ମେଟ୍ରୋ |

ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା ଆରମ୍ଭ: କାରିଗର ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରନ୍ତୁ

ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା ଆରମ୍ଭ: କାରିଗର ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରନ୍ତୁ
ପ୍ରଭାକର ମହାରଣାଙ୍କୁ ଜୀବନବ୍ୟାପୀ ହସ୍ତଶିଳ୍ପ କୃତୀ ପୁରସ୍କାର ଭୁବନେଶ୍ୱର, ୧୫।୧୨(ବ୍ୟୁରୋ)- ଉତ୍କୃଷ୍ଟ କଳା ନୈପୁଣ୍ୟ ପାଇଁ ସମଗ୍ର ଭାରତରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର। ରାଜ୍ୟର ୪୪ ହଜାର ବୁଣାକାର ପରିବାର ଓ ୧.୫ ଲକ୍ଷ ହସ୍ତଶିଳ୍ପ କାରିଗରଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ଆନୁଷ୍ଠାନିକ ତାଲିମ ସହ ନମୁନା ବିକାଶ କାର୍ଯ୍ୟକ୍ରମ, ହସ୍ତତନ୍ତ ତଥା ହସ୍ତଶିଳ୍ପ ଉଦ୍ୟୋଗର ଆଧନିକୀକରଣ, ଯନ୍ତ୍ରପାତିର ଉନ୍ନତୀକରଣ ଆଦି ମାଧ୍ୟମରେ ରାଜ୍ୟର ଶିଳ୍ପୀମାନଙ୍କ ଦକ୍ଷତା ବୃଦ୍ଧି ଓ ସଶକ୍ତ କରିବାକୁ ନିରନ୍ତର ପ୍ରୟାସ କରାଯାଉଛି। ପ୍ରତ୍ୟେକ ଯୋଜନାର ସୁଫଳ ଲାଭ କରି ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ବୁଣାକାର ଓ କାରିଗରମାନେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି। ଶୁକ୍ରବାର ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମଇଦାନଠାରେ ଆରମ୍ଭ ହୋଇଥିବା ଦ୍ୱାଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଛୁରିଆ ଏହା କହିଥିଲେ। ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର ଏମ୍‌ପି ପ୍ରସନ୍ନ କୁମାର ପାଟଶାଣୀ, ବିଧାୟକ ବିଜୟ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ପ୍ରମୁଖ ଯୋଗଦେଇ ତୋଷାଳୀ ମେଳାକୁ ସମଗ୍ର ପୂର୍ବ ଭାରତର ଏକ ଉତ୍କୃଷ୍ଟ ହସ୍ତଶିଳ୍ପ ମେଳା ବୋଲି ମତବ୍ୟକ୍ତ କରିଥିଲେ। ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇ କହିଥିଲେ, ହସ୍ତତନ୍ତ ଓ ହସ୍ତଶିଳ୍ପରେ ପ୍ରାକୃତିକ ତନ୍ତୁ ଓ ପ୍ରାକୃତିକ ରଙ୍ଗ ବ୍ୟବହାରକୁ ଚଳିତବର୍ଷ ଥିମ୍‌ ପ୍ୟାଭିଲିୟନ ଜରିଆରେ ଦର୍ଶାଯାଇଛି। ପ୍ରାକୃତିକ ରଙ୍ଗ ଓଡ଼ିଶା ହସ୍ତତନ୍ତର ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ ଏହାକୁ ମେଳାରେ ଶୋ’କେସ୍‌ କରାଯାଇଥିବା କହିଥିଲେ। ଏହି ଅବସରରେ ୨୦୧୬ ମସିହା ପାଇଁ କୃତୀ ହସ୍ତଶିଳ୍ପୀମାନଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଏବଂ ଜୀବନବ୍ୟାପି ହସ୍ତଶିଳ୍ପ କୃତୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପଥର ଖୋଦେଇ ନିମନ୍ତେ ଯାଜପୁର ଜିଲା ରୁଦ୍ରପୁର ଗ୍ରାମର ଅଭିମନ୍ୟୁ ଓଝା, ଟସର ପେଣ୍ଟିଂ ପାଇଁ ପୁରୁଣା ଭୁବନେଶ୍ୱର ଶାସନ ପଡ଼ିଆ ଅଞ୍ଚଳର ସ୍ବର୍ଣ୍ଣଲତା ମହାପାତ୍ର, ଟେରାକୋଟା ପାଇଁ ଖୋର୍ଦ୍ଧା ଜିଲା କପିଳେଶ୍ୱର ଅଞ୍ଚଳର ସଞ୍ଜୟ କୁମାର ମୁଦୁଲିଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ପଥର ଖୋଦେଇରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଭାକର ମହାରଣାଙ୍କୁ ଜୀବନବ୍ୟାପୀ ହସ୍ତଶିଳ୍ପ କୃତୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍‌ଘାଟନୀ ସଭାପରେ ‘ସ୍ବର୍ଣ୍ଣାଚଳ’ ଓଡ଼ିଶାୀ ନୃତ୍ୟ ଅନୁଷ୍ଠାନର ଗୁରୁ ଶ୍ରିଙ୍ଗାରମଣି ରଶ୍ମିରେଖା ଦାସଙ୍କ ନୃତ୍ୟ ସଂଯୋଜନାରେ ୧୦୮ ନୃତ୍ୟଶିଳ୍ପୀ ‘ସର୍ବ ମଙ୍ଗଳମ୍‌’ ସମବେତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସିଡାକର ସଦସ୍ୟ ସଚିବ ବାବାଜି ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଚଳିତବର୍ଷ ୪୦୦ଟି ଷ୍ଟଲ ଖୋଲାଯାଇଛି। ଓଡ଼ିଶା ସମେତ ୨୫ଟି ରାଜ୍ୟର ୩୫୦ରୁ ଊର୍ଦ୍ଧ୍ୱ ବୁଣାକାର ଓ କାରିଗର ମେଳାରେ ଭାଗ ନେଇଛନ୍ତି।
All Right Reserved By

ମେଟ୍ରୋ |

ଆୟୁଷ୍ମାନ ଯୋଜନା: ରାଜ୍ୟପାଳଙ୍କୁ ୧ କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରି ନ ଥିଲେ। ରାଜ୍ୟ ସରକାର ନିଜସ୍ବ ବିଜୁ କଲ୍ୟାଣ ଯୋଜନା ଓଡ଼ିଶାରେ ଲାଗୁ କରିଛନ୍ତି।  ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଶାସକ ଦଳ ଅଗ୍ରାହ୍ୟ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଭାଜପା ଅଭିଯୋଗ କରିଥିଲା। 

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ପୂଜାଭେଟି ଦେଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାପରେ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି। 

କ୍ଷୟକ୍ଷତି ରିପୋର୍ଟ ଆସିଲେ କେନ୍ଦ୍ରକୁ ଅବଗତ କରାଯିବ

କ୍ଷୟକ୍ଷତି ରିପୋର୍ଟ ଆସିଲେ କେନ୍ଦ୍ରକୁ ଅବଗତ କରାଯିବ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ତିତ୍‌ଲି ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ ଚାଲିଛି। ଏ ସମ୍ପର୍କରେ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ।

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

କାକଟପୁର, ୧୫।୧୦(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମା’ମଙ୍ଗଳାଙ୍କ ମନ୍ଦିରରେ ଚାଲୁ ରହିଛି ଶାରଦୀୟ ପାର୍ବଣ ପୂଜା। ସୋମବାର ପବିତ୍ର ସପ୍ତମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ରାତିରେ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ  ହେବ। ମନ୍ଦିର ଉତ୍ତର ଦ୍ୱାରରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ସେବକ ପ୍ରଦୀପ ପଣ୍ଡା ପ୍ରକାଶ କରିଛନ୍ତି। 

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

କଟକ ଅଫିସ, ୧୫।୧୦: ପରିବହନ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା। ଏ ନେଇ ସୋମବାର ରାଜ୍ୟ ସରକାର ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀ ଙ୍କ ପାଇଁ ରାଜ୍ୟ ସରକାର ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।

ବିଳମ୍ବିତ ରାତିରେ ଗୁଳିମାଡ଼, ଠିକାଦାର ଗିରଫ: ବନ୍ଧୁକ, ଗୁଳି ଜବତ

ବିଳମ୍ବିତ ରାତିରେ ଗୁଳିମାଡ଼, ଠିକାଦାର ଗିରଫ: ବନ୍ଧୁକ, ଗୁଳି ଜବତ

ପୁରୀ ଅଫିସ,୧୫।୧୦ : ଠିକାଦାରିକୁ କେନ୍ଦ୍ର କରି ଶନିବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିମାଡ଼ ଘଟଣାରେ ସମୁଦ୍ରକୂଳ ଥାନା ପୋଲିସ ରବିବାର ଜଣେ ଠିକାଦାରଙ୍କୁ ଗିରଫ କରିଛି। ସେ ହେଲେ ପିକେଡିଏ ଛକର ଏମ୍‌.ଡି. ସାମସୁଦ୍ଦିନ। ତାଙ୍କଠାରୁ ପୋଲିସ ୯ ଏମ୍‌ଏମ୍‌ର ଏକ ବନ୍ଧୁକ, ଗୋଟିଏ ଖୋକା ଓ ଗୁଳି ଜବତ କରିଛି।

ଏ ଯାଏ ମିଳିଲାନି ରଥ ପୁରସ୍କାର

ପୁରୀ ଅଫିସ,୧୫।୧୦: ଚଳିତବର୍ଷ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା। ରଥଯାତ୍ରା ଏବଂ ବାହୁଡା ପହଣ୍ଡି ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ସରିଥିଲା। ରଥଯାତ୍ରା ଶୃଙ୍ଖଳିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।  ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ବାହାବା ମିଳିଥିଲା।

ପୁରୀ ହିଂସା, ଆଉ ୮ ଗିରଫ

ପୁରୀ ହିଂସା, ଆଉ ୮ ଗିରଫ

ପୁରୀ ଅଫିସ,୧୫|୧୦: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ହୋଇଥିବା ପୁରୀ ହିଂସାରେ ଗିରଫଦାରି ସଂଖ୍ୟା ୭୭ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୬୯ ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ଆଉ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। 

ପରମ୍ପରା ପଛର କାହାଣୀ : ଭଗବତୀ ପୀଠରେ ପ୍ରତୀକ ନରବଳି

ପରମ୍ପରା ପଛର କାହାଣୀ : ଭଗବତୀ ପୀଠରେ ପ୍ରତୀକ ନରବଳି

ଖୋର୍ଦ୍ଧା ଅଫିସ,୧୫।୧୦: ଖୋର୍ଦ୍ଧା ଜିଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀ। ଏଠାରେ କାହିଁ କେଉଁ କାଳରୁ ଶାରଦୀୟ ଦୁର୍ଗାପୂଜାରେ ନରବଳି ଦିଆଯାଉଥିଲା। 

ଐଶ୍ୱର୍ଯ୍ୟା, ରମନ୍‌ଙ୍କୁ ‘ଟ୍ରେଣ୍ଡ୍‌ସ ଷ୍ଟାଇଲ ଆଇକନ ଆଓ୍ବାର୍ଡ

ଐଶ୍ୱର୍ଯ୍ୟା, ରମନ୍‌ଙ୍କୁ ‘ଟ୍ରେଣ୍ଡ୍‌ସ ଷ୍ଟାଇଲ ଆଇକନ ଆଓ୍ବାର୍ଡ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ଅନ୍ତର୍ଜାତୀୟ ଫ୍ୟାଶନ ବ୍ରାଣ୍ଡ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ରବିବାର ‘ଷ୍ଟାଇଲ ଆଇକନ-୨୦୧୮’ ଗ୍ରାଣ୍ଡ ଫିନାଲେର ବିଜେତା ଘୋଷଣା କରାଯାଇଛି। 

ପ୍ରଫେସରଙ୍କଠାରୁ ୧.୩୫ ଲକ୍ଷ ଲୁଟ୍‌ ଘଟଣା: ଏତଲା ନକଲ ପାଇଁ ୪ଦିନ ଦୌଡ଼ିଲେଣି

ପ୍ରଫେସରଙ୍କଠାରୁ ୧.୩୫ ଲକ୍ଷ ଲୁଟ୍‌ ଘଟଣା: ଏତଲା ନକଲ ପାଇଁ ୪ଦିନ ଦୌଡ଼ିଲେଣି

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କୌଣସି ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାର ୨୪ ଘଣ୍ଟା ମଧ୍ୟରେ ଏତଲାର ନକଲ ଅଭିଯୋଗକାରୀଙ୍କୁ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।