ମେଟ୍ରୋ |

ମହନ୍ତଙ୍କ କ୍ଷୋଭ, ମାଟିରେ ମିଶିବ ମଠ

ମହନ୍ତଙ୍କ କ୍ଷୋଭ, ମାଟିରେ ମିଶିବ ମଠ
ପୁରୀ ଅଫିସ, ୧୫।୧୨: ପୁରୀ ସହରରେ ରହିଛି ଶତାଧିକ ମଠ। ଅଧିକାଂଶ ମଠ ସ୍ଥିତି ଦୟନୀୟ। ମଠଗୁଡିକର ଆୟପନ୍ଥା କିଛି ନାହିଁ। ପୂଜକମାନେ ଦୀର୍ଘବର୍ଷ ଧରି ଦରମା ପାଉନାହାନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରୀମନ୍ଦିର ପ୍ରଶାସନ ଗୋଟିଏ ପରେ ଗୋଟିଏ ମଠ ଦଖଲକୁ ନେବା ଆରମ୍ଭ କରିଛି। ଶ୍ରୀମନ୍ଦିର ଓ ମଠ ମଧ୍ୟରେ ସମନ୍ବୟ ନାହିଁ। ଶ୍ରୀକ୍ଷେତ୍ରରେ ମଠ ସଂସ୍କୃତି ଉଜୁଡିଯିବ ବୋଲି ଶ୍ରୀକ୍ଷେତ୍ରର ମଠାଧୀଶମାନେ ଦେବୋତ୍ତର କମିଶନରଙ୍କୁ ଜଣାଇଛନ୍ତି। ମଠ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଲାଗି ପଦକ୍ଷେପ ନେବାକୁ ଦେବୋତ୍ତର କମିଶନରଙ୍କ ନିକଟରେ ନିବେଦନ କରିଛନ୍ତି ମଠାଧୀଶ। ବାଉଳି ମଠକୁ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେବା ପରେ ମଠ ମହନ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭୟର ବାତାବରଣ। ଗତ ନଭେମ୍ବର ୨୯ରେ ଦେବୋତ୍ତର କମିଶନର ପୁରୀ ଆସିଥିବା ବେଳେ ମଠାଧୀଶମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଗତ ୬ ତାରିଖରେ ଭୁବନେଶ୍ୱରସ୍ଥିତ ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟରେ ମଠାଧୀଶଙ୍କ ବୈଠକ ବସିଥିଲା। ସେଥିରେ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ପୁଣି ଶୁକ୍ରବାର ପୁରୀ ସର୍କିଟ ହାଉସ୍‌ରେ ମଠାଧୀଶ ଏବଂ ଦେବୋତ୍ତର କମିଶନରଙ୍କ ମଧ୍ୟରେ ବୈଠକ ବସି ଆଲୋଚନା ହୋଇଛି। ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମଠ ଦଖଲ ଉପରେ ବିଶେଷ ଆଲୋଚନା ହୋଇଛି। ସୁପ୍ରିମକୋର୍ଟ ଦେଇଥିବା ରାୟ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଏବଂ ଓଡିଶା ହିନ୍ଦୁ ରିଲିଜିୟସ୍‌ ଏଣ୍ଡାଓମେଣ୍ଟ ଆକ୍ଟର ତର୍ଜମା କରାଯାଇଛି। ବୈଠକରେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର କୁମାର ରାଉତରାୟ, କୃତ୍ତିବାସ କର, ପ୍ରଶାନ୍ତ କୁମାର ମିଶ୍ର ଉପସ୍ଥିତ ରହି ଅଇନଗତ ଦିଗ ଉପରେ ଆଲୋଚନା କରିଥିଲେ। ମଠ ମହନ୍ତମାନେ ନିଜ ମଠର ସମସ୍ୟା ଓ ସୁପ୍ରିମକୋର୍ଟଙ୍କ ରାୟ ପରେ ସୃଷ୍ଟି ହେବାକୁ ଥିବା ସମସ୍ୟା ଉପରେ ଦେବୋତ୍ତର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମଠଗୁଡିକ ଦେବୋତ୍ତର ବିଭାଗ ଅଧୀନରେ ରହିଛି। ମଠ-ମନ୍ଦିର କ୍ଷେତ୍ରରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ସେଥିରେ ଦେବୋତ୍ତର କମିଶନରଙ୍କୁ ନୋଟିସ କରାଯାଇ ନ ଥିବା ବୈଠକରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଜମିଜମା ଫଇସଲା କ୍ଷେତ୍ରରେ ଓଇଏ କେସ୍‌ ଲାଗୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ ଶ୍ରୀମନ୍ଦିର ଜମିଜମା କ୍ଷେତ୍ରରେ ଓଇଏ କେସ୍‌ ଫଇସଲା କରାଯାଉଥିବା ମଠାଧୀଶମାନେ ଅଭିଯୋଗ କରିଥିଲେ। ବୈଠକରେ ଜେଜେରାମ ମଠ ନିର୍ବାହୀ ଅଧିକାରୀ ସିଦ୍ଧାନାଥ ଗୁରୁ କହିଥିଲେ, ପୁରୀରେ ମଠ ସଂସ୍କୃତି ଉଜୁଡି ଗଲାଣି। ମଠକୁ ମାଫିଆ ମାଡିବସିଛନ୍ତି। ଥାନାକୁ ଗଲେ ପୋଲିସ ଶୁଣୁନି। ଶ୍ରୀମନ୍ଦିର ପ୍ରଶାସନ ମଠ ଦଖଲ ଆରମ୍ଭ କରିଛି। ମଠକୁ ଦଖଲକୁ ନେବାରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାର ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିରେ ଦେବୋତ୍ତର କମିଶନ ମଠ ସପକ୍ଷରେ ଦୃଢ଼ ଦାବି କରନ୍ତୁ। ରାଜ୍ୟ ସରକାର ମଠଗୁଡିକର ସୁରକ୍ଷା ପାଇଁ ପୁରୀରେ ଦେବୋତ୍ତର ଥାନା ପ୍ରତିଷ୍ଠା କରିବାକୁ ସେ ଦାବି କରିଥିଲେ। ସେହିପରି ଗୋପାଳତୀର୍ଥ ମଠକୁ ଶ୍ରୀମନ୍ଦିର ପ୍ରଶାସନ ବେଆଇନ ଭାବେ ଦଖଲକୁ ନେଇଥିବା ଭାଙ୍ଗିଥିବା ମଠର ଟ୍ରଷ୍ଟି ବଳଭଦ୍ର ପ୍ରଧାନ ଅଭିଯୋଗ କରିଥିଲେ। ନିଜର ଅଭିଯୋଗ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଦେବୋତ୍ତର କମିଶନର ମଠାଧୀଶମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ସହକାରୀ ଦେବୋତ୍ତର କମିଶନର ପାର୍ଥସାରଥୀ ପଟ୍ଟନାୟକ, ସହକାରୀ ଆଇନ ଅଧିକାରୀ ଶଙ୍କର୍ଷଣ ମଲ୍ଲ, ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ, ଝାଞ୍ଜପିଟା ମଠ ଅଧ୍ୟକ୍ଷ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ଉତ୍ତରପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାସ, ନେବଳ ଦାସ ମଠର ସନ୍ଥ ଡ. ରାମଚରଣ ଦାସ, ବଡ଼ଆଖଡ଼ା ମଠ ମହନ୍ତ ଗଙ୍ଗା ଦାସ, ସାନଛତା ମଠର ରାମ ମନୋହର ଦାସ, ବଡ଼ଛତାର ବଳଦେବ ଦାସ, ରାଧବଲ୍ଲଭର ମହନ୍ତ ରାମକୃଷ୍ଣ ଦାସ, ହାତୀଆଖଡ଼ା ମଠ ମହନ୍ତ ଶୁଖରାମ ଦାସ, ବାଉଳି ମଠ ମହନ୍ତ ସତ୍ୟ ନାରାୟଣ ଦାସ, ରାଘବ ଦାସ ମଠର ତତ୍ତ୍ବାବଧାରକ ଅନାମ ଦଳେଇ ଏବଂ ବିଭିନ୍ନ ମଠର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସନ୍ଥ ଓ ମଠାଧୀଶ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ମଠ ମନ୍ଦିର ସୁରକ୍ଷା ପରିଷଦ ପକ୍ଷରୁ ଦେବୋତ୍ତର କମିଶନରଙ୍କୁ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ପରିଷଦର ସଭାପତି ଶ୍ରୀକୃଷ୍ଣ ଚରଣ ଦାସ ଗୋସ୍ବାମୀ ଦାବିପତ୍ର ପ୍ରଦାନ କରିଥିଲେ।
All Right Reserved By

ମେଟ୍ରୋ |

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

କୋଣାର୍କ, ୧୫।୧୦(ଡି.ଏନ୍‌.ଏ.)-  କୋଣାର୍କ ଏନଏସି ଅଧିନସ୍ଥ ଚନ୍ଦ୍ରଭାଗା ନୋଳିଆ ବସ୍ତିଠାରେ ସୋମବାର ଆଇଆଇୱାଇଡି ସାମାଜିକ ସଂଗଠନ ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ସର୍ଭେ ଅଭିଯାନ ଆରମ୍ଭ କରାଯାଇଛି। 

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ପାଣିକୋଇଲିଠାରେ ମେଡ଼ିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ, ପୁଷ୍ପଗିରିଠାରେ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ, କଳିଙ୍ଗନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି, ଜିଲାର ସମସ୍ତ ଭୂମିହୀନଙ୍କୁ ଜମି ଓ ବାସହୀନଙ୍କୁ ଗୃହ ପ୍ରଦାନ, ଚଣ୍ଡିଖୋଲଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି ୫ ଦଫା ଦାବି ନେଇ ସୋମବାର ରାଜଭବନ ସମ୍ମୁଖରେ ଯାଜପୁର ଏକତା ମଞ୍ଚ ପକ୍ଷରୁ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି।

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ବାଣ୍ଟିଲେ ପ୍ରସାଦ ହରିଚନ୍ଦନ

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ବାଣ୍ଟିଲେ ପ୍ରସାଦ ହରିଚନ୍ଦନ

କଣାସ, ୧୫।୧୦(ସ୍ବ.ପ୍ର.)-କଣାସ ବ୍ଲକରେ ପ୍ରବାହିତ ହେଉଥିବା ମଲାଗୁଣିନଦୀର ମାଙ୍କଡଖିଆଠାରେ ଘାଇହୋଇ ଦିବ୍ୟସିଂହପୁର ଗ୍ରାମପଞ୍ଚାୟତର ବ୍ୟାପକ କ୍ଷୟକ୍ଷତି ହୋଇଛି।

କାର୍ଯ୍ୟବନ୍ଦ ଆନ୍ଦୋଳନରେ ମ୍ୟୁନିସିପାଲିଟି କର୍ମଚାରୀ

କାର୍ଯ୍ୟବନ୍ଦ ଆନ୍ଦୋଳନରେ ମ୍ୟୁନିସିପାଲିଟି କର୍ମଚାରୀ

ଖୋର୍ଦ୍ଧା ଅଫିସ,୧୫।୧୦:ସୋମବାର ଖୋର୍ଦ୍ଧା ମ୍ୟୁନିସିପାଲଟି କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତ। ସେପ୍ଟେମ୍ବରର ଦରମା, ପୂଜା ଅଗ୍ରିମ ୨୦ ହଜାର ଟଙ୍କା ଓ ପେନ୍‌ସନଧାରୀଙ୍କୁ ପ୍ରତିମାସରେ ପେନ୍‌ସନ ଯୋଗାଇବା ଦାବିରେ ସୋମବାରଠାରୁ ଏହି ଆନ୍ଦୋଳନ ଚାଲୁ ରହିଛି । ଖୋର୍ଦ୍ଧା ମ୍ୟୁନିସିପାଲିଟିର ୧୦୨ ସ୍ଥାୟୀ କର୍ମଚାରୀ, ଡିଏଲ୍‌ଆର ୩୪ ଓ ମ୍ୟାଣ୍ଡେଜ ୩୦ ଜଣ ଏଥିରେ ସାମିଲ ହୋଇଛନ୍ତି। 

ସାଧାରଣ ନିର୍ବାଚନ: ଆଭିମୁଖ୍ୟ ସ୍ପଷ୍ଟକଲା ସିପିଏମ୍‌

ସାଧାରଣ ନିର୍ବାଚନ: ଆଭିମୁଖ୍ୟ ସ୍ପଷ୍ଟକଲା ସିପିଏମ୍‌

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ କାହା ସହ ମେଣ୍ଟ ହେବ ନାହିଁ। ଯଥା ସମ୍ଭବ ଅଣଭାଜପା ଭୋଟ ବିଭାଜନକୁ ଦଳ ରୋକିବାକୁ ଚେଷ୍ଟା କରିବ।  କଂଗ୍ରେସ କିମ୍ବା ବିଜେଡି କାହା ସହ ମେଣ୍ଟ ହେବ  ନାହିଁ ବୋଲି କହିଛନ୍ତି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। 

ଆୟୁଷ୍ମାନ ଯୋଜନା: ରାଜ୍ୟପାଳଙ୍କୁ ୧ କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରି ନ ଥିଲେ। ରାଜ୍ୟ ସରକାର ନିଜସ୍ବ ବିଜୁ କଲ୍ୟାଣ ଯୋଜନା ଓଡ଼ିଶାରେ ଲାଗୁ କରିଛନ୍ତି।  ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଶାସକ ଦଳ ଅଗ୍ରାହ୍ୟ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଭାଜପା ଅଭିଯୋଗ କରିଥିଲା। 

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ପୂଜାଭେଟି ଦେଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାପରେ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି। 

କ୍ଷୟକ୍ଷତି ରିପୋର୍ଟ ଆସିଲେ କେନ୍ଦ୍ରକୁ ଅବଗତ କରାଯିବ

କ୍ଷୟକ୍ଷତି ରିପୋର୍ଟ ଆସିଲେ କେନ୍ଦ୍ରକୁ ଅବଗତ କରାଯିବ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ତିତ୍‌ଲି ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ ଚାଲିଛି। ଏ ସମ୍ପର୍କରେ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ।

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

କାକଟପୁର, ୧୫।୧୦(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମା’ମଙ୍ଗଳାଙ୍କ ମନ୍ଦିରରେ ଚାଲୁ ରହିଛି ଶାରଦୀୟ ପାର୍ବଣ ପୂଜା। ସୋମବାର ପବିତ୍ର ସପ୍ତମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ରାତିରେ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ  ହେବ। ମନ୍ଦିର ଉତ୍ତର ଦ୍ୱାରରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ସେବକ ପ୍ରଦୀପ ପଣ୍ଡା ପ୍ରକାଶ କରିଛନ୍ତି। 

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

କଟକ ଅଫିସ, ୧୫।୧୦: ପରିବହନ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା। ଏ ନେଇ ସୋମବାର ରାଜ୍ୟ ସରକାର ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀ ଙ୍କ ପାଇଁ ରାଜ୍ୟ ସରକାର ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।