ରାଜ୍ୟ |

ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ମନା

ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ମନା

ପୁରୀ ଅଫିସ,୧୫।୧୨-ଦାରୁଦିଅଁଙ୍କୁ ଦର୍ଶନ ପାଇଁ ଆଉ କେହି ଶ୍ରଦ୍ଧାଳୁ, ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିରର ଗର୍ଭଗୃହକୁ ଯାଇପାରିବେ ନାହିଁ। ଗର୍ଭଗୃହ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଯେତେ ଶୀଘ୍ର ସମ୍ଭବ ଏହି ନିର୍ଦ୍ଦେଶକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କୁହାଯାଇଛି। ଜଗମୋହନ ମରାମତି ପାଇଁ ସମ୍ପ୍ରତି ଗର୍ଭଗୃହ ଓ ଭିତରକାଠ ଦର୍ଶନ ବନ୍ଦ ରହିଛି। ୨୦୧୬ ଜାନୁୟାରୀ ୨୭ଠାରୁ ଭକ୍ତମାନେ ନାଟମଣ୍ଡପର ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ମରାମତି ପରେ ଗର୍ଭଗୃହ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଆଶାକରି ରହିଥିଲେ। ଏବେ ସେମାନଙ୍କୁ ନିରାଶ ହେବାକୁ ପଡ଼ିବ।
ଗର୍ଭଗୃହ ଦର୍ଶନକୁ ସମ୍ପୂଣ୍ଣ ବନ୍ଦ କରିବା ଲାଗି ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଏପରି କି ସାହାଣ ମେଲା ଓ ପରିମାଣିକ ଦର୍ଶନ ବନ୍ଦ କରିବା ଲାଗି କମିଶନ ମତ ରଖିଥିଲେ। ପ୍ରକୃତ ସେବାପୂଜା କରୁଥିବା ସେବାୟତ ହିଁ ଗର୍ଭଗୃହକୁ ଯାଇପାରିବେ, ଭିତର କାଠ ନିକଟରୁ ଭକ୍ତ ଓ ଭିଆଇପି ମହାପ୍ରଭୁଙ୍କ ଦର୍ଶନ କରିବେ ଏବଂ ଏଥିରେ ଉଲ୍ଲଂଘନ ହେଲେ ଜରିମାନା ଆଦାୟ କରିବାକୁ କମିଶନଙ୍କ ସୁପାରିସ କରିଥିଲେ। ଇତିମଧ୍ୟରେ ଏହି ସୁପାରିସକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ତାହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଆସିଛି।
ସୂଚନାଥାଉ କି ନୀଳାଦ୍ରିବିଜେ ବିଶୃଙ୍ଖଳା ପରେ ରାଜ୍ୟ ସରକାର ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ଗଠନ କରିଥିଲେ। କମିଶନ ମୁଖ୍ୟ ଜଷ୍ଟିସ ବି.ପି.ଦାଶ ଗତ ଏପ୍ରିଲ ୨୦ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ସେଥିରେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିସକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲାପାଳଙ୍କୁ ଉକ୍ତ ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରେ ଶ୍ରୀମନ୍ଦିର ଗର୍ଭଗୃହ ଦର୍ଶନ ବନ୍ଦ ଅନ୍ୟତମ।
ଗର୍ଭଗୃହ ଦର୍ଶନ ବନ୍ଦକୁ କେତେଜଣ ସେବାୟତ ବିରୋଧ କରିବାର ଆଶଙ୍କା ରହିଛି। କାରଣ ଶ୍ରୀମନ୍ଦିରରେ ୨୦୧୨ ମାର୍ଚ୍ଚରେ ଗର୍ଭଗୃହ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଭକ୍ତମାନେ କେବଳ ଭିତର କାଠ ନିକଟରୁୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ତାହାକୁ ସେବାୟତମାନେ ତୀବ୍ର ବିରୋଧ କରିବାରୁ ୩ ରୁ ୪ ମାସ ପରେ ରାଜ୍ୟ ସରକାରଙ୍କ ଚାପରେ ଶ୍ରୀମନ୍ଦିର ପ୍ରଶାସନ ଉକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲା। ଏହାପର ଗର୍ଭଗୃହ ଦର୍ଶନ ହୋଇ ଆସୁଥିଲା। ୨୦୧୫ ଜୁଲାଇ ୨୨ରେ ଶ୍ରୀମନ୍ଦିର ଜଗମୋହନ ଯାଞ୍ଚବେଳେ ତାହା ବିପଦସଙ୍କୁଳ ଥିବା ଜଣାପଡିଥିଲା। ୨୦୧୬ ଜାନୁୟାରୀ ୨୭ଠାରୁ ଜଗମୋହନ ମରାମତି କାର୍ଯ୍ୟ ଆରମ୍ଭ ହେବା ସହ ଗର୍ଭଗୃହ ଓ ଭିତରକାଠ ଦର୍ଶନ ବନ୍ଦ ରହିଛି। ବାହାର କାଠ ନିକଟରୁ ଶ୍ରଦ୍ଧାଳୁମାନେ ଦାରୁଦିଅଁଙ୍କୁ ଦର୍ଶନ କରୁଛନ୍ତି। ସେଠାରୁ ପ୍ରଭୁ ସୁଦର୍ଶନଙ୍କୁ ଦେଖି ହେଉ ନ ଥିବାବେଳେ ତିନିଠାକୁରଙ୍କୁ ମଧ୍ୟ ଭଲ ଭାବେ ଦର୍ଶନ କରି ହୁଏନାହିଁ। ଏନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। କିନ୍ତୁ ମରାମତି ଚାଲିଥିବାରୁ ସେମାନେ ମନକୁ ବୁଝାଇ ଫେରୁଛନ୍ତି। ଅନ୍ୟପକ୍ଷରେ ସମ୍ପ୍ରତି ଗର୍ଭଗୃହ ଓ ଭିତରକାଠ ଦର୍ଶନ ବନ୍ଦ ପାଇଁ ସେବାୟତଙ୍କୁ କ୍ଷତିପୂରଣ ଅର୍ଥାତ୍‌ ଦୁଇଗୁଣ ପାଳିଆ ପୁରସ୍କାର ଦିଆଯାଇ ଆସୁଛି।

All Right Reserved By

Model This Week

ନିକିତା

ରାଜ୍ୟ |

କୋମାରେ ସାଲେପୁର ପୀଡ଼ିତା

କୋମାରେ ସାଲେପୁର ପୀଡ଼ିତା

କଟକ ଅଫିସ, ୨୩।୪- ବଳାତ୍କାର ଶିକାର ହେବା ପରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସାଲେପୁର ଅଞ୍ଚଳର ୬ ବର୍ଷ ବୟସର ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି। ମେଡିକାଲର ଶିଶୁ ରୋଗ ବିଭାଗ ଆଇସିୟୁରେ ପୀଡ଼ିତା କୋମାରେ ଅଛନ୍ତି। ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ତାଙ୍କର ଚିକିତ୍ସା ଜାରି ରହିଛି।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

ଭୁବନେଶ୍ୱର, ୨୩।୪(ବ୍ୟୁରୋ) - ଦେଶର ସର୍ବାଧିକ ସଡ଼କ ଦୁର୍ଘଟଣା ଓଡ଼ିଶାରେ ଘଟୁଛି। ଲୋକେ ଟ୍ରାଫିକ ନିୟମକୁ ପାଳନ କରୁନାହାନ୍ତି। ବାଇକ୍‌ ଚାଳକମାନେ ହାତରେ ଓ ଗାଡ଼ି ହ୍ୟାଣ୍ଡେଲ୍‌ରେ ହେଲ୍‌ମେଟ୍‌ ରଖି ଗାଡ଼ି ଚଳାଉଛନ୍ତି। କାର ଚଳାଇବା ସମୟରେ ଚାଳକ ସିଟ୍‌୍‌ ବେଲ୍ଟ ପିନ୍ଧୁ ନାହାନ୍ତି। ଚେକିଂ ହେଉଥିବା ବା ଟ୍ରାଫିକ ପୋଷ୍ଟ ଦେଖିଲେ ସେମାନଙ୍କର ନିୟମ କଥା ମନେ ପଡୁଛି।

ଅଦାଲତ ଭିତରେ ସ୍ତ୍ରୀଙ୍କୁ ଖଣ୍ଡାରେ ହାଣି ହତ୍ୟା: ୨ ଗୁରୁତର, ସ୍ବାମୀ ଗିରଫ

ଅଦାଲତ ଭିତରେ ସ୍ତ୍ରୀଙ୍କୁ ଖଣ୍ଡାରେ ହାଣି ହତ୍ୟା: ୨ ଗୁରୁତର, ସ୍ବାମୀ ଗିରଫ

ସମ୍ବଲପୁର,୨୩।୪(ବ୍ୟୁରୋ)-ସମ୍ବଲପୁର ଜିଲା ଫେମିଲି କୋର୍ଟ (ପାରିବାରିକ ଅଦାଲତ)ରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ସମସ୍ୟାର ଆଲୋଚନା (କାଉନସେଲିଂ) ପାଇଁ ଉପସ୍ଥିତ ଥିବାବେଳେ ଅଦାଲତ ଭିତରେ ସ୍ତ୍ରୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛି ସ୍ବାମୀ। ଶାଶୁ ଓ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୩।୪: ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତରକୁ ନେଇ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ସୋମବାର ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଏରିୟର ଟଙ୍କା ପାଇଁ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

ସଡ଼କ ସୁରକ୍ଷା ପାଇଁ ସଚେତନତା

ସଡ଼କ ସୁରକ୍ଷା ପାଇଁ ସଚେତନତା

ଖୋର୍ଦ୍ଧା ଅଫିସ,୨୩।୪: ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲା ଆମ ପୋଲିସ ପକ୍ଷରୁ ସୋମବାର ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଟାଉନ ଥାନାଠାରୁ ବାହାରି ଏହି ଶୋଭାଯାତ୍ରା ନୂଆ ବସ୍‌ଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲା।

ନିଆଁରେ ପୋଡି ମହିଳା ମୃତ

ନିଆଁରେ ପୋଡି ମହିଳା ମୃତ

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଦୀପ ନିଆଁରେ ପୋଡିହୋଇ ସାଲିଆସାହି ଅଞ୍ଚଳର ଜଣେ ମହିଳାଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଜ୍ୟୋତିର୍ମୟୀ ରଥ ।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କ୍ରାଇମବ୍ରାଞ୍ଚର ଘନ ଘନ ଚଢ଼ାଉ :ଅଟକ ସଂଖ୍ୟା ୮କୁ ବୃଦ୍ଧି

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କ୍ରାଇମବ୍ରାଞ୍ଚର ଘନ ଘନ ଚଢ଼ାଉ :ଅଟକ ସଂଖ୍ୟା ୮କୁ ବୃଦ୍ଧି

ବଲାଙ୍ଗୀର ଅଫିସ/ପାଟଣାଗଡ, ୨୩।୪(ଡି.ଏନ୍‌.ଏ)- ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ରବିବାର ଦୁଇ ଅଧ୍ୟାପକଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ଭଇଁଷା ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ସହ ନୂଆପଡା କଲେଜ ଓଡ଼ିଆ ବିଭାଗ ଅଧ୍ୟାପକ ଶିବ ପ୍ରସାଦ ସାଙ୍କ ସହ ଅନ୍ୟ ୪ ଜଣଙ୍କୁ ବଲାଙ୍ଗୀର ସର୍କିଟ ହାଉସଠାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ସୋମବାର ସ୍କାଏକିଙ୍ଗ କୋରିଅର ମାଲିକ ଦିଲୀପ ଦାସ ଓ କର୍ମଚାରୀ ସୁଶାନ୍ତ ସେଠଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଘରୁ ଉଠାଇ ନେଇଥିବା ଜଣାପଡିଛି।

ଜିଲାପାଳଙ୍କ ଜନ ଶୁଣାଣି

ଜିଲାପାଳଙ୍କ ଜନ ଶୁଣାଣି

ସାକ୍ଷୀଗୋପାଳ,୨୩।୪(ଡି.ଏନ୍‌.ଏ.): ସତ୍ୟାବାଦୀ ବ୍ଲକରେ ସୋମବାର ପୁରୀ ଜିଲାପାଳଙ୍କ ଜନ ଶୁଣାଣି ଶିବିିର ଅନୁଷ୍ଠିତ ହୋଇଯାଇଛି। ମୋଟ ୯୮ ଅଭିଯୋଗ ଶୁଣିବାପରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ ଦେଇଥିଲେ।

ଏମ୍‌ସିଆଇ ଟିମ୍‌ର ବଲାଙ୍ଗୀର ମେଡିକାଲ କଲେଜ ପରିଦର୍ଶନ: ୨୦୧୮ରେ ନାମଲେଖା ଆରମ୍ଭ ନେଇ ଆଶା ଉଜ୍ଜୀବିତ

ଏମ୍‌ସିଆଇ ଟିମ୍‌ର ବଲାଙ୍ଗୀର ମେଡିକାଲ କଲେଜ ପରିଦର୍ଶନ: ୨୦୧୮ରେ ନାମଲେଖା ଆରମ୍ଭ ନେଇ ଆଶା ଉଜ୍ଜୀବିତ

ବଲାଙ୍ଗୀର ଅଫିସ, ୨୩।୪- ମେଡିକାଲ କାଲନସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ଏକ ୩ ଜଣିଆ ଟିମ୍‌ ସୋମବାର ବଲାଙ୍ଗୀର ପହଞ୍ଚତ୍ ବହୁ ପ୍ରତୀକ୍ଷିତ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଛନ୍ତି। ଏହି କଲେଜରେ ୨୦୧୮ ମସିହାରେ ନାମଲେଖା ଆରମ୍ଭ ହେବାକୁ ନେଇ ଅନିଶ୍ଚିତତା ଲାଗିରହିଥିଲା। ଏମସିଆଇ ଟିମ୍‌ ଦ୍ୱିତୀୟ ପର୍ଯ୍ୟାୟ ପରିଦର୍ଶନ କରିବାକୁ ଆସୁ ନ ଥିବାରୁ ଚଳିତ ଶିକ୍ଷାବର୍ଷରେ ନାମଲେଖା ଆରମ୍ଭ ହେବ କି ନାହିଁ ସେନେଇ ଅନିଶ୍ଚିତତା ଲାଗିରହିଥିଲା। ସୋମବାର ଏହି ଟିମର ତିନି ଜଣିଆ ସଦସ୍ୟ ଗନ୍ଧରେଲସ୍ଥିତ ନବନିର୍ମିତ ବଲାଙ୍ଗୀର ମେଡିକାଲ କଲେଜ କୋଠା ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମେଡିକାଲ କଲେଜ ହସପିଟାଲ ଭାବେ ଅଫ୍‌ଗ୍ରେଡ ହୋଇଥିବା ହସ୍‌ପିଟାଲର ବିଭିନ୍ନ ୱାର୍ଡକୁ ବୁଲି ଦେଖିଥିଲେ।

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ଆଇସିଟି ବିଦ୍ୟାଳୟ ସଂଯୋଜନ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରାୟ ୪ ହଜାର ବିଦ୍ୟାଳୟ ସଂଯୋଜକ ସାମିଲ ହୋଇଥିଲେ।

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

ବଲାଙ୍ଗୀର ଅଫିସ, ୨୩।୪- ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ସୋମବାର ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିବା ଘଟଣା ଚର୍ଚ୍ଚାରା ବିଷୟ ହୋଇଛି। ବଲାଙ୍ଗୀର ମାଲପଡାର ଅଭିଯୁକ୍ତ ଭିକି ରଥଙ୍କୁ ଟାଉନ୍‌ ଥାନା ପୋଲିସ ସୋମବାର କୋର୍ଟଚାଲାଣ କରିଥିଲା। ପୋଲିସ ଟିମ୍‌ ଅଭିଯୁକ୍ତ ରଥକୁ କୋର୍ଟକୁ ନେଇକରି ଯାଉଥିବାବେଳେ କୋର୍ଟ ପରିସରରୁ ପୋଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ରଥ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ ଟାଉନ୍‌ ଥାନା ଆଇଆଇସି ଗୋକୁଳାନନ୍ଦ ସାହୁଙ୍କୁ ପଚରାଯିବାରୁ ଡକାୟତି ଉଦ୍ୟମ ଯୋଜନା କରୁଥିବା ମାମଲାରେ ରବିବାର ଗିରଫ କରାଯାଇଥିବା ଅଭିଯୁକ୍ତ ରଥକୁ ସୋମବାର କୋର୍ଟଚାଲାଣ କରାଯିବା ପରେ କୋର୍ଟରୁ ସେ ଚମ୍ପଟ୍‌ ମାରିଥିବା ସୂଚନା ଦେଇଛନ୍ତି।

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।