Dharitri News
ଜାତୀୟ |

ରାଜନୀତିରୁ ଅବସର ନେବେନାହିଁ ସୋନିଆ: କଂଗ୍ରେସ

ରାଜନୀତିରୁ ଅବସର ନେବେନାହିଁ ସୋନିଆ: କଂଗ୍ରେସ ନୂଆଦିଲ୍ଲୀ,୧୫।୧୨: ରାହୁଲ ଗାନ୍ଧୀ କଂଗ୍ରେସର ମଙ୍ଗ ସମ୍ଭାଳିବା ପରେ ସୋନିଆ ଗାନ୍ଧୀ ରାଜନୀତିରୁ ଅବସର ନେଇ ପାରନ୍ତି ବୋଲି ସୂଚନା ମିଳିଥିଲା। ହେଲେ ସୋନିଆ ଗାନ୍ଧୀ ରାଜନୀତିରୁ ନୁହେଁ ବରଂ କଂଗ୍ରେସର ଅଧ୍ୟକ୍ଷ ପଦରୁ ଅବସର ନେଇଛନ୍ତି ବୋଲି ଟୁଇଟର୍‌ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି କଂଗ୍ରେସର ପ୍ରବକ୍ତା ରଣଦୀପ ସୁରଜଓ୍ବୋଲା। ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ଶୁକ୍ରବାର ଗୋଟିଏ ପଟେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ କଂଗ୍ରେସରେ ଏକ ପରିବର୍ତ୍ତନର ସୂଚନା ଦେଇଛନ୍ତି ସୋନିଆ ଗାନ୍ଧୀ। ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ସୋନିଆ କହିଥିଲେ ସେ ବର୍ତ୍ତମାନ ରାଜନୀତିରୁ ଅବସର ନେବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଡିସେମ୍ବର ୧୬ରେ କଂଗ୍ରେସ ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିବେ। ଏଥିପାଇଁ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାହୁଲ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଦଳର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ରହିବ ଓ ସୋନିଆ ଗାନ୍ଧୀ ଅବସର ନେବେ। ହେଲେ ଏହା ସଂପୁର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ସୁରଜଓ୍ବୋଲା।

ଜାତୀୟ |

୬୪ ପ୍ରତିଶତ ଯୁବବର୍ଗଙ୍କ ପାଖରେ ନାହିଁ ଇଣ୍ଟରନେଟ୍‌ ସୁବିଧା

୬୪ ପ୍ରତିଶତ ଯୁବବର୍ଗଙ୍କ ପାଖରେ ନାହିଁ ଇଣ୍ଟରନେଟ୍‌ ସୁବିଧା

ନୂଆଦିଲ୍ଲୀ,୧୮।୧: ଦେଶର ଗ୍ରାମାଞ୍ଚଳରେ ୬୪ ପ୍ରତିଶତ ଯୁବବର୍ଗଙ୍କ ପାଖରେ କମ୍ପ୍ୟୁଟର କିମ୍ବା ଇଣ୍ଟରନେଟ୍‌ ସୁବିଧା ନାହିଁ। ୧୪ରୁ ୧୮ ବର୍ଷ ବୟସ୍କ ୫୯ ପ୍ରତିଶତ କମ୍ପ୍ୟୁଟର ବ୍ୟବହାର କରି ନ ଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

ଲକ୍ଷ୍ନୌ, ୧୮।୧: କୁହାଯାଏ ଶିଶୁ ମନ ଅତି କୋମଳ। ଦିନକୁ ଦିନ ଏହି କୋମଳମତି ଶିଶୁମାନଙ୍କ ମନରେ ଆପରାଧିକ ମନୋବୃତ୍ତି ବୃଦ୍ଧି ପାଉଥିବା ଦେଖାଯାଉଛି। ଫଳରେ ହତ୍ୟା ପରି ଜଘନ୍ୟ କାଣ୍ଡ ଘଟାଇବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ଏପରି ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ବ୍ରାଇଟଲ୍ୟାଣ୍ଡ ସ୍କୁଲରେ। ଏଠାରେ ୭ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ପ୍ରଥମ ଶ୍ରେଣୀର ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହା କେବଳ ଛୋଟିଆ କାରଣ ପାଇଁ। ଛାତ୍ରୀଜଣକ ସ୍କୁଲ ଛୁଟି କରିବାକୁ ଚାହୁଁଥିଲେ।

୫ ସନ୍ଦିଗ୍ଧ ଆଇଏସ୍‌ ସଦସ୍ୟ ଗିରଫ

୫ ସନ୍ଦିଗ୍ଧ ଆଇଏସ୍‌ ସଦସ୍ୟ ଗିରଫ

କୁନ୍ନୁର,୧୮।୧: କେରଳ କୁନ୍ନୁର ଜିଲା ବାଲାପଟ୍ଟନମ୍‌ ଅଞ୍ଚଳରୁ ୫ ସନ୍ଦିଗ୍ଧଙ୍କୁ ଗୁରୁବାର ଗିରଫ କରାଯାଇଛି। ସେମାନଙ୍କର ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହିତ ଲିଙ୍କ୍‌ ଥିବା କୁହାଯାଉଛି।

ସବୁ ରାଜ୍ୟରେ ମୁକ୍ତି ଲାଭ କରିବ ପଦ୍ମାବତ୍‌

ସବୁ ରାଜ୍ୟରେ ମୁକ୍ତି ଲାଭ କରିବ ପଦ୍ମାବତ୍‌

ନୂଆଦିଲ୍ଲୀ,୧୮।୧: ଭାରତର ସବୁ ରାଜ୍ୟରେ ହିନ୍ଦୀ ଚଳଚ୍ଚିତ୍ର ପଦ୍ମାବତ୍‌ ମୁକ୍ତି ଲାଭ କରିବ। କୌଣସି ରାଜ୍ୟ ଏହାକୁ ନିଷିଦ୍ଧ ଘୋଷଣା କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଏନ୍‌ଆଇଏ ଚାର୍ଜସିଟ୍‌ରେ ହାଫିଜ୍‌ଙ୍କ ନାମ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଏନ୍‌ଆଇଏ ଚାର୍ଜସିଟ୍‌ରେ ହାଫିଜ୍‌ଙ୍କ ନାମ

ନୂଆଦିଲ୍ଲୀ,୧୮।୧: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପାତିଆଲା ହାଉସ୍‌ କୋର୍ଟରେ ୧୦ଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ବାଜିଲା ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ବିଗୁଲ୍‌

ବାଜିଲା ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ବିଗୁଲ୍‌

ନୂଆଦିଲ୍ଲୀ, ୧୮।୧: ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିଶନ ଏ.କେ ଜ୍ୟୋତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଜଣଙ୍କ ବଦଳରେ ଗଡ଼ିଲା ୩ ପାକିସ୍ତାନୀ ରେଞ୍ଜରଙ୍କ ମୁଣ୍ଡ

ଜଣଙ୍କ ବଦଳରେ ଗଡ଼ିଲା ୩ ପାକିସ୍ତାନୀ ରେଞ୍ଜରଙ୍କ ମୁଣ୍ଡ

ଶ୍ରୀନଗର, ୧୮।୧: ଜମ୍ମୁ-କଶ୍ମୀର ଆର୍‌ଏସ୍‌ ପୁରା ସେକ୍ଟରରେ ପାକିସ୍ତାନ ବୁଧବାର ରାତିରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଘଟଣାରେ ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହେବା ସହିତ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ

ଶ୍ରୀନଗର, ୧୮।୧: ଜମ୍ମୁ-କଶ୍ମୀର ଆର୍‌ଏସ୍‌ ପୁରା ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଘଟଣାରେ ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଥିବାବେଳେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି।

ଅଗ୍ନି-୫ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି-୫ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୧୮।୧: ଆଣବିକ କ୍ଷମତାଯୁକ୍ତ ଆତ୍ୟାଧୁନିକ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ ଗୁରୁବାର ସମ୍ପନ୍ନ ହୋଇଛି। ଧାମରାସ୍ଥିତ ହ୍ବିଲର ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଛି।

 ୧୦ ଟଙ୍କିଆ କଏନ୍‌ର ସମସ୍ତ ୧୪ ଡିଜାଇନ୍‌ ବୈଧ

୧୦ ଟଙ୍କିଆ କଏନ୍‌ର ସମସ୍ତ ୧୪ ଡିଜାଇନ୍‌ ବୈଧ

ନୂଆଦିଲ୍ଲୀ, ୧୭।୧: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ୧୦ ଟଙ୍କିଆ କଏନ୍‌ର ସମସ୍ତ ୧୪ ଡିଜାଇନ୍‌ ବୈଧ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚିତ କରାଯାଇଛି।

ବିନା ଯୁଦ୍ଧରେ ୧୩ ବର୍ଷରେ ଶହୀଦ ହୋଇଛନ୍ତି ୧୬ ଶହ ଯବାନ

ବିନା ଯୁଦ୍ଧରେ ୧୩ ବର୍ଷରେ ଶହୀଦ ହୋଇଛନ୍ତି ୧୬ ଶହ ଯବାନ

ବମ୍ବେ, ୧୭।୧: ବିନା ଯୁଦ୍ଧରେ ଗତ ୧୩ ବର୍ଷ ମଧ୍ୟରେ ସୀମାରେ ଜାରି ରହିଥିବା ଗୁଳିଗୋଳା ବିନିମୟ ଘଟଣାରେ ୧,୬୮୪ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ଶିବସେନା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

ସୁଖୋଇରେ ଉଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ

ସୁଖୋଇରେ ଉଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ

ଯୋଧପୁର, ୧୭।୧: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣ ବୁଧବାର ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-୩୦ ଏମ୍‌କେଆଇରେ ବସି ପ୍ରାୟ ୪୫ ମିନିଟ୍‌ ବୁଲିଛନ୍ତି।