ମେଟ୍ରୋ |

ଆରମ୍ଭ ହେଲା ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ ସମାରୋହ

ଆରମ୍ଭ ହେଲା ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ ସମାରୋହ
ପୁରୀ ଅଫିସ, ୧୫।୧୨: ଶ୍ରୀମନ୍ଦିରର ଦେବଦାସୀ ପରମ୍ପରାକୁ ସମ୍ମାନ ଜଣାଇ ପବିତ୍ର ଶ୍ରୀକ୍ଷେତ୍ର ମାଟିରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ତିନିଦିନିଆ ଦ୍ୱାଦଶ ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ ସମାରୋହ। ପୁରୀର ବର୍ଷୀୟାନ ସଙ୍ଗୀତଜ୍ଞ ବିଶ୍ୱନାଥ ପୂଜାପଣ୍ଡା ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଏହି ମନୋରମ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। ଏହି ଶାସ୍ତ୍ରୀୟ ନୃତ୍ୟ ସମାରୋହର ପ୍ରଥମ ସନ୍ଧ୍ୟାକୁ ଦିବଂଗତ ଦେବଦାସୀ ଶଶିମଣି ଦେବୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ଅତିଥି ଭାବେ ଆୟୋଜକ ଅନୁଷ୍ଠାନ ଦେବଦାସୀ ନୃତ୍ୟ ମନ୍ଦିରର ସଭାପତି ଗୁରୁ ରାମହରି ଦାସ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଗିରିଶ୍‌ ଚନ୍ଦ୍ର ନାୟକ, କମିଟି ଆବାହକ ବିନୟ ନୃସିଂହ ମହାପାତ୍ର, ଅନୁଷ୍ଠାନର ସମ୍ପାଦକ ଜଗବନ୍ଧୁ ଜେନା, ଉତ୍ସବ ସଂଯୋଜକ ଦେବାଶିଷ ଦାସଗୁପ୍ତା ଓ ନବକିଶୋର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ନାଟକର ପରିଚିତ ଚେହେରା ପ୍ରଦୀପ କୁମାର ବିଶ୍ୱାଳଙ୍କୁ ନାଟ୍ୟ ଶିରୋମଣି, ବର୍ଷୀୟାନ ସଙ୍ଗୀତଜ୍ଞ ବିଶ୍ୱନାଥ ପୂଜାପଣ୍ଡାଙ୍କୁ ସଙ୍ଗୀତ ଶିରୋମଣି ସମ୍ମାନ, ଓଡ଼ିଶୀ ନୃତ୍ୟଗୁରୁ ନବକିଶୋର ମିଶ୍ର ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର କେ. ସୁନୀତା ଦେବୀଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ, ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ ପୂର୍ଣ୍ଣଶ୍ରୀ ରାଉତଙ୍କୁ ଦେବଦାସୀ ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଟେଲି ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ମାନିମଖାଳ ମହାନ୍ତି ଓ ଯାଜ୍ଞସେନୀ ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟାନ୍ୟ ପୁରସ୍କାର ମଧ୍ୟରେ ବିଭିନ୍ନ ଯୁବ ନୃତ୍ୟଶିଳ୍ପୀମାନଙ୍କୁ ଦେବଦାସୀ ନର୍ତ୍ତକୀମଣି ଏବଂ ଦେବଦାସୀ ନର୍ତ୍ତକୀ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ନୃତ୍ୟ ସମାରୋହର ପ୍ରଥମ ପାଖୁଡା ଖୋଲିଥିଲା ପୂର୍ଣ୍ଣଶ୍ରୀ ରାଉତଙ୍କ ଓଡ଼ିଶୀ ନୃତ୍ୟରୁ। ଛତିଶଗଡ଼ ରାୟପୁରରୁ ଆସିଥିବା ପୂର୍ଣ୍ଣଶ୍ରୀ ମଞ୍ଚରେ ପରିବେଷଣ କରିଥିବା ନୃତ୍ୟ ଚାତୁରୀ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ଏହାପରେ ମାହାରୀ ନୃତ୍ୟକୁ ନେଇ ମଞ୍ଚକୁ ଆସିଥିଲେ ରୂପଶ୍ରୀ ମହାପାତ୍ର ଓ ସାଥୀ। ସେମାନେ ନୀଳା ନିଧି ହେ, ଲାଜରେ ମୁଁ ଗଲିଣି ଶଢି ଏବଂ ରାସ ବନଫୁଲ ହାରେ ବନବିହାରୀଙ୍କି ବନବେଶେ ସାଜି ଦିଅଗୋ ପରିବେଷଣ କରିଥିଲେ, ଯାହାକି ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଥିଲା। ଏଥିରେ କୁନି ମାହାରୀ ନୃତ୍ୟଶିଳ୍ପୀ ଦେବରୂପା ଦାସଗୁପ୍ତାଙ୍କ ନୃତ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ପରେ ପରେ କଲିକତାରୁ ଆସିଥିବା ମଧୁମିତା ରୟ, ଶ୍ରୁତି ସ୍ବୟଂସିଦ୍ଧା, ନନ୍ଦିନୀ ଚୌଧୁରୀ ମହାନ୍ତି ଓ ଦିବ୍ୟାନୀ ମହାନ୍ତି ଓଡ଼ିଶୀ ଏବଂ ସୁଶ୍ରୀ ଭାଗ୍ୟଶ୍ରୀ ଶ୍ରୀଚନ୍ଦନ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଉଦ୍‌ଘାଟନୀ ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ସାଜିଥିଲେ ଜାପାନର କେଇକୋ ସାକୁରାମତୋ। ସେ ଓଡ଼ିଶୀ ନୃତ୍ୟରେ ଦର୍ଶକଙ୍କ ମନ ଜିଣିଥିଲେ। ଏଥିରେ ଦଳଗତ ନୃତ୍ୟରେ ମାହାରୀ, କଥକ ଏବଂ ମଣିପୁରୀ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କଲିକତାର ରୂପ୍‌ସା ଭଟ୍ଟାଚାର୍ଯ୍ୟ।
All Right Reserved By

ମେଟ୍ରୋ |

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ରେଲଓ୍ବେ ଓଡିଶାରୁ ପ୍ରଚୁର ରାଜସ୍ବ ନେଉଛି। ସେହି ତୁଳନାରେ ରେଳ ଭିତ୍ତିଭୂମି କିମ୍ବା ରେଳ ସେବା ନାହିଁ। ଭାରତୀୟ ରେଳକୁ ରାଜସ୍ବ ଯୋଗାଇବାରେ ଓଡିଶା ଏକ ବଡ ଅଂଶୀଦାର। ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ଓଡିଶା ଜାତୀୟ ହାରଠାରୁ ଊର୍ଦ୍ଧ୍ୱରେ ରହିଛି। 

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଗତ କିଛିଦିନ ହେବ ଉପକୂଳ ଓଡିଶାକୁ କୁହୁଡି ଘେରି ରହୁଛି। ଆସନ୍ତା ୨୫ ତାରିଖ ଯାଏ କୁହୁଡି ରହିବ। 

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଫିଲ୍ମ ମାଧ୍ୟମରେ ଚାଲିଛି ନିର୍ବାଚନ ପ୍ରଚାର। ନିଜ ସଫଳତାର ପ୍ରଚାର ପ୍ରସାର ପାଇଁ ଫିଲ୍ମକୁ ମାଧ୍ୟମ କରୁଛନ୍ତି ରାଜନୈତିକ ଦଳ। 

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ସମସ୍ତ ମହାବିଦ୍ୟାଳୟରେ ପ୍ରାକ୍‌ ସ୍ନାତ୍ତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ଏପ୍ରିଲ ୨୮ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୯ରେ ଓଡିଶା ଗସ୍ତରେ ଆସିବେ। କଟକ ଜିଲା ସାଲେପୁର କୁଲିଆଠାରେ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସମାବେଶରେ ସେ ଯୋଗଦେବେ ା 

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

କଟକ ଅଫିସ, ୨୪ା୧:ଚାଷୀଙ୍କ ସ୍ବାର୍ଥକୁ ବଳିଦେଇ ସରକାରୀ ଅଧିକାରୀମାନେ କିଭଳି ମିଲର୍‌ ସ୍ବାର୍ଥକୁ ଅଗ୍ରାଧିକାର ଦେଇଛନ୍ତି ତାହାର ଏକ ପ୍ରମାଣ ସାମ୍ନାକୁ ଆସିଛି। କୋରାପୁଟ ଜିଲାରେ ହୋଇଛି ଏଭଳି ଦୁର୍ନୀତି।

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡିଶାରେ ଅସାଧାରଣ ମୃତ୍ୟୁ ଘଟିଲେ କିମ୍ବା ପ୍ରାକୃତିକ ଦୁର୍ବିପାକରେ କ୍ଷୟକ୍ଷତି ହେଲେ ଆର୍ଥିକ ଅନୁକମ୍ପା(କମ୍ପେନସେସନ୍‌) ନିଶ୍ଚିତ। ସେହି କ୍ରମରେ ରାଜ୍ୟରେ ଏଭଳି କିଛି ଘଟଣା ଘଟିବା ମାତ୍ରେ ସରକାରଙ୍କ ପକ୍ଷରୁ କାଳବିଳମ୍ବ କରାଯାଉନାହିଁ। 

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

କଟକ ଅଫିସ, ୨୪ା୧- ଫେବୃୟାରୀ ୧୦ରୁ ଭାଜପା ଆରମ୍ଭ କରିବ ଜନ ଅଦାଲତ କାର୍ଯ୍ୟକ୍ରମ। ରାଜ୍ୟର ୨୧ଟି ଲୋକ ସଭା ଆସନରେ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ କରାଯିବ। 

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

କଟକ ଅଫିସ, ୨୪ା୧- ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ପ୍ରତିଶତ ଶ୍ରେୟ ନେତାଜୀଙ୍କ ନାମରେ ଯାଉଛି। ବିଶ୍ୱର ବହୁ ଦାର୍ଶନିକ ଓ ଗବେଷକ ଏହି ମତ ଦେଉଛନ୍ତି।

କୋଟିପତି ନିର୍ବାହୀ ଯନ୍ତ୍ରୀ:ମିଳିଲା ୧ କୋଟି ୪୦ ଲକ୍ଷ ୫୯ହଜାର ୩୭୫ ଟଙ୍କାର ସମ୍ପତ୍ତି

କୋଟିପତି ନିର୍ବାହୀ ଯନ୍ତ୍ରୀ:ମିଳିଲା ୧ କୋଟି ୪୦ ଲକ୍ଷ ୫୯ହଜାର ୩୭୫ ଟଙ୍କାର ସମ୍ପତ୍ତି

 କଟକ ଅଫିସ, ୨୪ା୧- ଜୟପୁର ଜାତୀୟ ରାଜପଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ବୁଧବାର ଭିଜିଲାନ୍ସ ଭୁବନେଶ୍ୱର ଓ କୋରାପୁଟ ଜିଲା ଜୟପୁରରେ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ନିର୍ବାହୀ ଯନ୍ତ୍ରୀ ପଣ୍ଡା ୧ କୋଟି ୪୦ ଲକ୍ଷ ୫୯ ହଜାର ୩୭୫ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।