ଖେଳ |

ଅରବିନ୍ଦ-ସୋରେନ ଚାମ୍ପିୟନ

ଅରବିନ୍ଦ-ସୋରେନ ଚାମ୍ପିୟନ
ଭଞ୍ଜନଗର,୧୫। ୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ଭଞ୍ଜନଗର ଅଫିସର କ୍ଲବ ପରିସରରେ ଘୁମୁସର ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ପକ୍ଷରୁ ୩ଦିନ ଧରି ଚାଲିଥିବା ଭଞ୍ଜନଗର ପ୍ରିମିୟର ଲିଗ୍‌ର ଫାଇନାଲ ମ୍ୟାଚ୍‌ ବୁଧବାର ରାତିରେ ହୋଇଥିଲା। ଏଥିରେ ବଲାଙ୍ଗୀରର ଅରବିନ୍ଦ ସାହୁ ଓ ସୋରେନ୍‌ ନେକପ୍‌ ଯୋଡ଼ି ଚାମ୍ପିୟନ ହୋଇଛନ୍ତି। ଛତିଶଗଡ଼ ଭିଲାଇର ବିବେକ ଓ ବିକ୍ରାନ୍ତ ଯୋଡ଼ି ରନର୍ସଅପ୍‌ ହୋଇଛନ୍ତି। ଚାମ୍ପିୟନ ଯୋଡ଼ିକୁ ଟ୍ରଫି ସହ ୧୫୦୦୧ ଓ ରନର୍ସଅପ୍‌ ଯୋଡ଼ିକୁ ୧୦୦୦୧ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ବଲପୁରର ପ୍ରକାଶ ଓ ବିଶାଳ ଯୋଡ଼ି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୟପୁରର ସିଧୁ ଓ ବିଜୟ ଯୋଡ଼ି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଫୁଲବାଣୀର ଆଶିଷ ସେଠୀ ଶ୍ରେଷ୍ଠ ଖେଳାଳି, ଭିଲାଇର ବିବେକ ସାହୁ ଶ୍ରେଷ୍ଠ ସ୍ମାସର, ସୋନପୁରକୁ ଶ୍ରେଷ୍ଠ ଶୃଙ୍ଖଳା ଟିମ୍‌ ଓ ଫୁଲବାଣୀର ଦୀପକ ମହାନ୍ତିଙ୍କୁ ବରିଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଅଚ୍ୟୁତାନନ୍ଦ ଆଚାର୍ଯ୍ୟ ଏବଂ ଦୀପକ ମହାନ୍ତି ବିଭିନ୍ନ ମ୍ୟାଚ୍‌ରେ ରେଫରି ଥିବାବେଳେ ଚିନ୍ମୟ, ପପୁଲୁ, ବୁଟୁଲୁ, ସୌରଭ, ବାଲାଜୀ, ସିପୁନୁ ଓ ତପନ ଲାଇନ୍ସମ୍ୟାନ୍‌ ଦାୟିତ୍ୱରେ ଥିଲେ।
All Right Reserved By

ଖେଳ |

କୋଚ୍‌ଭାବେ ସିନିୟର କ୍ୟାମ୍ପରେ ଯୋଗଦେଲେ ଲାଜରୁସ

କୋଚ୍‌ଭାବେ ସିନିୟର କ୍ୟାମ୍ପରେ ଯୋଗଦେଲେ ଲାଜରୁସ

ଭୁବନେଶ୍ୱର, ୨୩ା୧୦ (କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ହକିର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଅଲିମ୍ପିଆନ ଲାଜରୁସ ବାର୍ଲା ଏବେ କ୍ୟାରିୟରରେ ଆଉ ଏକ ଗୁରୁ ଦାୟିତ୍ୱ ପାଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତୀୟ ସିନିୟର ହକି ଦଳର କ୍ୟାମ୍ପରେ ସେ କୋଚ୍‌ଭାବେ ଯୋଗ ଦେଇଛନ୍ତି। 

ବଜରଙ୍ଗଙ୍କୁ ରୌପ୍ୟ, ଓତୋଗୁରୋ ଜାପାନର ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ବଜରଙ୍ଗଙ୍କୁ ରୌପ୍ୟ, ଓତୋଗୁରୋ ଜାପାନର ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ବୁଦାପେଷ୍ଟ(ହଙ୍ଗେରୀ), ୨୩ା୧୦  (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଭାରତୀୟ ବକ୍ସର ଭାବେ ସ୍ବର୍ଣ୍ଣ ପଦକ ହାସଲ କରିବା ଲାଗି ବଜରଙ୍ଗ ପୁନିଆ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଅଧୁରା ହୋଇ ରହିଯାଇଛି।

ସାଇକେଲ ରେସିଂରେ ରାଜୀବଙ୍କ କୃତିତ୍ୱ

ସାଇକେଲ ରେସିଂରେ ରାଜୀବଙ୍କ କୃତିତ୍ୱ

ବ୍ରହ୍ମପୁର ଅଫିସ,୨୩ା୧୦ ଚେନ୍ନାଇଠାରେ ରବିବାର ଇଭେଣ୍ଟ ଜିନିଙ୍ଗ ପକ୍ଷରୁ ଅନୁଷ୍ଠିତ ଜାତୀୟସ୍ତରୀୟ ଡବ୍ଳୁସିସିଜି ଟୁ ଷ୍ଟେଟ ସାଇକେଲ ରେସିଂ ୨୦୧୮-୧୯ ପ୍ରତିଯୋଗିତାରେ ଭାଗନେଇ ଗଞ୍ଜାମ ଜିଲାର ଜଣେ ଯୁବକ କୃତିତ୍ୱ ହାସଲ କରିଛନ୍ତି।

ଛେତ୍ରୀଙ୍କ ଡବଲ ଗୋଲ୍‌

ଛେତ୍ରୀଙ୍କ ଡବଲ ଗୋଲ୍‌

ବେଙ୍ଗାଲୁରୁ ଏଫ୍‌ସି ବିଜୟୀ ପୁଣେ, ୨୩ା୧୦  (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ ବେଙ୍ଗାଲୁରୁ ଏଫସି ୩-୦ ଗୋଲରେ ଏଫସି ପୁଣେ ସିଟିକୁ ପରାସ୍ତ କରିଛି। 

୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ : ଭାରତୀୟ ଦଳରେ ୩ ଓଡ଼ିଆ

୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ : ଭାରତୀୟ ଦଳରେ ୩ ଓଡ଼ିଆ

ଭୁବନେଶ୍ୱର, ୨୩ା୧୦ (କ୍ରୀଡ଼ା ପ୍ରତିନିଧି)ନେପାଳର କାଠମାଣ୍ଡୁଠାରେ ଚଳିତମାସ ୨୫ରୁ ନଭେମ୍ବର ୩ ପର୍ଯ୍ୟନ୍ତ ୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍‌ରେ ଟାଇଟଲ ବଜାୟ ରଖିବା ଭାରତର ମୁଖ୍ୟ ଲକ୍ଷ୍ୟ ରହିବ। 

ଜାତୀୟ ବେଞ୍ଚ୍‌ପ୍ରେସ୍‌ ପାଇଁ ଓଡ଼ିଶା ଦଳ

ଜାତୀୟ ବେଞ୍ଚ୍‌ପ୍ରେସ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୩ା୧୦ (କ୍ରୀଡ଼ା ପ୍ରତିନିଧି)ଆସନ୍ତା ନଭେମ୍ବର ୧୪ରୁ ୧୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଲୋନାଭେଲାଠାରେ ଜାତୀୟ ବେଞ୍ଚ୍‌ପ୍ରେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଉତ୍କଳ କରାଟେ ସ୍କୁଲରେ ହୋଇଥିବା ଚୟନ ପ୍ରକ୍ରିୟାରେ ୧୯ ଖେଳାଳି ମନୋନୀତ ହୋଇଛନ୍ତି। 

ଭାରତ-ଶ୍ରୀଲଙ୍କା ଦୃଷ୍ଟିହୀନ କ୍ରିକେଟ ୨୫ରେ

କଟକ ଅଫିସ, ୨୩ା୧୦ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ଦୃଷ୍ଟିହୀନ  କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ ଆସନ୍ତା ୨୫ରେ ସ୍ଥାନୀୟ ନିମପୁର ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଦୃଷ୍ଟିହୀନ କ୍ରିକେଟ କ୍ଷେତ୍ରରେ ଓଡ଼ିଶାରେ ଏହା ହେଉଛି ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ । 

ଅଶ୍ୱିନ, ରାହାନେ, କାର୍ତ୍ତିକଙ୍କ ପାଇଁ ସୁଯୋଗ

ଅଶ୍ୱିନ, ରାହାନେ, କାର୍ତ୍ତିକଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.)-ମଙ୍ଗଳବାରଠାରୁ ଖେଳାଯିବାକୁଥିବା ଦେଓଧର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ପୃଥ୍ବୀ ଶ’ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବା ସ୍ବାଭାବିକ। କିନ୍ତୁ  ଦିନିକିଆ ଫର୍ମାଟରେ ତିଷ୍ଠି ରହିବାକୁ ହେଲେ ଅଜିଙ୍କ୍ୟ ରାହାନେ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ସିନିୟର ଖେଳାଳିଙ୍କ ଲାଗି ଏହି ଟୁର୍ନାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

ଟି୨୦ ଦଳକୁ ମାଲିଙ୍ଗାଙ୍କ ପ୍ରତ୍ୟାବର୍ତ୍ତନ

ଟି୨୦ ଦଳକୁ ମାଲିଙ୍ଗାଙ୍କ ପ୍ରତ୍ୟାବର୍ତ୍ତନ

କଲମ୍ବୋ, ୨୨।୧୦- ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଆସନ୍ତା ୨୭ରେ ଏଠାରେ ଖେଳାଯିବାକୁ ଥିବା ଏକମାତ୍ର ଟି୨୦ ମ୍ୟାଚ୍‌ ପାଇଁ ସୋମବାର ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ଥିସାରା ପେରେରାଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳକୁ ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ଓ ଉଇକେଟ୍‌କିପର ନିରୋଶାନ ଡିକ୍‌ଓ୍ବେଲା ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଜାମସେଦଙ୍କ ବାସନ୍ଦ ଦଣ୍ଡ କାଏମ ରହିଲା

ଜାମସେଦଙ୍କ ବାସନ୍ଦ ଦଣ୍ଡ କାଏମ ରହିଲା

ଲାହୋର, ୨୨ା୧୦ (ଏଏଫ୍‌ପି)-ପୂର୍ବତନ ଓପନର ନାସିର ଜାମସେଦଙ୍କ ଉପରେ ହୋଇଥିବା ୧୦ ବର୍ଷିଆ ବାସନ୍ଦ ଦଣ୍ଡକୁ ପାକିସ୍ତାନର ଏକ କ୍ରିକେଟ ଟ୍ରିବ୍ୟୁନାଲ କାଏମ ରଖିଛନ୍ତି। ବିଭିନ୍ନ ଫିକ୍ସିଂ ସ୍କାଣ୍ଡାଲରେ ଜାମସେଦଙ୍କର ବିଶେଷ ଭୂମିକା ରହିଥିଲା, ଯାହାକି ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ରେ ଚହଳ ସୃଷ୍ଟି କରିଥିଲା

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଜୁନାଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ କଟିଙ୍ଗପଦରଠାରେ ୨ଦିନ ଧରି ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। 

ଟପ୍‌-୧୦୦ରୁ ବାଦ୍‌ ପଡ଼ିଲେ ଭାମ୍ବ୍ରୀ

ଟପ୍‌-୧୦୦ରୁ ବାଦ୍‌ ପଡ଼ିଲେ ଭାମ୍ବ୍ରୀ

ନୂଆଦିଲ୍ଲୀ, ୨୨।୧୦(ପି.ଟି.)- ଆଣ୍ଠୁଜନିତ ସମସ୍ୟାରୁ ମୁକୁଳି ଥିବା ଭାରତୀୟ ଟେନିସ ଖେଳାଳି ୟୁକି ଭାମ୍ବ୍ରୀ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଟପ୍‌-୧୦୦ରୁ ବାଦ୍‌ ପଡ଼ିଛନ୍ତି। ଗତ ସପ୍ତାହରେ ଅଣ୍ଟଓ୍ବିର୍ପରେ ଅନୁଷ୍ଠିତ ୟୁରୋପିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡରେ ସେ ପରାଜୟର ସାମ୍ନା କରିଥିଲେ।