ଅନ୍ତର୍ଜାତୀୟ |

ଉତ୍ତରକୋରିଆ ସମସ୍ୟାକୁ ନେଇ ସୁରକ୍ଷା ପରିଷଦରେ ହେବ ମନ୍ତ୍ରୀସ୍ତରୀୟ ବୈଠକ

ଉତ୍ତରକୋରିଆ ସମସ୍ୟାକୁ ନେଇ ସୁରକ୍ଷା ପରିଷଦରେ ହେବ ମନ୍ତ୍ରୀସ୍ତରୀୟ ବୈଠକ

ଓ୍ବାଶିଂଟନ୍‌,୧୫।୧୨: ଉତ୍ତରକୋରିଆକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚିନ୍ତା ବଢିବାରେ ଲାଗିଛି। ଏହାର ସମାଧାନ ପାଇଁ ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏକ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିଛି। ଜାପାନର ବୈଦେଶୀକ ମନ୍ତ୍ରୀ ତାରୋ କୋନୋଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଛି। ଏଥିରେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଓ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସହ ଉତ୍ତରକୋରିଆର ପ୍ରତିନିଧି ଉପସ୍ଥିତ ରହିବେ।

All Right Reserved By

ଅନ୍ତର୍ଜାତୀୟ |

ଏଫିଲ୍‌ ଟାଓ୍ବାରରେ ଲାଗିବ ୩ଶହ କୋଟି ଟଙ୍କାର କାଚ

ଏଫିଲ୍‌ ଟାଓ୍ବାରରେ ଲାଗିବ ୩ଶହ କୋଟି ଟଙ୍କାର କାଚ

ଫ୍ରାନ୍ସ,୧୮।୬: ଫ୍ରାନ୍ସରେ ଥିବା ଏଫିଲ୍‌ ଟାଓ୍ବାର ସାରା ବିଶ୍ୱରେ ବେଶ୍‌ ପରିଚିତ। ଏହା ସର୍ବୋଚ୍ଚ ଟାଓ୍ବାରର ମାନ୍ୟତା ପାଇଛି। ଏବେ ଏହାର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି ପାଖାପାଖି ୩ଶହ କୋଟି ଟଙ୍କା।

ଲାଇଫ୍‌ ସପୋର୍ଟ ମେସିନ୍‌ରେ କୁଲସୁମ୍‌ ନଓ୍ବାଜ

ଲାଇଫ୍‌ ସପୋର୍ଟ ମେସିନ୍‌ରେ କୁଲସୁମ୍‌ ନଓ୍ବାଜ

ଲଣ୍ଡନ,୧୮।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ପତ୍ନୀ କୁଲସୁମ୍‌ ନଓ୍ବାଜଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଛି। ଏବେ ସେ ଲାଇଫ୍‌ ସପୋର୍ଟ ମେଶିନ୍‌ରେ ଥିବା ସୂଚନା ମିଳିଛି।

ସିରିଆ ସେନା ଉପରେ ଆମେରିକାର ଆକ୍ରମଣ

ସିରିଆ ସେନା ଉପରେ ଆମେରିକାର ଆକ୍ରମଣ

ଦାମସକସ,୧୮।୬: ସିରିଆର ଉତ୍ତର-ପୂର୍ବରେ ଥିବା ବୁକମାଲ ସହରରେ ଆମେରିକା ଆକ୍ରମଣ କରିଛି। ଏଠାରେ ଇସଲାମିକ ଷ୍ଟେଟ ଜିହାଦ ଗ୍ରୁପ ଉପସ୍ଥିତ ଥିବା ସନ୍ଦେହ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି।

ଗ୍ରୀସ୍‌-ମ୍ୟାସିଡ଼ୋନିଆ: ୨୭ ବର୍ଷର ବିବାଦ ଶେଷ

ଗ୍ରୀସ୍‌-ମ୍ୟାସିଡ଼ୋନିଆ: ୨୭ ବର୍ଷର ବିବାଦ ଶେଷ

ସାରାଡ଼େସ୍‌,୧୮।୬: ଗ୍ରୀସ୍‌ ଓ ମ୍ୟାସିଡ଼ୋନିଆ ମଧ୍ୟରେ ୨୭ ବର୍ଷର ବିବାଦ ଶେଷ ହୋଇଛି। ୧୯୯୧ରେ ୟୁଗୋସ୍ଲୋଭିଆଠାରୁ ଅଲଗା ହେବା ପରେ ନାମକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିଲା ବିବାଦ। ତେବେ ଏଣିକି ମ୍ୟାସିଡ଼ୋନିଆ ରିପବ୍ଲିକ୍‌ ଅଫ ନର୍ଥ ମ୍ୟାସିଡ଼ୋନିଆ ନାମରେ ପରିଚିତ ହେବ।

ନ୍ୟୁଜର୍ସିରେ ଗୁଳିକାଣ୍ଡ: ଜଣେ ମୃତ ୨୦ ଆହତ

ନ୍ୟୁଜର୍ସିରେ ଗୁଳିକାଣ୍ଡ: ଜଣେ ମୃତ ୨୦ ଆହତ

ଓ୍ବାଶିଂଟନ, ୧୮।୬: ଆମେରିକା ନ୍ୟୁଜର୍ସିରେ ଟ୍ରେଣ୍ଟନରେ ଏକ ଉତ୍ସବସ୍ଥଳରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଆହତ ହୋଇଛନ୍ତି। ମୃତକ ଗୁଳି କାଣ୍ଡ ଭିଆଇଥିବା ପୋଲିସ କହିଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାପାନରେ ଭୂକମ୍ପ: ବୁଲେଟ୍‌ ଟ୍ରେନ୍‌ ଚଳାଚଳ ବନ୍ଦ

ଜାପାନରେ ଭୂକମ୍ପ: ବୁଲେଟ୍‌ ଟ୍ରେନ୍‌ ଚଳାଚଳ ବନ୍ଦ

ଟୋକିଓ,୧୮।୬: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ପଶ୍ଚିମ ଜାପାନର ଓସାକା ଅଞ୍ଚଳରେ ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ।

ଭାରତୀୟ ଦୂତାବାସ ଦ୍ୱାରା ନେପାଳରେ ଯୋଗ ଶିବିର ଆୟୋଜନ

ଭାରତୀୟ ଦୂତାବାସ ଦ୍ୱାରା ନେପାଳରେ ଯୋଗ ଶିବିର ଆୟୋଜନ

କାଠମାଣ୍ଡୁ,୧୭।୬: ନେପାଳ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମୁକ୍ତିନାଥ ମନ୍ଦିରରେ ଏକ ଯୋଗ ଶିବିରର ଆୟୋଜନ କରାଯାଇଛି। ସମୁଦ୍ର ପତନଠାରୁୁ ୧୨ ହଜାର ୫ଶହ ଫୁଟ ଉପରେ କେତେଜଣ ଭିକ୍ଷୁ ଓ ସ୍ଥାନୀୟ ଲୋକେ ୪ର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିଛନ୍ତି।

ଜୁଲାଇରେ ଭେଟିବେ ଟ୍ରମ୍ପ୍‌, ପୁଟିନ

ଜୁଲାଇରେ ଭେଟିବେ ଟ୍ରମ୍ପ୍‌, ପୁଟିନ

ଓ୍ବାଶିଂଟନ,୧୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଜୁଲାଇରେ ୟୁରୋପରେ ସାକ୍ଷାତ ଆଲୋଚନା କରିବା ଅନୁମାନ କରାଯାଉଛି।

ଭାସିଲା ବାଂଲାଦେଶ: ୪ ମୃତ

ଭାସିଲା ବାଂଲାଦେଶ: ୪ ମୃତ

ଢାକା,୧୭।୬: ବାଂଲାଦେଶର ମୌଲବିବଜାରରେ ଥିବା କୋମଗଞ୍ଜ ଉପଜିଲାରେ ହୋଇଥିବା ବନ୍ୟା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୫ ନିଖୋଜ ଥିବା ଜଣାପଡିଛି।

ମହିଳାଙ୍କୁ ରାତିରେ ମିଳିବନି ଟ୍ୟାକ୍ସି ସେବା

ମହିଳାଙ୍କୁ ରାତିରେ ମିଳିବନି ଟ୍ୟାକ୍ସି ସେବା

ବେଜିଂ,୧୭।୬: ଚାଇନାରେ ଏଣିକି ମହିଳାଙ୍କୁ ରାତିରେ ଟ୍ୟାକ୍ସି ସେବା ମିଳିବ ନାହିଁ। ପୁରୁଷ ଡ୍ରାଇଭର ଚଳାଉଥିବା ଟ୍ୟାକ୍ସି ମହିଳାଙ୍କୁ ନେଲେ ସେମାନଙ୍କ ଉପରେ ଲାଗିବ ଜରିମାନା। ଏନେଇ ସରକାରଙ୍କ ପକ୍ଷରୁ ଆଇନ ପ୍ରଣୟନ ହୋଇଛି।

ଆଫଗାନୀସ୍ତାନରେ କାର ବୋମା ବିସ୍ଫୋରଣ: ୨୬ ମୃତ

ଆଫଗାନୀସ୍ତାନରେ କାର ବୋମା ବିସ୍ଫୋରଣ: ୨୬ ମୃତ

କାବୁଲ, ୧୭।୬: ଆଫଗାନୀସ୍ତାନ ନଗରହାର ପ୍ରଦେଶରେ ଏକ କାରବୋମା ବିସ୍ଫୋରଣ ଘଟିଛି। ଏଥିରେ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।

ଶାନ୍ତି ଲାଗି ତାଲିବାନ ସହ ହାତ ମିଳାଇଲେ ଆଫଗାନୀସ୍ତାନ ସରକାର: ବଢ଼ିଲା ଅସ୍ତ୍ରବିରତି ସମୟ ସୀମା

ଶାନ୍ତି ଲାଗି ତାଲିବାନ ସହ ହାତ ମିଳାଇଲେ ଆଫଗାନୀସ୍ତାନ ସରକାର: ବଢ଼ିଲା ଅସ୍ତ୍ରବିରତି ସମୟ ସୀମା

କାବୁଲ,୧୭।୬: ଶାନ୍ତି ଲାଗି ଆଫଗାନୀସ୍ତାନ ସରକାର ତାଲିବାନ ଆତଙ୍କବାଦୀ ସଂଗଠନ ସହିତ ହାତ ମିଳାଇଛନ୍ତି। ରାଷ୍ଟ୍ରପତି ଅଶରଫ ଗନି ଅସ୍ତ୍ରବିରତି ସମୟ ସୀମା ପୁଣି ଏକ ସପ୍ତାହ ବୃଦ୍ଧି ନେଇ ଘୋଷଣା କରିଛନ୍ତି।

Model This Week

ପ୍ରଭାତ