ସମ୍ବଲପୁର

ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ପୋତା ଶବ ଖୋଳିଲା ପୋଲିସ

ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ପୋତା ଶବ ଖୋଳିଲା ପୋଲିସ
ବଲାଙ୍ଗୀର ଅଫିସ/ପାଟଣାଗଡ଼, ୧୫।୧୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲାରେ ଦାଦନ ଶ୍ରମିକ ନିର୍ଯାତନା ଘଟଣା କମୁନାହିଁ। ପାଟଣାଗଡ଼ ପୋଲିସ ଶୁକ୍ରବାର ଜଣେ ଦାଦନ ଶ୍ରମିକଙ୍କ ପୋତା ଶବକୁ ଖୋଳି ତଦନ୍ତ ଆରମ୍ଭ କରିବା ପରେ ଦାଦନ ଶ୍ରମିକ ନିର୍ଯାତନ ଘଟଣା ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ପାଟଣାଗଡ଼ ଥାନା କେନ୍ଦୁମୁଣ୍ଡି ପଞ୍ଚାୟତ ତୁଲସୀଡୁଙ୍ଗୁରୀ ଗାଁରେ ଶୁକ୍ରବାର ଅପରାହ୍ନରେ ପୋଲିସ ପହଞ୍ଚି ପୋତାଯାଇଥିବା ସେହି ଗାଁର କନକ ବନଗୁଲା (୩୦)ଙ୍କ ମୃତଦେହ ଖୋଳି ବାହାର କରିଥିଲା। କନକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ପ୍ରଚାର ହେବା ପରେ ପୋଲିସ ଏଭଳି ପଦକ୍ଷେପ ନେଇଛି। ପୋଲିସ ପକ୍ଷରୁ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ମୃତ୍ୟୁକୁ ନେଇ ସନ୍ଦେହ ହେବାରୁ ଏହାକୁ ଖୋଳାଯାଇ ବ୍ୟବଚ୍ଛେଦ କରାଯାଇ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କିଛିଦିନ ତଳେ କନକ ବନ୍‌ଗୁଲା ତାଙ୍କ ସ୍ତ୍ରୀ ଓ ଦୁଇଛୁଆକୁ ଧରି ବେଲପଡ଼ା ଥାନା ଅନ୍ତର୍ଗତ ଖଏରମାଲ ଗାଁକୁ ଏକ ବାହାଘର କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ଗତ ୧୩ ତାରିଖ ରାତି ପ୍ରାୟ ୩ଟାରେ କେତେକ ଲୋକ ଖଏରମାଲ ଯାଇ କନକ ବନଗୁଲାଙ୍କୁ ଜୋର ଦବରଦସ୍ତି ନେଇଯାଇଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ୧୨ଟାରେ କନକଙ୍କୁ କେତେକ ତାଙ୍କ ଗାଁ ତୁଲସୀଡୁଙ୍ଗୁରୀ ଗାଁରେ ଆଣି ଛାଡ଼ିଯାଇଥିଲେ। ଘରେ ପହଞ୍ଚିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ କେଉଁ ପରିସ୍ଥିତିରେ କନକଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ସଂଧ୍ୟାରେ ତାଙ୍କ ମୃତ୍ୟୁ ପରେ ତରବରିଆଭାବେ ପରିବାର ଲୋକେ ମୃତଦେହକୁ ପୋତିଦେଇଥିବା ଚର୍ଚ୍ଚା ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଶୁକ୍ରବାର ପାଟଣାଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋତାଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲା। କିଛିବର୍ଷ ହେଲା କନକ ଦାଦନ ଶ୍ରମିକଭାବେ ରାଜ୍ୟ ବାହାରକୁ ଇଟା ଗଢ଼ିବା ପାଇଁ ଯାଉଥିଲେ। ଚଳିତବର୍ଷ ମଧ୍ୟ ରାଜ୍ୟ ବାହାରକୁ ଇଟା ଗଢ଼ି ଯିବା ପାଇଁ ବେଲପଡ଼ା ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାରଙ୍କଠାରୁ ସେ କୁଆଡେ ୮୦ହଜାର ଟଙ୍କା ଅଗ୍ରୀମ ନେଇଥିଲେ। ତେବେ ଅଗ୍ରୀମ ଦେଇଥିବା ଦାଦନ ସର୍ଦ୍ଦାର କନକଙ୍କୁ କାମ କରିଯିବା ପାଇଁ ଡାକିବା ପରେ ଗୋଟିଏ ବାହାଘର ଅଛି ଓ ତାହା ସରିବା ପରେ ଇଟାଗଢ଼ି ଯିବେ ବୋଲି କନକ କୁଆଡ଼େ କହିଥିଲେ। ଏଥିରେ ଦାଦନ ସର୍ଦ୍ଦାର ରାଜି ହୋଇ ନ ଥିଲେ। ଖଏରମାଲ ବାହାଘର ଯାଇଥିବାବେଳେ କନକଙ୍କୁ ସେଠାରୁ ଦାଦନ ସର୍ଦ୍ଦାର ଓ ତାଙ୍କର କିଛି ଲୋକ ଜୋର ଜବରଦସ୍ତି ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ସମ୍ପୃକ୍ତ ଦାଦନ ସର୍ଦ୍ଦାରଙ୍କ ନିର୍ଯାତନା ସହି ନ ପାରି କନକ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
All Right Reserved By

ସମ୍ବଲପୁର

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ସୋନପୁର,୨୨।୧୦(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକର ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ର ଓ ଠେଙ୍ଗୋ ଡ୍ୟାମକୁ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ଧର୍ମଶାଳା ଛକରୁ ପୀଠକୁ ଯାଇଥିବା ୨୭କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ରାସ୍ତାରୁ ମେଟାଲ, ପିଚୁ ଉଠି ଗଲାଣି। ପର୍ଯ୍ୟଟକଙ୍କ ଗାଡି ରାସ୍ତାରେ ଫସି ରହୁଛି। ଶ୍ରଦ୍ଧାଳୁମାନେ ଦୁରଦୂରାନ୍ତରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସି ହୀନସ୍ତା ହେଉଛନ୍ତି। 

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ସୋନପୁର,୨୧।୧୦(ନି.ପ୍ର.): ସୋନପୁର ଆର୍ମଡ ରିଜର୍ଭ ପୋଲିସ ପଡିଆରେ ରବିବାର ୫୯ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଏସ୍‌ପି ଦେବୀ ପ୍ରସାଦ ଦାଶ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୋଲିସ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଶହୀଦ ଦିବସରେ ଦେଶର ସେବା ପାଇଁ ନୂତନ ପ୍ରେରଣା ମିଳେ ବୋଲି ଏସ୍‌ପି ଦାଶ କହିଥିଲେ। 

ଉତ୍କଳଶ୍ରୀ-୧୯:  ଭାଗନେବେ ୩ଶହ ପ୍ରତିଯୋଗୀ

ଉତ୍କଳଶ୍ରୀ-୧୯: ଭାଗନେବେ ୩ଶହ ପ୍ରତିଯୋଗୀ

ବଲାଙ୍ଗୀର ଅଫିସ, ୨୧ା୧୦: ବଲାଙ୍ଗୀର ଆମେଚୁଅର ବଡିବିଲ୍‌ଡିଂ ସଂଘ ଆନୁକୂଲ୍ୟରେ ବଲାଙ୍ଗୀରଠାରେ ଆଗାମୀ ଜାନୁଆରୀ ୧୨ ଓ ୧୩ ତାରିଖ ଦିନ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଉତ୍କଳଶ୍ରୀ-୨୦୧୯ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏନେଇ ସର୍କିଟ୍‌ ହାଉସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜନ କମିଟି ସମ୍ପାଦକ ସଞ୍ଜୟ କୁମାର ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଆୟୋଜନ କମିଟି ଚେୟାରମେନ୍‌ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ସଭାପତି ଲଳିତ କୁମାର ନାୟକ ଯୋଗଦାନ କରିଥିଲେ। 

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ବଲାଙ୍ଗୀର ଅଫିସ,୨୧।୧୦-ବଲାଙ୍ଗୀର ଟାଉନ ଥାନା ମାଲପଡ଼ା ରାମମନ୍ଦିର ନିକଟରେ ଶନିବାର ମଧ୍ୟ ରାତ୍ରିରେ ଘଟିଛି ଅଘଟଣ। ରାମମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି। ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡ଼ିଯାଇଛି। ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେବା ଯୋଗୁ ଫାଟିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୩ ସଦସ୍ୟ।

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣା, ୨୧।୧ଠ (ଡି.ଏନ୍‌.ଏ.)-ରବିବାର ଦେଶର ପୋଲିସ ବାହିନୀ ତାହାର ୫୯ତମ ଶହୀଦ ଦିବସ ପାଳନ କରୁଥିଲାବେଳେ ଏହି ଉପଲକ୍ଷେ କଳାହାଣ୍ଡି ଜିଲା ସଦର ଭବାନୀପାଟଣା ଠାରେ ଥିବା ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳିତ ହୋଇଥିଲା । ପୂର୍ବାହ୍ନ ୮ ଟାରେ ରିଜର୍ଭ ପୋଲିିସ ପଡ଼ିଆଠାରେ ଜିଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଥିବା ପୋଲିସ ଶହୀଦ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ବର୍ଗତ ଆତ୍ମା 

ପ୍ରସିଦ୍ଧ ରାବଣପୋଡି ସହ ଶେଷ ହେଲା ଦଶହରା:  ମଞ୍ଚରେ ଦେଶପ୍ରେମର ବାର୍ତ୍ତା

ପ୍ରସିଦ୍ଧ ରାବଣପୋଡି ସହ ଶେଷ ହେଲା ଦଶହରା: ମଞ୍ଚରେ ଦେଶପ୍ରେମର ବାର୍ତ୍ତା

ନୂଆପଡା ଅଫିସ, ୨୧।୧୦- ଆଜକୁ ଦଶଦିନ ଧରି ନୂଆପଡା ଜିଲାର ପୁରପଲ୍ଲୀରେ ଦଶହରା ପର୍ବ ପାଳିତ ହୋଇଥିଲା। ଶେଷ ଦିନରେ ବିଭିନ୍ନ ଜାଗାରେ ରାବଣ ପୋଡି, ଆତସବାଜୀ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା। ତନ୍ମଧ୍ୟରୁ ଜିଲା ସଦର ମହକୁମାର ରାବଣ ଦହନ କାର୍ଯ୍ୟକ୍ରମ ନିଆରା ଥିଲା         ଜିଲା ସଦର ମହକୁମାରେ ୭ଟି ଜାଗାରେ ଅର୍ଥାତ ସାର୍ବଜନୀନ ପୂଜା, ଦୁର୍ଗା ମନ୍ଦିର, ତେଲିପଡା, ଶ୍ରୀରାମ କମ୍ପ୍ଲେକ୍ସ, ପୋଲିସ ପଡିଆ, ସିର୍ତୋଲ ଏବଂ ନୀଳଶୈଳ ନଗର ପଡାରେ ପୂଜା ହୋଇଥିଲା। ଏସବୁ 

ଦୁଇ ବାଇକ ମୁହଁ।ମୁହିଁ ଧକ୍କା: ୧ ମୃତ, ଜଣେ ଗୁରୁତର

ଦୁଇ ବାଇକ ମୁହଁ।ମୁହିଁ ଧକ୍କା: ୧ ମୃତ, ଜଣେ ଗୁରୁତର

ବେଦବ୍ୟାସ, ୨୧।୧୦ (ଡି.ଏନ.ଏ)- ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଫାଣ୍ଡିର ଡିସ୍କ ଛକ ସ୍ଥିତ ସନ୍ଧ୍ୟା ସାଢ଼େ ୫ଟାରେ ଦୁଇ ବାଇକ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ଖଇରବନ୍ଧ ପାର୍ଶ୍ୱରୁ ବଡମାରେନ ଆଡକୁ ଯାଉଥିବା ଟିଭିଏସ ବାଇକ ନଂ. ଓଡି ୧୪ ଡି- ୧୩୫୮ ସହ ବିପରିତ ପାର୍ଶ୍ୱରୁ ଆସୁଥିବା ହିରୋହୋଣ୍ଡା ବାଇକ ନଂ. ଓଡି ୧୪ ଡି- 

ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ବିଜେପୁର, ୨୧।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ବ୍ଲକ କଲଙ୍ଗାପାଲିରେ ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଚେୟାରମେନ ପରିତୋଷ ସୁନା ଏହାକୁ ଉଦ୍‌ଘାଟନ କରିଥିଲେ। ପଲିଥିନ ବର୍ଜନ, ଶୌଚାଳୟ ବ୍ୟବହାର, ଗ୍ରାମ ସଫେଇ, ଠୁଙ୍ଗା ପ୍ରସ୍ତୁତି କରି ସ୍ବାବଲମ୍ବି ହେବା, ଟୀକାକରଣ ବିଷୟରେ ବିଭିନ୍ନ ଦିବସରେ ଶିବିରାର୍ଥୀଗଣ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଉଦ୍‌ଯାପନୀ ସମାରୋହରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର 

