ସମ୍ବଲପୁର

ଦେଢ଼ ବର୍ଷ ଶିଶୁ କନ୍ୟାର ମଳଦ୍ୱାର ନାହିଁ: ଅପରେଶନ ଲାଗି ଅର୍ଥ ବାଧକ ସାଜିଛି

ଦେଢ଼ ବର୍ଷ ଶିଶୁ କନ୍ୟାର ମଳଦ୍ୱାର ନାହିଁ: ଅପରେଶନ ଲାଗି ଅର୍ଥ ବାଧକ ସାଜିଛି
ଖଡିଆଳ, ୧୫।୧୨ (ଡି.ଏନ.ଏ)- ନୂଆପଡା ଜିଲା ଖଡିଆଳ ବ୍ଲକ ଦାବରୀ ଗାଁର ବୃନ୍ଧା ମାଝି ଓ ସ୍ତ୍ରୀ ସବିତାଙ୍କ ସହ ବଡ ଝିଅ ସରସ୍ବତୀ ଓ ସାନ ଝିଅ ଦେଢ଼ ବର୍ଷର ଋକ୍ମଣୀଙ୍କୁ ନେଇ ସଂସାର। ସମ୍ପତ୍ତି କହିଲେ ଘର ଦୁଇ ବଖରାକୁ ଛାଡିଦେଲେ ଜମିବାଡି କିଛି ନାହିଁ । ସ୍ବାମୀ ସ୍ତ୍ରୀ ଦୁହେଁ କୁଲିମଜୁରି କଲେ ଯାହାମିଳେ, ସେଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଏ। ଫଳରେ ଦୁଇ ଝିଅ ପାଇ ମଧ୍ୟ ଖୁସିରେ ଚଳିଯାଉଥିଲେ। ହେଲେ ଭାଗ୍ୟର ବିଡମ୍ବନା ଥିଲା ଅଲଗା। ବୋଝ ଉପରେ ନଳିତାବିଡା ପରି ସାନ ଝିଅ ଋକ୍ମଣୀ ଜନ୍ମ ହେଲା ଦିନଠାରୁ ମଳଦ୍ୱାର ନାହିଁ। ଫଳରେ ଜନ୍ମରୁ ପରିଶ୍ରା ଦ୍ୱାରରେ ହିଁ ଝାଡା କରୁଥିବା ବେଳେ ସେହି ସମୟରେ ଡାକ୍ତର ପରାମର୍ଶ ଦେଲେ ଅପରେଶନ କଲେ ଠିକ୍‌ ହୋଇଯିବ। ସେହି ଆଶାରେ ଘରେ ଯାହା ରଖିଥିଲେ ଦିପଇସା ତଥା ଧାର ଉଧାର କରି ଖଡିଆଳଠାରେ ଆରମ୍ଭ କରି ନୂଆପଡା, ବୁର୍ଲା ଏପରିକି କଟକ ମଧ୍ୟ ଗଲେ। ଯେଉଁ ଡାକ୍ତରଖାନା ଗଲେ ଡାକ୍ତର ଅପରେଶନ ହେଲେ ଠିକ୍‌ ହେବ ବୋଲି କହୁଥିଲେ। କିନ୍ତୁ ଅର୍ଥ ବାଧକ ସାଜିଥିବାରୁ ଅପରେଶନ କରିପାରିଲେ ନାହିଁ। ଗୋଟିଏ ପଟେ ପରିବାର ଚଳାଇବାର ଚିନ୍ତା ତ ଅନ୍ୟପଟେ ଋକ୍ମଣୀର ଅପରେସନ ପାଇଁ ଟଙ୍କାଚିନ୍ତା। ସ୍ବାମୀ ସ୍ତ୍ରୀ ଦୁହେଁ ଭାଙ୍ଗି ପଡିଛନ୍ତି । ଅପରେଶନ କଲେ ଲକ୍ଷାଧିକ ଟଙ୍କା ଦରକାର। ସେହି ଚିନ୍ତାରେ ବୃନ୍ଧା ଓ ସ୍ତ୍ରୀ ସବିତା ଟଙ୍କା ଯୋଗାଡରେ ଦିନରାତି ଏକ କରି ଦେଉଛନ୍ତି। ତାହାବି ଅର୍ଥ ଯୋଗାଡ କରି ପାରୁ ନ ଥିବା ବୃନ୍ଦା କହିଛନ୍ତି। ଫଳରେ ସରକାରୀ ସହାୟତା ପଇଁ ସ୍ବାମୀ ସ୍ତ୍ରୀ ଦୁହେଁ ପ୍ରଶାସନ ପାଖରେ ଭିକ୍ଷା କରି ନିବେଦନ କରୁଥିବା କହିଛନ୍ତି। ତେବେ ଏନେଇ ନୂଆପଡା ଜିଲାପାଳ ଡ. ପୋମା ଟୁଟୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଋକ୍ମଣୀର ଚିକିତ୍ସା ତଥା ଅପରେଶନ ପାଇଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ଏନେଇ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି।
All Right Reserved By

ସମ୍ବଲପୁର

ଆଜିଠୁ ଆରମ୍ଭ କୁମାରୋତ୍ସବ: ଶକ୍ତିପୀଠ କାନପୁର ଚଳଚଞ୍ଚଳ, ବରଷକ ପରେ ଗମ୍ଭୀରାରୁ ବାହାରିବେ ମା’ ମାହେଶ୍ୱରୀ

ଆଜିଠୁ ଆରମ୍ଭ କୁମାରୋତ୍ସବ: ଶକ୍ତିପୀଠ କାନପୁର ଚଳଚଞ୍ଚଳ, ବରଷକ ପରେ ଗମ୍ଭୀରାରୁ ବାହାରିବେ ମା’ ମାହେଶ୍ୱରୀ

ବୀରମହାରାଜପୁର, ୨୩।୧୦(ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ବୀରମହାରାଜପୁର ନିକଟସ୍ଥ କାନପୁରଠାରେ ମା’ ମାହେଶ୍ୱରୀଙ୍କ ପ୍ରସିଦ୍ଧ କୁମାରୋସତ୍ବ ଯାତ୍ରା ପାଇଁ ସାରା ଅଞ୍ଚଳ ଏବେ ଚଳଚଞ୍ଚଳ। ଆବାହମାନ କାଳରୁ ପାରମ୍ପରିକ ରୀତିନୀତି  ଅନୁଯାୟୀ ଏଠାରେ ଅନୁଷ୍ଠିତ ହୋଇ ଆସୁଥିବା ତ୍ରିଦିନାମତ୍କ ଯାତ୍ରାର ମଙ୍ଗଳବାର ହେଉଛି ଶୁଭାରମ୍ଭ । କେବଳ ସୁବର୍ଣ୍ଣପୁର ଜିଲା ନୁହେଁ   ପଶ୍ଚିମଓଡିଶାର ଏକ ପ୍ରସିଦ୍ଧ ଶକ୍ତିକ୍ଷେତ୍ର ଭାବେ ପରିଚିତ ଏହି ଦେବୀ ପୀଠରେ ଫି ବର୍ଷ ଆଶ୍ୱିନ ପୂର୍ଣ୍ଣିମା ଅବସରରେ ଏହି ପର୍ବପାଳନ କରାଯାଇ ଥିବାରୁ ଏ ଯାତ୍ରାକୁ ଆଶୀନପୁନି ଯାତରା  ଭାବେ ସଭିଏ ଜାଣନ୍ତି । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଏଇଠି ସମାଗମ ହୁଏ।

ଟ୍ରକ୍‌ ନେଲା ଯୁବକଙ୍କ ଜୀବନ

ଟ୍ରକ୍‌ ନେଲା ଯୁବକଙ୍କ ଜୀବନ

ଭଟଲି, ୨୩।୧୦ (ଡି.ଏନ.ଏ.)
ବରଗଡ଼ ଜିଲା ଭଟଲି ଥାନା ସୁକୁଡା ଛକରେ ମଙ୍ଗଳବାର ସକାଳ ୧୧ଟାରେ ଦୁର୍ଘଟଣା ଘଟିଛି। 

ଖଳାରେ ଧାନ ଜଗି ଥିବାବେଳେ ସମିତିସଭ୍ୟଙ୍କୁ ହାତୀ ଦଳିଦେଲା

ଖଳାରେ ଧାନ ଜଗି ଥିବାବେଳେ ସମିତିସଭ୍ୟଙ୍କୁ ହାତୀ ଦଳିଦେଲା

ବରଗଡ଼ ଅଫିସ/ଝାରବନ୍ଧ,୨୩।୧୦-
ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବଣ୍ଡାମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣକର ଜୀବନ ଯାଇଛି। ମୃତକ ହେଲେ ଏହି ଗ୍ରାମର ଚାଷୀ ତଥା କନ୍ଦାଡଙ୍ଗର ପଞ୍ଚାୟତର ସମିତିସଭ୍ୟ ଧୁବାରାମ ନାଗ(୫୫) । ନିଜ ଖଳାରେ ଅମଳ ଧାନକୁ ଜଗିଥିବାବେଳେ ସେ ହାତୀ ଆକ୍ରମଣର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି। ତେବେ ତାଙ୍କ ସହିତ ରହିଥିବା ଆଉଜଣେ ଶ୍ରମିକ ହାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।

ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ: ଚାନ୍ଦା ଆଦାୟ ମନା, ବାଜିବନି ଡିଜେ

ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ: ଚାନ୍ଦା ଆଦାୟ ମନା, ବାଜିବନି ଡିଜେ

ରେଢ଼ାଖୋଲ,୨୩।୧୦(ଡି.ଏନ.ଏ.)
ରେଢ଼ାଖୋଲରେ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ। ଏଥିପାଇଁ  ଥାନା ପରିସରରେ ଏକ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଏଥିରେ ସଭାପତିତ୍ୱ କରିଥିଲେ। 

କନ୍ୟା ସନ୍ତାନ କୌଣସି ଗୁଣରେ ନ୍ୟୁନ ନୁହନ୍ତି

କନ୍ୟା ସନ୍ତାନ କୌଣସି ଗୁଣରେ ନ୍ୟୁନ ନୁହନ୍ତି

ସୋନପୁର,୨୩।୧୦(ନି.ପ୍ର.)କୈଶୋର ସ୍ବାସ୍ଥ୍ୟର ସୁରକ୍ଷା ତଥା ବାଲ୍ୟ ବିବାହ ଓ ତାର ପ୍ରତିକାର ସମ୍ପର୍କିତ ଜିଲାସ୍ତରୀୟ କର୍ମଶାଳା ସୁବର୍ଣ୍ଣପୁର ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ୟା ସନ୍ତାନମାନେ କେବେ ବି କୌଣସି ଗୁଣରେ ନ୍ୟୁନ ନୁହନ୍ତି। 

ଦାଦନ ଚାଲାଣରୁ ଡକାୟତି, ୭ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ଦାଦନ ଚାଲାଣରୁ ଡକାୟତି, ୭ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ବଲାଙ୍ଗୀର ଅଫିସ,୨୨।୧୦-ବଲାଙ୍ଗୀର ଜିଲା ଦେଓଗାଁଠାରେ ଡକାୟତି ଉଦ୍ୟମ କରୁଥିବା ୭ ଆନ୍ତଃ ରାଜ୍ୟ ଡକାୟତଙ୍କୁ ତୁଷରା ପୋଲିସ ରବିବାର ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ବଡ଼ସାଇମରା ଗାଁର ତନୁ ଓରଫ ତନୁରାଜ ମହାନନ୍ଦ, ବନମାଳୀ ଓରଫ ସାହିଲ ତାଣ୍ଡି, କଣ୍ଟାବାଞ୍ଜିର ପ୍ରଦ୍ୟୁମ୍ନ 

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଜୁନାଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ କଟିଙ୍ଗପଦରଠାରେ ୨ଦିନ ଧରି ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ରିଷିଡ଼ା ଦଳ ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ରିଷିଡ଼ା ଦଳ ବିଜୟୀ

ରିଷିଡ଼ା,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମଠାରେ ରବିବାର ଅପରାହ୍ନରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି ।

ଇଂରାଜୀ ସହାୟକ କର୍ମଶାଳା ଉଦ୍‌ଯାପିତ

ଇଂରାଜୀ ସହାୟକ କର୍ମଶାଳା ଉଦ୍‌ଯାପିତ

ଧର୍ମଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ମାଧ୍ୟମିକ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଗତ ଏକ ସପ୍ତାହ ଧରି ଚାଲିଥିବା ଇଂରାଜୀ ସହାୟକ କର୍ମଶାଳା ସୋମବାର ଉଦ୍‌ଯାପିତ ହୋଇଯାଇଛି ।

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ବେଲପଡା, ୨୨ା୧୦(ଡି.ଏନ.ଏ.): ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଟଙ୍କା ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଜିଲା ବେଲପଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। 

ବ୍ୟାଡମିଣ୍ଟନ ଖେଲାଳିଙ୍କୁ ସମ୍ବର୍ଦ୍ଧନା

ବ୍ୟାଡମିଣ୍ଟନ ଖେଲାଳିଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୨୨।୧୦(ବ୍ୟୁରୋ) ସମ୍ବଲପୁର ଫ୍ରେଜର କ୍ଳବରେ ଦିବ୍ୟାଙ୍ଗ ବ୍ୟାଡ଼ମିଣ୍ଟନ   ଖେଲାଳି ପ୍ରମୋଦ  ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ଳବ ସଭାପତି ଶେଷଦେବ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି, ପ୍ରୟାସ ପରିବର୍ତ୍ତନ ଅନୁଷ୍ଠାନର ମୁଖ୍ୟ ଲଲାଟେନ୍ଦୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ରଘୁନାଥପାଲିରେ ବଏଲଯାତ୍ରା

ରଘୁନାଥପାଲିରେ ବଏଲଯାତ୍ରା

କୋଲାବିରା,୨୨।୧୦(ଡି.ଏନ.ଏ.) 
ଝାରସୁଗଡ଼ା ଜିଲା କୋଲାବିରାର ରଘୁନାଥପାଲଠାରେ ମା’ ସମଲେଶ୍ୱରୀଙ୍କ ଦ୍ୱାଦଶୀ ବଏଲଯାତ୍ରା ପାରମ୍ପରିକ ରୀତନୀତି ଅନୁସାରେ ପାଳିତ ହୋଇଛି। ଗତ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ଆଦ୍ୟପର୍ବ ସୋମବାର ଦେବୀଙ୍କ ପୀଠରେ ସମାପନ ହୋଇଛି। ଅଶ୍ୱିନୀ କୃଷ୍ଣପକ୍ଷ ପ୍ରତିପଦାଠାରୁ ୯ ଦିନ ବ୍ୟାପୀ ସମଲେଇ ମନ୍ଦିରରେ ଅଖଣ୍ଡଦୀପ ପ୍ରଜ୍ଜ୍ୱଳନ, ସପ୍ତମୀ ତିଥିରେ ପାଟଖଣ୍ଡା ସ୍ଥାପନ, ନିଶାପୂଜା, ଅଷ୍ଟମୀ ତିଥିରେ ଷୋହଳ ଖଣ୍ଡା ସ୍ଥାପନ ଏବଂ  ବଏଲଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ରାତିରେ ଗଣ୍ଡ ସମ୍ପ୍ରଦାୟର ଲୋକଙ୍କ ମୁଣ୍ଡରେ ଦେବୀଙ୍କ ପୂଜକମାନେ ଫୁଲର ଚୂଳ ବାନ୍ଧି ମୁହଁରେ ସିନ୍ଦୁର ବୋଳି ପୂଜା ଉପଚାର କରିଥିଲେ। ବରୁଆଙ୍କ ଦେହରେ ଦୈବୀ ଶକ୍ତି ସଞ୍ଚାର କରିବା ପାଇଁ ଯଥାବିଧି ମନ୍ତ୍ରତନ୍ତ୍ର  ଉଚ୍ଚାରଣ ସହ ତାଙ୍କ କପାଳରେ ଦେବୀଙ୍କ ଛଡା ସିନ୍ଦୁର, ଫୁଲ, ଅରୁଆ ଚାଉଳ ଆଦି ଚଢ଼ାଯାଇଥିଲା।