ସମ୍ପାଦକୀୟ |

ଚଳଣିରେ ବିଜ୍ଞାନ

ଚଳଣିରେ ବିଜ୍ଞାନ
ଉପେନ୍ଦ୍ର ବିଶ୍ୱାଳ ଗତ ଅକ୍ଟୋବର ୭ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ-ଚାଇନା ସୀମା ପରିଦର୍ଶନରେ ଯାଇଥିବା ବେଳେ ଚାଇନା ସୈନ୍ୟଙ୍କୁ ହାତଯୋଡ଼ି ନମସ୍କାର ମୁଦ୍ରାରେ ଅଭିବାଦନ ଜଣାଇବା ସହିତ ତାହାର ତାପର୍ଯ୍ୟ ମଧ୍ୟ ବୁଝାଉଥିବାର ଗଣମାଧ୍ୟମରେ ଚର୍ଚ୍ଚା ଧରିଥିଲା। ଆମ ଅଙ୍ଗୁଳିର ଅଗ୍ରଭାଗଗୁଡ଼ିକ ଏକ ଏକ ଚାପବିନ୍ଦୁ, ଯାହାକି ଶରୀରର ବିଭିନ୍ନ ଅଙ୍ଗ ସହିତ ସଂଲଗ୍ନ। ହାତଯୋଡ଼ି ନମସ୍କାର ବା ପ୍ରାର୍ଥନା କରିବା ଦ୍ୱାରା ପାପୁଲି ସହିତ ଅଙ୍ଗୁଳିର ଚାପବିନ୍ଦୁଗୁଡ଼ିକ ପରସ୍ପର ସଂଲଗ୍ନ ହୋଇ ସକ୍ରିୟ ହୋଇଉଠନ୍ତି। ଫଳରେ ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି, ସ୍ମରଣଶକ୍ତି ବଢ଼ିବା ସହିତ ମନ ସତେଜ ରୁହେ। କରମର୍ଦ୍ଦନ ଯୋଗୁ ହାତରେ ଥିବା ଜୀବାଣୁ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ନ ଥାଏ। ଚନ୍ଦନ, ତିଳକ, ସିନ୍ଦୂର ଧାରଣରେ ମଧ୍ୟ ଅଛି ବୈଜ୍ଞାନିକ ଯଥାର୍ଥତା। ଆମ ଶରୀରର ଆଜ୍ଞାଚକ୍ର ହେଉଛି ପ୍ରମୁଖ ସ୍ନାୟୁକେନ୍ଦ୍ର ବା ନାଡ଼ିଗୁଡ଼ିକର ନିୟନ୍ତ୍ରଣ କକ୍ଷ। ଦୁଇ ଭ୍ରୂଲତା ମଧ୍ୟରେ ଥିବା ଏହି ବିନ୍ଦୁକୁ ତୃତୀୟ ନୟନ ବୋଲି ମଧ୍ୟ କୁହାଯାଏ। ଏହି ବିନ୍ଦୁରେ ତିଳକ, ଚନ୍ଦନ, ସିନ୍ଦୂର ଲଗାଇଲେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ରହେ। ଦୂରଦର୍ଶିତା, ସଚେତନତା ବୃଦ୍ଧି ସହିତ ନକାରାମତ୍କ ଭାବନା ମନକୁ ପ୍ରବେଶ କରି ନ ଥାଏ। ବିବାହିତ ମହିଳାମାନେ ସିନ୍ଦୂର ପିନ୍ଧିବା ଫଳରେ ଅଧିକ ସୁନ୍ଦର ଦେଖାଯାନ୍ତି ଓ ସ୍ବାମୀମାନଙ୍କୁ ଆକୃଷ୍ଟ କରିଥାନ୍ତି। ଫଳରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ତେଣୁ ସିନ୍ଦୂର ବନ୍ଧ୍ୟାଦୋଷ ଦୂର କରେ ବୋଲି କୁହାଯାଏ। ଅମ୍ଳଜାନ ହେଉଛି ଆମ ଅସ୍ତିତ୍ୱର ଆଧାର। ବର୍ତ୍ତମାନ ବାୟୁ ପ୍ରଦୂଷଣ ଫଳରେ ଅମ୍ଳଜାନ ସଂକଟ ଦେଖାଦେଲାଣି। ଏଭଳି ସମ୍ଭାବ୍ୟ ସଂକଟକୁ ଆକଳନ କରି ଆମ ପୂର୍ବଜ ଋଷିବିଜ୍ଞାନୀମାନେ ତାହାର ସମାଧାନର ସରଳ ସୂତ୍ର ବତାଇ ଯାଇଛନ୍ତି। କୁହାଯାଏ ଅଶ୍ୱତ୍ଥ ଗଛକୁ ପୂଜା କଲେ ପୁଣ୍ୟ ମିଳିବ। କାରଣ ଏହା ଏପରି ଏକ ବିରଳ ବୃକ୍ଷ, ଯାହାକି ବାୟୁମଣ୍ଡଳକୁ ଦିନରାତି ଅମ୍ଳଜାନ ପ୍ରଦାନ କରିଥାଏ। ପ୍ରାକୃତିକ ଉପାୟରେ ପକ୍ଷୀଙ୍କ ମଳ ଦ୍ୱାରା ଏହାର ବୀଜବିକ୍ଷେପ ହୁଏ। ଏହାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଆମକୁ ପ୍ରେରିତ କରିବାକୁ ପୂର୍ବଜମାନେ ପୁଣ୍ୟପ୍ରାପ୍ତିର ଲୋଭ ଦେଖାଇଛନ୍ତି। ବାୟୁମଣ୍ଡଳକୁ ସବୁଜଗୃହ ବାଷ୍ପ (ଅଙ୍ଗାରକାମ୍ଳ, ମିଥେନ, କ୍ଲୋରୋଫ୍ଲୋରୋ କାର୍ବନ ପ୍ରଭୃତି)ର ମାତ୍ରାଧିକ ବିମୋଚନ ଫଳରେ ସମଗ୍ର ବସୁଧା ଆଜି ଏକ ଉତ୍ତପ୍ତ ତାୱାରେ ପରିଣତ। ଡହଳବିକଳ ପ୍ରାଣିଜଗତ। ଏଥିପାଇଁ ତ ଆମ ମଥା ଉପରେ ଭଗବାନ ଟାଙ୍ଗିଛନ୍ତି ଏକ ଚାନ୍ଦୁଆ (ଓଜୋନସ୍ତର)। ମାତ୍ର ଉପରୋକ୍ତ ସବୁଜଗୃହ ବାଷ୍ପଗୁଡ଼ିକର ମାତ୍ରାବୃଦ୍ଧି ଫଳରେ ସେଥିରେ ଛିଦ୍ର ସୃଷ୍ଟି ହେଲାଣି। ପରିଣାମରେ ସେହି କଣା ବାଟେ ମାତ୍ରାଧିକ ଅତିବାଇଗଣୀ ରଶ୍ମି ପୃଥିବୀ ପୃଷ୍ଠରେ ପଡ଼ି ଚର୍ମ କର୍କଟ ପରି ଅନେକ ବେମାରି ଓ ସମସ୍ୟା ସୃଷ୍ଟି କରୁଛି। ଏଥିପାଇଁ ମଧ୍ୟ ଆମ ପୂର୍ବଜମାନେ ଆମ ପାଇଁ ମଲମର ମଧ୍ୟ ବ୍ୟବସ୍ଥା କରିଯାଇଛନ୍ତି। ଶାସ୍ତ୍ରରେ ଅଛିି ଘର ସାମ୍ନାରେ ଦୈନିକ ତୁଳସୀ ଗଛକୁ ପୂଜା କରିବା ମହାପୁଣ୍ୟ। ବିଶ୍ୱସ୍ତରରେ ମଧ୍ୟ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୬ରେ ପାଳିତ ହୁଏ ‘ବିଶ୍ୱ ଓଜୋନ ଦିବସ’। ଏହି ଦିବସରେ ତୁଳସୀ ଚାରା ବିତରଣ କରି ସଚେତନ କରାଯାଇଥାଏ ଏହି ଗଛର ବ୍ୟାପକ ରୋପଣ ପାଇଁ। ସମ୍ଭବତଃ ସୃଷ୍ଟିରେ ଏହା ଏକମାତ୍ର ଗଛ, ଯିଏ କି ଅମ୍ଳଜାନ ସହିତ ଓଜୋନ ଗ୍ୟାସ୍‌ ବି ବିମୋଚନ କରିିଥାଏ। ଅମ୍ଳଜାନ ଗ୍ୟାସ୍‌ (O2) ଦୁଇଟି ଅମ୍ଳଜାନ ପରମାଣୁରେ ତିଆରି ହୋଇଥିବା ବେଳେ ଓଜୋନ୍‌ (O3) ତିନୋଟି ଅମ୍ଳଜାନ ପରମାଣୁରେ ତିଆରି ଏବଂ ନାସ୍କେଣ୍ଟ ଅକ୍ସିଜେନ୍‌ (O) ଗୋଟିଏ ଅମ୍ଳଜାନ କଣିକାରେ ତିଆରି। ତୁଳସୀ ଗଛ ଦିନରେ ୨୦ ଘଣ୍ଟା ଅମ୍ଳଜାନ ଛାଡ଼େ ଓ ୪ ଘଣ୍ଟା ଓଜୋନ୍‌ ବାଷ୍ପ ଛଡ଼େ। ଓଜୋନ୍‌ ବାଷ୍ପରୁ ଗୋଟିଏ ଅମ୍ଳଜାନ ପରମାଣୁ ଖସିଯାଇ ଅମ୍ଳଜାନ (O2) ଓ ନାସ୍କେଣ୍ଟ ଅମ୍ଳଜାନ (O1)ରେ ପରିଣତ ହୁଏ ଯାହା ବାୟୁମଣ୍ଡଳରୁ ଅନେକ କ୍ଷତିକାରକ ବାଷ୍ପ ଯଥା ଅଙ୍ଗାରକାମ୍ଳ, କାର୍ବନ ମନୋକ୍ସାଇଡ୍‌ ଓ ସଲ୍‌ଫର ଡାଇଅକ୍ସାଇଡ୍‌ ଅବଶୋଷଣ କରେ ବୋଲି ବିଶିଷ୍ଟ ଉଦ୍ଭିଦବିଜ୍ଞାନୀ ଶ୍ୟାମାକାନ୍ତ ପାଣ୍ଡୋଲେ କହିଛନ୍ତି। ତୁଳସୀ ଗଛକୁ ଆମେ ପ୍ରାୟତଃ ଜାଣିଛୁ ଏକ ମହୌଷଧି ଭାବେ। ଏହା ଜୀବାଣୁନାଶକ ଓ ଥଣ୍ଡା ଶର୍ଦ୍ଦିର ଅବ୍ୟର୍ଥ ଔଷଧ। ଏହା ଶରୀରର ତ୍ରିଦୋଷ (ବାତ, ପିତ୍ତ ଓ କଫ) ମଧ୍ୟରେ ସନ୍ତୁଳନ ରକ୍ଷାକରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଚତୁଃପାର୍ଶ୍ୱର ବାୟୁକୁ ମଧ୍ୟ ଶୁଦ୍ଧ ରଖିଥାଏ। ଗୃହ ସାମ୍ନାରେ ତୁଳସୀଗଛ ରହିଲେ ଅନିଷ୍ଟକାରୀ କୀଟ, କୀଟାଣୁ, ମଶା, ସାପ ଆଦି ଜୀବ ଦୂରେଇ ଯାଆନ୍ତି। ଶଙ୍ଖଧ୍ୱନିରେ ଏକପ୍ରକାର ସ୍ବତନ୍ତ୍ର ଗୁଣଥାଏ। ଏହି ଶବ୍ଦରେ କେତେକ ହାନିକାରକ ଏକକୋଷୀ ପ୍ରାଣୀ ମରିଯାନ୍ତି। ହିଂସ୍ର ପ୍ରାଣୀ ଓ ସରୀସୃପ ଜାତୀୟ ଜୀବମାନଙ୍କ ପାଇଁ ଏହି ଧ୍ୱନି ବିରକ୍ତିକର। ଏହି ଧ୍ୱନି ଶୁଣିଲେ ସେମାନେ ନିରାପଦ ଦୂରତାକୁ ଚାଲିଯାନ୍ତି। ମାତ୍ର ମଣିଷର ମସ୍ତିଷ୍କ ଅଧିକ ସକ୍ରିୟ ହୋଇଉଠେ ଏହି ଧ୍ୱନି ଶୁଣିଲେ। ଶଙ୍ଖ ଫୁଙ୍କୁଥିବା ବ୍ୟକ୍ତିର କର୍ଣ୍ଣରୋଗ ଦୂରେଇଯାଏ। ପୁଣି ଫୁସ୍‌ଫୁସ୍‌ ଖୁବ୍‌ ସକ୍ରିୟ ହୋଇଉଠେ, ଶ୍ରବଣ ଶକ୍ତି ବୃଦ୍ଧି ପାଏ। ଏଣୁ ଶଙ୍ଖ ଫୁଙ୍କିବାର ବିଧି ଆମ ଚଳଣିରେ ରହିଆସିଛି। ରୋଷେଇ ଘର ଭିତରେ ବି ବିଜ୍ଞାନ ଅଛି। ଆମ ଘରମାନଙ୍କରେ ରୋଷେଇ ଘରର ମହତ୍ତ୍ୱ ସର୍ବାଧିକ। ଘରଲୋକଙ୍କ ରୋଗର କାରଣ ବା ନିରାକରଣରେ ରୋଷେଇ ଘରର ଭୂମିକା ଖୁବ୍‌ ବେଶି। ଏଣୁ ପରିବାରର ଦୀର୍ଘ ଓ ନିରାମୟ ଜୀବନ କାମନା କରି ଆମ ପୂର୍ବଜମାନେ ଯୋଡ଼ି ଯାଇଛନ୍ତି କିଛି ଚଳଣି, ପ୍ରଥା ଓ ପରମ୍ପରା, ଯେଉଁଥିରେ ଭରା ଅଛି ବୈଜ୍ଞାନିକ ଯଥାର୍ଥତା। ଘର ଭିତରେ ରୋଷେଇ ଘରଟିକୁ ସର୍ବାଧିକ ସ୍ବଚ୍ଛ ପବିତ୍ର ରଖାଯାଏ। ଆଜି ବି ଗାଁ ଗହଳିରେ ସଜ ଗୋବରରେ ଦୈନିକ ଲିପାପୋଛା କରି ରୋଷେଇ ଘରଟିକୁ ଜୀବାଣୁମୁକ୍ତ କରିବାକୁ ପ୍ରଯନତ୍ କରାଯାଇଥାଏ। ବର୍ଷରେ ଥରେ ଅନ୍ତତଃ ପୂଜା ବା ହୋମ ଆଦି କରି ଘରର ସାତ୍ତ୍ୱିକତା ଅକ୍ଷୁଣ୍ଣ ରଖାଯାଇଥାଏ। ଅଗାଧୁଆ ବା ଅସ୍ବଚ୍ଛ ବସ୍ତ୍ର ପରିଧାନ କରି ରୋଷେଇ ଘରକୁ ଯିବା ବାରଣ ଅଛି। ପୁଣି ରୋଷେଇ ଘରକୁ ସମସ୍ତଙ୍କୁ ପ୍ରବେଶ ଅନୁମତି ନ ଥାଏ। ଯେହେତୁ ରାତ୍ରି ପର୍ଯ୍ୟନ୍ତ ରୋଷେଇ ଖାଦ୍ୟସାମଗ୍ରୀ ସାଇତା ତଥା ପରିବେଷଣ ପାଇଁ ସେ ଘରଟି ବ୍ୟବହୃତ ହୋଇଥାଏ, ସେଥିପାଇଁ ସଂଧ୍ୟା ପୂର୍ବରୁ ମହିଳାମାନେ ଦ୍ୱିତୀୟଥର ସ୍ନାନ କରିଥାନ୍ତି ଓ ଦିନସାରା ପିନ୍ଧିଥିବା ପରିଧାନକୁ ଧୋଇ ସ୍ବଚ୍ଛ ବସ୍ତ୍ର ପିନ୍ଧନ୍ତି। କୌଣସି ପରିସ୍ଥିତିରେ ବି ସେହି ଘରକୁ ଜୋତା ପିନ୍ଧି ଯିବାକୁ ଅନୁମତି ନଥାଏ। ସ୍ତ୍ରୀମାନେ ପାଦର ଅନାମିକା ଅଙ୍ଗୁଳିରେ ସୁନା ବା ରୁପାର ମୁଦି ପିନ୍ଧନ୍ତି। ଆମେ ଜାଣୁ ସୁନା, ରୁପା ଆଦି ଧାତୁ ସୁପରିବାହୀ। ଭୂପୃଷ୍ଠରୁ ଊର୍ଜ୍ଜା ଗ୍ରହଣ କରି ଏହା ଶରୀରକୁ ପ୍ରେରଣ କରେ। ଏହି ଅଙ୍ଗୁଳିର ଶିରାଗୁଡ଼ିକ ଜରାୟୁ ଓ ହୃତ୍‌ପିଣ୍ଡ ସହିତ ସଂଲଗ୍ନ। ସ୍ତ୍ରୀଲୋକ ଏହା ପିନ୍ଧିଲେ ମାସିକ ସମସ୍ୟାରୁ ତ୍ରାହି ମିଳିଥାଏ। ହୃତ୍‌ପିଣ୍ଡ ସକ୍ରିୟ ଓ ସୁସ୍ଥ ରହେ। ଆମେ ଜାଣୁ ପୃଥିବୀ ଏକ ବିଶାଳ ଚୁମ୍ବକୀୟ କ୍ଷେତ୍ର। ଆମ ଶରୀର ମଧ୍ୟ ଚୁମ୍ବକୀୟ ଗୁଣଯୁକ୍ତ। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଫଳରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆମ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଉତ୍ତର ଦିଗକୁ ମୁଣ୍ଡକରି ଶୋଇବା ଯୋଗୁ ରକ୍ତ ସଞ୍ଚାଳନରେ ବ୍ୟାଘାତ ଘଟେ। ହୃଦ୍‌ସ୍ପନ୍ଦନ ଉପରେ ଚାପ ପଡ଼େ। ରକ୍ତରେ ଥିବା ଲୌହକଣିକାଗୁଡ଼ିକ ଉତ୍ତର ଦିଗକୁ ଆକର୍ଷିତ ହୋଇ ମସ୍ତିଷ୍କରେ ଜମାଟ ବାନ୍ଧନ୍ତି। ଫଳରେ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ମୁଣ୍ଡବିନ୍ଧା, ଚିଡ଼ିଚିଡ଼ା ସ୍ବଭାବ ତଥା ଅକାଳ ବାର୍ଦ୍ଧକ୍ୟ ଆଦି ଦେଖାଦିଏ। ଏଣୁ ଉତ୍ତରଦିଗକୁ ମୁଣ୍ଡକରି ଶୋଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ। ସେମିତି ସାଧୁ, ସଜ୍ଜନ ବା ଗୁରୁଜନମାନଙ୍କ ଚରଣ ସ୍ପର୍ଶ କରି ଆମେ ଭକ୍ତି ବାଢ଼ିଥାଉ। ପ୍ରଥମତଃ ମଣିଷର ପରମ ଶତ୍ରୁ ଆମର ଅହଂଭାବ ମନରୁ ଦୂରେଇଯାଇ ନମ୍ରତାଭାବ ଜାତ ହୁଏ। ଆମ ଶରୀରର ସ୍ନାୟୁଗୁଡ଼ିକର ଉଦ୍‌ଗମସ୍ଥଳ ମସ୍ତିଷ୍କରୁ ଶେଷାଗ୍ର (ଅଙ୍ଗୁଳି) ପର୍ଯ୍ୟନ୍ତ ପ୍ରଲମ୍ବିତ। ଆମ ହାତ ଓ ପାଦର ଅଙ୍ଗୁଳି ନେଗେଟିଭ୍‌ ପୋଲ୍‌ ଏବଂ ମୁଣ୍ଡ ପଜିଟିଭ୍‌ ପୋଲ୍‌ର କାର୍ଯ୍ୟ କରେ। ଗୁରୁଜନ ମୁଣ୍ଡକୁ ଛୁଇଁ ଆଶୀର୍ବାଦ କଲାବେଳେ ତାଙ୍କର ଶକ୍ତି ଓ ଗୁଣ ଆମ ଭିତରେ ସଞ୍ଚାରିତ ହୁଏ। ପୁଣି ସେମାନଙ୍କଠାରୁ ସକାରାମତ୍କ ଭାବନା, ସାତ୍ତ୍ୱିକ ଚିନ୍ତନ, ଦିବ୍ୟତ୍ୱଭାବ ଆମ ଭିତରେ ପ୍ରବେଶ କରିଥାଏ। କିନ୍ତୁ ପାଦ ଛୁଇଁ ପ୍ରଣାମ କରିବା ଠିକ୍‌ ନୁହେଁ, କାରଣ ଏହାଦ୍ୱାରା ଆମର ମଙ୍ଗଳ ହେଲେ ବି ଗୁରୁଜନଙ୍କର ଆୟୁହାନି ଘଟେ। ଏହିଭଳି ଯୁଗ ଯୁଗ ଧରି ଚଳି ଆସିଥିବା ବିଧି-ବ୍ୟବସ୍ଥା, ପ୍ରଥା-ପରମ୍ପରାରେ ବିଶୁଦ୍ଧ ବିଜ୍ଞାନ ଲୁଚି ରହିଛି। ଅଣଦେଖା ନ କରି ଆମେ ତାକୁ ଆଦରି ବସିଲେ ଆମର ଲାଭ ହିଁ ଲାଭ। ମୋ- ୯୪୩୭୪୩୬୦୭୩
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..