ସମ୍ବଲପୁର

୪ ଦଫା ଦାବି ନେଇ ସାକ୍ଷର ଭାରତ କାର୍ଯ୍ୟକ୍ରମ ପ୍ରେରକଙ୍କ ଜିଲାପାଳ ଅଫିସ ଘେରାଉ

୪ ଦଫା ଦାବି ନେଇ ସାକ୍ଷର ଭାରତ କାର୍ଯ୍ୟକ୍ରମ ପ୍ରେରକଙ୍କ ଜିଲାପାଳ ଅଫିସ ଘେରାଉ
ବରଗଡ଼ ଅଫିସ,୧୫।୧୨- ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ, ୨୦୧୬ ଜାନୁୟାରୀରୁ ଏପର୍ଯ୍ୟନ୍ତ ସମସ୍ତ ଏଇସି କେନ୍ଦ୍ରଗୁଡ଼ିକ ପାଇଁ ଉଦ୍ଦିଷ୍ଟ ମାସିକ ୨୨୫୦ ଟଙ୍କା ତୁରନ୍ତ ପ୍ରଦାନ, ନବସାକ୍ଷରମାନଙ୍କ ପାଇଁ ଉଦ୍ଦିଷ୍ଟ ଖର୍ଚ୍ଚ ପ୍ରଦାନ ଓ ପ୍ରତି ଏଇସି ସେଣ୍ଟରଗୁଡ଼ିକୁ ଧାର୍ଯ୍ୟ କରାଯାଇଥିବା ୬୦ ହଜାର ଟଙ୍କା ତୁରନ୍ତ ପ୍ରଦାନ ଦାବିରେ ସାକ୍ଷର ଭାରତ କାର୍ଯ୍ୟକ୍ରମରେ କାର୍ଯ୍ୟରତ ପ୍ରେରକମାନେ ଶୁକ୍ରବାର ବରଗଡ଼ ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି। ଏଥିସହ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ରୀୟ ଯୋଜନା ସାକ୍ଷର ଭାରତ କାର୍ଯ୍ୟକ୍ରମରେ ପ୍ରେରକମାନେ ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି। ସରକାର ସେମାନଙ୍କୁ ୨ ହଜାର ଟଙ୍କା ପାରିଶ୍ରମିକ ଦେବାକୁ ଧାର୍ଯ୍ୟ କରିଛନ୍ତି। ହେଲେ ଇତିମଧ୍ୟରେ ୩ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ସେମାନଙ୍କୁ ପ୍ରାପ୍ୟ ମିଳିନାହିଁ। ପ୍ରାପ୍ୟ ପାଇଁ ପ୍ରେରକମାନେ ଅନେକ ସମୟରେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କେନ୍ଦ୍ରରୁ ଆସୁଥିବା ପ୍ରାପ୍ୟ ବାବଦ ଅର୍ଥରାଶି ସେମାନଙ୍କୁ ପ୍ରଦାନ କରା ନ ଯାଇ ଫେରାଇ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଶିକ୍ଷାକେନ୍ଦ୍ର ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାକୁ ଆସୁଥିବା ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଉନାହିଁ। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସେମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।
All Right Reserved By

ସମ୍ବଲପୁର

ୟୁରିଆ ସାର ଗୋଦାମରେ ଉପଜିଲାପାଳଙ୍କ ଚଢ଼ାଉ

ୟୁରିଆ ସାର ଗୋଦାମରେ ଉପଜିଲାପାଳଙ୍କ ଚଢ଼ାଉ

କେସିଙ୍ଗା,୨୪।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଚଳିତବର୍ଷ ଭଲ ଚାଷ ହୋଇଥିବାରୁ ଚାଷରେ ଉପଯୁକ୍ତ ସମୟରେ ୟୁରିଆ ସାରର ଚାହିଦା ରହିଛି । ଚାଷୀ ଠିକ୍‌ ସମୟରେ ଧାନ, କପାରେ ୟୁରିଆ ସାର ପ୍ରୟୋଗ ହୋଇପାରୁ ନାହିଁ ।

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଖଡିଆଳ,୨୪।୯(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ସହର ଲକ୍ଷ୍ମିଚୌକଠାରେ ଗଜଲକ୍ଷ୍ମୀ ପୂଜା ଆସନ୍ତା ଅକ୍ଟୋବର ୨୩ରୁ ୨୮ ତାରିଖ ୬ଦିନ ବ୍ୟାପି ଅନୁଷ୍ଠିତ ହେବ । ଏ ନେଇ ସୋମବାର ଅନୁଷ୍ଠିତ ବୈଠକ ନିଷ୍ପିତି ନିଆଯାଇଛି । 

ନୂଆଁଖାଇ ଭେଟ୍‌ଘାଟ ପାଇଁ ବିଜେଡିର ପ୍ରସ୍ତୁତି

ନୂଆଁଖାଇ ଭେଟ୍‌ଘାଟ ପାଇଁ ବିଜେଡିର ପ୍ରସ୍ତୁତି

ବୀରମହାରାଜପୁର, ୨୪ା୯(ଡି.ଏନ.ଏ.): ଚଳିତବର୍ଷ ପ୍ରଥମ କରି ବିଜୁ ଜନତା ଦଳ ପାଳନ କରୁଛି ନୂଆଁଖାଇ ଭେଟଘାଟ। ପଶ୍ଚିମ ଓଡିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଚଳିତମାସ ଶେଷ ସୁଦ୍ଧା ଏଭଳି ସମାରୋହର ଆୟୋଜନ କରିବାକୁ ସ୍ଥିର ହୋଇଛି। 

ବିଜୁ ଜନତା ଦଳ ପକ୍ଷରୁ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ବିଜୁ ଜନତା ଦଳ ପକ୍ଷରୁ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

କେସିଙ୍ଗା,୨୪।୯(ଡି.ଏନ.ଏ.): ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଅନାମ ନାଏକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ ଉତ୍କୋଲ ବଜାର ପଡିଆଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । 

୬ ଦଫା ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

୬ ଦଫା ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କର୍ଲାମୁଣ୍ଡା,୨୪।୯(ଡି.ଏନ.ଏ.): ୬ ଦଫା ଦାବି ନେଇ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ଅଗ୍ନିଶମ କର୍ମଚାରୀ ସଂଘ। ଏଥିରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଏଥିରେ ସାମିଲ ହୋଇଛନ୍ତି।

ଅଗ୍ନିଶମ କର୍ମଚାରୀଙ୍କ ୬ଦଫା ଦାବି ପୂରଣ ପାଇଁ କାର୍ଯଯବନ୍ଦ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ ୬ଦଫା ଦାବି ପୂରଣ ପାଇଁ କାର୍ଯଯବନ୍ଦ ଆନ୍ଦୋଳନ

ଭଟଲି,୨୪।୯(ଡି.ଏନ.ଏ)
ଓଡ଼ିଶା ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ ପୋଲିସ କର୍ମଚାରୀମାନଙ୍କ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ, ଅଗ୍ନିଶମ ସଂସ୍ଥାର ହାବିଲଦାର ଏବଂ ପାୟାରମ୍ୟାନ ସଂଘକୁ ତୁରନ୍ତ ପଞ୍ଜୀକରଣଭୁକ୍ତ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ତୁରନ୍ତ ନିୟମିତ ଦରମା, ନିଜ ଜିଲା କିମ୍ବା ନିକଟସ୍ଥ ଜିଲାରେ ନିଯୁକ୍ତି ଦେବା ଏବଂ ଖାଲି ପଡ଼ିଥିବା ପଦବୀଗୁଡ଼ିକ ଶୀଘ୍ର ପୂରଣ କରିବା ଆଦି ୬ ଦଫା ଦାବି ନେଇ ଭଟଲି ଅଗ୍ନିଶମ ବିଭାଗ ପକ୍ଷରୁ ସୋମବାରରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।

୬ଦଫା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

୬ଦଫା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ବିଜେପୁର,୨୪।୯(ଡି.ଏନ.ଏ.)
ବରଗଡ଼ ଜିଲା ବିଜେପୁର ଦମକଳ କେନ୍ଦ୍ର ପରିସରରେ ୬ ଦଫା ଦାବିରେ ହାବିଲଦାର ଓ ଫାୟାରମ୍ୟାନମାନେ ସୋମବାର ଧାରଣା ଦେଇଛନ୍ତି। ଅଗ୍ନିଶମ କର୍ମଚାରୀମାନଙ୍କୁ ପୋଲିସ କର୍ମଚାରୀଙ୍କ ସହ ସମାନ ଦରମା ଓ ଭତ୍ତା, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସରକାଳୀନ ଭତ୍ତା ଆଦି ୬ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ଆନ୍ଦୋଳନକାରୀ ଅଗ୍ନିଶମ କର୍ମଚାରୀଗଣ ଚେତାବନୀ ଦେଇଛନ୍ତି।

