ସମ୍ବଲପୁର

କୀଟନାଶକ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୀଟନାଶକ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ସରଣ୍ଡା,୧୫।୧୨(ଡି.ଏନ୍‌.ଏ.)-ବରଗଡ଼ ଜିଲା ପାଇକମାଳ ଥାନା କାଂସଡ଼ା ପଞ୍ଚାୟତ ବରପାଲି ଗ୍ରାମରେ ଚାଷୀ ଆତ୍ମହତ୍ୟା ଘଟଣାର ଦିନକ ପରେ ଗୁରୁବାର ବିଳମ୍ବିତ ରାତିରେ ଅତାବିରା ଥାନା ଭାଲୁପାଲି ଗ୍ରାମର ଯୁବଚାଷୀ ଉମେଶ ଜଗଦଲା (୩୫) ଆତ୍ମହତ୍ୟା କରିଛନ୍ତି। ଚକଡ଼ା ପୋକରେ ଫସଲକ୍ଷତି ଓ ଋଣବୋଝ ଚିନ୍ତାରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ବିମଳା ଅଭିଯୋଗ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ବୁର୍ଲାରୁ ଗାଁକୁ ଫେରିବା ବାଟରେ କ୍ଷତିପୂରଣ ଦାବିରେ ଅତାବିରା ବ୍ଲକ ଅଫିସ୍‌ ସମ୍ମୁଖରେ ମୃତଚାଷୀଙ୍କ ଶବ ରଖି ସ୍ଥାନୀୟ ଲୋକେ ୬ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ଅତାବିରା ତହସିଲଦାର ଡ. ଦୌଲତ ଚନ୍ଦ୍ରାକର, ଏନ୍‌ଏସି ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ଅତିରିକ୍ତ ଏସ୍‌ପି ଯଶୋବନ୍ତ ସେନାପତି, ଏସଡିପିଓ ସୁରେଶ କୁମାର ନାଏକ, ଆଇଆଇସି ଶ୍ୱେତପଦ୍ମା ବିଶ୍ୱାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମୃତଚାଷୀଙ୍କ ସ୍ତ୍ରୀଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୧୦ହଜାର, ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାଯର୍ର୍‌ୟାଦେଶ ପ୍ରଦାନ ସହ ସରକାରୀ ଜମି ପଟ୍ଟା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ଉମେଶ ନିଜର ଅଧ ଏକର ସହ ଭାଗରେ ୩ ଏକର ଜମି ନେଇ ଧାନଚାଷ କରିଥିଲେ। ଏଥିପାଇଁ ସେ ଏସ୍‌ଏଚ୍‌ଜି ଓ କିଛି ଲୋକଙ୍କଠାରୁ ୧ଲକ୍ଷରୁ ଅଧିକ ଟଙ୍କା କରଜ କରିଥିଲେ। ତେବେ ଏତେ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ସବୁ ଜମିରୁ ମାତ୍ର ୧୨ ପ୍ୟାକେଟ୍‌ ଧାନ ଅମଳ ହୋଇଥିଲା। କିଭଳି ଭାଗଧାନ ଦେବା ସହ ଋଣ ପରିଶୋଧ କରିବେ ସେ ନେଇ ଉମେଶ ସବୁବେଳେ ଚିନ୍ତିତ ଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ଗୁରୁବାର ସକାଳ ପ୍ରାୟ ୯ଟାରେ ସେ କ୍ଷେତକୁ ଯାଉଛି କହି ଆଉ ଫେରି ନ ଥିଲେ। ବିମଳା ତାଙ୍କୁ ଦିନ ପ୍ରାୟ ୧୧ଟାରେ ଖୋଜିବାକୁ ଗଲାବେଳେ ଉମେଶ କୀଟନାଶକ ପିଇ ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ପ୍ରଥମେ ଅତାବିରା ଓ ପରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଉମେଶଙ୍କ ମୃତ୍ୟୁ ହୋଇଥିଲା। ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଅତାବିରା ଏନ୍‌ଏସି ଅଧ୍ୟକ୍ଷା ସୁନିତା ବାଗ, ଜିଲା ପରିଷଦ ସଭ୍ୟ ଯୁବରାଜ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇ କ୍ଷତିପୂରଣ ଦାବି କରିଥିଲେ। ପ୍ରକାଶଥାଉକି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜିଲାର ୧୯ଜଣ ଚାଷୀ ଫସଲକ୍ଷତି ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ଗତ ଅଢ଼େଇ ମାସ ମଧ୍ୟରେ ୧୨ଜଣ ଚାଷୀଙ୍କ ଆତ୍ମହତ୍ୟା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
All Right Reserved By

ସମ୍ବଲପୁର

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବୀରମହାରାଜପୁର, ୧୫।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କୁମୁରସିଂଘା ଖେଳ ପଡିଆଠାରେ ଆୟୋଜିତ ୮ମ ମା’ ବାଉତୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ନୂଆଗାଁ,୧୫।୧୦(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମଜିଏସୱାଇ) ଗ୍ରାମାଞ୍ଚଳରେ ରାସ୍ତା ଘାଟର ବିକାଶରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଆସୁଛି । ଗାଁକୁ ଗାଁ, ଗାଁକୁ ସଦର ମହକୁମା ତଥା ଗାଁକୁ ସହର ସହିତ ସଂଯୋଗୀକରଣରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଭୁମିକା ଗୁରୁତ୍ୱପୂର୍ଣ୍ଣ । 

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ରିଷିଡ଼ା,୧୫।୧୦(ଡ଼ି.ଏନ.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିକଟସ୍ଥ ବଡଡୁଙ୍ଗୁରୀଗୁଡ଼ାଠାରେ ରବିବାର ଡଙ୍ଗର ଯାତ୍ରା ଅବସରରେ ଗୋଟିଏ ମେଣ୍ଢା ବଳି ଦିଆଯାଇଛି । 

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ଗୁଡ଼ଭେଲା,୧୫।୧୦(ଡ଼ି.ଏନ.ଏ.): ଗତ ସପ୍ତାହରେ ଆସିଥିବା ବାତ୍ୟା ତିତ୍‌ଲିରେ ଗୁଡ଼ଭେଲା ବ୍ଳକରେ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ଅତାବିରା,୧୫।୧୦(ଡି.ଏନ.ଏ.): ଦଶହରା ପର୍ବ ପର୍ବାଣୀ ପାଇଁ ରାସ୍ତା, ଘାଟ, ବସ, ଟ୍ରେକର ଗୁଡିକରେ ଯାତ୍ରୀଙ୍କ ନାହିଁ ନ ଥିବାର ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ବସଷ୍ଟାଣ୍ଡ, ଛକ ଗୁଡିକରେ ବସ, ଟ୍ରେକର ଡ୍ରାଇଭର, କଣ୍ଟ୍ରାକ୍ଟରମାନେ ଓଭର ଲୋଡରେ ଯାତ୍ରୀମାନଙ୍କୁ ବସାଇ ନେଉଛନ୍ତି । 

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୧୫।୧୦(ଡି.ଏନ.ଏ): କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମ ସ୍ଥିତ କାଶିଡଙ୍ଗରରେ ଜବାହାର ରୋଜଗାର ଯୋଜନାରୁ ୧୯୯୦ରେ ବୃକ୍ଷ ରୋପଣ କରାଯାଇଥିଲା ।

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର ଅଫିସ,୧୫।୧୦: ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ରବିବାର ସନ୍ଧ୍ୟାରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗୀର ମାଳପଡାର କଳିଙ୍ଗ ମେଣ୍ଡଲି(୩୦) ବୋଲି ଜଣାପଡିଛି ।

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ସମ୍ବଲପୁର,୧୫।୧୦(ବ୍ୟୁରୋ) : ସମ୍ବଲପୁରରେ ଦୁର୍ଗାପୂଜାର ନିଆରା ପରମ୍ପରା ରହିଛି। ଦେବୀଙ୍କ ପୂଜାର୍ଚ୍ଚନା ସହ ଆଖଡା ଖେଳ ବହୁ ପୁରୁଣା ପରମ୍ପରା ଅଟେ । ସମ୍ବଲପୁର ହାଟପଡ଼ା ଦୁର୍ଗାପୂଜା କମିଟି ଦଶହରା ମାସର ଶୁକ୍ଲପକ୍ଷ ସପ୍ତମୀ ତିଥିରୁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥାଏ ।

ଉଜୁଡିବ ଧଳାସୁନା ଚାଷ

ଉଜୁଡିବ ଧଳାସୁନା ଚାଷ

ପଦ୍ମପୁର, ୧୫।୧୦ (ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ପଦ୍ମପୁର, ଗାଇସିଲେଟ ଓ ପାଇକମାଳ ବ୍ଲକ ଅଞ୍ଚଳରେ ଧଳାସୁନା ଭାବେ ପରିଚିତ କପା ଚାଷ କରାଯାଉଛି। 

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତଳଗାଁ,୧୫।୧୦(ଡି.ଏନ୍‌.ଏ): ତିତ୍‌ଲି ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତରେ ଅନେକ ଘର ଭାଙ୍ଗି ଯାଇଛି । ତଳଗାଁ ପଞ୍ଚାୟତ ହରିଜନ ସାହିରେ ରୁହନ୍ତି ଚକ୍ରଧର ବେହେରା (୬୮) । 

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ବରଗଡ଼ ଅଫିସ୍‌,୧୫।୧୦: ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ବଜାର ପ୍ରାଙ୍ଗଣରେ ରବିବାର ଜୟ କିଶାନ ଆନ୍ଦୋଳନର ଏକ ଆଞ୍ଚଳିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଧାନଚାଷ ନଷ୍ଟ ଆଶଙ୍କା

ଧାନଚାଷ ନଷ୍ଟ ଆଶଙ୍କା

ଜୁନାଗଡ,୧୫।୧୦ (ଡି.ଏନ.ଏ.): ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ବାମ ମୁଖ୍ୟ କେନାଲର ତଳ ଅଞ୍ଚଳରେ ଥିବା ଜୁନାଗଡ ବ୍ଲକ ଆଟିଗଁ । ଓ ତଳମଲା ପଞ୍ଚାୟତକୁ ଠିକ ଭାବେ କେନାଳ ପାଣି ପହଞ୍ଚତ୍ ପାରୁ ନାହିଁ ।