛି ଲୋ ଭୋଲଟେଜ୍‌

ନୂଆଗାଁ,୨୨।୪ (ଡି.ଏନ୍‌.ଏ.)- ଗୋଟିଏ ପଟେ ସରକାର ବିଭିନ୍ନ ଯୋଜନାରେ ସମସ୍ତ ଗାଁକୁ ବିଦ୍ୟୁତ ଯୋଗାଇବାର ଲକ୍ଷ୍ୟ ରଖି କାମ କରୁଥିବା ବେଳେ ବିଭାଗୀୟସ୍ତରୀୟ ଅବହେଳା ଓ କାର୍ଯ୍ୟ ନେଉଥିବା କମ୍ପାନୀର ମନଇଚ୍ଛା କାର୍ଯ୍ୟ ଯୋଗୁ ନୂଆଗାଁ ସବ୍‌ଷ୍ଟେଶନ ଅଧୀନ ପ୍ରାୟ ୭/୮ଟି ପଞ୍ଚାୟତରେ ଏବେ ଲୋଭୋଲଟେଜ୍‌ ସମସ୍ୟା ଦେଖାଦେଇଛି। ଫଳରେ ଉପଭୋକ୍ତା ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌

ସମ୍ବଲପୁର,୨୨।୪(ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ର ୬ଟି ମ୍ୟାଚ୍‌ ରବିବାର ସକାଳେ ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆସ୍ଥିତ ୩ଟି ଗ୍ରାଉଣ୍ଡରେ ହୋଇଥିଲା। ଏଥିରେ କୋରାପୁଟ, କମିଶନରରେଟ୍‌ ପୋଲିସ-ବି, ବାଲେଶ୍ୱର, ରାଉରକେଲା ଓଏସ୍‌ଏପି, ବୌଦ୍ଧ ଓ ବୁର୍ଲା ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ

ଗ୍ରାମରକ୍ଷୀଙ୍କ ସମେତ ୪ ଅପହୃତଙ୍କୁ ଛାଡ଼ିଲେ ମାଓବାଦୀ

ଗ୍ରାମରକ୍ଷୀଙ୍କ ସମେତ ୪ ଅପହୃତଙ୍କୁ ଛାଡ଼ିଲେ ମାଓବାଦୀ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଗତ ୧୯ ତାରିଖ ରାତି ପ୍ରାୟ ୮ଟାରେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଜଣେ ଗ୍ରାମରକ୍ଷୀଙ୍କ ସମେତ ୪ ଜଣଙ୍କୁ ରବିବାର ସକାଳେ ଛାଡ଼ିଦେଇଛନ୍ତି। ସେମାନେ ହେଲେ ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ବାବୁଲା ନାଏକ, ବିଶିକେଶନ ନାଏକ ଓ ରାଜୁ ହରିଜନ। ଏହି ୩ ଦିନ ମଧ୍ୟରେ ମାଓବାଦୀମାନେ

ଅଶୁଂଘାତରେ ଶିକ୍ଷକ ଅସୁସ୍ଥ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲାରେ ତାପମାତ୍ରା ଏବେ ଢେର୍‌ ଅଧିକ ରହିଥିବାବେଳେ ପ୍ରଚଣ୍ଡ ରୌଦ୍ରତାପରେ ଜିଲାର ବିଭିନ୍ନ ବ୍ଲକରେ ଚାଲିଛି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିମ। ସକାଳ ୯ ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ତାଲିମ ଦିଆଯାଉଛି। ଫଳରେ ତାଲିମ ନେଉଥିବା ଶିକ୍ଷାୟିତ୍ରୀ ଶିକ୍ଷକଙ୍କ ଅବସ୍ଥା ଦୁର୍ବିସହ ହୋଇପଡୁଛି। ତାଲିମ ସମୟରେ କର୍ଲାମୁଣ୍ଡା ବ୍ଲକର ଜଣେ

କାର୍‌ ଦୁର୍ଘଟଣା, ବର୍ତ୍ତିଲେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ପରିବାର

କାର୍‌ ଦୁର୍ଘଟଣା, ବର୍ତ୍ତିଲେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ପରିବାର

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଭବାନୀପାଟଣା ସଦରଥାନା ଅନ୍ତର୍ଗତ ବଳରାମପୁରଠାରେ ଶନିବାର ସଂଧ୍ୟାରେ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଯାତ୍ରା କରୁଥିବା ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗ ଓ ତାଙ୍କ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଓଡି ୧୦-ସି୫୮୫୮ନଂ କାର୍‌ରେ ବାଗଙ୍କ ପରିବାର ଶନିବାର

ଧାନ ଅମଳ ଆରମ୍ଭ, ଖୋଲିନି ମଣ୍ଡି: ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ଧାନ ଅମଳ ଆରମ୍ଭ, ଖୋଲିନି ମଣ୍ଡି: ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ବରଗଡ଼ ଅଫିସ୍‌,୨୨।୪-ବରଗଡ଼ ଜିଲାରେ ରବିଋତୁ ଧାନ ଅମଳ ଆରମ୍ଭ ହୋଇ ଗଲାଣି। ଜିଲାର ଜଳସେଚିତ ଅତାବିରା ଓ ଭେଡ଼େନ ବ୍ଲକର ଚାଷୀମାନେ ଧାନ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ନିଜ ଅମଳ ଧାନକୁ କିଭଳି ସୁରକ୍ଷିତ ରଖି ବିକ୍ରି କରିବେ, ସେନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। କିଛିଦିନ ତଳେ କାଳବୈଶାଖୀ

ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ମାମଲା

ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ମାମଲା

ବରଗଡ଼ ଅଫିସ୍‌/ବିଜେପୁର,(ଡି.ଏନ୍‌.ଏ.)୨୨।୪-ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବାଦିପାଲି ଗ୍ରାମରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ରବିବାର ପୋଲିସ ଉଦ୍ଧାର କରିଛି। ମୃତା ମହିଳା ଜଣକ ହେଲେ, ଦଶମୀ ବାରିକ ଓରଫ ଗାୟତ୍ରୀ। ଅପରପକ୍ଷେ ଦୁଇମାସ ତଳେ ବିବାହ କରିଥିବା ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ମୃତା