ଖେଳ |

ରଣଜୀ ସେମିଫାଇନାଲରୁ ଈଶାନ୍ତ ବାଦ୍‌

ରଣଜୀ ସେମିଫାଇନାଲରୁ ଈଶାନ୍ତ ବାଦ୍‌

ନୂଆଦିଲ୍ଲୀ, ୧୫।୧୨- ଚଳିତ ରଣଜୀ ଟ୍ରଫି ସେମିଫାଇନାଲ ପର୍ଯ୍ୟାୟରୁ ଦିଲ୍ଲୀ ଦଳର ଅଧିନାୟକ ଈଶାନ୍ତ ଶର୍ମା ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା ଯୋଗୁ ସେ ରବିବାରଠାରୁ ପୁଣେଠାରେ ଆରମ୍ଭ ହେବାକୁ ଥିବା ବେଙ୍ଗଲ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ଏଣୁ ତାଙ୍କ ବଦଳରେ ରିଶବ ପନ୍ଥ ଦଳର ନେତୃତ୍ୱ ଦାୟିତ୍ୱ ନେବେ। ଚଳିତ ସିଜନରେ ସେ ଭଲ ଫର୍ମରେ ଥିବାରୁ ଦିଲ୍ଲୀ ଦଳ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବ ବୋଲି ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ”ଈଶାନ୍ତଙ୍କ ଗୋଇଠିରେ ଆଘାତ ଲାଗିଛି। ଆଗାମୀ ଦିନରେ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଆଫ୍ରିକା ଗସ୍ତ ଥିବାରୁ ତାଙ୍କୁ ଖେଳିବାକୁ ଅନୁମତି ମିଳିନାହିଁ। କାରଣ ଏବେ ଖେଳିବା ଦ୍ୱାରା ତାଙ୍କ ଆହତ ସମସ୍ୟା ଜଟିଳ ହେବାର ଆଶଙ୍କା ରହିଛି। ଏଣୁ ଦିଲ୍ଲୀ ଦଳ ଈଶାନ୍ତଙ୍କ ବିନା ପୁଣେରେ ପହଞ୍ଚତ୍ଛି“ ବୋଲି ଦଳୀୟ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ କହିଛନ୍ତି। ଉଲ୍ଲେଖଥାଉ କି, ଭାରତୀୟ ଦଳର ସଦସ୍ୟଙ୍କୁ ରଣଜୀ ସେମି ପର୍ଯ୍ୟାୟରେ ଖେଳିବା ପାଇଁ ବିସିସିଆଇ ଅନୁମତି ପ୍ରଦାନ କରିଛି। ଦକ୍ଷିଣ ଆଫ୍ରିକା ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ପାଇଁ କୌଣସି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ନ ଥିବାରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି।

All Right Reserved By

ଖେଳ |

ବ୍ରିକ୍ସ ଫୁଟ୍‌ବଲ ଟୁର୍ନାମେଣ୍ଟ: ଭାରତର ତୃତୀୟ ପରାଜୟ

ବ୍ରିକ୍ସ ଫୁଟ୍‌ବଲ ଟୁର୍ନାମେଣ୍ଟ: ଭାରତର ତୃତୀୟ ପରାଜୟ

ନୂଆଦିଲ୍ଲୀ, ୨୧।୫(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ବ୍ରିକ୍ସ ଫୁଟ୍‌ବଲ ଟୁର୍ନାମେଣ୍ଟ (୧୭ ବର୍ଷରୁ କମ୍‌ ମହିଳା)ରେ ଭାରତୀୟ ଦଳ ଲଗାତର ୩ୟ ପରାଜୟବରଣ କରିଛି। ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୦-୫ ଗୋଲରେ ଶକ୍ତିଶାଳୀ ବ୍ରାଜିଲଠାରୁ ପରାଜୟବରଣ କରିଛି।

ସେସାର ଜାମସେଦପୁର ଏଫ୍‌ସିର ନୂଆ କୋଚ୍‌

ସେସାର ଜାମସେଦପୁର ଏଫ୍‌ସିର ନୂଆ କୋଚ୍‌

କୋଲକାତା, ୨୧।୭(ପି.ଟି.)- ସ୍ପାନିଶ ପ୍ରଫେଶନାଲ ଫୁଟ୍‌ବଲ କ୍ଲବ ଆଟ୍‌ଲେଟିକୋ ମାଡ୍ରିଡ୍‌ର ପ୍ରାକ୍ତନ ମ୍ୟାନେଜର ସେସାର ଫର୍ନାଣ୍ଡେ ଜିମେଜଞ୍ଜେ ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ ଜାମସେଦପୁର ଏଫ୍‌ସିର ନୂତନ କୋଚ୍‌ ନିଯୁକ୍ତ ହୋଇଛନ୍ତି।

ଭାରତୀୟ ମହିଳା କମ୍ପାଉଣ୍ଡ ଦଳକୁ ରୌପ୍ୟ

ଭାରତୀୟ ମହିଳା କମ୍ପାଉଣ୍ଡ ଦଳକୁ ରୌପ୍ୟ

ନୂଆଦିଲ୍ଲୀ,୨୧।୭- ଭାରତୀୟ ତୀରନ୍ଦାଜ ତ୍ରୀଶା ଦେବ, ମୁସ୍କାନ କିରାର ଓ ଜ୍ୟୋତି ସୁରେଖାଙ୍କୁ ନେଇ ଗଠିତ କମ୍ପାଉଣ୍ଡ ଦଳ ଜର୍ମାନୀର ବର୍ଲିନଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱକପ୍‌ ୪ର୍ଥ ପର୍ଯ୍ୟାୟରେ ରୌପ୍ୟ ପଦକ ଜିତିଛନ୍ତି।

ମେ ୟଙ୍ଗ କ୍ଲାସିକରେ ଲଢ଼ିବେ ଭାରତୀୟ ମହିଳା ଯୋଦ୍ଧା-ଷ୍ଟ୍ରୋମ୍ୟାନ

ମେ ୟଙ୍ଗ କ୍ଲାସିକରେ ଲଢ଼ିବେ ଭାରତୀୟ ମହିଳା ଯୋଦ୍ଧା-ଷ୍ଟ୍ରୋମ୍ୟାନ

ନୂଆଦିଲ୍ଲୀ,୨୧।୭(ପି.ଟି.)- ଭାରତୀୟ ମହିଳା ଯୋଦ୍ଧା କବିତା ଦେବୀ ମେ ୟଙ୍ଗ କ୍ଲାସିକ ଟୁର୍ନାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଓ୍ବାଲର୍‌ଡ ରେସଲିଂ ଇଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ) ସୁପରଷ୍ଟାର ବ୍ରାଉନ ଷ୍ଟ୍ରୋମ୍ୟାନ ଶନିବାର ଘୋଷଣା କରିିଛନ୍ତି।

ଏବେ ବି ଭାରତୀୟ ଦଳର ଅଧିନାୟକ ଧୋନୀ

ଏବେ ବି ଭାରତୀୟ ଦଳର ଅଧିନାୟକ ଧୋନୀ

ମୁମ୍ବାଇ,୨୧।୭- ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦୁଇ ବର୍ଷ ହେଲା ନେତୃତ୍ୱ ପଦରୁ ଓହରି ସାରିଛନ୍ତି। କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଓ୍ବେବ୍‌ସାଇଟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଧୋନୀ ଏବେ ବି ଭାରତୀୟ ଦଳର ଅଧିନାୟକ ବୋଲି ଦର୍ଶାଯାଇଛି।

୨୩ ବର୍ଷରୁ କମ୍‌ ହକି:ନେଦରଲାଣ୍ଡ ବିପକ୍ଷରେ ପଏଣ୍ଟ ଭାଗ କଲା ଭାରତ

୨୩ ବର୍ଷରୁ କମ୍‌ ହକି:ନେଦରଲାଣ୍ଡ ବିପକ୍ଷରେ ପଏଣ୍ଟ ଭାଗ କଲା ଭାରତ

ଆଣ୍ଟଓ୍ବେର୍ପ(ବେଲଜିୟମ),୨୧।୭(ପି.ଟି.)- ଭାରତୀୟ ଜୁନିୟର ପୁରୁଷ ଦଳ ଚଳିତ ୨୩ ବର୍ଷରୁ କମ୍‌ ପାଞ୍ଚ ରାଷ୍ଟ୍ର ବିଶିଷ୍ଟ ଟୁର୍ନାମେଣ୍ଟରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌କୁ ୨-୨ ଗୋଲ୍‌ରେ ଅମୀମାଂସିତ ରଖିଛି।

ବିଦେଶୀ ଟି୨୦ ଲିଗ୍‌ରେ ଖେଳିପାରିବେ ନାହିଁ ମୁସ୍ତାଫିଜୁର

ବିଦେଶୀ ଟି୨୦ ଲିଗ୍‌ରେ ଖେଳିପାରିବେ ନାହିଁ ମୁସ୍ତାଫିଜୁର

ଢାକା,୨୧।୭- ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ଆଉ କୌଣସି ଦେଶର ଟି୨୦ ଲିଗ୍‌ରେ ଖେଳି ପାରିବେ ନାହିଁ। କାରଣ ଏ ନେଇ ଆବଶ୍ୟକ ଥିବା ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପକ୍ଷରୁ ଅନୁମିତି ମିଳିବ ନାହିଁ।

ଚେପ୍‌କୋଏଚଙ୍କ ନାମରେ ବିଶ୍ୱ ରେକର୍ଡ

ଚେପ୍‌କୋଏଚଙ୍କ ନାମରେ ବିଶ୍ୱ ରେକର୍ଡ

ମଣ୍ଟେ କାର୍ଲୋ,୨୧।୭(ଏଏଫ୍‌ପି)- କେନିଆର ବେଟ୍ରିସ ଚେପକୋଏଚ ମହିଳା ୩,୦୦୦ ମିଟର ଷ୍ଟିପଲଚେଜ ଇଭେଣ୍ଟରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏଠାରେ ଅନୁଷ୍ଠିତ ମୋନାକୋ ଡାଇମଣ୍ଡ ଲିଗ୍‌ରେ ମହିଳା ୩,୦୦୦ ମି. ରେସ୍‌କୁ ସେ ୮ ମିନିଟ୍‌ ୪୪.୩୨ ସେକେଣ୍ଡରେ ଶେଷ କରିଥିଲେ।

ଦୁଇରୁ ତିନି ସପ୍ତାହରେ ଖେଳିବା ଆରମ୍ଭ କରିବି-ଯାଦବ

ଦୁଇରୁ ତିନି ସପ୍ତାହରେ ଖେଳିବା ଆରମ୍ଭ କରିବି-ଯାଦବ

ମୁମ୍ବାଇ,୨୧।୭- ଭାରତୀୟ ଅଲରାଉଣ୍ଡର କେଦାର ଯାଦବ ଆଉ ଦୁଇରୁ ୩ ସପ୍ତାହ ପରେ କ୍ରିକେଟକୁ ଫେରିବେ ବୋଲି କହିଛନ୍ତି। ଗତ ଆଇପିଏଲରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ତାଙ୍କ ଗୋଡ଼ ମାଂସପେଶୀରେ ଆଘାତ ଲାଗିଥିଲା। ଫଳରେ ସେ ଲିଗ୍‌ରୁ ବାଦ୍‌ ପଡ଼ିଥିଲେ। ପରେ ଅଷ୍ଟ୍ରେଲିଆର ମେଲବର୍ନଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

ଶ୍ରୀଲଙ୍କା ସ୍ପିନର ବର୍ଷେ ଲାଗି ବାସନ୍ଦା

ଶ୍ରୀଲଙ୍କା ସ୍ପିନର ବର୍ଷେ ଲାଗି ବାସନ୍ଦା

ସେଣ୍ଟ ଲୁସିଆ, ୨୧।୭- ଶ୍ରୀଲଙ୍କାର ଲେଗ ସ୍ପିନର ଜେଫରେ ଭାଣ୍ଡେରସେଙ୍କୁ ଏକ ବର୍ଷ ଲାଗି ବାସନ୍ଦ କରାଯାଇଛି। ଏଥିସହ ତାଙ୍କ କେନ୍ଦ୍ରୀୟ ଚୁକ୍ତିର ୨୦ ପ୍ରତିଶତ କାଟ୍‌ କରିଦିଆଯିବ ବୋଲି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ପକ୍ଷରୁ ଧାର୍ଯ୍ୟ କରାଯାଇଛି।

ସର୍ବଭାରତୀୟ ଟ୍ୟାଲେଣ୍ଟ ସିରିଜ , ଟେନିସ ରବି ନାରାୟଣ ଚାମ୍ପିୟନ

ସର୍ବଭାରତୀୟ ଟ୍ୟାଲେଣ୍ଟ ସିରିଜ , ଟେନିସ ରବି ନାରାୟଣ ଚାମ୍ପିୟନ

ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳସ୍ଥିତ ଗୁରୁକୂଳ ରିସର୍ଟରେ ସର୍ବଭାରତୀୟ ୧୪ ବର୍ଷରୁ କମ୍‌ ଟ୍ୟାଲେଣ୍ଟ ସିରିଜ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ବାଳକ ସିଙ୍ଗଲ୍ସ ବିଭାଗ ଟାଇଟଲ ହାସଲ କରିଛନ୍ତି ଓଡ଼ିଶାର ରବି ନାରାୟଣ ସାହୁ।

ଅଲିମ୍ପିକ୍ସ, ଏକାଡେମୀ ନିଶାରେ ସୁମିତ

ଅଲିମ୍ପିକ୍ସ, ଏକାଡେମୀ ନିଶାରେ ସୁମିତ

ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)-କ୍ରୀଡ଼ା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ ଓଡ଼ିଶା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛି। ରାଜ୍ୟ ସରକାରଙ୍କ ଆନ୍ତରିକତା ଏବଂ ବିଶ୍ୱ ଶ୍ରେଣୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏବେ ଭୁବନେଶ୍ୱର ଭାରତର କ୍ରୀଡ଼ା ରାଜଧାନୀଭାବେ ପରିଚିତ ହେଉଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