
କଟକ ଅଫିସ,୧୫।୧୨
ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୪୪ତମ ଜୁନିୟର ଜାତୀୟ କବାଡ଼ି ଚାମ୍ପିୟନଶିପ୍ର ପ୍ରି-କ୍ବାର୍ଟର ଫାଇନାଲ ରାଉଣ୍ଡରେ ଓଡ଼ିଶାର ଉଭୟ ବାଳିକା ଓ ବାଳିକ ଦଳ ପରାସ୍ତ ହୋଇଛନ୍ତି। ଘରୋଇ ପରିବେଶରେ ଓଡ଼ିଶା ଟାଇଟଲ୍ ହାସଲ କରିବ ବୋଲି ରହିଥିବା ଆଶା ମଉଳି ଯାଇଛି। ବାଳକ ବର୍ଗରେ ଓଡ଼ିଶା ଦିଲ୍ଲୀ ବିପକ୍ଷରେ ପ୍ରି-କ୍ବାର୍ଟର ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚ୍ ଦଳ ୩୭-୨୨ରେ ହାରିଥିଲା। ସେହିପରି ବାଳିକା ବର୍ଗରେ ମଧ୍ୟ ଓଡ଼ିଶା ବୃହତ୍ ବ୍ୟବଧାନରେ ହରିୟାଣାଠାରୁ ପରାସ୍ତ ହୋଇଥିଲା। ଉକ୍ତ ମ୍ୟାଚ୍ ଘରୋଇ ଦଳ ୩୮-୧୯ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛି।