ସମ୍ପାଦକୀୟ |

ସନ୍ଧିମୟ ଜୀବନ

 ସନ୍ଧିମୟ ଜୀବନ
ଦ୍ୱିତୀ ଚନ୍ଦ୍ର ସାହୁ ଏପଟେ ତିନି ଠାକୁର ରଥରେ ବସିବା ପରେ ଶ୍ରଦ୍ଧାଳୁ ମନଖୁସିରେ ରଥ ଦଉଡି ଟାଣିବା ଆରମ୍ଭ କରନ୍ତି। ସେପଟେ ଡଙ୍ଗରିଆ କନ୍ଧ ଯୁବକମାନେ ନିଜ ପସନ୍ଦର ଡଙ୍ଗରିଆ ଯୁବତୀଙ୍କୁ ଟାଣି ନିଅନ୍ତି। ପ୍ରଥମେ ପସନ୍ଦ ହୋଇଥିବା ଝିଅ ଉପରେ ନିଜର ଗାମୁଛା ପକାଇଥାନ୍ତି। ଝିଅଟି ସହମତ ଥିଲେ ଗାମୁଛା ବେକରୁ ଓହ୍ଲାଇ ନ ଥାଏ। ଯଦି ସେ ଗାମୁଛା ତୁରନ୍ତ ବାହାର କରିଦିଏ, ତେବେ ଡଙ୍ଗରିଆ ଯୁବକ ଜାଣିଯାଏ ଯେ ସେ ତାକୁ ପ୍ରତ୍ୟାଖ୍ୟାନ କଲା। ପୁଣି ଥରେ ଚେଷ୍ଟା କରେ। ଯଦି ଝିଅଟି ସନ୍ତୁଷ୍ଟ ନ ହେଲା, ସେ ଆଉ କୌଣସି ଯୁବତୀ ପାଖକୁ ନିବେଦନ ଲାଗି ଯାଇପାରେ। ଅନ୍ୟଥା ପୂର୍ବ ଝିଅକୁ ଅନ୍ୟ ସାଥୀଙ୍କ ସହଯୋଗରେ ଟାଣି ଟାଣି ନିଏ। ଟାଣି ଟାଣି ନେଇ ତାକୁ ବାହା ହେଉଥିବାରୁ ତାକୁ ଝିଙ୍କା ବିବାହ କୁହାଯାଏ। ଏଇ କ୍ରମରେ ଝିଅଟି ପ୍ରବଳ ବିରୋଧ କରେ। କିନ୍ତୁ ବଳପୂର୍ବକ ତାକୁ ଯୁବକଜଣକ ନେଇଯାଏ। ଏଇ ସମୟରେ ଝିଅକୁ ପସନ୍ଦ କରୁଥିବା ଅନ୍ୟ ଯୁବକ କିମ୍ବା ଝିଅର ପରିବାର ଲୋକ ବିରୋଧ କରିବାର ଯଥେଷ୍ଟ ସମ୍ଭାବନା ଥାଏ। ବେଳେବେଳେ ବିରୋଧ ସତ୍ତ୍ୱେ କିଛି ଡଙ୍ଗରିଆ ଯୁବକ ପୂର୍ବବତ୍‌ ଯୁବତୀଙ୍କୁ ଟାଣିଟାଣି ନେଇଥାନ୍ତି। ଏଥିରେ ଗଣ୍ଡଗୋଳ ଓ ମାରପିଟ୍‌ ଭଳି ପରିସ୍ଥିତି ବି ସୃଷ୍ଟି ହୋଇଥାଏ। କିନ୍ତୁ ଏଭଳି ପ୍ରତିରୋଧ ଓ ପ୍ରତିବାଦ ସନ୍ଧି ଯାଏ ଚାଲେ। ଥରେ ଗାଁ ପାଖ ସନ୍ଧି ଡେଇଁଗଲେ ଆଉ ପ୍ରତିରୋଧ କରାଯାଏନା ଏବଂ ଯୁବତୀ ସେଇ ଯୁବକ ସହ ବାହା ହୋଇଥାଏ। ଡଙ୍ଗରିଆ ସଂସ୍କୃତିରେ ସନ୍ଧିର ମହତ୍ତ୍ୱ ଢେର ଅଧିକ। ପ୍ରତି ଆଦିବାସୀ ଗାଁଠାରୁ ସାମାନ୍ୟ ଦୂରରେ ସନ୍ଧି ଦେବତା ସ୍ଥାପନ କରାଯାଏ। ଗାଁରୁ ବାହାରକୁ ଗଲେ ଆଦିବାସୀମାନେ ଜୁହାର ହୋଇ ବାହାରକୁ ଯାଇଥାନ୍ତି। ସନ୍ଧି ଦେବତା ଗାଁର ରକ୍ଷା କବଚ ସାଜିଥାନ୍ତି। ସେଥିପାଇଁ ଗାଁର ବିପଦ ଆପଦର ନିରାକରଣ ଲାଗି ବର୍ଷକୁ ଥରେ ଅନ୍ତତଃ ଆଦିବାସୀମାନେ ସନ୍ଧି ପୂଜା କରିଥାନ୍ତି। ମଣିଷର ଶେଷ ଯାତ୍ରାବେଳେ ଶ୍ମଶାନକୁ ଯିବା ପୂର୍ବରୁ ସନ୍ଧି ସ୍ଥାନରେ ଶବକୁ କିଛି ମୁହୂର୍ତ୍ତ ରଖି ପାରମ୍ପରିକ ପୂଜା କରାଯାଏ। ଗୋଟାଏ ବିଶ୍ୱାସ ଅଛି ଯେ, ଆତ୍ମା କୋଉଠି ଅଟକି ଯାଇଥିଲେ ହୁଏତ ଶରୀର ଭିତରକୁ ପୁନଃ ପ୍ରବେଶ କରିପାରେ। ପିଲାଦିନେ ଝାଟିମାଟି କୁଡିଆରେ ମାଆମାନେ ଅନେକ ଜିନିଷ ସାଇତି ରଖୁଥିଲେ କାନ୍ଥ ସନ୍ଧିରେ। ଦୁଇ କାନ୍ଥ ମିଶୁଥିବା ସନ୍ଧି ସ୍ଥାନକୁ ଘରର ନିରାପଦ ସ୍ଥାନ ଭାବି ସେଠାରେ ଥାକ ଥାକ କରି ମାଟି ହାଣ୍ଡିରେ ଚାଉଳ, ଡାଲି, ତେନ୍ତୁଳି, ଆମ୍ବୁଲ ଭଳି ଅନେକ ଖାଇବା ଜିନିଷ ରହୁଥିଲା। ସେମିତି ଅଖା ବସ୍ତାଠାରୁ ଆରମ୍ଭ କରି ଛତା, ତଲାରି, ଦାଆ, କାତି, ଟାଙ୍ଗିଆ, ବେତ, ପନିକି, ଶାବଳ, କୋଡି, ବାଡି ହରେକ ଚିଜ ସୁରକ୍ଷିତ ରହୁଥିଲା ସନ୍ଧିରେ। ଘର ଝାଡୁ ପରେ ବାହାରୁଥିବା ମଇଳାର ପ୍ରଥମ ଆସ୍ଥାନ ହେଉଛି ଘରର ସନ୍ଧି ବା କୋଣ। ସକାଳୁ ମାଆମାନେ ବାହାରେ ଫିଙ୍ଗୁଥିଲେ ମଇଳା। ଘର ଭିତରକୁ ପଶି ଆସିଥିବା ବିଷଧର ଜନ୍ତୁଜୁନ୍ତାଙ୍କ ନିରାପଦ ଆଶ୍ରୟ ସ୍ଥଳୀ ଘରର କୋଣ। ପ୍ରଥମେ ଖୋଜା ଚାଲେ ସନ୍ଧିରୁ ଏବଂ ଅଧିକାଂଶ ସମୟରେ ଠାବ ବି କରାଯାଏ ସେଠାରୁ। ସନ୍ଧି ନିରାପଦ। ଗୋଟାଏ ବିଶ୍ୱାସ ଓ ଆସ୍ଥା। ସନ୍ଧି ବସ୍ତୁତଃ ଗୋଟାଏ ବୁଝାମଣା। ନିଜଠାରୁ ବଳୀୟାନ୍‌ ବ୍ୟକ୍ତିଙ୍କଠାରୁ ନିରାପଦରେ ରହିବା ଲାଗି ଗୋଟାଏ ବୁଝାମଣା କରାଯାଏ। ପୁରାଣ ଓ ଇତିହାସରେ ଏମିତି ଅନେକ ସନ୍ଧି କଥା ଦେଖିବାକୁ ମିଳେ। ଛୋଟ ରାଜାମାନେ ବଡରାଜାଙ୍କଠାରୁ ପରାସ୍ତ ହେବା ଆଶଙ୍କାରେ ଯୁଦ୍ଧ ଶେଷ ହେବା ପୂର୍ବରୁ ସନ୍ଧି କରିଥାନ୍ତି। ଏବେ ବି ଗଣତନ୍ତ୍ରରେ ସନ୍ଧି ବଳବତ୍ତର ରହିଛି। ଯୋଡ଼ତୋଡ଼ ରାଜନୀତିରେ ତ ସନ୍ଧିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମିତି ବିଦେଶ ଗସ୍ତ ସମୟରେ ଅନେକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇ ସନ୍ଧି ସ୍ଥାପନ କରାଯାଉଛି। କେବଳ ସେତିକି ନୁହେଁ ମଣିଷ ନିଜ ଜୀବନରେ ଅନେକଙ୍କ ସହ ସନ୍ଧି କରେ। ସମାଜରେ ରହିବା ଲାଗି ପାଖ ପଡୋଶୀଙ୍କ ସହ ସନ୍ଧି କରେ। ବ୍ୟକ୍ତି ଓ ଇତର ପ୍ରାଣୀ ଭିତରେ ବି ଗୋଟାଏ ସନ୍ଧି ଥାଏ। ବ୍ୟକ୍ତି ବ୍ୟକ୍ତି ଭିତରେ ଗୋଟାଏ ଅଦୃଶ୍ୟ ସନ୍ଧି ରହିବା ନିଶ୍ଚିତ। ବିଶେଷତଃ ନିଜ ସହ ନିଜେ ସଫଳ ସନ୍ଧି କରିପାରିଲେ ମଣିଷ ସୁଖ ଅନୁଭବ କରେ। ଯେଉଁଠି ସନ୍ଧି ଭଙ୍ଗ ହୁଏ ସେଠି ବିବାଦର ସୃଷ୍ଟି। ବିବାଦରୁ ପୁଣି କଳିତକରାଳ। ଏହାର ବିଷମ ପରିଣତି ବେଳେବେଳେ ମଣିଷକୁ ମାରିଦିଏ। ପିଲାଟି ଦିନରୁ ଆରମ୍ଭ କରି ଶ୍ମଶାନରେ ପହଞ୍ଚିବା ଯାଏ ସନ୍ଧି ପରେ ସନ୍ଧି ଡେଇଁ ଡେଇଁ ଯିବାକୁ ହୁଏ। ସନ୍ଧି ଡେଇଁବା ପୂର୍ବରୁ ସନ୍ଧି ଯେପରି ଭାଙ୍ଗିିବ ନାହିଁ ଏବଂ ନୂଆ ସନ୍ଧି ଯେମିତି ପୁରୁଣା ସନ୍ଧିମାନଙ୍କୁ ପ୍ରଭାବିତ କରିବ ନାହିଁ ସେଥିପ୍ରତି ଗୁରୁତ୍ୱ ଦେଲେ ସନ୍ଧିମୟ ଜୀବନ ସୁଖୀ ହୋଇପାରିବ। ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡା, ମୋ- ୯୫୫୬୨୮୭୭୭୫, email dwitisahu@gmail.com
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଉତ୍ତମ ରାୟ

ସମ୍ପାଦକୀୟ/ ଉତ୍ତମ ରାୟ

ଭାରତୀୟ ରାଜନୀତିରେ ଅପରାଧୀକରଣ ପ୍ରସଙ୍ଗ ଦୀର୍ଘ ବର୍ଷ ଧରି ରହିଆସିଛି। ଅତୀତକୁ ଦେଖିଲେ ଉତ୍ତର ଭାରତରେ ରାଜନେତାଙ୍କୁ ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ସମର୍ଥନ କରିଆସୁଥିଲେ। କିନ୍ତୁ  ଏହି ବ୍ୟକ୍ତିମାନେ ଯେତେବେଳେ ସିଧାସଳଖ ରାଜନୀତିକୁ ଆସିବା ପାଇଁ ମନ ବଳାଇଲେ, ସେତେବେଳେ ନେତାମାନେ ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ଫଳରେ ଲୋକ ସଭା ଓ ରାଜ୍ୟ ...

ସମ୍ପଦର ଯାତନା

ସମ୍ପଦର ଯାତନା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ବଙ୍କାତେଢ଼ା ଏକ ବାଡ଼ି ସାହାରାରେ ବଡ଼ କଷ୍ଟରେ ଚାଲୁଛନ୍ତି ଅଶୀତିପର ବୃଦ୍ଧ ସୁନା ପ୍ରଧାନ। ଘରେ ତାଙ୍କର ଯୁବତୀ ବୋହୂ ପାଞ୍ଚବର୍ଷରୁ ଅଧିକ କାଳ ହେଲାଣି ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ପାଣି ଗଳୁଥିବା ନୁଆଁଣିଆ ଚାଳଘରଟିରୁ ଦାରିଦ୍ର୍ୟର ଚିତ୍ର ପୂରା ବାରି ହୋଇଯାଉଛି। ସୁନା ପ୍ରଧାନ ବାରମ୍ବାର ଦୌଡ଼ନ୍ତି ପଞ୍ଚାୟତକୁ, ଏପରି କି କେତେଥର ଦୌଡ଼ିଛନ୍ତି ତାଙ୍କ ଗାଁ ତଳକାଇଁସାରିରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବାଂଶପାଳ ବ୍ଲକ୍‌ ଅଫିସକୁ। କେବଳ ଗୋଟିଏ ଆଶାରେ ଯେ, ବାର୍ଦ୍ଧକ୍ୟ ଭତ୍ତାଟିଏ ପାଇଁ ସେ ହକ୍‌ଦାର ବୋଲି ସରକାର ମାନିବେ।...

ଆମ ପୋଲିସ ଓ ଆମେ

ଆମ ପୋଲିସ ଓ ଆମେ

ରୁଦ୍ର ପ୍ରସନ୍ନ ରଥ

ଓଡ଼ିଆରେ ଗୋଟିଏ ଢଗ ଅଛି- ଚାକିରି କରିବ ପୋଲିସି, ମାଛ ଖାଇବ ଇଲିଶି। ପୋଲିସ ଚାକିରିର ରାଜକୀୟ ଠାଣିକୁ ନେଇ କୁହାଯାଇଥିଲା ଏ କଥା। ଆଉ ସେହି ଧାରାକୁ ଧରି ଆମେ ପୋଲିସ ଚାକିରିକୁ ଅନେକ ଦିନ ଧରି ଶ୍ରେଷ୍ଠ ବୋଲି ମନେ କରିଆସିଥିଲେ। ଅନେକଙ୍କ ପାଇଁ ପୋଲିସ ହେଉଛି କ୍ଷମତାର ପ୍ରତୀକ, ଆଉ ଥୋକେଙ୍କ ପାଇଁ ଏହା ଏକ ବର୍ବର ଏବଂ ବିଫଳ ବ୍ୟବସ୍ଥା। କିନ୍ତୁ ପ୍ରକୃତରେ ଆମ ପୋଲିସକୁ ଆମେ କିପରି ଦେଖିବାକୁ ଚାହଁୁଛେ, ତାହା ଅନେକାଂଶରେ ଆମ ମାନସିକତା ଉପରେ ନିର୍ଭରଶୀଳ।...

ଏଇ ଭାରତରେ

ଏଇ ଭାରତରେ

ଅନେକ ସମୟରେ ଇସ୍ରାଏଲ୍‌ ପୋଲିସ ଅଫିସରମାନେ କେରଳର କନ୍ନୁର ସହରକୁ ବୁଲି ଆସନ୍ତି। ଏହି ସହରର ଏକ ପୋଷାକ ତିଆରି କାରଖାନାରେ ଇସ୍ରାଏଲ୍‌ ପୋଲିସ ନିମନ୍ତେ ହାଲୁକା ନୀଳରଙ୍ଗର ୟୁନିଫର୍ମ ତିଆରି ହୁଏ। ହସ୍ତତନ୍ତର ସୁନ୍ଦର କାରିଗରି ଏବଂ ବସ୍ତ୍ର ...

ସମ୍ପାଦକୀୟ/କୃତ୍ରିମ ଜାତୀୟତା

ସମ୍ପାଦକୀୟ/କୃତ୍ରିମ ଜାତୀୟତା

ଭାରତ ଯୁଦ୍ଧପ୍ରିୟ ଦେଶ ନୁହେଁ। ଅଦ୍ୟାବଧି ବିଶ୍ୱପ୍ରସିଦ୍ଧ ଯୁଦ୍ଧ ଜିତିଥିବାର ଇତିହାସ ମଧ୍ୟ ଏହା ନାମରେ ନାହିଁ। ୧୯୭୧ରେ ବାଂଲାଦେଶକୁ ସ୍ବାଧୀନ କରିବା ଲାଗି ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧ  ଏବଂ ୧୯୮୮ରେ  ମାଳଦ୍ୱୀପରେ ମୌମୁନ୍‌ ଅବଦୁଲ୍‌ ଗୟୁମ୍‌ଙ୍କୁ ଗାଦିଚ୍ୟୁତ କରିବା ସକାଶେ ଅବଦୁଲା ଲୁଥୁପିଙ୍କ ଦ୍ୱାରା କରାଯାଇଥିବା ସାମରିକ ବିଦ୍ରୋହକୁ ପଣ୍ଡ କରିବାରେ ଭାରତୀୟ ସେନା ସକ୍ଷମ

ଧନୀ ବଢ଼ୁଛନ୍ତି, କମୁନି ଗରିବୀ

ଧନୀ ବଢ଼ୁଛନ୍ତି, କମୁନି ଗରିବୀ

ସହଦେବ ସାହୁ

ବିଶ୍ୱ ଆର୍ଥିକ ମଞ୍ଚ (ୱାଲର୍‌ଡ ଇକୋନୋମିକ୍‌ ଫୋରମ୍‌) ସୁଇଜରଲାଣ୍ଡର ଡାଭୋସ୍‌ଠାରେ ତା’ର ଅଧିବେଶନ ଆରମ୍ଭ କରିବା ପୂର୍ବରୁ ୧୦୩ଟି ଦେଶର ଏକ ଅର୍ଥନୈତିକ ସର୍ଭେ କରି ଯେଉଁ ଇନ୍‌କ୍ଲୁସିଭ୍‌ ଡେଭ୍‌ଲପମେଣ୍ଟ ଇଣ୍ଡେକ୍ସ (ସାର୍ବଜନୀନ ବିକାଶ ସୂଚକାଙ୍କ) ପ୍ରକାଶ କରିଥିଲା ତହିଁରେ ଭାରତର ସ୍ଥାନ ୬୨ତମ। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ୧୮୯ ରାଷ୍ଟ୍ରକୁ ସର୍ଭେ କରି ଏହି ସେପ୍ଟେମ୍ବର ମାସରେ ଯେଉଁ ହ୍ୟୁମାନ୍‌ ଡେଭ୍‌ଲପମେଣ୍ଟ ଇଣ୍ଡେକ୍ସ (ମାନବ ବିକାଶ ସୂଚକାଙ୍କ) ପ୍ରକାଶ କରିଛି ତହିଁରେ ଭାରତର ସ୍ଥାନ ୧୩୦। ଦାରିଦ୍ର୍ୟ ...

ପରମଶାସ୍ତ୍ର ଭାଗବତ

ପରମଶାସ୍ତ୍ର ଭାଗବତ

ଡ. ହେମନ୍ତ କୁମାର ଛୋଟରାୟ

ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରୀମଦ୍‌ଭାଗବତ ହେଉଛି ଏକ ପବିତ୍ର ଗ୍ରନ୍ଥ। ବେଦ, ବ୍ରହ୍ମସୂତ୍ର ଓ ଉପନିଷଦାଦି ଗ୍ରନ୍ଥରେ ବିଷ୍ଣୁଙ୍କ ମହିମା ବର୍ଣ୍ଣିତ ହୋଇଥିଲେ ହେଁ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଚରିତ ଓ ଲୀଳାମାନ ଶ୍ରୀମଦ୍‌ଭାଗବତରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ଭାଗବତ ତତ୍ତ୍ୱ ଶୁଣାଇଥିଲେ। ବ୍ରହ୍ମା ନିଜର ମାନସପୁତ୍ର ନାରଦଙ୍କୁ ଭାଗବତ ତତ୍ତ୍ୱ ଉପଦେଶ ଦିଅନ୍ତେ, ସେ ମହର୍ଷି ବ୍ୟାସଦେବଙ୍କ ଆଗରେ ଭାଗବତର ମହିମା ବ୍ୟାଖ୍ୟାନ କରି ତା’ର ପ୍ରସାର ନିମନ୍ତେ ପରାମର୍ଶ ଦେଇଥିଲେ। ବ୍ୟାସଦେବଙ୍କଠାରୁ ତାଙ୍କ ପୁତ୍ର ଶୁକଦେବ...

ଏଇ ଭାରତରେ

ଏଇ ଭାରତରେ

ଟଙ୍କାର ଲୋଭ ମଣିଷ ମନକୁ ପରିବର୍ତ୍ତନ କରିଦିଏ। ଅଭିଯୋଗ କରୁଥିବା ବ୍ୟକ୍ତି ଲୋଭର ବଶବର୍ତ୍ତୀ ହୋଇ ନିଜେ ଅଭିଯୁକ୍ତ ପାଲଟିଯାଏ। ଜଣେ ବାଳିକାଙ୍କୁ ତାଙ୍କ ପ୍ରଧାନଶିକ୍ଷକ ଯୌନ ଉତ୍ପୀଡନ ଦେଇଥିବା ନେଇ ବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ମାମଲା ପ୍ରତ୍ୟାହାର ପାଇଁ ଉକ୍ତ ଅର୍ଥଲୋଭୀ ପିତା ପ୍ରଧାନଶିକ୍ଷକଙ୍କଠାରୁ ପ୍ରଚୁର ଟଙ୍କା ନେବାକୁ ଚାହିଁଥିଲେ। ଏହି ଘଟଣାରେ ବାଳିକାଙ୍କ ପିତାଙ୍କୁ ...

‘ବନ୍ଦ’ର ବିକଳ୍ପ ଜରୁରୀ

‘ବନ୍ଦ’ର ବିକଳ୍ପ ଜରୁରୀ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଗତ ୯ ତାରିଖରେ କଂଗ୍ରେସ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା। ଗୋଟେ ଛୁଟି ମିଳିଗଲା ସଭିଙ୍କ ପାଇଁ- ମୂଲିଆ ମଜୁରିଆଠୁ ହାକିମଙ୍କ ଯାଏ।

ରାଫାଲ ଧୂଆଁ

ରାଫାଲ ଧୂଆଁ

ଭାରତର ଯୁଦ୍ଧ ସମ୍ପର୍କିତ ପ୍ରସ୍ତୁତି ବିଷୟରେ ଯେତେ ଅଳ୍ପ ଆଲୋଚନା ହେବ ସେତେ ଭଲ। ଏହାର ମୁଖ୍ୟ କାରଣ ହେଲା ଯେଉଁସବୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ସମୟରେ କ୍ଷମତା ହାସଲ କରି କେନ୍ଦ୍ରରେ ସରକାର ଗଢ଼ିଛନ୍ତି, ସେମାନେ ସମସ୍ତେ ପ୍ରତିରକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଆସିଛନ୍ତି। 

ମହିଳାଙ୍କ ପ୍ରତିନିଧିତ୍ୱ

ମହିଳାଙ୍କ ପ୍ରତିନିଧିତ୍ୱ

ଆକାର ପଟେଲ

ପ୍ରତିରକ୍ଷା ସମ୍ବନ୍ଧିତ ଦୁଇଟି ବିଷୟରେ ଏବେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ଗୋଟିଏ ହେଉଛି ଫ୍ରାନ୍ସଠାରୁ ଭାରତ ରାଫେଲ ଯୁଦ୍ଧବିମାନ କିଣିବା ଏବଂ ଅନ୍ୟଟି ହେଉଛି ଆମେରିକା ସହ ଭାରତର ୨+୨ କଥାବର୍ତ୍ତା। ମୁଁ ଦ୍ୱିତୀୟଟି ଉପରେ ଆଲୋଚନା କରୁଛି। ପ୍ରତିରକ୍ଷା ପ୍ରସଙ୍ଗରେ ସାଧାରଣତଃ ଖୁବ୍‌ କମ୍‌ ଲୋକଙ୍କର ଆଗ୍ରହ ଥାଏ। ବିଶେଷତଃ ଯେଉଁମାନେ ଏହା...

ସ୍କୁଲ ନୁହେଁ ମନ୍ଦିର

ସ୍କୁଲ ନୁହେଁ ମନ୍ଦିର

ପ୍ରକାଶ ତ୍ରିପାଠୀ

ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ  ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ...