ଖେଳ |

‘ଅଲିମ୍ପିକ୍ସ ଅଭିଯାନ ପାଇଁ ଓଡ଼ିଶା ପ୍ରକୃଷ୍ଠ ସ୍ଥାନ’

‘ଅଲିମ୍ପିକ୍ସ ଅଭିଯାନ ପାଇଁ ଓଡ଼ିଶା ପ୍ରକୃଷ୍ଠ ସ୍ଥାନ’

ଓଡ଼ିଶା ହେଉଛି ଦେବଭୂମି। କରାଟେରେ ଏହି ରାଜ୍ୟର ସ୍ବତନ୍ତ୍ର ପରିଚୟ ରହିଛି। ଓଡ଼ିଶା କରାଟେକାମାନେ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିସାରିଛନ୍ତି। ତେଣୁ ଅଲିମ୍ପିକ୍ସ ଅଭିଯାନ ପାଇଁ ଏହା ହିଁ ପ୍ରକୃଷ୍ଠ ସ୍ଥାନ। ଫେଡେରେଶନ କପ୍‌ କରାଟେ ଚାମ୍ପିୟନଶିପ୍‌ ଆରମ୍ଭ ପୂର୍ବରୁ ଶୁକ୍ରବାର ଉତ୍କଳ କରାଟେ ସ୍କୁଲରେ ଏକ ସ୍ବତନ୍ତ୍ର ସାକ୍ଷାତକାର ଅବସରରେ ଏହା ପ୍ରକାଶ କରିଛନ୍ତି ବିଶ୍ୱ କରାଟେ ଆସୋସିଏଶନ ଜଜ୍‌ ତଥା କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆ(କାଇ)ର ବୈଷୟିକ ନିର୍ଦ୍ଦେଶକ ସିହାନ ପ୍ରେମଜିତ ସେନ୍‌।
ଫେଡେରେଶନ କପ୍‌ କରାଟେ ଇତିମଧ୍ୟରେ ୧୬ତମ ସଂସ୍କରଣରେ ପହଞ୍ଚତ୍ଛି। ଆପଣ ଏଥର ଏହା ଆୟୋଜନ ପାଇଁ ଓଡ଼ିଶାକୁ କାହିଁକି ପସନ୍ଦ କରିଛନ୍ତି?
ଓଡ଼ିଶା ହେଉଛି ଦେବଭୂମି। ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ କରାଟେରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। ହରିପ୍ରସାଦ ନିଜର ପୂରା ଜୀବନ କ୍ରୀଡ଼ା ପ୍ରତି ଉତ୍ସର୍ଗ କରିଛନ୍ତି। ଖେଳ ସମ୍ପର୍କରେ ତାଙ୍କ ଚିନ୍ତାଧାରା ଅତ୍ୟନ୍ତ ଉଚ୍ଚକୋଟୀର। ତାଙ୍କଠାରୁ ପ୍ରଶିକ୍ଷଣ ପାଇ ଓଡ଼ିଶା କରାଟେକାମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପଦକ ହାସଲ କରିସାରିଛନ୍ତି। ଏଠାରେ ବହୁ କରାଟେ ପ୍ରତିଭା ଅଛନ୍ତି। ତେଣୁ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏପରି ଏକ ମାହୋଲ ମଧ୍ୟରେ ଆମେ ଅଭିଯାନ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛୁ।
ଫେଡେରେଶନ କପ୍‌ ଆୟୋଜନର ମୁଖ୍ୟ ଲକ୍ଷ୍ୟ କ’ଣ?
ତୃଣମୂଳସ୍ତରରୁ କରାଟେ ପ୍ରତିଭା ଅନ୍ବେଷଣ ଏବଂ ପ୍ରତିଭାଧର କରାଟେକାଙ୍କୁ ନେଇ ଏକ ଗ୍ରୁପ୍‌ ତିଆରି କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ଆମେ ଅନ୍ତର୍ଜାତୀୟ ସ୍ତରରେ ନିଜର ଦବ୍‌ଦବା ବଜାୟ ରଖିପାରିବୁ। ଏହି ପ୍ରତିଯୋଗିତା ମାଧ୍ୟମରେ ଆମେ କିଛି ପରିମାଣରେ ସଫଳ ହୋଇଛୁ ମଧ୍ୟ।
ଏଠାରେ ପ୍ରତିଯୋଗିତାର ମାନ କିପରି ରହିବ?
ଫେଡେରେଶନ କପ୍‌ରେ ଅନେକ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ୩-୪ ଜଣ ରାଜ୍ୟଗୋଷ୍ଠୀ କରାଟେ ଚାମ୍ପିୟନ ଏବଂ ଅନେକ ଜାତୀୟ ଚାମ୍ପିୟନଙ୍କ ଉପସ୍ଥିତିରେ ଏହା ଏକ ଟପ୍‌ କ୍ଲାସ୍‌ ପ୍ରତିଯୋଗିତା ହେବ। ସବ୍‌ଜୁନିୟର ସ୍ତରକୁ ଆମେ ଫୋକସ କରୁଛୁ। କାରଣ ଭବିଷ୍ୟତକୁ ଦୃଷ୍ଟିରେ ରଖିଲେ ଏହି ଗ୍ରୁପର ଖେଳାଳିମାନେ ହିଁ ଉପଯୁକ୍ତ ଟ୍ରେନିଂ ନେଇ ଆଗକୁ ଭଲ କରିପାରିବେ।
ଫେଡେରେଶନ କପ୍‌ରେ କେଉଁ ରାଜ୍ୟରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ?
ପଶ୍ଚିମବଙ୍ଗରୁ ସର୍ବାଧିକ ୩୦୦ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗନେବା ଆମେ ଆଶା ରଖିଛୁ। ଦ୍ୱିତୀୟ ସର୍ବାଧିକ ଓଡ଼ିଶାରୁ ରହିବେ।
କରାଟେକୁ ନେଇ ଆପଣ କ’ଣ ଭବିଷ୍ୟତ ଲକ୍ଷ୍ୟ ରଖିଛନ୍ତି?
ଆମେ ଯଦି ଏବେଠାରୁ କରାଟେ ପ୍ରତିଭାଙ୍କୁ ଠାବ ନ କରିବୁ ତେବେ ଭବିଷ୍ୟତ ପାଇଁ ସମସ୍ୟା ଆସିବ। ତେଣୁ ଆମେ ଏପରି ଟୁର୍ନାମେଣ୍ଟ ଆୟୋଜନ କରୁଛୁ, ଯାହାଦ୍ୱାରା ପ୍ରତିଭାସମ୍ପନ୍ନ କରାଟେକାଙ୍କୁ ଆମେ ଚୟନ କରିପାରିବୁ। ସେମାନଙ୍କୁ ଆମେ ଭବିଷ୍ୟତରେ ହେବାକୁଥିବା ଅଲିମ୍ପିକ୍ସ ଆଦି ବଡ଼ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ କରିପାରିବୁ।
ଅନ୍ତର୍ଜାତୀୟସ୍ତରରେ କରାଟେରେ ଭାରତର ସ୍ଥାନ କିପରି ରହିଛି?
ଭାରତ କରାଟେରେ ଦ୍ରୁତଗତିରେ ଉନ୍ନତି କରୁଛି। ପୂର୍ବରୁ ଆମେ କୌଣସି ବଡ଼ ପ୍ରତିଯୋଗିତାରେ ଭାଗ ନେବାବେଳେ ଲିଗ୍‌ ପର୍ଯ୍ୟାୟରେ ୧୦-୧୫ ସେକେଣ୍ଡ କିମ୍ବା କେତେ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିବୁ ସେଥିନେଇ ଚିନ୍ତାରେ ଥିଲୁ। ମାତ୍ର ଏବେ ଭାରତ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିବାରେ ସକ୍ଷମ ହୋଇଛି। ଏହା ଆମ ପାଇଁ ବଡ଼ ସଫଳତା।
କରାଟେରେ ଭାରତର ବଡ଼ ସଫଳତା କହିଲେ କ’ଣ ବୁଝାଯିବ?
ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସାଉଥ୍‌ ଏସିଆନ ଗେମ୍ସରେ ଆଧିପତ୍ୟ ବିସ୍ତାର କରୁଛି। ଏସିଆନ ଚାମ୍ପିୟନଶିପ୍‌ରେ ଏବେ ଆମକୁ ପଦକ ମିଳିବା ଆରମ୍ଭ ହୋଇଛି। ଏବେ ଆମେ ଆଉ ପଛରେ ନାହୁଁ। ଧୀରେଧୀରେ ଅନ୍ତର୍ଜାତୀୟସ୍ତରରେ ଆମେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟକ୍କର ଦେଇ ନିଜର ସ୍ବତନ୍ତ୍ରତା ଜାହିର କରିପାରିଛୁ।
ଅଲିମ୍ପିକ୍ସର ପ୍ରଶ୍ନ ଉଠିଲେ ଭବିଷ୍ୟତ ପାଇଁ କ’ଣ ଟାର୍ଗେଟ ରହିଛି?
ଭାରତ ୨୦୨୦ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବ ନାହିଁ। କାରଣ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଅଲିମ୍ପିକ୍ସରେ ଭାଗନେବାର ନିୟମ ରହିଛି। ପ୍ରଥମେ ଭାରତ ଆଦୌ ର଼୍ୟାଙ୍କିଙ୍ଗରେ ସ୍ଥାନ ପାଉ ନ ଥିଲା। ପରେ ୧୨୦ରୁ ୧୩୦ ସ୍ଥାନ ମଧ୍ୟରେ ରହୁଥିଲା। ଏବେ ଭାରତ ୫୦ରୁ ୬୦ ମଧ୍ୟକୁ ଆସିବାରେ ସକ୍ଷମ ହୋଇଛି। ଆଉ ୨ଟି ଅଲିମ୍ପିକ୍ସ ପରେ ଭାରତ ଏହି ମେଗା ଇଭେଣ୍ଟ ପାଇଁ ଯୋଗ୍ୟତା ପାଇବା ଆଶା ରହିଛି।
ଅଲିମ୍ପିକ୍ସ ଯୋଗ୍ୟତା ପାଇବାକୁ ହେଲେ ଆମକୁ କ’ଣ କରିବାକୁ ପଡ଼ିବ?
ଆମକୁ ଏବେଠାରୁ ୧୦-୧୨ ବର୍ଷର ପ୍ରତିଭାସମ୍ପନ୍ନ ପିଲାଙ୍କୁ ନେଇ ଏକ ଗ୍ରୁପ୍‌ କରିବାକୁ ପଡ଼ିବ। ସେମାନଙ୍କ ପାଇଁ ପ୍ରାୟୋଜକ ନିହାତି ଆବଶ୍ୟକ। କାରଣ ୧୦-୧୨ ବର୍ଷର ପିଲାର ପଢ଼ିବା ଏବଂ ଟ୍ରେନିଂ ପାଇଁ ବହୁ ଅର୍ଥ ଆବଶ୍ୟକ ହେବ। ସରକାର ସେମାନଙ୍କ ଦାୟିତ୍ୱ ନେଲେ ଆମେ ନିଶ୍ଚିତ ଆଗାମୀ ଦିନରେ ଅଲିମ୍ପିକ୍ସରେ ପଦାର୍ପଣ କରିପାରିବୁ।

All Right Reserved By

ଖେଳ |

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

କଲମ୍ବୋ, ୧୯।୭(ଏଏଫପି)- କ୍ରିକେଟରେ ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ତଥା ସରଳ ନୀତି ଆପଣେଇବା ଆବଶ୍ୟକ ବୋଲି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ଫୈଜର ମୁସ୍ତାଫା କହିଛନ୍ତି। ସେ ଏନେଇ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ, ୧୯।୭(ପି.ଟି.)- ଏଠାରେ ଚାଲିଥିବା ଏସିଆନ ଜୁନିୟର ରେସଲିଂ ଚାମ୍ପିୟନଶିପ୍‌ର ୨ୟ ଦିବସରେ ବୁଧବାର ଭୀରେଶ କୁଣ୍ଡୁ ବ୍ରୋଞ୍ଜ ପଦକ ଜିତି ଭାରତର ସମ୍ମାନ ରଖିଛନ୍ତି। ଦିବସରେ ଭାରତର ପଦକ ଆଶା ମଉଳି ଯାଉଥିବାବେଳେ ୯୭ କିଗ୍ରା ବର୍ଗର ଏକ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ମୁମ୍ବାଇ, ୧୯।୭(ପି.ଟି.)- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏକ ନୂତନ କ୍ରିକେଟ ଏକାଡେମୀ ଖୋଲିଛନ୍ତି। ଏହି କ୍ରିକେଟ ଏକାଡେମୀର ନାମ ‘ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ’ (ଟିଏମ୍‌ଜିଏ)ରଖାଯାଇଛି।

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ନୂଆଦିଲ୍ଲୀ, ୧୯।୭- ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ବ୍ରିକ୍ସ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଏହାର ପ୍ରଥମ ମ୍ୟାଚରେ ହାରି ଯାଇଛି। ଦ୍ୱିତୀୟାର୍ଦ୍ଧରେ ୪ ଗୋଲ ସହାୟତାରେ ଘରୋଇ ଦକ୍ଷିଣ ଆଫ୍ରିକା ୫-୧ ଗୋଲରେ ଭାରତକୁ ପରାସ୍ତ କରିଛି।

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

କଟକ ଅଫିସ,୧୯ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ତାମିଲନାଡୁ କ୍ରିକେଟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚେନ୍ନାଇରେ ଚାଲିଥିବା ୧୯ବର୍ଷରୁ କମ୍‌ ବାଳିକା ଆନ୍ତଃ ଜୋନାଲ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଏକ ମ୍ୟାଚ୍‌ରେ ପୂର୍ବାଞ୍ଚଳ ୭ ଉଇକେଟରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଛି ।

ଏସିଆନ ଗେମ୍ସ ପାଇଁ ଭରତ, ମୌବମ, ଶ୍ରେୟା ମନୋନୀତ

ଏସିଆନ ଗେମ୍ସ ପାଇଁ ଭରତ, ମୌବମ, ଶ୍ରେୟା ମନୋନୀତ

ଭୁବନେଶ୍ୱର, ୧୯।୭(କ୍ରୀଡ଼ା ପ୍ରତିନିଧି)- ଆସନ୍ତା ଏସିଆନ୍‌ ଗେମ୍ସକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ କ୍ଲାଇମ୍ବିଂ କମ୍ପ୍ଲେକ୍ସରେ ୩ ସପ୍ତାହଧରି ଚାଲିଥିବା ଭାରତୀୟ ଦଳର ଚୂଡ଼ାନ୍ତ ପ୍ରଶିକ୍ଷଣ ଶିବିର ବୁଧବାର ଶେଷ ହୋଇଛି।

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

କଲମ୍ବୋ, ୧୮।୭(ପି.ଟି.)- ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ୟୁଥ୍‌ ଟେଷ୍ଟ କ୍ରିକେଟରେ (୪ ଦିବସୀୟ) ଆଥରଓ୍ବା ତାଇଡେ ଓ ଆୟୂଷ ବଦୋନିଙ୍କ ଶତକ ବଳରେ ଭାରତୀୟ କ୍ରିକେଟ ଦଳ ଡ୍ରାଇଭର ସିଟ୍‌ରେ ରହିଛି।

ଜିମ୍ବାଓ୍ବେ ୬୭ରେ ସୀମିତ: ସିରିଜ ଜିତିଲା ପାକିସ୍ତାନ

ଜିମ୍ବାଓ୍ବେ ୬୭ରେ ସୀମିତ: ସିରିଜ ଜିତିଲା ପାକିସ୍ତାନ

ବୁଲାଓ୍ବାଓ, ୧୮।୭(ଏଏଫ୍‌ପି)- ପାକିସ୍ତାନ ବିପକ୍ଷରେ ବୁଧବାର ଏଠାରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଜିମ୍ବାଓ୍ବେ କ୍ରିକେଟ ଦଳ ମାତ୍ର ୬୭ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଜବାବରେ ପାକିସ୍ତାନ ମାତ୍ର ଗୋଟିଏ ଉଇକେଟ୍‌ ହରାଇ ସହଜସାଧ୍ୟ ବିଜୟ ହାସଲ କରିଛି।

କୋହଲିଙ୍କୁ କ୍ୟାରିୟରର ସର୍ବାଧିକ ଦିନିକିଆ ପଏଣ୍ଟ

କୋହଲିଙ୍କୁ କ୍ୟାରିୟରର ସର୍ବାଧିକ ଦିନିକିଆ ପଏଣ୍ଟ

ଦୁବାଇ,୧୮।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ସର୍ବାଧିକ ୯୧୧ ପଏଣ୍ଟ ହାସଲ କରି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ନିଜ ସ୍ଥାନକୁ ଦୃଢ଼ିଭୂତ କରିଛନ୍ତି

ସିଙ୍ଗାପୁର ଓପନ: ପ୍ରଣୀଥ ବିଦା

ସିଙ୍ଗାପୁର ଓପନ: ପ୍ରଣୀଥ ବିଦା

ସିଙ୍ଗାପୁର,୧୮।୭(ପି.ଟି.)- ଡିପେଣ୍ଡିଂ ଚାମ୍ପିୟନ ବି. ସାଇ ପ୍ରଣୀଥ ଚଳିତ ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ଶୁଭଙ୍କର ଦେ, ରୁତଭିକା ଶିବାନୀ ଓ ରିତୁପର୍ଣ୍ଣା ଦାସ ବିଜୟ ସହ ୨ୟ ରାଜଣ୍ଡରେ ପ୍ରବେଶ କରିଛନ୍ତି।

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ନୂଆଦିଲ୍ଲୀ,୧୮।୭(ପି.ଟି.)- ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତ ସ୍ଥାନ ପାଇଛନ୍ତି।

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ପ୍ୟାରିସ,୧୮।୭(ଏପି)- ବିଶ୍ୱକପ୍‌ ବିଜେତା ଫ୍ରାନ୍ସ ଦଳର ମୁଖ୍ୟ ସଦସ୍ୟ କ୍ୟାଲିଆନ ଏମ୍‌ବାପ୍ପେଙ୍କୁ ମିଳିଥିବା ବୋନସକୁ ମେଡିକଲରେ ଚିକିତ୍ସିତ ହେଉଥିବା ଶିଶୁଙ୍କ ଜୀବନରେ କ୍ରୀଡ଼ାକୁ ଫେରାଇ ଆଣିବା ଲାଗି ଏକ ଆସୋସିଏଶନକୁ ପ୍ରଦାନ କରିଛନ୍ତି।

Model This Week

ରୂପେଶ