Dharitri News
ରାୟଗଡା

ଅସହାୟକୁ ଜୀବନ ସାଥୀ ଭାବେ ବାଛିଲେ ଦିବ୍ୟାଙ୍ଗ

ଅସହାୟକୁ ଜୀବନ ସାଥୀ ଭାବେ ବାଛିଲେ ଦିବ୍ୟାଙ୍ଗ ପାପଡାହାଣ୍ଡି,୧୪।୧୨ (ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କଂଟାମାଳ ପଞ୍ଚାୟତ କୁଚ୍ଚା ଗ୍ରାମରେ ଯଦୁ ବିନ୍ଧାଣି ଘର । ଘରେ ବୃଦ୍ଧା ମା’ ସହ ସେ ରୁହନ୍ତି। ବିବାହର କିଛି ଦିନ ପରେ ହଠାତ ଦିନେ ଯଦୁ ଦୃଷ୍ଟିଶକ୍ତି ହରାଇଥିଲେ।ଏହା ପରେ ପତ୍ନୀ ତାଙ୍କୁ ଛାଡି ଚାଲି ଯାଇଥିଲେ। ଭିକ ମାଗି ଯଦୁ ପେଟ ପୋଷୁଥିଲେ। ସରକାରଙ୍କ ତରଫରୁ ବସୁନ୍ଧରା ଯୋଜନାରେ ଇନ୍ଦିରା ଆବାସ ସହ ପେନସନ ପାଉଥିଲେ । ଅଭାବ ଅନାଟନ ସହ ମା’ ପୁଅଙ୍କ ସେବା ଶ୍ରୁଶସା କରିବା ଲାଗି କେହି ନ ଥିଲେ। ଏଥିପାଇଁ ଯୁବ ବିବାହ କରିବା ପାଇଁ ମନ ବଳାଇଥିଲେ । ନିକଟସ୍ଥ ଗର୍ଭରାଇ ଶୈବ ପୀଠରେ ମାନସିକ ଜଣାଇ ପୂଜା କରିବା ସହ ପୂଜକ ଘନ ଭତ୍ରାଙ୍କୁ ନିଜର ଦଃଖ ଜଣାଇଥିଲେ। ଏପରିକି ସେ ଦୈନିକ ଯାଇ ଶୈବ ପୀଠରେ ପୂଜା କରୁଥିଲେ । ଇତି ମଧ୍ୟରେ କେରଣ୍ଡି ଗ୍ରାମର । ଜୟାମଣି ବିନ୍ଧାଣିଙ୍କ ସ୍ବାମୀ ମରିଯାଇଥିବା ବେଳେ ୭ ବର୍ଷର ପୁଅ ଥିଲା । କିନ୍ତୁ ଶାଶୁ ଶଶୁରଙ୍କ ନିର୍ଯ୍ୟାତନା ସହି ଜୟାମଣି ଘରେ ରହୁଥିଲେ। ସେ ଜଣେ ଭଲ ସାଥିଟିଏ ଖୋଜୁଥିଲୋ ପୂଜକ ଘନ ଭତ୍ରା ଯଦୁଙ୍କ ବିଷୟରେ ଜୟାଙ୍କୁ କହିଥିଲେ । ଉଭୟେ ଉଭୟଙ୍କୁ ରାଜି ହୋଇଥିଲେ। ଯଦୁ ଏ ନେଇ ନିଜ ପରିବାରଙ୍କୁ ଜଣାଇଥିଲା । ଉଭୟଙ୍କ ପରିବାର ଏ ନେଇ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପହଞ୍ଚିବା ପରେ ସାମାଜିକ ଶିକ୍ଷା ସଙ୍ଗଠକ ନଗେନ୍ଦ୍ର ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ସେ ସବୁ କଥା ଜାଣିବା ପରେ ଉଭୟଙ୍କ ସମ୍ମତ କ୍ରମେ ଏକ ନିଆରା ବିବାହ କରାଯାଇଥିଲାା ଫୁଲ ମାଳ ପିନ୍ଧାଇ ବିବାହ କରାଯାଇ ଦସ୍ତଖତ କରାଯାଇଥିଲା । ସୋମବାର ମନ୍ଦିରରେ ଉଭୟଙ୍କ ବିବାହ ରୀତିନୀତିରେ ହେବ । ପ୍ରଶାସନ ସହଯୋଗ କରିବ ବୋଲି ପଟ୍ଟନାୟକ କହିଛନ୍ତି ।

ରାୟଗଡା

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ନବରଙ୍ଗପୁର,୨୧।୧ (ବି.ପ୍ର.)- ବିଷାକ୍ତ ଖାଦ୍ୟ ଖାଇ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧିନ ମାଳିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁବନ୍ଧୁ ଭତ୍ରାଙ୍କ ମୃତ୍ୟ ସହ ୧୪ ଛାତ୍ରୀଛାତ୍ର ଗୁରୁତର ହୋଇଥିଲେ ।

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ନବରଙ୍ଗପୁର,୨୧।୧ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ମାଝିଗୁଡା ଛକ ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକଲ ଓ ସ୍କୁଟି ମୁହାମୁହିଁ ଧକ୍କା ହୋଇ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

ମାଲକାନଗିରି,୨୧।୧(ଡି.ଏନ୍‌.ଏ.) -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଆର.ଏସ୍‌.ଇ-୪, ବଡ଼ପୁଟ ଓ ଡାଇକ-୨ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୧୮ ହଜାର ଗଞ୍ଜେଇ ଗଛ ରବିବାର ନଷ୍ଟ କରାଯାଇଛି।

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ରାୟଗଡ଼ା ଅଫିସ୍‌ ,୨୧।୧-ଏ ବେବି ମନେପଡ଼ିଲେ ସେ ଦିନର କଥା ଲୁହ ସମ୍ଭାଳି ପାରେନି। ଆଖିରୁ ପାଣି ଗଡ଼ିଆସେ। ଏଭଳି କୋହ ଭରା କଣ୍ଠରେ କହିଛନ୍ତି ବର୍ଷେ ତଳେ ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରେ ନିଜ ସ୍ବାମୀଙ୍କୁ ହରାଇଥିବା ରାୟଗଡ଼ାରେ ରହୁଥିବା ସୁକାନ୍ତୀ ମହାପାତ୍ର। ସନ୍ଧ୍ୟା ବେଳେ ଘରେ ପୂଜା ହୋଇଥିଲା।

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ରାୟଗଡ଼ା ଅଫିସ୍‌,୨୧।୧- ଗୋଟିଏ ବର୍ଷ ବିତିଗଲା। କିନ୍ତୁ ଆଜିବି ମନେପଡ଼େ ସେଇ କାଳ ରାତିର କଥା। ୨୦୧୭ ଜାନୁୟାରୀ ୨୧ ତାରିଖ ରାତି ୧୧ଟା ସମୟରେ କୁନେର ଷ୍ଟେସନଠାରେ ଘଟିଥିବା ରେଳ ଦୁର୍ଘଟଣା ଆଜି ବି ମନେପଡ଼େ।

ଜଳିଗଲା ୪ଟି ଧାନ ଗଦା

ଜଳିଗଲା ୪ଟି ଧାନ ଗଦା

ଡାବୁଗାଁ,୨୧।୧(ଡ.ଏନ.ଏ.)- ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ରାବଣାଗୁଡା ଗ୍ରାମରେ ରବିବାର ଅପରାହ୍ନ ୨ଟା ସମୟରେ ନିଆଁ ଲାଗି ୪ ଟି ଧାନ ଗଦା ପୋଡିଯାଇଛି । ସୂଚନାଯୋଗ୍ୟ, ରାବନାଗୁଡା ଗ୍ରାମର ପର୍ଶୁ ଭତ୍ରା,ଧବଳୁ ଭତ୍ରା,ମନୁରାମ ଭତ୍ରା ଓ ଧନସିଂ ଭତ୍ରାଙ୍କ ଖଳାରେ ଥିବା ଧାନ ଗଦାରେ ହଠାତ ନିଆଁ ଲାଗିଯାଇଥିଲା ।

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜୟପୁର ୨୧। ୧ (ନି.ପ୍ର.)- ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କ, ନାରାୟଣପାଟଣା ଠାରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସକୁ କଳା ଦିବସଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ମାଥିଲି,୨୧।୧(ଡି.ଏନ.ଏ.)- କିଛି ଦିନର ନିରବତା ପରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହୋଇପଡିଥିବା ଜଣାପଡ଼ିଛି। ମାଓବାଦୀଙ୍କ ଅତ୍ୟାଚାରର ଶିକାର ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି।

ବିବାହ ବେଦିକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ବିବାହ ବେଦିକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ମାଲକାନାଗିରି,୨୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚାଇଲ୍ଡ ଲାଇନ ପକ୍ଷରୁ ରବିବାର ବିବାହ ପୂର୍ବରୁ ୨ଜଣ ନାବାଳିକାଙ୍କୁ ଉଦ୍ଧାର କରଯାଇଛି। ୨ଦିନରେ ୩ଜଣ ମଙ୍ଗୁଳା ନାବାଳିକା କନ୍ୟାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି।