ମେଟ୍ରୋ |

ଶ୍ରୀମନ୍ଦିର ଫଟୋ ଭାଇରାଲ ପ୍ରସଙ୍ଗ: ୨ ଜଣଙ୍କୁ ନୋଟିସ

ଶ୍ରୀମନ୍ଦିର ଫଟୋ ଭାଇରାଲ ପ୍ରସଙ୍ଗ: ୨ ଜଣଙ୍କୁ ନୋଟିସ
ପୁରୀ ଅଫିସ,୧୫।୧୨: କିଛିଦିନ ହେଲା ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବାରେ ଲାଗିଛି। ଗତ ୩ ମାସ ମଧ୍ୟରେ ୭ ଥର ଫଟୋ ଭାଇରାଲ ହୋଇଥିବା ବେଳେ ବଡ଼ଦେଉଳ ଉପରେ ଉଡ଼ିଛି ଡ୍ରୋନ୍‌। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସର ଚିନ୍ତା ବଢିଯାଇଛି। ଗୁରୁବାର ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଫଟୋ ଭାଇରାଲ କରିଥିବା ପୁନେର ଆକାଶ ମାଡାକେ ଏବଂ ରାୟପୁରର ଯୁଗଳ କିଶୋର ବୈଷ୍ଣବଙ୍କ ନାମରେ ମାମଲା ରୁଜୁ କରିଛି। ଏହି ଦୁଇଜଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ହାଜର ହେବା ସହ ପୋଲିସକୁ ତଦନ୍ତରେ ସହଯୋଗ କରିବା ଲାଗି ଶୁକ୍ରବାର ନୋଟିସ୍‌ ପଠାଯାଇଥିବା ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ଗଣମାଧ୍ୟମକୁ ଏସ୍‌ପି କହିଛନ୍ତି, ଫଟୋ ଭାଇରାଲ ଦ୍ୱାରା ଟେମ୍ପୁଲ ଆକ୍ଟ ସେକ୍ସନ ୩୦(କ) ଉଲ୍ଲଂଘନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଆମକୁ ଲେଖିଛନ୍ତି। ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ତାଙ୍କ ରିପୋର୍ଟ ଉପରେ ୨ ଜଣଙ୍କ ନାମରେ ମାମଲା ରୁଜୁ କରିଛୁ। ଏହି ୨ ଜଣ ସେମାନଙ୍କ ଫେସ୍‌ବୁକ ଆକାଉଣ୍ଟରେ ମନ୍ଦିର ବେଢାର ଫଟୋ ଅପ୍‌ଲୋଡ କରିଛନ୍ତି। ଏହି ୨ ଜଣ ମନ୍ଦିର ପ୍ରଶାସନ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ଲାଗି ନୋଟିସ୍‌ ପଠାଇଛୁ। ଶ୍ରୀମନ୍ଦିର ହେଉଛି ସମ୍ବେଦନଶୀଳ କୀର୍ତ୍ତିରାଜି। ତେଣୁ ଏହାର ସୁରକ୍ଷାକୁ ଆଖି ଆଗରେ ରଖି ମନ୍ଦିର ଭିତରକୁ ମୋବାଇଲ ନେବା ନିଷିଦ୍ଧ କରାଯାଇଛି। ଟେମ୍ପୁଲ ଆକ୍ଟ ୩୦ (କ) ଅନୁଯାୟୀ, ଯଦି ମନ୍ଦିର ନୀତି କିମ୍ବା ଅନ୍ୟ କୌଣସିରେ କିଛି ଉଲ୍ଲଂଘନ ହୁଏ ତେବେ ମନ୍ଦିର ପ୍ରଶାସନ ଥାନାରେ ରିପୋର୍ଟ କରିପାରିବ। ଏଥିରେ ୬ ମାସର ଦଣ୍ଡ ବ୍ୟବସ୍ଥା ଏବଂ ଜରିମାନା ବି ରହିଛି। ଯଦି ସମ୍ପୃକ୍ତ ବ୍ୟକ୍ତି ମୁଖ୍ୟ ପ୍ରଶାସକଙ୍କ ନିକଟରେ କ୍ଷମା ପ୍ରାର୍ଥନା ଲାଗି ଆବେଦନ କରନ୍ତି ତେବେ ସେ ଚାହିଁଲେ କ୍ଷମା ଦେଇପାରିବେ। ବାରମ୍ବାର ଏହି ଘଟଣା ନଜରକୁ ଆସିବା ପରେ ମନ୍ଦିର ପ୍ରଶାସନ ଗୁରୁବାର ସମ୍ପୃକ୍ତ ୨ ଜଣଙ୍କ ବିରୋଧରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟଟକ ତାଙ୍କ ଆକାଉଣ୍ଟରୁ ଫଟୋ ପ୍ରତ୍ୟାହାର କରିନାହାନ୍ତି କିମ୍ବା ମନ୍ଦିର ପ୍ରଶାସନକୁ କ୍ଷମା ପ୍ରାର୍ଥନା ଆବେଦନ କରିନାହାନ୍ତି। ଅପରପକ୍ଷେ ଶ୍ରୀମନ୍ଦିରରେ କିମ୍ବା କୌଣସି କୀର୍ତ୍ତିରାଜିର ଫଟୋ ଉଠାଇବା ନେଇ ନିର୍ଦ୍ଦିଷ୍ଟ କିଛି ଦଣ୍ଡବିଧାନ ବ୍ୟବସ୍ଥା ନାହିଁ। ଏ ନେଇ ଭାରତୀୟ ଦଣ୍ଡବିଧି ଆଇନରେ କିଛି ବ୍ୟବସ୍ଥା କରାଯିବା ଉଚିତ କି ବୋଲି ପ୍ରଶ୍ନରେ ଏସ୍‌ପି କହିଥିଲେ, ଫଟୋ ଉଠାଇବାକୁ ମନା କରାଯାଇଛି କିନ୍ତୁ ଏହା ଦଣ୍ଡନୀୟ ନୁହେଁ। ଏ ପର୍ଯ୍ୟନ୍ତ ସେମିତି କିଛି ଆଇନ ହୋଇନାହିଁ। ଏଏସ୍‌ଆଇ ମନ୍ୟୁମେଣ୍ଟରେ ଯଦି ଫଟୋ ଉଠାଇବା ଦଣ୍ଡନୀୟ ବୋଲି ଆଇନ କରାଯାଏ ତେବେ ଏହାକୁ ସଂଶୋଧନ କରାଯାଇପାରିବ। କିନ୍ତୁ ଟେମ୍ପୁଲ ଆକ୍ଟ ଉଲ୍ଲଂଘନ କରିଥିବାରୁ ୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଫଟୋ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଏସ୍‌ପି କହିଥିଲେ। ସମ୍ପୃକ୍ତ ୨ ଜଣଙ୍କ ନଁ।ରେ ଟେମ୍ପୁଲ ଆକ୍ଟ ସହିତ ଆଇଟି ଆକ୍ଟ ମଧ୍ୟ ଯୋଡାଯାଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ନିଷିଦ୍ଧ ଥିଲା। ଯେହେତୁ ଉଭୟେ ଏହାକୁ ଉଲ୍ଲଂଘନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ତେଣୁ ଆଇଟି ଆକ୍ଟ ଅନୁଯାୟୀ ସେମାନଙ୍କ ପାଖକୁ ନୋଟିସ୍‌ ପଠାଯାଇଛି ବୋଲି ଏସ୍‌ପି କହିଛନ୍ତି। ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ସମ୍ପର୍କରେ ଏସ୍‌ପି କହିଥିଲେ, ବର୍ତ୍ତମାନ ଆମକୁ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ପଡିବ। ଗୁରୁବାର ଡ୍ରୋନ୍‌ ଉଡାଇ ଧରାପଡିଥିବା ରୁଷିଆର ପର୍ଯ୍ୟଟକମାନେ କହିଥିଲେ, ଏହା ନିଷିଦ୍ଧାଞ୍ଚଳ ଏବଂ ଏଠାରେ ଫଟୋ ଉଠାଇ ହେବ ନାହିଁ ବୋଲି ଆମେ ଜାଣି ନ ଥିଲୁ। ଶ୍ରୀମନ୍ଦିର ଅଞ୍ଚଳକୁ ବି ଏ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା ହୋଇନାହିଁ। ଏ ନେଇ ମନ୍ଦିର ପ୍ରଶାସନ ସିଭିଲ ଆଭିଏଶନକୁ ଚିଠି ଲେଖିଥିଲା। କିନ୍ତୁ ସିଭିଲ ଆଭିଏଶନ ମନା କରିଛନ୍ତି। ବାହାରୁ ଆସୁଥିବା ଅନେକ ଭକ୍ତ ଓ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ଉପରେ କଟକଣା ଥିବା ଜାଣିପାରୁ ନାହାନ୍ତି। ସେହିଭଳି ଏବେ ମଧ୍ୟ କେତେଜଣ ସେବାୟତ ଏବଂ ପୋଲିସ କର୍ମଚାରୀଙ୍କ ମାଧ୍ୟମରେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ଯାଉଛି। ତେଣୁ ଏହାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଏସ୍‌ପି କହିଛନ୍ତି। ଅପରପକ୍ଷରେ ରୁଷିଆ ପର୍ଯ୍ୟଟକ ଡ୍ରୋନ ଉଡ଼ାଇବା ଘଟଣାରେ ସିଂହଦ୍ୱାର ଥାନା ପୋଲିସ ଭୁବନେଶ୍ୱର ଇସ୍କନ ମ୍ୟାନେଜରଙ୍କୁ ଡାକି ପଚରାଉଚୁରା କରିଛି। ବିଦେଶୀ ନାଗରିକଙ୍କ ଡ୍ରୋନ କ୍ୟାମେରା ଓ ଏହାର ଚିପ୍‌ ଜବତ କରିଛି। ଏହି ଘଟଣାରେ ମଧ୍ୟ ଗୋଇନ୍ଦା ବିଭାଗର ସହଯୋଗ ଲୋଡିଛି ସିଂହଦ୍ୱର ଥାନା ପୋଲିସ।
All Right Reserved By

ମେଟ୍ରୋ |

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

ବାଲିଅନ୍ତା,୧୭।୧୦(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ନଖରାଗଡ଼ ନିକଟରୁ ୭୫୦ ବୋତଲ(୩୦ ପେଟି) ଆସ୍କା ଫର୍ଟି ମଦ ସହ ଏକ କାର ଜବତ କରିଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ, ଦଳୀୟ କାର୍ଯ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ, ଦଳୀୟ କାର୍ଯ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିଜ ୭୩ତମ ଜନ୍ମ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଛନ୍ତି। ଏହି ଅବସରରେ ବହୁ ବିଶିଷ୍ଟବ୍ୟକ୍ତି  ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ପୁରୀ ଅଫିସ,୧୭ା୧୦: ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଗତ ୧ ତାରିଖଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡ଼ିଦର୍ଶନ । ଏହାକୁ ବିରୋଧକରି ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ତେବେ ଏହି ଧାଡ଼ିଦର୍ଶନକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। 

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ପୁରୀ ଅଫିସ,୧୭ା୧୦: ଆନନ୍ଦବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ ମହାପ୍ରସାଦ ଦର ତାଲିକା। ଫଳରେ ଅବଢ଼ା କିଣିବାକୁ ନେଇ କାହାକୁ ଆଉ ମୂଲଚାଲ କରିବାକୁ ପଡ଼ିବ ନାହିଁ କି କେହି ଦୁର୍ବ୍ୟବହାରର ଶିକାର ହେବେ ନାହିଁ। ମହାପ୍ରସାଦ ଦର ନିର୍ଦ୍ଧାରଣ ନେଇ ମଙ୍ଗଳବାର ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। 

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ଅଫିସ,୧୭।୧୦-ପୂଜାରେ ଦୁଲୁକି ଉଠୁଛି କଟକ ସହର। ହସଖୁସିରେ ଉଛୁଳି ପଡୁଛି ପରିବାର ଆଉ ଦୋକାନ ବଜାର। ମଉଜ, ମସ୍ତି ସହ ପୂଜା ଖୁସିରେ କଟୁଛି ପିଲାଙ୍କ ଅବସର। ସ୍କୁଲ୍‌ ଛୁଟି ଥିବାରୁ ପୂଜା ବୁଲାକୁ ନେଇ ସେମାନଙ୍କ ମନରେ ଖୁସି କହିଲେ ନ ସରେ।  ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ପୂଜା ବୁଲୁଛନ୍ତି। ହସଖୁସିରେ ମନଲାଖି ଜିନିଷ କିଣୁଛନ୍ତି। ହେଲେ ପୂଜା ଭିଡ଼ ଭିତରେ ଏମାନଙ୍କ ଭଳି ଅନେକ ଶିଶୁଙ୍କ ମୁହଁରୁ ଉଭେଇ ଯାଇଛି ଚେନାଏ ହସ। 

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଖୋର୍ଦ୍ଧା ଅଫିସ,୧୭।୧୦- ଖୋର୍ଦ୍ଧା ଜିଲା ବାଣପୁର ଥାନା ଭବାନୀପୁର ପଞ୍ଚାୟତ ନାଗାମଠ ଗଁାରେ ବର୍ଷକ ଭିତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଗୋଟିଏ ପରିବାରର ୧୦ଜଣ ସଦସ୍ୟ ରହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ଆତଙ୍କ ଦେଖାଦେଇଥିବାବେଳେ ନିର୍ଦ୍ଦିଷ୍ଟ କେତେଜଣ ଲୋକ ଗୁଣିଗାରେଡି ସନ୍ଦେହ କରି ଖଟ ବୁଲାଇବାକୁ ନିଷ୍ପତ୍ତି ନେଇଥିଲେ।