ରାୟଗଡା

କାମ ଦିଅ ଅଭିଯାନ ପାଇଁ ‘କାନ୍ଥଲେଖା’

କାମ ଦିଅ ଅଭିଯାନ ପାଇଁ ‘କାନ୍ଥଲେଖା’
ମାଲକାନଗିରି,୧୪।୧୨(ସ୍ବ.ପ୍ର.) ‘ଆସ ଆମେ ଏକାଠି ହେବା/ମନରେଗା କାମ କରିବା/ବଢ଼ାଇବା ଆମ ଗାଁର ନାମ/ସବୁରି ହାତକୁ କାମ/ ଆମ ଗାଁକୁ ସମ୍ମାନ।’ କାମ ଦିଅ ