ମେଟ୍ରୋ |

ପୁଅ କିଡ୍‌ନୀ ଚିକିତ୍ସା ନଁ।ରେ ୫୦ ଲକ୍ଷ ହଡ଼ପ

ପୁଅ କିଡ୍‌ନୀ ଚିକିତ୍ସା ନଁ।ରେ ୫୦ ଲକ୍ଷ ହଡ଼ପ
ଭୁବନେଶ୍ୱର, ୧୫।୧୨(ବ୍ୟୁରୋ)- ପୁଅ କିଡ୍‌ନୀ ଖରାପ ହୋଇଯାଇଛି। ଡାକ୍ତର କହିଛନ୍ତି ବାହାରକୁ ନେଇ ଚିକିତ୍ସା କରିବାକୁ। ନ କଲେ ପୁଅ ବଞ୍ଚିବା କଷ୍ଟକର ହୋଇପଡ଼ିବ। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ, ତେଣୁ ମୋତେ କିଛି ଟଙ୍କା ସାହାଯ୍ୟ କର। ମୋ ଷ୍ଟେଶନାରି ଦୋକାନରେ ବେପାର ଭଲ ହେଲେ ଟଙ୍କା ଶୁଝିଦେବି। ଏହିଭଳି ଅଭିନୟ କରି ଜଣେ ମହିଳା ଖଣ୍ଡଗିରି ଥାନା ନୂଆଗଁ।, ପାଇକରାପୁର, ମଳିପଡା, ଗୋଠପାଟଣା ଓ ସଁପୁର ଅଞ୍ଚଳର ୨୦ରୁ ଅଧିକ ମହିଳା ଏବଂ ପୁରୁଷଙ୍କଠାରୁ ୫୦ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟକ୍ତିମାନେ ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରୁନି। ଓଲଟି ଅଭିଯୁକ୍ତଙ୍କୁ ସୁହାଇଲା ଭଳି କଥା କହି ଥାନାରୁ ତଡି ଦେଉଥିବା ଅଭିଯୋଗକାରୀମାନେ ଅଭିଯୋଗ କରିଛନ୍ତି। ପୋଲିସ ଅବହେଳା ପ୍ରତିବାଦରେ ବିନୋଦିନୀ ପଟ୍ଟନାୟକ, ଅମ୍ବିକା ଦାସ, ଭଗବାନ ଦାଶ, ଅକ୍ଷୟ ଦାଶ, ମମତା ଦାଶ, ଲିଙ୍ଗରାଜ ରଥ, ପ୍ରିୟରଞ୍ଜନ ସାହୁ, ମନୁ ବେହେରା, ପ୍ରଭାସିନୀ ସାହୁ ଓ ମଞ୍ଜୁଲତା ମିଶ୍ରଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଶୁକ୍ରବାର ଥାନା ଘେରାଉ କରିଛନ୍ତି। ସୂଚନାଯୋଗ୍ୟ, କଟକ ବାଙ୍କୀ ଅଞ୍ଚଳର ସବିତା ନାମ୍ନୀ ମହିଳା ନୂଆଗଁ। ଛକରେ ଏକ ଷ୍ଟେଶନାରି ଦୋକାନ ଖୋଲିଥିଲେ। ଦୋକାନକୁ ଆସୁଥିବା ମହିଳାମାନଙ୍କ ସହ ସବିତା ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ। ପରେ ସେମାନଙ୍କୁ ମିଠା ମିଠା କଥା କହି ନିକଟତର ହୋଇଥିଲେ। ଶେଷରେ ପୁଅର କିଡ୍‌ନୀ ଖରାପ ଥିବା କହି କାକୁତିମିନତି ହୋଇ ଜଣେ ଜଣେ ମହିଳାଙ୍କଠାରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲେଖାଏ ନେଇଥିଲେ। ଏହିପରି ୨୦ରୁ ଅଧିକ ମହିଳା ଓ ପୁରୁଷଙ୍କଠାରୁ ପ୍ରାୟ ୫୦ ଲକ୍ଷ ଟଙ୍କା ନେଇଥିଲେ। କିଛିଦିନ ବିତିଯିବା ପରେ ସେମାନେ ଟଙ୍କା ମାଗିବାରୁ ସବିତା ଦିନ ପରେ ଦିନ ଗଡାଇ ଚାଲିଥିଲେ। ଶେଷରେ ଟଙ୍କା ଦେଇଥିବା ବ୍ୟକ୍ତିମାନେ ସବିତାଙ୍କ ଘରକୁ ଯିବାରୁ ତାଙ୍କ ପୁଅର ଦେହ ଖରାପ ହୋଇ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସବିତା ଆଉ ଧରାଛୁଅଁ। ଦେଇ ନ ଥିଲେ। ପୂର୍ବରୁ ଥରେ ସବିତା ଘରେ ଥିବାବେଳେ ଠକାମିର ଶିକାର ଲୋକମାନେ ପିସିଆର ଭ୍ୟାନ୍‌କୁ ଫୋନ୍‌ କରି ଡକାଇଥିଲେ। ପିସିଆର ଭ୍ୟାନ୍‌ ଯାଇଥିଲେ ମଧ୍ୟ ତାଙ୍କୁ ଥାନାକୁ ଆଣି ନ ଥିଲା। ଫଳରେ ସବିତା ଫେରାର ହେବାରେ ସକ୍ଷମ ହୋଇଥିଲେ। ଏହି ଠକେଇରେ ସବିତାଙ୍କୁ ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ସହଯୋଗ କରିଥିବା ଅଭିଯୋଗକାରୀମାନେ କହିଛନ୍ତି। ଏ ନେଇ ସେମାନେ ପୁନର୍ବାର ଥାନାରେ ଅଭିଯୋଗପତ୍ର ଦେଇଥିଲେ।
All Right Reserved By

ମେଟ୍ରୋ |

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାକଟପୁର, ୨୨।୧୦(ଡି.ଏନ.ଏ.): ଅସ୍ତରଙ୍ଗ ଉପକୂଳର ଡାଳୁଅକଣି ଝାଉଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

କରମଙ୍ଗା ଗଛରେ ଜଗନ୍ନାଥ

କରମଙ୍ଗା ଗଛରେ ଜଗନ୍ନାଥ

ଫୁଲନଖରା, ୨୨।୧୦(ଡି.ଏନ.ଏ.): ବ୍ରାହ୍ମଣ ଝରିଲୋ ନର ନାରାୟଣ ମଠରେ ଥିବା ଏକ କରମଙ୍ଗା ଗଛରେ ଜଗନ୍ନାଥ ଙ୍କ ମୂର୍ତ୍ତି ସଦୃଶ ଏକ ଆକୃତି ଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ)- ପରକୀୟା ପ୍ରୀତିକୁ କେନ୍ଦ୍ରକରି ରବିବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି।

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

ଖୋର୍ଦ୍ଧା ଅଫିସ,୨୨।୧୦: ସରୁଜାଲ ପକାଇ ସବୁବେଳେ ମାଛ ଯାଅଁାଳ ଧରିବା ଦ୍ୱାରା ଚିଲିକାରେ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦନ କମିବାରେ ଲାଗିଛି। ଫଳରେ ସମୁଦ୍ରରୁ ଆସୁଥିବା ମାଛ ଚିଲିକାକୁ ନ ଆସି  ମୁହାଣ ନିକଟରେ ଅଟକି ରହି ଯାଉଛନ୍ତି।

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ଅଫିସ,୨୨।୧୦ : ପୁରୀ ସରକାରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାନେଇ ସମୟ ଗଡ଼ି ଚାଲିଛି। ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଆହୁରି ୨୦ ପ୍ରତିଶତ ବାକି ରହିଛି। 

୫୯ତମ ପୋଲିସ ଶହୀଦ ଦିବସ: ‘ଶହୀଦଙ୍କ ନିଷ୍ଠାପର ତ୍ୟାଗ ପ୍ରେରଣାର ଉତ୍ସ’

ପୁରୀ ଅଫିସ,୨୧ା୧୦ : ଶହୀଦଙ୍କ ନିଷ୍ଠା ଓ ତ୍ୟାଗ ଆମ ପାଇଁ ପ୍ରେରଣାର ଉତ୍ସ। ଦେଶ ମାତୃକା ଲାଗି ବଳିଦାନ ଦେଇଥିବା ଶହୀଦମାନେ ହେଉଛନ୍ତି ଦେଶର ଆଦର୍ଶ। 

ପୁରୀ ହିଂସା : ଗିରଫ ସଂଖ୍ୟା ୮୬ ଟପିଲା

ପୁରୀ ହିଂସା : ଗିରଫ ସଂଖ୍ୟା ୮୬ ଟପିଲା

ପୁରୀ ଅଫିସ,୨୨।୧୦ : ପୁରୀ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୮୬ଜଣ ଗିରଫ ହୋଇଛନ୍ତି। ଏଥିମଧ୍ୟରେ ସିଂହଦ୍ୱାର ଥାନା ପକ୍ଷରୁ ୪୫ ଓ ଟାଉନଥାନା ପୋଲିସ ୪୧ଜଣଙ୍କୁ ଗିରଫ କରିଥିବା ଏସ୍‌ପି ଡା.ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

୨୪ରୁ କୁମାର ଉତ୍ସବ: ନୃତ୍ୟ, ଗୀତରେ ଝୁମିବ ପୁରୀ ସହର

ପୁରୀ ଅଫିସ,୨୨।୧୦: ଆସନ୍ତା ୨୪ ତାରିଖରେ କୁମାର ପୂର୍ଣ୍ଣିମା। ଓଡ଼ିଶାର ଏହି ବିଶେଷ ପର୍ବ ଉପଲକ୍ଷେ  ପୁରୀର ବଡ଼ଦାଣ୍ଡ, ବେଳାଭୂମି ସମେତ ବିଭିନ୍ନ ସ୍ଥାନରେ କୁମାର ଉତ୍ସବ ବେଶ୍‌ ଧୁମ୍‌ଧାମରେ ଅନୁଷ୍ଠିତ ହେବ। 

ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଚୋଟ ମାରିଲା ନାଗ

ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଚୋଟ ମାରିଲା ନାଗ

ପୁରୀ ଅଫିସ,୨୨।୧୦: ପୁରୀ ସହର ଉପକଣ୍ଠ ଛଇତନା ନିକଟ ପୁଟୁପଡ଼ା ଗଁାର ଜଣେ ବ୍ୟକ୍ତି ଗାଈଗୋରୁ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଜମି ଚାରିପଟେ ଜାଲ ଘେରାଇଥିଲେ।

ଦାଦାବଟି ନେଇ ଅଭିଯୋଗ କରିବାରୁ ଥାନା ନିକଟରେ ସିରିଜ ବୋମାମାଡ଼

ଦାଦାବଟି ନେଇ ଅଭିଯୋଗ କରିବାରୁ ଥାନା ନିକଟରେ ସିରିଜ ବୋମାମାଡ଼

ପୁରୀ ଅଫିସ, ୨୨।୧୦ : ଦାଦା ବଟିକୁ ନେଇ ଥାନାରେ ଅଭିଯୋଗ କରିବାରୁ ଦୁର୍ବୃତ୍ତମାନେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ମଙ୍ଗଳା ବସ୍ତିରେ ପଶି ଆତଙ୍କ ଖେଳାଇଛନ୍ତି। 

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କ,୨୧।୧୦(ଡି.ଏନ୍‌.ଏ.): କାକଟପୁର  ନିିର୍ବାଚନ ମଣ୍ଡଳୀ ଅଧୀନ କୋଣାର୍କ ଏନ୍‌ଏସିରେ ବିଜୁ ଜନତା ଦଳ ପକ୍ଷରୁ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ଶକ୍ତି ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି। ଯେଉଁଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ସାଧାରଣ ଭାବେ ତାହାର ପୁନରୁଦ୍ଧାର ପାଇଁ ୬ ମାସ ସମୟ ଲାଗିଥାନ୍ତା।