ସମ୍ପାଦକୀୟ |

ଆଜିର ଅର୍ଥନୀତି/ନିରର୍ଥକ ଉଲ୍ଲାସ

ଆଜିର ଅର୍ଥନୀତି/ନିରର୍ଥକ ଉଲ୍ଲାସ
ଚଳିତ ଆର୍ଥିକ ବର୍ଷରେ ଭାରତ ୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ପୂର୍ବରୁ ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପୂର୍ବାନୁମାନ କରିଥିବା ବେଳେ ଏବେ ତାହାକୁ କମାଇ ୬.୭ ପ୍ରତିଶତ ହେବ ବୋଲି ଆକଳନ କରିଛି। ବିମୁଦ୍ରୀକରଣର ପ୍ରଲମ୍ବିତ ପ୍ରଭାବ, ଜିଏସ୍‌ଟିଜନିତ ଅସ୍ଥାୟୀ ସମସ୍ୟା ଏବଂ କୃଷି ଉପରେ ଅନିୟମିତ ପାଣିପାଗର ପ୍ରଭାବକୁ ଏଡିବି ଏଥିପାଇଁ ଦାୟୀ କରିଛି। ୨୦୧୮-୧୯ରେ ଭାରତର ଜିଡିପି ୭.୩ ପ୍ରତିଶତ ରହିବ ବୋଲି ବ୍ୟାଙ୍କ ଅନୁମାନ କରିଛି, ଯାହା ତା’ର ପୂର୍ବ ଆକଳନଠାରୁ ୦.୧ ପ୍ରତିଶତ କମ୍‌। ପାଞ୍ଚଟି ତ୍ରିମାସୀ ଧରି ଜିଡିପି କ୍ରମାଗତ ହ୍ରାସ ପାଇଥିବା ବେଳେ ଗତ ଜୁଲାଇ-ସେପ୍ଟେମ୍ବର ତ୍ରିମାସୀରେ ଏହା ୬.୩ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ଘୋଷଣା କରାଯିବାର କେଇ ସପ୍ତାହ ପରେ ଏଡିବି ତା’ର ପୂର୍ବାନୁମାନରେ ଏହିପରି ମତବ୍ୟକ୍ତ କରିଛି। ବ୍ୟାଙ୍କ ମତରେ ପୁନଃପୁଞ୍ଜୀକରଣ ଯୋଜନା ଓ ସହାୟକ ବିଶ୍ୱ ପରିବେଶ ଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ବାଲାନ୍ସ ଶୀଟ୍‌ରେ ଉନ୍ନତି ସହ ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଅଭିବୃଦ୍ଧି ସାମନ୍ୟ ବୃଦ୍ଧି ପାଇଲେ ମଧ୍ୟ ସାମଗ୍ରିକ ଅଭିବୃଦ୍ଧି ହାର ହ୍ରାସ ପାଇବ। ଆମ ଅର୍ଥନୀତି ଜିଏସ୍‌ଟି ଓ ଅନିୟମିତ ମୌସୁମୀଜନିତ କୃଷି ଉତ୍ପାଦନରେ ଅନିଶ୍ଚିତତା ପରି କେତେକ ଅସ୍ଥାୟୀ ସମସ୍ୟାର ସମ୍ମୁଖୀନ ହେବ ବୋଲି ବ୍ୟାଙ୍କ କହିଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ଗତ ଜୁଲାଇ ମାସରୁ ଡାଲି ଓ ପନିପରିବା ପ୍ରଭୃତି ଖାଦ୍ୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ସହ ପେଟ୍ରୋଲ ଓ ଡିଜେଲ ଦର ଧୀରେ ଧୀରେ ବୃଦ୍ଧି ପାଇଚାଲିଛି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ମାସଗୁଡ଼ିକରେ ଦରଦାମ୍‌ ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ଏହା ଆମ ଅଭିବୃଦ୍ଧିର ହାରକୁ କମାଇଦେବ। ଏଡିବିର ପୂର୍ବାନୁମାନ ଅନ୍ୟ ବିଶ୍ୱ ସଂସ୍ଥାଗୁଡ଼ିକର ଆକଳନ ସହ ମେଳ ଖାଉଛି। ବିଶ୍ୱବ୍ୟାଙ୍କ ଭାରତର ଜିଡିପି ୭.୨ ପ୍ରତିଶତ ହେବ ବୋଲି ପୂର୍ବରୁ ଆକଳନ କରିଥିବା ବେଳେ ଏବେ ତାହାକୁ ୭ ପ୍ରତିଶତକୁ ଖସାଇଦେଇଛି ଏବଂ ବିମୁଦ୍ରୀକରଣ ଓ ଜିଏସ୍‌ଟିକୁ ଏହାର କାରଣ ଭାବେ ଦର୍ଶାଇଛି। ଅର୍ଥନୈତିକ ସହଯୋଗ ଓ ବିକାଶ ସଂସ୍ଥା (ଓଇସିଡି) ମଧ୍ୟ ୨୦୧୭-୧୮ରେ ଭାରତର ଜିଡିପି ପୂର୍ବ ଆକଳନ ତୁଳନାରେ ହ୍ରାସ ପାଇ ୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି। ଫିଚ୍‌ ରେଟିଙ୍ଗ୍‌ସ ପୂର୍ବରୁ ଭାରତର ଜିଡିପି ୬.୯ ପ୍ରତିଶତ ରହିବ ବୋଲି ଆକଳନ କରିଥିବା ବେଳେ ଏବେ ତାହା ୬.୭ ପ୍ରତିଶତ ରହିବ ବୋଲି କହିଛି। ଏହା ମଧ୍ୟ ୨୦୧୮-୧୯ରେ ଭାରତର ଜିଡିପି ପୂର୍ବ ଆକଳନ ୭.୪ ବଦଳରେ ୭.୩ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରିଛି। ମୁଡିର ଗତମାସର ପୂର୍ବାନୁମାନ ଅନୁସାରେ ଭାରତର ଜିଡିପି ଗତବର୍ଷର ୭.୧ ପ୍ରତିଶତରୁ ହ୍ରାସ ପାଇ ୬.୭ ପ୍ରତିଶତ ହେବ। ବିଭିନ୍ନ ଦୃଷ୍ଟିରୁ ଭାରତର ଅର୍ଥନୀତିରେ ଅବନତି ଘଟିଚାଲିଛି। ଖୁଚୁରା ମୁଦ୍ରାସ୍ଫୀତି ୪.୮୮ ପ୍ରତିଶତରେ ପହଞ୍ଚିଛି, ଯାହା ଗତ ୧୫ ମାସରେ ସବୁଠାରୁ ଅଧିକ। ସେହିପରି ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ଗତ ଅକ୍ଟୋବର ମାସରେ ତିନିମାସର ସର୍ବନିମ୍ନ ସ୍ତର ୨.୨ ପ୍ରତିଶତରେ ପହଞ୍ଚିଛି। ଖୁଚୁରା ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ଆଶଙ୍କାକୁ ସତ୍ୟରେ ପରିଣତ କରିଛି। ବ୍ୟାଙ୍କ ଡିସେମ୍ବର ୬ ତାରିଖରେ ଏହାର ପଞ୍ଚମ ଦ୍ୱିମାସିକ ଆର୍ଥିକ ସମୀକ୍ଷା ବୈଠକରେ ଆଗାମୀ ଦୁଇଟି ତ୍ରିମାସୀ ଭିତରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ କରିଥିଲା। ଶିଳ୍ପ ଉତ୍ପାଦନ ହ୍ରାସ ପାଇବା ସୂଚିତ କରେ ପୁଞ୍ଜିନିବେଶ ଓ ଚାହିଦା ଏପର୍ଯ୍ୟନ୍ତ ସ୍ବଚ୍ଛନ୍ଦ ସ୍ଥିତିକୁ ଆସି ନାହିଁ। ଜିଡିପିରେ କିଛିଟା ବୃଦ୍ଧିକୁ ଦେଖି ଚଳିତ ମାସ ପ୍ରାରମ୍ଭରେ ସରକାର ଯେଉଁ ଉଲ୍ଲାସ ବ୍ୟକ୍ତ କରୁଥିଲେ ତାହା ନିରର୍ଥକ ବୋଲି ମନେହୁଏ। ଜିଏସ୍‌ଟି ସମସ୍ୟା ସୁଧୁରିବା ପରେ ହିଁ ଅର୍ଥନୀତିରେ କିଛିଟା ସୁଧାର ଆସିପାରିବ, ଯେଉଁଥିପାଇଁ ଆଉ କିଛି ସମୟ ଲାଗିବ। ମୁଦ୍ରାସ୍ଫୀତି ଓ ଆଇଆଇପି (ଶିଳ୍ପ ଉତ୍ପାଦନ ସୂଚକାଙ୍କ) ନୈରାଶ୍ୟଜନକ ରହିଥିବା ବେଳେ ଜିନିଷପତ୍ରର ଦରଦାମ୍‌ ବୃଦ୍ଧିକୁ ଦେଖି ରିଜର୍ଭ ବ୍ୟାଙ୍କ ରେପୋ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଲେ। ଆସନ୍ତା କିଛି ତ୍ରିମାସୀ ଭିତରେ ମୁଦ୍ରାସ୍ଫୀତି ଆହୁରି ଖରାପ ଆଡ଼କୁ ଗତି କରିପାରେ। ଅଶୋଧିତ ତୈଳଦର ବ୍ୟାରେଲ ପିଛା ୬୫ ଡଲାରରେ ପହଞ୍ଚିଛି, ଯାହା ଗତ ୩୦ ମାସ ଭିତରେ ସବୁଠାରୁ ଅଧିକ। ଏହା ମୁଦ୍ରାସ୍ଫୀତି ଉପରେ ଅଧିକ ଚାପ ସୃଷ୍ଟି କରିବ। ଆଗାମୀ କିଛି ତ୍ରିମାସୀ ଭିତରେ ପନିପରିବା ଦର ଚଢ଼ା ରହିବାର ଆଶଙ୍କା ରହିଛି। ଓଡ଼ିଶା ସମେତ କେତେକ ଉପକୂଳ ରାଜ୍ୟରେ ଅଦିନିଆ ବର୍ଷା ପାଚିଲା ଖରିଫ ଫସଲକୁ ପ୍ରଭାବିତ କରିଛି। ଏହା ଅଧିକାଂଶ ପୂର୍ବ ଓ ଦକ୍ଷିଣାଞ୍ଚଳ ରାଜ୍ୟରେ କୃଷି ଉତ୍ପାଦନକୁ ପ୍ରଭାବିତ କରିବ। ଏଥିଯୋଗୁ ଖାଦ୍ୟଶସ୍ୟର ମୂଲ୍ୟ ବୃଦ୍ଧି ଘଟିପାରେ। ଘରୋଇ କମ୍ପାନୀମାନେ ଯେପରି ଅଧିକ ପୁଞ୍ଜି ନିବେଶ କରନ୍ତି, ସେ ଦିଗରେ ସରକାର ଚେଷ୍ଟା କରିବା ଉଚିତ। ଅଭିବୃଦ୍ଧିକୁ ଆଗକୁ ନେବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିବା ଉଚିତ ବୋଲି ସରକାର ଯେଉଁ ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି, ତାହାକୁ ତ୍ୟାଗ କରିବା ଉଚିତ। ତା’ ବଦଳରେ ସରକାର ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଉଦ୍ୟମ କରିବା ଦରକାର। ଆସନ୍ତା ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ହେବାର ଥିବାବେଳେ ଏଡିବିର ପୂର୍ବାନୁମାନ ସରକାରଙ୍କ ଅତ୍ୟୁଲ୍ଲାସ ମନୋଭାବକୁ ନରମ କରିବ ବୋଲି ଆଶା କରାଯାଏ।
All Right Reserved By

ସମ୍ପାଦକୀୟ |

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...