ମେଟ୍ରୋ |

କେବଳ ସିଂହଦ୍ୱାର ଦେଇ ପ୍ରବେଶ

କେବଳ ସିଂହଦ୍ୱାର ଦେଇ ପ୍ରବେଶ
ପୁରୀ ଅଫିସ, ୧୫।୧୨: ଯାନିଯାତ୍ରା ଓ ପର୍ବପର୍ବାଣି ଦିନମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଏକକ ପ୍ରବେଶ ବ୍ୟବସ୍ଥା କରାଯାଉଛି। ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ୩ଦ୍ୱାରରେ ବାହାରୁଛନ୍ତି। ଏହି ବ୍ୟବସ୍ଥାକୁ ସବୁ ବେଳେ ଲାଗୁ କରିବା ପାଇଁ ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ସୁପାରିସ କରିଛନ୍ତି। ଏହାସହିତ ଶ୍ରୀମନ୍ଦିରରେ କାର୍ଯ୍ୟରତ କର୍ମଚାରୀ, ସେବକ, ପୋଲିସଙ୍କ ପାଇଁ ବାୟୋମେଟ୍ରିକ ପରିଚୟ ପତ୍ର ବ୍ୟବସ୍ଥା କରିବାକୁ ସୁପାରିସ ରହିଛି। ଗୁଣ୍ଡିଚା ମନ୍ଦିର ସୁରକ୍ଷା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ କମିଶନ ପରାମର୍ଶ ଦେଇଛନ୍ତି। କମିଶନଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ତାହାକୁ କାର୍ଯ୍ୟକାରୀ କରିବା ଲାଗି ଆଇନ ବିଭାଗ ପକ୍ଷରୁ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ନୀଳାଦ୍ରି ବିଜେ ବିଶୃଙ୍ଖଳା ପରେ ରାଜ୍ୟ ସରକାର ଗଠନ କରିଛନ୍ତି ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ। କମିଶନ ମୁଖ୍ୟ ଜଷ୍ଟିସ ବି.ପି. ଦାଶ ଏପ୍ରିଲ ୨୦ ତାରିଖରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟର କିଛି ଗୁରୁତ୍ୱପୂର୍ଣ୍ଣ ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ସେଗୁଡିକ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ପୋଲିସ ଆଉଟ ପୋଷ୍ଟ ନିକଟରେ ଥିବା ଜୋତାଷ୍ଟାଣ୍ଡ ଏବଂ ସିଂହଦ୍ୱାରରେ ଥିବା ପାଦ ପ୍ରକ୍ଷାଳନ କେନ୍ଦ୍ର ସ୍ଥାନାନ୍ତର କରିବା ଲାଗି କମିଶନଙ୍କ ସୁପାରିସ ରହିଛି। ଶ୍ରୀମନ୍ଦିର ପରିସର ଭିତର ବେଢା ଚଟାଣରେ ତାପ ନିରୋଧକ ଧଳା ରଙ୍ଗ ଦେବା ଲାଗି ସୁପାରିସ ରହିଥିବା ବେଳେ ଏଥିପାଇଁ ଆବଶ୍ୟକସ୍ଥଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପଦକ୍ଷେପ ନେବାକୁ କମିଶନଙ୍କ ରିପୋର୍ଟରେ କୁହାଯାଇଛି। ବଦଳିବ ୪ ୱାଚ ଟାୱାର ଡିଜାଇନ ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିକୋଣରେ ୪ଟି ୱାଚ ଟାୱାର ରହିଛି। ୱାଚ୍‌ ଟାୱାର ନିର୍ମାଣ ଶୈଳୀ ଶ୍ରୀମନ୍ଦିରର ସବୁଦିଗକୁ ନିରୀକ୍ଷଣ ଲାଗି ଉପଯୁକ୍ତ ନ ଥିବା କେତେଜଣ ବିଶେଷଜ୍ଞ ସତ୍ୟପାଠ ମାଧ୍ୟମରେ କମିଶନଙ୍କ ନିକଟରେ ମତ ରଖିଛନ୍ତି। ସୁରକ୍ଷା କର୍ମୀମାନେ ୱାଚ ଟାୱାରରେ ମୁତୟନ ସମୟରେ ଶ୍ରୀମନ୍ଦିର ସବୁଦିଗ ଯେଭଳି ଦେଖିପାରିବେ ସେହି ଢାଞ୍ଚାରେ ୱାଚ ଟାୱାର ନିର୍ମାଣ କରିବା ଲାଗି ରିପୋର୍ଟରେ କୁହାଯାଇଛି। ବିଶେଷଜ୍ଞଙ୍କ ପରାମର୍ଶ ନେଇ ନୂତନ ଡିଜାଇନରେ ୱାଚ ଟାୱାର ନିର୍ମାଣ କରାଯିବ। ୱାଚ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ପଡିଲେ ଉକ୍ତ ରାସ୍ତାକୁ ଆହୁରି ସମ୍ପ୍ରସାରଣ କରିବାକୁ କମିଶନଙ୍କ ସୁପାରିସ ରିପୋର୍ଟରେ କୁହାଯାଇଛି। ୱାଚ ଟାୱାରରେ ମୁତୟନ ହେଉଥିବା ସୁରକ୍ଷାକର୍ମୀଙ୍କୁ ବାଇନାକୁଲାର ଏବଂ ରାତିରେ ଦେଖିପାରିବା ଭଳି ଯନ୍ତ୍ର ଦେବାକୁ ପରାମର୍ଶ ରହିଛି। ସିସିଟିଭି ସର୍ଭେଲାନ୍ସରେ ରହିବ ପୁରୀ ସହର: ଶ୍ରୀମନ୍ଦିର ପରିସରରେ ଥିବା ସମସ୍ତ ମନ୍ଦିର ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ପୁରୀର ଶ୍ରୀଲୋକନାଥ, ଦକ୍ଷିଣକାଳୀ, ସୁନାରଗୌରାଙ୍ଗ ଭଳି ମନ୍ଦିରଗୁଡିକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବା ଲାଗି ସୁପାରିସ ରହିଛି। ସିସିଟିଭିର ସଂଯୋଗ ସଂପୃକ୍ତ ପୋଲିସ ଥାନା ଏବଂ କଣ୍ଟ୍ରୋଲ ରୁମ୍‌ ସହିତ ରଖିବା ଲାଗି କୁହାଯାଇଛି। ସମଗ୍ର ପୁରୀ ସହରକୁ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ରଖିବାକୁ କମିଶନ ସୁପାରିସ କରିଛନ୍ତି। ଦିଗବାରେଣୀ ଛକଠାରୁ ବଳିଆପଣ୍ଡା ମଧ୍ୟରେ ଥିବା ସମସ୍ତ ହୋଟେଲ ଏବଂ ଲଜିଂରେ ସମୁଦ୍ରକୂଳ ମାର୍ଗ ଆଡକୁ ମୁହଁ କରି ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ। ଏହାଫଳରେ ସମୁଦାୟ ବେଳାଭୂମି ଏବଂ ବେଳାଭୂମି ମାର୍ଗ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ରହିପାରିବ। ହୋଟେଲ ଓ ଲଜିଂ ଗୁଡିକର ସିସି କ୍ୟାମେରା ୨୪ଘଣ୍ଟିଆ କାର୍ଯ୍ୟ କରିବ। ପୋଲିସ ପ୍ରଶାସନ ଯେତେବେଳେ ଚାହିଁବ ଉକ୍ତ ହୋଟେଲ ଓ ଲଜିଂ ମାଲିକ ସିସିଟିଭିର ଫୁଟେଜ ଯୋଗାଇବେ। ଏଥିଲାଗି ଜିଲାପାଳ ଏକ ସ୍ବତନ୍ତ ନିର୍ଦ୍ଦେଶନାମା ପ୍ରକାଶ କରିବା ଲାଗି କମିଶନ ସୁପାରିସ କରିଛନ୍ତି। ନିଯୁକ୍ତ ହେବେ ସାନିଟାରୀ, ହେଲଥ ଅଫିସର: ଶ୍ରୀମନ୍ଦିର ପରିସର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି କମିଶନଙ୍କ ସୁପାରିସ ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସ୍ବାସ୍ଥ୍ୟ ଓ ପରିମଳ ୱିଙ୍ଗ ଖୋଲିବା ଲାଗି ପରାମର୍ଶ ରହିଛି। ଶ୍ରୀମନ୍ଦିର ପାଇଁ ସ୍ବାସ୍ଥ୍ୟ ଅଧିକାରୀ ଏବଂ ପରିମଳ ଅଧିକାରୀ (ସାନିଟାରୀ ଅଫିସର) ନିଯୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ କମିଶନ ସୁପାରିିସ କରିଛନ୍ତି। ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତି ଲାଗି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପକ୍ଷରୁ କ୍ରୟ ସାମଗ୍ରୀ ମାନ ସ୍ବାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବେ। ଆବଶ୍ୟକ ସ୍ଥଳେ ତାହାର ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ଲାବରେଟୋରୀକୁ ପଠାଇବେ। ଶ୍ରୀମନ୍ଦିର ପରିସର ସଫେଇ ଉପରେ ପରିମଳ ଅଧିକାରୀ ନଜର ରଖିବେ। ଶ୍ରୀମନ୍ଦିର ପରିସରରେ ଯେଭଳି ଛେପ କେହି ନ ପକାନ୍ତି ସେଥିପ୍ରତି ନଜର ରଖାଯିବ।
All Right Reserved By

ମେଟ୍ରୋ |

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ଅଫିସ,୧୮।୧୦- ଦୁର୍ଗାପୂଜାର ଗୁରୁବାର ମହାନବମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି । 

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବାରଙ୍ଗ,୧୮।୧୦(ଡି.ଏନ୍‌.ଏ.)- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ବାରଙ୍ଗ କଲେଜ ଛକଠାରେ ଗୁରୁବାର ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ୟା

ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ,୧୮।୧୦(ଡି.ଏନ୍‌.ଏ.)- ସାକ୍ଷୀଗୋପାଳ ରେଳ ଷ୍ଟେଶନ ୩ନମ୍ବର ରେଳଧାରଣାରେ ଜଣେ ଯୁବକଙ୍କ ଗୁରୁବାର ଆତ୍ମହତ୍ୟା କରିଥିବା ଜଣାପଡିଛି।  ସେ ହେଲେ ସ୍ଥାନୀୟ ଅଞ୍ଚଳର ମନମୋହନ ଜେନା(୨୩)। ସତ୍ୟବାଦୀ ଥାନା ଜୟପୁର ଗ୍ରାମର ମନମୋହନ ଓରଫ କାଳିଆଙ୍କ ଖଣ୍ଡ ବିଖଣ୍ଡିତ ଶରୀର ରେଳବାଇ ପୋଲିସ ଜବତ କରିଛନ୍ତି । 

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଦିଲ୍ଲୀ ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍‌ ବିଲୁଛି ଜଗା। ମା’ଙ୍କ ହାତଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି। ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲଖିତ ହୋଇଛି। 

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮।୧୦- ସମ୍ଭାବ୍ୟ ତିିତ୍‌ଲି ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକ ମଧ୍ୟରୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆସିକା ଅଞ୍ଚଳକୁ ଯାଇ ପୀଡିତ ପରିବାରଙ୍କୁ ଭେଟିଛନ୍ତି ।

ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣା: ଭାଜପା ମହିଳା ପକ୍ଷରୁ ଥାନା ଘେରାଉ

ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣା: ଭାଜପା ମହିଳା ପକ୍ଷରୁ ଥାନା ଘେରାଉ

କୋଣାର୍କ,୧୮।୧୦(ଡି.ଏନ୍‌.ଏ.)- କୋଣାର୍କର ମାର୍କେଟ କମ୍ପ୍ଲେକ୍ସ ପରିସର ଏକ ବନ୍ଦ କୋଠରିରୁ ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣାରେ ଗୁରୁବାର ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ର୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଥାନା ଘେରାଉ କରିଥିଲେ। 

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଅଫିସ,୧୮।୧୦: ନିର୍ବାଚନ ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଲା । ଏହି ଗୋଷ୍ଠୀ କନ୍ଦଳ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀଙ୍କ ମଧ୍ୟରେ ତ୍ୱରାନ୍ବିତ ହୋଇଛି । 

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

କଣ୍ଟାପଡା,୧୮।୧୦(ଡି.ଏନ୍‌.ଏ.)- ଦୟନୀୟ ଅବସ୍ଥାରେ ଏକ ପିକଅପ ଭ୍ୟାନରେ ନିଆଯାଉଥିବା ୧୦ଟି ଗୋରୁଙ୍କୁ ଓଲଟପୁର ପୋଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି। ଗୋଚାଲାଣରେ ବ୍ୟବହୃତ ଓଆର ୦୨ ଏଏନ୍‌ ୨୬୯୭ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଏହାର ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଖୋର୍ଦ୍ଧା ଅଫିସ,୧୮।୧୦: ବାଣପୁରର ଶକ୍ତିପୀଠ ଭାବେ ପ୍ରସିଦ୍ଧ ମା’ ଭଗବତୀଙ୍କ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଶୌଚାଳୟରେ ୫ବର୍ଷ ହେଲା ତାଲା ଝୁୁଲୁଛି । 

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଖୋର୍ଦ୍ଧା ଅଫିସ,୧୮ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରାରେ ୫୦ଫୁଟର  ରାବଣ ପୋଡ଼ି ଉତ୍ସବ ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ ଆକର୍ଷଣୀୟ ଦର୍ଶନ ରହିଥିବା ଜଣାପଡିଛି। ଏହି ଉତ୍ସବକୁ ଖୋର୍ଦ୍ଧାର ବଡିଜୋନ ଅନୁଷ୍ଠାନ ପକ୍ଷରୁ ୨୦୦୬ରେ ଆରମ୍ଭ ହୋଇଥିଲା। ରାବଣ ପୋଡି ପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି ।