ଖେଳ |

ନିର୍ଣ୍ଣାୟକ ମୁକାବିଲା ପାଇଁ ମାଥ୍ୟୁସ ଫିଟ୍‌

ନିର୍ଣ୍ଣାୟକ ମୁକାବିଲା ପାଇଁ ମାଥ୍ୟୁସ ଫିଟ୍‌

ବିଶାଖାପାଟଣା, ୧୫।୧୨(ପି.ଟି.)- ଘରୋଇ ଭାରତୀୟ ଦଳ ବିପକ୍ଷରେ ଏଠାରେ ତିନିଟିକିଆ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ଖେଳିବାକୁ ଥିବା ଶ୍ରୀଲଙ୍କା ଦଳକୁ ଶୁକ୍ରବାର ବଡ଼ ଆଶ୍ୱାସନା ମିଳିଛି। ଦଳର ବରିଷ୍ଠ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଉପଲବ୍ଧ ହୋଇଛନ୍ତି। ଗତ ମ୍ୟାଚ୍‌ରେ ଅପରାଜିତ ଶତକୀୟ ପାଳି ବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ଏହି ସମସ୍ୟାରୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ମୁକ୍ତ। ଏଥିସହ ଏଠାରେ ଅନୁଷ୍ଠିତ ଅଭ୍ୟାସ ସେସନ୍‌ରେ ସେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। ସେ ପ୍ରଥମେ ବ୍ୟାଟିଂ କରିବା ପରେ ବୋଲିଂ ଅଭ୍ୟାସ ମଧ୍ୟ କରିଥିବାର ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଦଳୀୟ ମ୍ୟାନେଜର ଆସାଙ୍କା ଗୁରୁସିହ୍ନା କହିଛନ୍ତି, ”ମାଥ୍ୟୁସ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍‌। ଗତ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ଏହି ସମସ୍ୟାରୁ ସେ ବର୍ତ୍ତମାନ ମୁକ୍ତ ହୋଇସାରିଛନ୍ତି। ଏଠାରେ ଅନୁଷ୍ଠିତ ଅଭ୍ୟାସ ସେସନରେ ସେ ବୋଲିଂ ଓ ବ୍ୟାଟିଂ ଅଭ୍ୟାସ କରିଛନ୍ତି। ଏଥିଯୋଗୁ ଦଳର ୧୫ ଜଣ ଖେଳାଳି ଫିଟ୍‌ ଓ ଅନ୍ତିମ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ“।

All Right Reserved By

ଖେଳ |

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

କଲମ୍ବୋ, ୧୯।୭(ଏଏଫପି)- କ୍ରିକେଟରେ ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ତଥା ସରଳ ନୀତି ଆପଣେଇବା ଆବଶ୍ୟକ ବୋଲି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ଫୈଜର ମୁସ୍ତାଫା କହିଛନ୍ତି। ସେ ଏନେଇ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ, ୧୯।୭(ପି.ଟି.)- ଏଠାରେ ଚାଲିଥିବା ଏସିଆନ ଜୁନିୟର ରେସଲିଂ ଚାମ୍ପିୟନଶିପ୍‌ର ୨ୟ ଦିବସରେ ବୁଧବାର ଭୀରେଶ କୁଣ୍ଡୁ ବ୍ରୋଞ୍ଜ ପଦକ ଜିତି ଭାରତର ସମ୍ମାନ ରଖିଛନ୍ତି। ଦିବସରେ ଭାରତର ପଦକ ଆଶା ମଉଳି ଯାଉଥିବାବେଳେ ୯୭ କିଗ୍ରା ବର୍ଗର ଏକ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ମୁମ୍ବାଇ, ୧୯।୭(ପି.ଟି.)- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏକ ନୂତନ କ୍ରିକେଟ ଏକାଡେମୀ ଖୋଲିଛନ୍ତି। ଏହି କ୍ରିକେଟ ଏକାଡେମୀର ନାମ ‘ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ’ (ଟିଏମ୍‌ଜିଏ)ରଖାଯାଇଛି।

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ନୂଆଦିଲ୍ଲୀ, ୧୯।୭- ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ବ୍ରିକ୍ସ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଏହାର ପ୍ରଥମ ମ୍ୟାଚରେ ହାରି ଯାଇଛି। ଦ୍ୱିତୀୟାର୍ଦ୍ଧରେ ୪ ଗୋଲ ସହାୟତାରେ ଘରୋଇ ଦକ୍ଷିଣ ଆଫ୍ରିକା ୫-୧ ଗୋଲରେ ଭାରତକୁ ପରାସ୍ତ କରିଛି।

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

କଟକ ଅଫିସ,୧୯ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ତାମିଲନାଡୁ କ୍ରିକେଟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚେନ୍ନାଇରେ ଚାଲିଥିବା ୧୯ବର୍ଷରୁ କମ୍‌ ବାଳିକା ଆନ୍ତଃ ଜୋନାଲ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଏକ ମ୍ୟାଚ୍‌ରେ ପୂର୍ବାଞ୍ଚଳ ୭ ଉଇକେଟରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଛି ।

ଏସିଆନ ଗେମ୍ସ ପାଇଁ ଭରତ, ମୌବମ, ଶ୍ରେୟା ମନୋନୀତ

ଏସିଆନ ଗେମ୍ସ ପାଇଁ ଭରତ, ମୌବମ, ଶ୍ରେୟା ମନୋନୀତ

ଭୁବନେଶ୍ୱର, ୧୯।୭(କ୍ରୀଡ଼ା ପ୍ରତିନିଧି)- ଆସନ୍ତା ଏସିଆନ୍‌ ଗେମ୍ସକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ କ୍ଲାଇମ୍ବିଂ କମ୍ପ୍ଲେକ୍ସରେ ୩ ସପ୍ତାହଧରି ଚାଲିଥିବା ଭାରତୀୟ ଦଳର ଚୂଡ଼ାନ୍ତ ପ୍ରଶିକ୍ଷଣ ଶିବିର ବୁଧବାର ଶେଷ ହୋଇଛି।

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

କଲମ୍ବୋ, ୧୮।୭(ପି.ଟି.)- ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ୟୁଥ୍‌ ଟେଷ୍ଟ କ୍ରିକେଟରେ (୪ ଦିବସୀୟ) ଆଥରଓ୍ବା ତାଇଡେ ଓ ଆୟୂଷ ବଦୋନିଙ୍କ ଶତକ ବଳରେ ଭାରତୀୟ କ୍ରିକେଟ ଦଳ ଡ୍ରାଇଭର ସିଟ୍‌ରେ ରହିଛି।

ଜିମ୍ବାଓ୍ବେ ୬୭ରେ ସୀମିତ: ସିରିଜ ଜିତିଲା ପାକିସ୍ତାନ

ଜିମ୍ବାଓ୍ବେ ୬୭ରେ ସୀମିତ: ସିରିଜ ଜିତିଲା ପାକିସ୍ତାନ

ବୁଲାଓ୍ବାଓ, ୧୮।୭(ଏଏଫ୍‌ପି)- ପାକିସ୍ତାନ ବିପକ୍ଷରେ ବୁଧବାର ଏଠାରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଜିମ୍ବାଓ୍ବେ କ୍ରିକେଟ ଦଳ ମାତ୍ର ୬୭ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଜବାବରେ ପାକିସ୍ତାନ ମାତ୍ର ଗୋଟିଏ ଉଇକେଟ୍‌ ହରାଇ ସହଜସାଧ୍ୟ ବିଜୟ ହାସଲ କରିଛି।

କୋହଲିଙ୍କୁ କ୍ୟାରିୟରର ସର୍ବାଧିକ ଦିନିକିଆ ପଏଣ୍ଟ

କୋହଲିଙ୍କୁ କ୍ୟାରିୟରର ସର୍ବାଧିକ ଦିନିକିଆ ପଏଣ୍ଟ

ଦୁବାଇ,୧୮।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ସର୍ବାଧିକ ୯୧୧ ପଏଣ୍ଟ ହାସଲ କରି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ନିଜ ସ୍ଥାନକୁ ଦୃଢ଼ିଭୂତ କରିଛନ୍ତି

ସିଙ୍ଗାପୁର ଓପନ: ପ୍ରଣୀଥ ବିଦା

ସିଙ୍ଗାପୁର ଓପନ: ପ୍ରଣୀଥ ବିଦା

ସିଙ୍ଗାପୁର,୧୮।୭(ପି.ଟି.)- ଡିପେଣ୍ଡିଂ ଚାମ୍ପିୟନ ବି. ସାଇ ପ୍ରଣୀଥ ଚଳିତ ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ଶୁଭଙ୍କର ଦେ, ରୁତଭିକା ଶିବାନୀ ଓ ରିତୁପର୍ଣ୍ଣା ଦାସ ବିଜୟ ସହ ୨ୟ ରାଜଣ୍ଡରେ ପ୍ରବେଶ କରିଛନ୍ତି।

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ନୂଆଦିଲ୍ଲୀ,୧୮।୭(ପି.ଟି.)- ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତ ସ୍ଥାନ ପାଇଛନ୍ତି।

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ପ୍ୟାରିସ,୧୮।୭(ଏପି)- ବିଶ୍ୱକପ୍‌ ବିଜେତା ଫ୍ରାନ୍ସ ଦଳର ମୁଖ୍ୟ ସଦସ୍ୟ କ୍ୟାଲିଆନ ଏମ୍‌ବାପ୍ପେଙ୍କୁ ମିଳିଥିବା ବୋନସକୁ ମେଡିକଲରେ ଚିକିତ୍ସିତ ହେଉଥିବା ଶିଶୁଙ୍କ ଜୀବନରେ କ୍ରୀଡ଼ାକୁ ଫେରାଇ ଆଣିବା ଲାଗି ଏକ ଆସୋସିଏଶନକୁ ପ୍ରଦାନ କରିଛନ୍ତି।

Model This Week

ରୂପେଶ