Dharitri News
ସମ୍ବଲପୁର

କଟନି ବନ୍ଦ କରିବା ଦାବି :ଧରମବନ୍ଧା ପ୍ୟାକ୍ସ ସମ୍ମୁଖରେ ଧାରଣା

କଟନି ବନ୍ଦ କରିବା ଦାବି :ଧରମବନ୍ଧା ପ୍ୟାକ୍ସ ସମ୍ମୁଖରେ ଧାରଣା ନୂଆପଡା ଅଫିସ, ୧୫।୧୨- ଧରମବନ୍ଧା ସେବା ସମବାୟ ସମିତି (ପ୍ୟାକ୍ସ)ରୁ ଚାଷୀମାନଙ୍କ ନାମରେ ଜାଲ କାଗଜାତ ଦାଖଲ କରି ଲକ୍ଷାଧିକ ଟଙ୍କା ଉଠାଣ କରାଯାଉଥିବାବେଳେ ଏଥିରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାଯର୍‌ୟାନୁଷ୍ଠାନ ହେଉନାହିଁ ା ଅନ୍ୟପଟେ ଏହି ପ୍ୟାକ୍ସ ଜରିଆରେ ଧାନକିଣାରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଛି ା କଟନି ଛଟନି ନାମରେ ଚାଷୀଙ୍କୁ ଶୋଷଣ କରାଯାଉଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବା ଦାବିରେ ସ୍ଥାନୀୟ ଜନସାଧାରଣ ପ୍ୟାକ୍ସ ସମ୍ମୁଖରେ ଧାରଣା ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ହେବା ଯାଏଁ ଏହା ଜାରି ରଖିବେ ବୋଲି ଅଡି ବସିଛନ୍ତି। ଧରମବନ୍ଧା ପ୍ୟାକ୍ସ ଅଧିନସ୍ଥ ଗାଁମାନଙ୍କର ଚାଷୀମାନଙ୍କୁ ନେଇ ଗଠିତ କୃଷକ ମଞ୍ଚର ଆବାହକ ତଥା ପୂର୍ବତନ ସରପଞ୍ଚ କମଳ ଠାକୁରଙ୍କ ନେତୃତ୍ୱରେ ସ୍ଥାନୀୟ ଚୁଲାଭାଟ, କୋଦୋପାଲି ଏବଂ ଧରମବନ୍ଧା ଗାଁର ଶତାଧିକ ଲୋକ ପ୍ୟାକ୍ସ ସମ୍ମୁଖରେ ଶୁକ୍ରବାର ପୂର୍ବାହ୍ନରେ ଧାରଣାରେ ବସିଥିଲେ। ଏଥିରେ ଜିଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝି, ସ୍ଥାନୀୟ ସରପଞ୍ଚ ଓମପ୍ରକାଶ କଲାର, ଖିଲେଶ୍ୱର ସାହୁ, ମହେଶ କୁମାର ସାହୁ, ଜମନାପ୍ରସାଦ ସାହୁ, ଫେଲସିଂ ମାଝି, ମୁକ୍ତି ନାରାୟଣ ସାହୁ, କାନ୍ତିରାମ ଦେୱାଙ୍ଗନ, ପରମାନନ୍ଦ ସାହୁ, ହୀରାଲାଲ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ପ୍ୟାକ୍ସ ଜରିଆରେ ବିଭିନ୍ନ ସମୟରେ ଚାଷୀ ବିରୋଧି କାର୍ଯ୍ୟମାନ କରାଯାଉଥିବା ଅଭିଯୋଗ ଆଣିଥିଲେ। କିଛି ଦିନ ତଳେ ଏଠାରୁ କିଛି ଚାଷୀଙ୍କ ନାମରେ ଜାଲ କାଗଜାତ ଦେଖାଇ ଲକ୍ଷାଧିକ ଟଙ୍କାର ଋଣ ଉଠାଣ କରାଯାଇଥିବା ପଦାକୁ ଆସିଥିଲା। ଏହାକୁ ଜାଣିଶୁଣି ଓଲଟା ସେହି ଚାଷୀଙ୍କ ନାମରେ ଥାନାରେ ଏତଲା ଦେଇଥିେଲେ। ଏଥିରେ ଖୋଦ ସମ୍ପାଦକ ସାମିଲ ଥିବା ଚାଷୀମାନେ ଅଭିଯୋଗ ଆଣିଥିଲେ। ଏହିଭଳି ପ୍ୟାକ୍ସ ଅଧିନରେ ଚାଲିଥିବା ଧରମବନ୍ଧା ମଣ୍ଡି ଏବଂ ମୋଟା ନୂଆପଡା ମଣ୍ଡିରେ ଖୋଲାଖୋଲି ଭାବେ କଟନି କରାଯାଉଥିବା ଚାଷୀମାନେ କହିଥିେଲେ। ଅପରାହ୍ନରେ ନୂଆପଡାସ୍ଥିତ ସହକାରୀ ନିବନ୍ଧକଙ୍କ କାଯର୍‌ୟାଳୟରୁ ସବରେଜିଷ୍ଟା୍ରର ବିଜୟ କୁମାର ନାଏକ ଘଟଣାସ୍ଥଳକୁ ଆସିଥିଲେ। ତାଙ୍କୁ ମଞ୍ଚ ତରଫରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟ ଦାବି ଗୁଡିକ ମଧ୍ୟରେ ପ୍ୟାକ୍ସରେ ଯେଉଁ କୃଷକମାନଙ୍କ ନାମରେ ଋଣଉଠାଣ କରାଯାଇଛି , ସେମାନଙ୍କ ନାମରେ ମିଥ୍ୟା କେଶ ଦିଆଯାଇଛି। ତାକୁ ତୁରନ୍ତ ପ୍ରତ୍ୟାହାର କରିନେବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ କାର୍ଯ୍ୟାନୁଷ୍ଠାନ କରିବା, କଟନିଛଟନି ତୁରନ୍ତ ବନ୍ଦ କରି ଚାଷୀଙ୍କୁ ଶୋଷଣ ମୁକ୍ତ କରିବା, ମିଲର୍ସମାନେ ଚାଷୀଙ୍କଠାରୁ ବସ୍ତା ନେଇ ଦୀର୍ଘ ଦିନ ଧରି ରଖି ହଇରାଣ କରୁଥିବାରୁ ସେ ଉପରେ ଦୃଷ୍ଟି ଦେବାକୁ ଦାବି କରାଯାଇଛି। ହେଲେ ଏହି ଦାବିଗୁଡିକ ଯେପର୍ଯ୍ୟନ୍ତ ପୂରଣ ନ ହୋଇଛି ଚାଷୀମାନେ ଧାରଣାରୁ ଉଠିବେନାହିଁ ବୋଲି ଅଡି ବସିଛନ୍ତି। ସନ୍ଧ୍ୟାରେ ଚାଷୀନେତାମାନେ ମୋଟା ନୂଆପଡା ମଣ୍ଡିକୁ ପରିଦର୍ଶନ କରି କଟନି ବନ୍ଦ କରିବାକୁ ଅଧିକାରୀ ଏବଂ ମିଲର୍ସଙ୍କୁ ଚେତାବନୀ ଦେଇଥିବା ପ୍ରକାଶ।

ସମ୍ବଲପୁର

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ମଦ୍ୟପାନ କରି ସ୍ତ୍ରୀକୁ ଟାଙ୍ଗିଆ ବେଣ୍ଟରେ ମାଡ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ଘଟିଛି ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବକଟପୁର ଗାଁରେ। ବକଟପୁରସ୍ଥିତ ମା’ ତାରିଣୀ ସ୍ବଂୟ ସହାୟକ ଗୋଷ୍ଠୀର ଉଦ୍ୟମ କ୍ରମେ ଘଟଣାଟି ସାମ୍ନାକୁ ଆସିଛି।

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ରାଉରକେଲା ଅଫିସ,୧୬।୧-ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ୍‌ର କ୍ୟାଡର ମାଓବାଦୀ ରାମସାଇ ମୁଣ୍ଡା (୨୦) ମଙ୍ଗଳବାର ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ବଙ୍ଗୋମୁଣ୍ଡା/ମୁରିବାହାଲ,୧୬।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗ୍ରାମରେ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୁତୁରାର ଟାଙ୍ଗିଆ ଚୋଟରେ କକାଙ୍କ ଜୀବନ ଯାଇଛି। ମୃତକ ହେଲେ ରମେଶ ପାଢୀ (୬୫)। ଅଭିଯୁକ୍ତ ପୁତୁରା ଅଶ୍ୱିନୀ ପାଢୀ(୪୬)ଙ୍କୁ ପୋଲିସ ଗିରଫ କରିଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ବର୍ଷ ସାରା ଖଟି ଫସଲ ଉପତ୍।ଦନ କରୁଛି ଚାଷୀ । ସେଇଠି ପୁଣି ବର୍ଷସାରା ଧୋଇ,ମରୁଡିର ସମ୍ମୁଖୀନ ହେଉଥିବା ଚାଷ ବଳକିଲେ ରୋଗ ପୋକର ଦାଉ ସହିବାକୁ ପଡେ। ଏହାପରେ ଉପତ୍।ଦିତ ଫସଲକୁ ମଣ୍ଡିରେ ବିକ୍ରି କରିବାକୁ ନେଲେ ସେଠାରେ ମିଲର୍ସ-ଦଲାଲଙ୍କ ଦ୍ୱାରା ଶୋଷିତ ହେଉଛି।

 ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଦାବିପତ୍ର

ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଦାବିପତ୍ର

ଜୁନାଗଡ଼ ,୧୬।୧(ଡି.ଏନ୍‌.ଏ):ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ରବିବାର ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବିପତ୍ର ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡାଃ ସରୋଜ କୁମାର ତିଆଡିଙ୍କୁ ପ୍ରଦାନ କରାଯାଇଥିଲା।

 ହାର୍‌ ମାନିଛେ ଭିନ୍ନକ୍ଷମତା

ହାର୍‌ ମାନିଛେ ଭିନ୍ନକ୍ଷମତା

ବରଗଡ଼ ଅଫିସ୍‌,୧୬।୧: ନଁ। ତଁ।କର ସୁରଜ ପ୍ରଧାନ। ବରଗଡ଼ ସହର ପାଖର୍‌ ବରଡ଼ୋଲରେ ତଁ।କର ଘର। ମା’ ବାସନ୍ତୀ ଆର୍‌ ବାପ୍‌ ଅଞ୍ଚାନନକଁର ୩ ଝି ପୁଓ ଭିତ୍‌ରୁ ସେ ହେଉଛନ୍‌ ବଡ଼ଖା ପୁଓ। ବହେନ୍‌ ସୋନାଲୀ ଯୁକ୍ତଦୁଇ ପହେଲା ବଛର୍‌ ଛାତ୍ରୀ ଥିଲାବେଲ୍‌କେ ସାନଭାଇ ପ୍ରାଞ୍ଜଳକେ ଅଢ଼େ ବଛର ହେଉଛେ।

 ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଭବାନୀପାଟଣା, ୧୬।୧ (ଡି.ଏନ୍‌.ଏ.): ରବିବାରଠାରୁ ଆରମ୍ଭ ହୋଇଥିବା ୨୨ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ସୋମବାର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଛି। ନୃତ୍ୟ, ଗୀତରେ ଦର୍ଶକ ଝୁମିଉଠିଥିଲେ।

ଜିଲା କିନ୍ନର ସଂଘ ଜିଲାପାଳଙ୍କଠାରେ ଫେରାଦ

ଜିଲା କିନ୍ନର ସଂଘ ଜିଲାପାଳଙ୍କଠାରେ ଫେରାଦ

ନୂଆପଡା ଅଫିସ,୧୬।୧ : ଭଗବାନ ଆମକୁ କିନ୍ନର ଭାବରେ ଜନ୍ମ ଦେଲେ ବୋଲି ଆମେ କ’ଣ ପାପୀ ହେଲୁ। ଆମକୁ ସମାଜରେ ସମୁଚିତ ମର୍ଯ୍ୟାଦା ମିଳୁନାହିଁ କି ସରକାର ମଧ୍ୟ ଆମକୁ ମୌଳିକ ସୁବିଧା ଯୋଗାଇ ଦେବାରେ ହେଳା କରୁଛନ୍ତି। ଜିଲାପାଳଙ୍କୁ ଦେଖା କରିବାକୁ ଆସିଥିବା ଜିଲା କିନ୍ନର ସଙ୍ଗଠନ ତରଫରୁ କର୍ମକର୍ତ୍ତାମାନେ ଏହା କହିଛନ୍ତି। ସେମାନେ ଜିଲାପାଳଙ୍କୁ ଦେଖା କରି ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ କରିଛନ୍ତି।

କେରଳରେ ଦାଦନ ତ୍ରିଲୋଚନ ସୁନାନୀଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭବାନୀପାଟଣା,୧୫।୧(ଡି.ଏନ୍‌.ଏ.)- କେରଳ ରାଜ୍ୟ ପାଲ୍ଲକଡ ଜିଲା ତଳକାସେରିଠାରେ ଶ୍ରମିକ ଭାବରେ କାମ କରୁଥିବା ଭବାନୀପାଟଣା ସଦର ବ୍ଲକ ବିଜେପୁର ଗ୍ରାମର ତ୍ରିଲୋଚନ ସୁନାନୀଙ୍କ ୨୦୧୭ ନଭ୍ଟେମ୍ବର ୧ ତାରିଖରେ ମାଟି ଅତଡ଼ା ଧସି ମୃତ୍ୟୁ ଘଟିଥିଲା।

କାଶୀବାହାଲରେ କିଡ୍‌ନୀ ରୋଗ : ସ୍ଥିତି ଅନୁଧ୍ୟାନ କରିବେ ବିଶେଷଞ ଦଳ

ଭବାନୀପାଟଣା,୧୫।୧( ଡିଏନ୍‌ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ଗାଁରେ କିଡନୀ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏକ ବିଶେଷଜ୍ଞ ଦଳ ସେଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗକୁ ଓଡିଶା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ଦେବଗଡ଼,୧୫।୧(ସ୍ବ.ପ୍ର.)- ପ୍ରତିବର୍ଷ ଭଳି ଚଳିତବର୍ଷ ଦେବଗଡ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରୀତିନୀତି ଅନୁଯାୟୀ ମକର ସଂକ୍ରାନ୍ତି ପାଳିତ ହୋଇଛି।

ମହିଳା, ପୁରୁଷ ଦିବାରାତ୍ର କବାଡି ଚାମ୍ପିୟନଶିପ୍‌ : ମହିଳାରେ ଭୁବନେଶ୍ୱର, ପୁରୁଷରେ ଓଡିଶା ପୋଲିସ ଚାମ୍ପିୟନ

ଦେବଗଡ଼,୧୫ା୧(ସ୍ବ.ପ୍ର.)- ସ୍ଥାନୀୟ ଗୋପାଳଜୀ ମନ୍ଦିର ପଡ଼ିଆଠାରେ ଦେବଗଡ଼ କବାଡି କମିଟି ତରଫରୁ ଗତ ୧୨ ତାରିଖରୁ ୩ ଧରି ଚାଲିଥିବା ୭ମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ଦିବାରାତ୍ର କବାଡି ଚାମ୍ପିୟନଶିପ୍‌ ରବିବାର ସନ୍ଧ୍ୟାରେ ଆତସବାଜି ମଧ୍ୟରେ ଉଦ୍‌ଯାପିତ ହୋଇଛି।