ସୋହେଲା ଦୁର୍ଗାପୂଜା: ସରିଲା ରାବଣପୋଡି, ଭସାଣି

ସୋହେଲା ଦୁର୍ଗାପୂଜା: ସରିଲା ରାବଣପୋଡି, ଭସାଣି

ସୋହେଲା,୨୧।୧୦ (ଡି.ଏନ.ଏ)-ବରଗଡ ଜିଲା ସୋହେଲାଠାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମରେ ଶାନ୍ତିଶୃଙ୍ଖଳାର ସହିତ ପଶ୍ଚିମ ଓଡିଶାର ଖ୍ୟାତିଲାଭ କରିଥିବା ସୋହେଲାର ପ୍ରସିଦ୍ଧ ରାବଣପୋଡି ଶନିବାର ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୂଜାର ପ୍ଲାଟିନମ ଜୁବୁଲି ପାଳନ କରାଯାଇଥିବାରୁ ପୂଜା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୀମାନ୍ତ ପଡୋଶୀ ରାଜ୍ୟ ସମେତ ଦୂର ଦୂରାନ୍ତରରୁ ଲୋକେ ଏହି ପୂଜା 

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ରାଉରକେଲା ଅଫିସ,୨୧।୧୦- ଝିରପାଣି ଥାନା ଝିରପାଣି ପୁନର୍ବସତି କଲୋନୀରେ ରହୁଥିବା ଜଣେ ଯୁବତୀ କେତେକ ବେକାର ଯୁବକଙ୍କୁ ଚାକିରି ଦେବା ଆଳରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ମଧ୍ୟାହ୍ନରେ କିଛି ଯୁବକ ଥାନାରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ହେଲେ ଠକେଇ କରିଥିବା ଯୁବତୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ଦେଖାଯାଇଥିଲା। ‘ମୁଁ ସୁବିଧା ଅନୁସାରେ ଟଙ୍କା ଫେରାଇ ଦେବି। ଆପଣମାନେ

ଧାନ ସଂଗ୍ରହ ଆରମ୍ଭ ହୋଇନି: ଚାଲିଛି ଅଣ୍ଡରରେଟ୍‌ ମସୁଧା

ଧାନ ସଂଗ୍ରହ ଆରମ୍ଭ ହୋଇନି: ଚାଲିଛି ଅଣ୍ଡରରେଟ୍‌ ମସୁଧା

ବରଗଡ଼ ଅଫିସ୍‌,୨୧।୧୦
ବରଗଡ଼ ଜିଲାରେ ଆଉ ୨ସପ୍ତାହ ପରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୫ତାରିଖରୁ ଜିଲାରେ ଧାନ କିଣାବିକା ଚାଲିବ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଚାଲିଛି। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାଠାରୁ ଆରମ୍ଭ କରି ଆକାଉଣ୍ଟ ଯାଞ୍ଚ ଏବଂ ଅନ୍ୟ ଆବଶ୍ୟକ କାଗଜାତ୍‌ ପ୍ରସ୍ତୁତିରେ ବିଭାଗୀୟ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଅଣ୍ଡରରେଟ୍‌ରେ ଧାନ କିଣିବା ପାଇଁ ବେପାରୀଙ୍କ ମସୁଧା ମଧ୍ୟ ପଛରେ ପଡ଼ିନାହିଁ । ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବହିତ ପୂର୍ବରୁ ଗ୍ରାମାଞ୍ଚଳରେ ବେପାରୀମାନେ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ବଡ଼ଗାଁ, ୨୧।୧୦ (ଡି.ଏନ.ଏ)-  ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଞ୍ଚଳରେ ଚୋରି ସନ୍ଦେହରେ ଥାନାରେ ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ବାହାରର କେତେକ ଯୁବକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଥାନା ଭିତରେ ପଶି ଅଟକ ଥିବା ଯୁବକଙ୍କୁ ମାଡ଼ମାରିଥିବା ବାହାରର ଯୁବକମାନଙ୍କ ଗିରଫ ଦାବିକରି ବଡ଼ଗାଁରେ ଶନିବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚୋରି ସନ୍ଦେହରେ ଅଟକ ଯୁବକଙ୍କ ସମ୍ପର୍କୀୟ, ସମର୍ଥକ କୁହାଯାଉଥିବା ଶତାଧିକ ମହିଳା, ପୁରୁଷ ଥାନାକୁ ଆସି ପାଟିତୁଣ୍ଡ