Dharitri News
ଜାତୀୟ |

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ନୂଆଦିଲ୍ଲୀ,୧୫।୧୨: ସଂସଦର ଶୀତକାଳୀନ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଆରମ୍ଭରେ ବର୍ତ୍ତମାନ ଓ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଅଧିବେଶନକୁ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଗକୁ ଏହି ଅଧିବେଶନରେ ମୁସଲମାନ୍‌ ମହିଳାଙ୍କ(ବିବାହ ସଂରକ୍ଷଣ ଅଧିକାର)ବିଲ୍‌, ୨୦୧୭, ଟ୍ରିପିଲ୍‌ ତଲାକ୍‌ ଓ ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବା ଆଦି ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି। ସରକାରୀ ବ୍ୟବସ୍ଥାର ପାଖାପାଖି ୪୦ଟି ତାଲିକାଭୁକ୍ତ ବିଷୟ ଏଥର ଅଧିବେଶନରେ ସ୍ଥାନ ପାଇବ ବୋଲି ଯୋଜନା ରହିଛି।

ଜାତୀୟ |

ମୃତଦେହ ସହ ଶୋଉଛନ୍ତି ହସ୍ପିଟାଲ କର୍ମଚାରୀ

ମୃତଦେହ ସହ ଶୋଉଛନ୍ତି ହସ୍ପିଟାଲ କର୍ମଚାରୀ

ହରଦୋଇ,୨୩।୧: ଉତ୍ତରପ୍ରଦେଶର ହରଦୋଇ ସହରରେ କିଛି ମେଡିକାଲ କର୍ମଚାରୀ ଶବଗୃହରେ ମୃତଦେହ ସହ ଶୋଉଥିବା ଖବର ସାମ୍ନାକୁ ଆସିଛି।

 ରାଜନୈତିକ ଦଳଙ୍କୁ ଦେଇହେବନି ୨ ହଜାର ଟଙ୍କାରୁ ଅଧିକ ଦାନ

ରାଜନୈତିକ ଦଳଙ୍କୁ ଦେଇହେବନି ୨ ହଜାର ଟଙ୍କାରୁ ଅଧିକ ଦାନ

ନୂଆଦିଲ୍ଲୀ, ୨୩।୧: ରାଜନୈତିକ ଦଳଙ୍କୁ ୨ ହଜାର ଟଙ୍କାରୁ ଅଧିକ ଦାନ ଦେଇହେବନି। ଏ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ବାରଣ କରାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଏକ ସୂଚନାପତ୍ର ଜାରି କରାଯାଇଛି।

ଜାନୁୟାରୀରେ ୧୩୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଜାନୁୟାରୀରେ ୧୩୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ, ୨୩।୧: ଭାରତ-ପାକିସ୍ତାନ ସୀମାରେ ଗତ କିଛିଦିନ ଧରି ଉତ୍ତେଜନା ଲାଗି ରହିଛି। ଫଳରେ କ୍ଷୟକ୍ଷତି ପରିମାଣ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁୟାରୀ ୨୧ ତାରିଖ ସୁଦ୍ଧା ପାକିସ୍ତାନ ୧୩୪ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଏକାସଙ୍ଗେ ହୋଇପାରିବନି ବିଧାନସଭା ଓ ଲୋକ ସଭା ନିର୍ବାଚନ

ଏକାସଙ୍ଗେ ହୋଇପାରିବନି ବିଧାନସଭା ଓ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ,୨୩।୧: ବର୍ତ୍ତମାନ ସୁଦ୍ଧା ବିଧାନସଭା ଓ ଲୋକ ସଭା ନିର୍ବାଚନକୁ ଏକସଙ୍ଗେ କରିବା ସମ୍ଭବ ନୁହେଁ। ଏଥିପାଇଁ ସମ୍ବିଧାନକୁ ବଦଳାଇବାକୁ ପଡିବ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନକୁ ଏକାଠି କରିବାକୁ ନେଇ ମଙ୍ଗଳବାର ଏକ ସଂସଦୀୟ କମିଟି ବୈଠକ ବସିଥିଲା।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଜମ୍ମୁ-କଶ୍ମୀର ବିଧାନସଭା ସରଗରମ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଜମ୍ମୁ-କଶ୍ମୀର ବିଧାନସଭା ସରଗରମ

ଶ୍ରୀନଗର,୨୩।୧: ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ମଙ୍ଗଳବାର ଜମ୍ମୁ-କଶ୍ମୀର ବିଧାନସଭା ସରଗରମ ହୋଇଛି। ବିରୋଧୀ ଜାତୀୟ କଂଗ୍ରେସ ଓ କଂଗ୍ରେସ ଏହି ବିଷୟକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି।

ଜେଲ୍‌ରେ ପ୍ରବଚନ ଦେବାକୁ ଚାହୁଁଛନ୍ତି ଗୁରମିତ ରାମ ରହିମ୍‌

ଜେଲ୍‌ରେ ପ୍ରବଚନ ଦେବାକୁ ଚାହୁଁଛନ୍ତି ଗୁରମିତ ରାମ ରହିମ୍‌

ଚଣ୍ଡିଗଡ,୨୩।୧: ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ୍‌ ରହିମ୍‌ ଜେଲ ମଧ୍ୟରେ ପ୍ରବଚନ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

 ୨ ହଜାର ଧୀବରଙ୍କୁ ମାଛ ଧରିବାକୁ ବାରଣକଲା ଶ୍ରୀଲଙ୍କା ନୌସେନା

୨ ହଜାର ଧୀବରଙ୍କୁ ମାଛ ଧରିବାକୁ ବାରଣକଲା ଶ୍ରୀଲଙ୍କା ନୌସେନା

ରାମେଶ୍ୱରମ୍‌, ୨୩।୧: ତାମିଲ୍‌ନାଡୁର ୨ ହଜାର ଧୀବରଙ୍କୁ ମାଛ ଧରିବାକୁ ଶ୍ରୀଲଙ୍କା ନୌସେନା ବାରଣ କରିଛି। ୫୦ଟି ବୋଟ୍‌ର ମାଛଧରା ଜାଲ ଶ୍ରୀଲଙ୍କା ନୌସେନା ଛଡାଇ ନେଇଥିବା ରାମେଶ୍ୱରମ୍‌ ମତ୍ସଜୀବୀ ସଂଘର ସଭାପତି ପି.ସେସୁରାଜା ସୂଚିତ କରିଛନ୍ତି।

 ଶେଷ ହେବ ଶତାବ୍ଦୀ, ରାଜଧାନୀର ଯୁଗ: ଆସିବ ନୂଆ ଟ୍ରେନ୍‌

ଶେଷ ହେବ ଶତାବ୍ଦୀ, ରାଜଧାନୀର ଯୁଗ: ଆସିବ ନୂଆ ଟ୍ରେନ୍‌

ନୂଆଦିଲ୍ଲୀ, ୨୩।୧: ଖୁବ୍‌ଶୀଘ୍ର ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ୍‌ର ଯୁଗ ଶେଷ ହେବ। ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଟ୍ରେନ୍‌-୧୮ ଆସିବ। ଏହା ଶତାବ୍ଦୀ ଓ ରାଜଧାନୀଠାରୁ ଦ୍ରୁତ ଗତିରେ ଯିବା ସହିତ ଏହାର ଯାତ୍ରା ସମୟ ୨୦ ପ୍ରତିଶତ କମ୍‌ ରହିବ।

 ପୁଣି ଲେଖାହେବ ସ୍ବାଧୀନତା ସଂଗ୍ରାମର କାହାଣୀ

ପୁଣି ଲେଖାହେବ ସ୍ବାଧୀନତା ସଂଗ୍ରାମର କାହାଣୀ

ନୂଆଦିଲ୍ଲୀ, ୨୩।୧: ଭାରତୀୟ ସ୍ବାଧୀନତା ସଂଗ୍ରାମର କାହାଣୀ ପୁଣି ଲେଖାହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦାବିକୁ ଗ୍ରହଣ କରିଛନ୍ତି। ଏସମ୍ପର୍କରେ ମଙ୍ଗଳବାର ନେତାଜୀ ସୁଭାଷ ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ସୂଚିତ କରିଛନ୍ତି।

୨୫ରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

୨୫ରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

ନୂଆଦିଲ୍ଲୀ,୨୩।୧: ‘ପଦ୍ମାବତ୍‌’କୁ ନେଇ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର କରିଥିବା ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। କୋର୍ଟ ତାଙ୍କ ପୂର୍ବ ରାୟକୁ ଅପରିବର୍ତ୍ତିତ ରଖିଛନ୍ତି।

ମାଛ ପେଟରେ ହେରୋଇନ୍‌

ମାଛ ପେଟରେ ହେରୋଇନ୍‌

ଜଳନ୍ଧର,୨୩।୧: ଲୁଧିଆନା ପୋଲିସ ହାତରେ ଲାଗିଛି ଏକ ବଡ଼ ସଫଳତା। ଏକ ଅନ୍ତଃରାଷ୍ଟ୍ରୀୟ ଡ୍ରଗ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଉଗାଣ୍ଡାର ଜଣେ ମହିଳାଙ୍କ ନିକଟରୁ ଦେଢ କିଲୋ ହେରୋଇନ୍‌ ଜବତ କରିଛି ଲୁଧିଆନା ପୋଲିସ।

ଶିବସେନା ଏନ୍‌ଡିଏ ମଧ୍ୟରେ ଫାଟ ବଢ଼ୁଛି

ଶିବସେନା ଏନ୍‌ଡିଏ ମଧ୍ୟରେ ଫାଟ ବଢ଼ୁଛି

ବମ୍ବେ, ୨୩।୧: ଶିବସେନା ଓ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ଏନେଇ ଶିବସେନା ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି।