ବାଣିଜ୍ୟ |

୨୦୦୦ ଟଙ୍କା ପର୍ଯ୍ୟନ୍ତ ଇ-ନେଣଦେଣରେ ଏମ୍‌ଡିଆର ବହନ କରିବେ ସରକାର

  ୨୦୦୦ ଟଙ୍କା ପର୍ଯ୍ୟନ୍ତ ଇ-ନେଣଦେଣରେ ଏମ୍‌ଡିଆର ବହନ କରିବେ ସରକାର


ନୂଆଦିଲ୍ଲୀ,୧୫-୧୨(ପି.ଟି.)- ୨୦୦୦ ଟଙ୍କା ପର୍ଯ୍ୟନ୍ତ ଇ-ନେଣଦେଣ ଉପରେ ଲାଗୁ ହେଉଥିବା ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍‌(ଏମ୍‌ଡିଆର୍‌) ଚାର୍ଜ ସରକାର ବହନ କରିବେ। ଡେବିଟ କାର୍ଡ, ଭିମ୍‌, ୟୁପିଆଇ କିମ୍ବା ଆଧାରଭିତ୍ତିକ ପ୍ଲାଟଫର୍ମରେ ଡିଜିଟାଲ ଟ୍ରାଞ୍ଜାକଶନ କରିଥିଲେ ଏହି ସୁବିଧା ଉପଲବ୍ଧ ହେବ। ଏ ନେଇ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ସରକାର ଦୁଇ ବର୍ଷ ଲାଗି ଏହି ଚାର୍ଜକୁ ପ୍ରଦାନ କରିବେ। ଆସନ୍ତା ଜାନୁୟାରୀ ପହିଲାଠାରୁ ଏହା ଲାଗୁ ହେବ ବୋଲି ଜଣାଯାଇଛି। ଏହି ପଦକ୍ଷେପ ଦ୍ୱାରା ରାଜକୋଷକୁ ୨,୫୧୨ କୋଟି ଟଙ୍କାର ପ୍ରଭାବ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଏହା ଡିଜିଟାଲ ପେମେଣ୍ଟ ଧାରାକୁ ଗ୍ରହଣ ଲାଗି ବିଶେଷ ଭାବେ କାର୍ଯ୍ୟ କରିବ ବୋଲି ପ୍ରସାଦ କହିଛନ୍ତି। ଏହା ସହ ଦେଶକୁ ଏକ ଡିଜିଟାଲ ଇକୋନମି ଆଡକୁ ନେବାରେ ଏହି ପଦକ୍ଷେପ ବିଶେଷ ଭାବେ ସହାୟକ ହେବ। ବର୍ତ୍ତମାନ ପଏଣ୍ଟ ଅଫ୍‌ ସେଲ୍‌ରେ ପେମେଣ୍ଟ ହେଲେ ମର୍ଚାଣ୍ଟଙ୍କୁ ବ୍ୟାଙ୍କଗୁଡିକୁ ଏମ୍‌ଡିଆର ପ୍ରଦାନ କରିବାକୁ ପଡୁଛି। ଏହା ଫଳରେ ଲୋକମାନେ ଡେବିଟ କାର୍ଡ ବ୍ୟବହାରକୁ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ଇ-ନେଣଦେଣ କ୍ଷେତ୍ରରେ କେତେ ଚାର୍ଜ ଲାଗୁ ହେବ ସେ ସଂକ୍ରାନ୍ତ ବିଷୟର ତର୍ଜମା ଲାଗି ବର୍ତ୍ତମାନ ଏକ କମିଟି ଗଠନ ହୋଇଛି। କମିଟିରେ ଅର୍ଥସେବା ବିଭାଗ ସଚିବ, ଆଇଟି ଓ ଇଲେକଟ୍ରୋନିକ୍ସ ବିଭାଗ ସଚିବ, ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସିଇଓ ପ୍ରମୁଖ ସଦସ୍ୟ ଅଛନ୍ତି।

All Right Reserved By

ବାଣିଜ୍ୟ |

ସୁନା ଆମଦାନୀରେ ହ୍ରାସ

ସୁନା ଆମଦାନୀରେ ହ୍ରାସ

ନୂଆଦିଲ୍ଲୀ,୧୫।୭-ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଘରୋଇ ବଜାରରେ ସୁନା ଆମଦାନୀ ହ୍ରାସ ପାଇଛି। ଧାତୁ ମୂଲ୍ୟରେ ଲଗାତାର ହ୍ରାସ ଯୋଗୁ ସୁନା ଆମଦାନୀ ୨୫% କମ୍‌ ହୋଇ ୮.୪୩ ଡଲାର ରହିଛି।

ସେବା କ୍ଷେତ୍ର  ଏଫ୍‌ଡିଆଇ ୨୩% ହ୍ରାସ

ସେବା କ୍ଷେତ୍ର ଏଫ୍‌ଡିଆଇ ୨୩% ହ୍ରାସ

ନୂଆଦିଲ୍ଲୀ,୧୫।୭- ୨୦୧୭-୧୮ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ସେବା କ୍ଷେତ୍ର ଏଫ୍‌ଡିଆଇ ୨୩% ହ୍ରାସ ପାଇଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏଥିରେ ୨୩% ହ୍ରାସ ହୋଇ ୬.୭ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ(ଡିଆଇପିପି) ପକ୍ଷରୁ ସୂଚନା ଦିଆଯାଇଛି।

 ଆପଲ୍‌ ଆଇପଡ୍‌ ପାଇଁ ଫଟୋଶପ୍‌ ଆପ୍‌ ଆଣିବ ଆଡୋବ୍‌

ଆପଲ୍‌ ଆଇପଡ୍‌ ପାଇଁ ଫଟୋଶପ୍‌ ଆପ୍‌ ଆଣିବ ଆଡୋବ୍‌

ସାନ୍‌ ଫ୍ରାନ୍‌ସିସ୍କୋ,୧୫।୭- ପ୍ରମୁଖ ଡିଜିଟାଲ୍‌ ଡିଜାଇନ୍‌ ପ୍ରୋଗ୍ରାମ୍‌ର ନିର୍ମାତା ଆଡୋବ୍‌ ସିଷ୍ଟମ୍‌ ଇନ୍‌କର୍ପୋରେଶନ୍‌ ଆପଲ୍‌ ଆଇପଡ୍‌ ପାଇଁ ଏକ ଫଟୋଶପ୍‌ ଆପ୍‌ ପ୍ରସ୍ତୁତ କରିବ। ବିକ୍ରିରେ ବୃଦ୍ଧି ଆଣିବା ପାଇଁ ଆଡୋବ୍‌ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା କମ୍ପାନୀର ବାର୍ଷିକ ମାକ୍ସ କ୍ରିଏଟିଭ୍‌ କନ୍‌ଫରେନ୍ସରେ ସଫ୍ଟଓ୍ବେର ଡେଭେଲପର୍‌ ଆଡୋବ୍‌ ଏହି ଆପ୍‌କୁ ଲଞ୍ଚ କରିବ। ସେହିଭଳି ୨୦୧୯ ସୁଦ୍ଧା ଏହା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଯେତେ ଶୀଘ୍ର ସମ୍ଭବ ଏହି ଆପ୍‌ ବଜାରକୁ ଆସିବ ବୋଲି ଆଡୋବ୍‌ର ଚିଫ୍‌ ପ୍ରଡକ୍ଟ ଅଫିସର୍‌ ସ୍କଟ୍‌ ବେଲସ୍କି ସୂଚନା ଦେଇଛନ୍ତି।

ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ

ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୫।୭- ଜର୍ମାନ୍‌ ଭିତ୍ତିକ କାର୍‌ ନିର୍ମାତା ବିଏମ୍‌ଡବ୍ଲ୍ୟୁ ପକ୍ଷରୁ ବଜାରକୁ ଆସିଛି ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ। ଏହି ସ୍ପୋର୍ଟ୍‌ ୟୁଟିଲିଟି ଭେଇକଲ୍‌(ଏସ୍‌ୟୁଭି)ର ବଜାର ଦର ୫୬.୯ଲକ୍ଷ ଟଙ୍କା ରହିଛି। ରିଫାଇନ୍ଡ ପେଟ୍ରୋଲ୍‌ ଇଞ୍ଜିନ୍‌ ଅପ୍‌ସନ୍‌ ଦ୍ୱାରା ଗ୍ରାହକମାନେ ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ପାଇପାରିବେ। ଏଥିରେ ୨୫୨ ହର୍ସ୍‌ପାଓ୍ବାର କ୍ଷମତାସମ୍ପନ୍ନ ୨ଲିଟର ବିଶିଷ୍ଟ ୪ସିଲିଣ୍ଡର ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଛି। ୬.୩ ସେକେଣ୍ଡରେ ଘଣ୍ଟାପ୍ରତି ଶୂନରୁ ଶହେ କିଲୋମିଟର ପର୍ଯ୍ୟନ୍ତ ଆକ୍ସିଲେରେଟିଂ କ୍ଷମତା ରହିଛି।

ବ୍ୟାଙ୍କିଙ୍ଗ, ଇନ୍‌ସ୍ୟୁରାନ୍ସ କର୍ମଚାରୀଙ୍କ ଗଣଧାରଣା

ବ୍ୟାଙ୍କିଙ୍ଗ, ଇନ୍‌ସ୍ୟୁରାନ୍ସ କର୍ମଚାରୀଙ୍କ ଗଣଧାରଣା

ନୂଆଦିଲ୍ଲୀ,୧୫।୭- ବ୍ୟାଙ୍କିଙ୍ଗ ଓ ଇନ୍‌ସ୍ୟୁରାନ୍ସ କ୍ଷେତ୍ରରେ ହେଉଥିବା ସୁଧାରକୁ ବିରୋଧ କରୁଛନ୍ତି ବ୍ୟାଙ୍କ ଏବଂ ଇନ୍‌ସ୍ୟୁରାନ୍ସ କର୍ମଚାରୀ। ଏହାର ଫଳ ସ୍ବରୂପ ଦେଶରେ ସମସ୍ତ ରାଜ୍ୟର ରାଜଧାନୀଗୁଡିକରେ କର୍ମଚାରୀଙ୍କ ଧାରଣା ଦେଖାଦେଇଛି।

ଆମ୍ରି ହସ୍ପିଟାଲ୍ସରେ ଏମ୍‌ଇଏମ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ

ଆମ୍ରି ହସ୍ପିଟାଲ୍ସରେ ଏମ୍‌ଇଏମ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୧୫-୭: ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ଏହାର ମାଷ୍ଟର ଅଫ୍‌ ଏମର୍ଜେନ୍ସି ମେଡିସିନ(ଏମ୍‌ଇଏମ୍‌)ର ପ୍ରମଥ ବ୍ୟାଚ ଛାତ୍ରୀଛାତ୍ରଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଡାଲମିଆ ଭାରତ ଗ୍ରୁପ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ

ଡାଲମିଆ ଭାରତ ଗ୍ରୁପ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ

ଭୁବନେଶ୍ୱର, ୧୫-୭: ପ୍ରମୁଖ ସ୍ଲାଗ ସିମେଣ୍ଟ ନିର୍ମାତା ଡାଲମିଆ(ସିମେଣ୍ଟ) ଭାରତ ଲିମିଟେଡ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ନୂଆ ଫାଇନ ବ୍ଲେଣ୍ଡ କମ୍ପୋଜିଟ ସିମେଣ୍ଟ ଡାଲମିଆ ଏଫ୍‌ବିସିକୁ ଉନ୍ମୋଚନ କରିଛି। ନୂଆ ବ୍ରାଣ୍ଡକୁ ଡାଲମିଆ ଭାରତ ଗ୍ରୁପର ମାର୍କେଟିଂ ଓ ଯୋଗାଯୋଗ ବରିଷ୍ଠ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ବି.କେ. ସିଂ ଏବଂ ପୂର୍ବାଞ୍ଚଳ ବିକ୍ରି ଓ ମାର୍କେଟିଂ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇନ୍ଦ୍ରଜିତ ଚାଟାର୍ଜୀ ଉନ୍ମୋଚନ କରିଥିଲେ।

ରଥଯାତ୍ରାରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଭକ୍ତ ସେବା

ରଥଯାତ୍ରାରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଭକ୍ତ ସେବା

ଭୁବନେଶ୍ୱର, ୧୫-୭: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବର ଲିମିଟେଡ(ଜେଏସ୍‌ପିଏଲ୍‌)ର ସାମାଜିକ ଅନୁଷ୍ଠାନ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ପୁରୀ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଲାଗି ବିଭିନ୍ନ ସେବା ଯୋଗାଇ ଦିଆଯାଇଛି। ଫାଉଣ୍ଡେଶନ ପକ୍ଷରୁ ରନ୍ଧାଖାଦ୍ୟ, ଥଣ୍ଡା ପାନୀୟ ଜଳ, ଗ୍ଲୁକୋଜ ପ୍ୟାକେଟ ବଣ୍ଟନ ଭଳି ବିଭିନ୍ନ ସେବା ପ୍ରଦାନ କରାଯାଇଛି।

ଜିଏସ୍‌ଟି ଠକେଇ ରୋକିବ ଆନାଲିଟିକ୍ସ

ଜିଏସ୍‌ଟି ଠକେଇ ରୋକିବ ଆନାଲିଟିକ୍ସ

ବାଙ୍ଗାଲୋର, ୧୫-୭: ଜିଏସ୍‌ଟିରେ ହେଉଥିବା ଠକେଇ ରୋକିବାକୁ ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସ ଡାଟା ଆନାଲିଟିକ୍ସ ପ୍ରସ୍ତୁତ କରିଛି। ଏହା ଦ୍ୱାରା ଟିକସ ଫାଙ୍କୁଥିବା ଲୋକମାନେ ସାମ୍ନାକୁ ଆସିବେ। ଟିକସ ଫାଙ୍କୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଏସ୍‌ଟିଏନ୍‌ ଗ୍ରୁପ ଅଫ ମିନିଷ୍ଟର(ଜିଓଏମ୍‌)

ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ବାଣିଜ୍ୟ ନିଅଣ୍ଟ

ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ବାଣିଜ୍ୟ ନିଅଣ୍ଟ

ନୂଆଦିଲ୍ଲୀ, ୧୫-୭: ଘରୋଇ ବଜାରର ବାଣିଜ୍ୟ ନିଅଣ୍ଟ ଜୁନ ମାସରେ ୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଟଙ୍କାର ମୂଲ୍ୟ ହ୍ରାସ ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଏପରି ସ୍ଥିତି ଉପୁଜିଥିବା ଜଣାଯାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଶୁକ୍ରବାର ସୂଚନା ରହିଛି।

ଭାରତ ହେବ ୧୦ ଟ୍ରିଲିୟନ ଡଲାର ଅର୍ଥନୀତି

ଭାରତ ହେବ ୧୦ ଟ୍ରିଲିୟନ ଡଲାର ଅର୍ଥନୀତି

ନୂଆଦିଲ୍ଲୀ, ୧୫-୭: ଘରୋଇ ବଜାରର ଅର୍ଥନୀତି ବର୍ତ୍ତମାନ ଉନ୍ନତ ଅଭିବୃଦ୍ଧି ସ୍ତରରେ ରହିଛି। ଏହା ୨୦୩୦ ବେଳକୁ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବାର ସମ୍ଭାବନା ରହିଛି। ଏହି ସମୟରେ ଦେଶର ଜିଡିପି ୧୦ ଟ୍ରିଲିୟନ ଡଲାର ଛୁଇଁବ। ଅର୍ଥନୈତିକ ବ୍ୟାପର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଶନିବାର ଏହି ସୂଚନା ଦେଇଛନ୍ତି।

ବ୍ରାଣ୍ଡର ସଫଳତା ପଛରେ ଥାଏ ଦୀର୍ଘମିଆଦୀ ଲକ୍ଷ୍ୟ

ବ୍ରାଣ୍ଡର ସଫଳତା ପଛରେ ଥାଏ ଦୀର୍ଘମିଆଦୀ ଲକ୍ଷ୍ୟ

ଏକ ବ୍ରାଣ୍ଡ୍‌ର ସଫଳତା ପଛରେ ଯାହା କାର୍ଯ୍ୟ କରିଥାଏ ତାହା ହେଉଛି ଦୀର୍ଘମିଆଦୀ ଲକ୍ଷ୍ୟ। ଭାରତରେ ନିୟମିତ ବ୍ୟବଧାନରେ ଅନେକ ହ୍ୟାଣ୍ଡ୍‌ସେଟ୍‌ ବ୍ରାଣ୍ଡ୍‌ ଆସୁଛି। କେତେକ ସଫଳ ହେଉଥିବାବେଳେ ଆଉ କେତେକ ବଜାରର କଡା ପ୍ରତିଯୋଗିତାର ସାମ୍ନା ନ କରିପାରି ଉଭେଇ ଯାଉଛନ୍ତି।

Model This Week

ରୂପେଶ