ଏସିଡ୍‌ ପୀଡ଼ିତାଙ୍କ ପାଇଁ ଆଇନ ସଚେତନତା ଶିବିର

ଏସିଡ୍‌ ପୀଡ଼ିତାଙ୍କ ପାଇଁ ଆଇନ ସଚେତନତା ଶିବିର

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.) 
କଳାହାଣ୍ଡି ଜିଲା ଆଇନସେବା ପ୍ରାଧିକରଣ ତରଫରୁ ରବିବାର ଏସିଡ୍‌ ଆର୍କମଣରେ ଶୀକାର ହେଉଥିବା ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ଶିବିର ଭବାନୀପାଟଣାସ୍ଥିତ କଣ୍ଟାବାଞ୍ଜିଠାରେ ଅନୁଷ୍ଠିତ ହୋଇଯାଇଛି।

ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି : ଭବାନୀପାଟଣା ଓକିଲ ସଂଘର କୋର୍ଟ ବର୍ଜନ

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.)
କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚତ୍ ପ୍ରତିଷ୍ଠା ଦାବି ନେଇ କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ କୁମାର ପଣ୍ଡା ଓ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ମାସର ଶେଷ ସୋମବାରରେ ଭବାନୀପାଟଣାର ସମସ୍ତ ବିଚାର ବିଭାଗୀୟ ଅଦାଲତର କାର୍ଯ୍ୟ ବନ୍ଦ କରାଯାଇଛି। ଜିଲା ଦୌରାଜଜ୍‌ଙ୍କ ବିଚାରପତିମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଓକିଲମାନେ ସେମାନଙ୍କୁ ବାରଣ କରିଥିଲେ। ଏଥିରେ ବିଚାରପତିମାନେ ଫେରିଆସିଥିଲେ।

ବିଦ୍ୟୁତ ଆଘାତରେ ଜଣେ ମୃତ

ବିଦ୍ୟୁତ ଆଘାତରେ ଜଣେ ମୃତ

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.) 
ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ଭୋଇ (୪୧) ବିଦ୍ୟୁତ୍‌ କରେଣ୍ଟ ଆଘାତ ପାଇ ମୃତ ହୋଇଛନ୍ତି। ସୋମବାର ପାଷ୍ଟିପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ଭୋଇଙ୍କ କପା ଜମି ଉପରେ ୧୧ କେଭି ବିଦ୍ୟୁତ ତାର ଓହଳି ପଡ଼ିଥିଲା। ଏ ସମ୍ପର୍କରେ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ବାରମ୍ବାର ଜଣାଇ ଆସୁଥିଲେ।

କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ବୀରମହାରାଜପୁର ଅଗ୍ନିଶମ କର୍ମଚାରୀ

କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ବୀରମହାରାଜପୁର ଅଗ୍ନିଶମ କର୍ମଚାରୀ

ବୀରମହାରାଜପୁର,୨୪।୯(ଡି.ଏନ.ଏ.)
୬ଦଫା ଦାବି ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଦମକଳ କେନ୍ଦ୍ରର ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପୋଲିସ କର୍ମଚାରୀମାନଙ୍କ ଭଳି ସମାନ ଦରମା ଓ ଭତ୍ତା, ଫାୟାରମ୍ୟାନ ଆସୋସିଏଶନକୁ ସରକାରୀ ପଞ୍ଜୀକରଣ ଭୁକ୍ତ କରିବା, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବା, ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପେନସନ୍‌ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ, ଅନ୍ୟାନ୍ୟ ସରକାରୀ କର୍ମଚାରୀ ଭଳି ଦୈନିକ ୮ଘଣ୍ଟା ପାଇଁ ଡ୍ୟୁଟିରେ ମୁତୟନ ଏବଂ ଖାଲି ପଡିଥିବା ପଦବୀ ଯଥାଶୀଘ୍ର ପୂରଣ ଦାବିରେ ଅଗ୍ନିଶମ କର୍ମଚାରୀମାନେ ସ୍ଥାନୀୟ ଫାୟାର ଷ୍ଟେସନ ସମ୍ମୁଖରେ ସୋମବାର ସକାଳୁ ଧାରଣା ଦେଇଛନ୍ତି।

କଂଗ୍ରେସର ମୋ ବୁଥ୍‌, ମୋ ଗୌରବ କାର୍ଯ୍ୟକ୍ରମ

କଂଗ୍ରେସର ମୋ ବୁଥ୍‌, ମୋ ଗୌରବ କାର୍ଯ୍ୟକ୍ରମ

ଜୁନାଗଡ,୨୪।୯(ଡି.ଏନ୍‌.ଏ)
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ପଞ୍ଚାୟତ କାନ୍ଦୁଲବନ୍ଦ ଓ ଚିକିଲିଠାରେ ରବିବାର କଂଗ୍ରେସର ମୋ ବୁଥ, ମୋ ଗୌରବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜୋନ୍‌ ସଭାପତି ତଥା ଯୁବ ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା।