Dharitri News
ବାଣିଜ୍ୟ |

ମାରୁତି ସୁଜୁକିର ‘ଦି ଗ୍ରେଟ୍‌ ପ୍ରି ଓନ୍‌ଡ କାର୍‌ ଫେଷ୍ଟିଭାଲ୍‌’

ମାରୁତି ସୁଜୁକିର ‘ଦି ଗ୍ରେଟ୍‌ ପ୍ରି ଓନ୍‌ଡ କାର୍‌ ଫେଷ୍ଟିଭାଲ୍‌’ ଭୁବନେଶ୍ୱର,୧୫-୧୨- ପ୍ରମୁଖ କାର୍‌ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଡିସେମ୍ବର ୧୩ ରୁ ୫ ଦିନିଆ ‘ଦି ଗ୍ରେଟ୍‌ ପ୍ରି ଓନ୍‌ଡ କାର୍‌ ଫେଷ୍ଟିଭାଲ୍‌’ ନାମରେ ମେଗା ୟୁଜ୍‌ଡ୍‌ କାର୍‌ ମେଳା ଆରମ୍ଭ ହୋଇଛି। ସ୍ଥାନୀୟ ଖଣ୍ଡଗିରି କ୍ରିକେଟ୍‌ ଆସୋସିଏଶନ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଏହି ବ୍ୟବହୃତ କାର୍‌ ମେଳାକୁ ଟ୍ରୁ ଭାଲ୍ୟୁର ଆଞ୍ଚଳିକ ପ୍ରବନ୍ଧକ (ଓଡିଶା ଓ ଛତିଶଗଡ) ସୋମ୍ୟକାନ୍ତ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମାରୁତି ସୁଜୁକିର ଟେରିଟୋରି ମ୍ୟାନେଜରଙ୍କ ସହିତ କମ୍ପାନୀର ବିଭିନ୍ନ ଡିଲରଶିପ୍‌ରୁ ଅଧିକାରୀ ପ୍ରତିନିଧିତ୍ୱ କରିଥିଲେ। ଭୁବନେଶ୍ୱର ଓ କଟକର ଜ୍ୟୋତି ମୋଟର୍ସ, ସ୍କାଏ ଅଟୋମୋବାଇଲ୍‌ ଏବଂ ନାରାୟଣୀ ମୋଟର୍ସ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହା ସକାଳ ୯ରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁଛି। ଏଠାରେ ଶତାଧିକ ୟୁଜ୍‌ଡ୍‌ କାର୍‌ ପ୍ରଦର୍ଶିତ ହୋଇଥିବା ବେଳେ ଗ୍ରାହକମାନେ ନିଜ ପସନ୍ଦର କାର୍‌ ଚୟନ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମେଳାରୁ କାର୍‌ କ୍ରୟରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର ଭାବେ ମାଗଣା ଟାଙ୍କି ଭର୍ତ୍ତି ତୈଳ, ଟେଷ୍ଟ ଡ୍ରାଇଭିଂରେ ଡିଲରଶିପ୍‌ ଗୁଡିକରୁ ନିଶ୍ଚିତ ଉପହାର ବ୍ୟବସ୍ଥା ରହିଛି। ସେହିପରି ବିଭିନ୍ନ ଫାଇନାନ୍ସ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଫାଇନାନ୍ସ ସୁବିଧା କରାଯାଇଛି। ଏହି ମେଳାକୁ ଗ୍ରାହକଙ୍କ ପକ୍ଷରୁ ଭଲ ରେସ୍‌ପନ୍ସ ମିଳୁଥିବା କମ୍ପାନୀ ପ୍ରକାଶ କରିଛି।

ବାଣିଜ୍ୟ |

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୦-୧-ଚଳିତ ମାସ ୨୯ରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥି ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍‌ ଛପା ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି।

ଏଚ୍‌ପିସିଏଲ୍‌-ଓଏନ୍‌ଜିସି ମିଶ୍ରଣ

ଏଚ୍‌ପିସିଏଲ୍‌-ଓଏନ୍‌ଜିସି ମିଶ୍ରଣ

ନୂଆଦିଲ୍ଲୀ,୨୦-୧(ପି.ଟି.)-ରାଷ୍ଟ୍ରାୟତ୍ତ ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେଶନ୍‌(ଏଚ୍‌ପିସିଏଲ୍‌)ରେ ଥିବା ସରକାରଙ୍କ ୫୧.୧୧% ଅଂଶଧନ ଅଧିଗ୍ରହଣ ବିଷୟ ଘୋଷଣା କରିଛି।

୪୧୩ ବିଲିୟନ ଡଲାର ଅତିକ୍ରମ କଲା  ବୈଦେଶିକ ମୁଦ୍ରା ଭଣ୍ଡାର

୪୧୩ ବିଲିୟନ ଡଲାର ଅତିକ୍ରମ କଲା ବୈଦେଶିକ ମୁଦ୍ରା ଭଣ୍ଡାର

ବମ୍ବେ, ୨୦-୧(ପିଟି) ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ବୈଦେଶିକ ମୁଦ୍ରା ପରିମାଣ ଆଉ ଏକ ରେକର୍ଡ ସ୍ତର ଛୁଇଁଛି। ଜାନୁୟାରୀ ୧୨ରେ ଶେଷ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରା ପରିମାଣ ୪୧୩.୮୨୫ ବିଲିୟନ ଡଲାର ଛୁଇଁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ଏ ସମ୍ପର୍କିତ ସୂଚନା ଦେଇ କହିଛି ଯେ, ଫରେନ୍‌ କରେନ୍ସି ଆସେଟ୍‌ ବୃଦ୍ଧି ପାଇବା ଫଳରେ ବୈଦେଶିକ ବିନିମୟ ପରିମାଣ ବୃଦ୍ଧି ପାଇଛି।

ଇ-ଓ୍ବେ ବିଲ୍‌ରେ ୨୧ହଜାର ନୂତନ ପଞ୍ଜୀକରଣ

ଇ-ଓ୍ବେ ବିଲ୍‌ରେ ୨୧ହଜାର ନୂତନ ପଞ୍ଜୀକରଣ

ନୂଆଦିଲ୍ଲୀ,୨୦-୧ ଇ-ଓ୍ବେ ବିଲ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାରା ଦେଶରେ ପାଖାପାଖି ୨୧,୭୫୬ ନୂତନ ଟିକସଦାତା ଓ ପରିବହନ ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି। ସାମଗ୍ରୀ ଓ ସେବା ଟିକସ ନେଟ୍‌ଓ୍ବାର୍କ(ଜିଏସ୍‌ଟିଏନ୍‌) ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ବମ୍ବେ, ୧୯-୧ ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ କମ୍ପାନୀ ଗୋଦ୍‌ରେଜ୍‌ ସିଙ୍ଗିଲ୍‌ ଡୋର ରେଫ୍ରିଜ୍‌ରେଟର କ୍ଷେତ୍ରରେ ମାର୍କେଟ୍‌ ଲିଡର ହେବା ପାଇଁ ଲକ୍ଷ୍ୟ ରଖିଛି। ଏହି କ୍ଷେତ୍ରରେ ପ୍ରଥମ କମ୍ପାନୀ ଭାବେ ଏକ ସ୍ବତନ୍ତ୍ର ଡ୍ରୟାର ବିଶିଷ୍ଟ ନୂଆ ରେଫ୍ରିଜ୍‌ରେଟର ‘ଗୋଦ୍‌ରେଜ୍‌ ଏଜ୍‌ ଡ୍ୟୁ’ର ବଜାର ପ୍ରବେଶ ଅବସରରେ କମ୍ପାନୀ ପକ୍ଷରୁ ଏହା କୁହାଯାଇଛି। ଭାରତରେ ରେଫ୍ରିଜରେଟର ବ୍ୟବହାର କରୁଥିବା ପ୍ରାୟ ୮୦% ପରିବାର ସିଙ୍ଗିଲ୍‌ ଡୋର୍‌ ବିଶିଷ୍ଟ ରେଫ୍ରିଜ୍‌ରେଟର ବ୍ୟବହାର କରୁଛନ୍ତି ବୋଲି କମ୍ପାନୀ ପ୍ରକାଶ କରିଛି

ବଢିଚାଲିଛି ତୈଳ ଦର

ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ, ୧୮-୧(ପି.ଟି.) ଦେଶରେ ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ହୁହୁ ହୋଇ ବଢି ଚାଲିଛି। ନୂଆଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ୭୧ ଟଙ୍କା ଟପିଥିବା ବେଳେ ବମ୍ବେରେ ୮୦ ଟଙ୍କା ଛୁଇଁଛି। ସେହିପରି ଡିଜେଲ୍‌ ଦର ନୂଆଦିଲ୍ଲୀରେ ୬୨ ଟଙ୍କା ଟପିଥିବା ବେଳେ ବମ୍ବେରେ ୬୬ ଟପିଛି। କିନ୍ତୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖିନାହାନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ, ୧୮-୧(ପିଟି) ଆସନ୍ତା ୩୧ ତାରିଖରୁ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ଗୁରୁବାର ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୧(ପି.ଟି.) ଯେଉଁଠାରେ ବ୍ୟାଙ୍କ ଖାତା ଖୋଲିବା, ଟଙ୍କା ଜମା କରିବା, ଉଠେଇବା, ଡିମାଣ୍ଡ୍‌ଡ୍ରାଫ୍‌ଟ୍‌ ତଥା ଚାଲାଣ କାଟିବା ବ୍ୟବସ୍ଥା ଥାଏ ତାହାକୁ ସାଧାରଣତଃ ଏକ ବ୍ୟାଙ୍କ ଶାଖା କୁହାଯାଏ। ଜଣେ ପରିଚାଳକଙ୍କ ଅଧୀନରେ କେତେକ କର୍ମଚାରୀଙ୍କୁ ନେଇ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିଚାଳିତ ହୋଇଥାଏ। ଗ୍ରାହକମାନେ ନିଜର ଆର୍ଥିକ କାରବାର କରିବା ପାଇଁ ଏଠାକୁ ଯାଇ ଥାଆନ୍ତି।

୨୯ ଉତ୍ପାଦରୁ ଟିକସ କମିଲା

୨୯ ଉତ୍ପାଦରୁ ଟିକସ କମିଲା

ନୂଆଦିଲ୍ଲୀ,୧୮-୧(ପି.ଟି.) ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୫ ତମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେତେକ କୃଷିଜାତ ଉତ୍ପାଦ ସହ ୨୯ଟି ସାମଗ୍ରୀ ଏବଂ ୫୪ ପ୍ରକାର ସେବା ଉପରେ ଜିଏସ୍‌ଟି ହାର ହ୍ରାସ କରାଯାଇଛି। ୨୯ଟି ହସ୍ତଶିଳ୍ପ ସାମଗ୍ରୀକୁ ୦% ସ୍ଲାବ୍‌ରେ ରଖାଯାଇଛି।

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୮-୧(ପି.ଟି.) କଲ୍‌ ଡ୍ରପ୍‌ ସମସ୍ୟାକୁ ନେଇ ଟେଲିକମ୍‌ ବିଭାଗ(ଡଟ୍‌) ଅପରେଟର୍‌ମାନଙ୍କ ଉପରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସମସ୍ୟାକୁ ନେଇ କମ୍ପାନୀଗୁଡିକ ପକ୍ଷରୁ କୌଣସି ବାହାନା ଶୁଣାଯିବ ନାହିଁ। ମୋବାଇଲ୍‌ ଟାଓ୍ବାର ସଂସ୍ଥାପନ କ୍ଷେତ୍ରରେ ଅସୁବିଧା ହେଉଥିବାରୁ କଲ୍‌ ଡ୍ରପ୍‌ ସମସ୍ୟା ବଢ଼ୁଛି ବୋଲି ଟେଲିକମ୍‌ କମ୍ପାନୀଗୁଡିକ ବାହାନା ଦେଖାଉଥିବା ଡଟ୍‌ କହିଛି।

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ନୂଆଦିଲ୍ଲୀ,୧୮-୧(ପି.ଟି.) ଏଣିକି ସମସ୍ତ ହୋଟେଲ ନିଜର ରିସେପ୍‌ଶନ ତଥା ଓ୍ବେବ୍‌ସାଇଟ୍‌ରେ ସେମାନଙ୍କ ଷ୍ଟାର ମାନ୍ୟତାକୁ ପ୍ରଦର୍ଶନ କରିବେ। ସେ ୫ ତାରକା ହେଉ କିମ୍ବା ୧ ତାରକା ତାହାକୁ ରିସେପ୍‌ଶନ ତଥା ନିଜ ଓ୍ବେବ୍‌ସାଇଟ୍‌ରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବା ପାଇଁ ହୋଟେଲ୍‌ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁପାଳନ ପାଇଁ ୩ ମାସର ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି।

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ଦିଲ୍ଲୀ,୧୮-୧ ପ୍ରମୁଖ ଅଟୋ ନିର୍ମାତା କମ୍ପାନୀ ନିଶାନ୍‌ ଇଣ୍ଡିଆ ପକ୍ଷରୁ "ହାପି ଓ୍ବିଥ୍‌ ନିଶାନ୍‌" ଗ୍ରାହକ ସେବା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା ହୋଇଛି । ଏହି ଅଭିଯାନ ନିଶାନ୍‌ ଏବଂ ଡାଟ୍‌ସନ୍‌ର ସମସ୍ତ ଆଉଟଲେଟଗୁଡିକରେ ଚଳିତ ମାସ ୧୮-୨୮ ତାରିଖ ମଧ୍ୟରେ ପାଳନ ହେବ ।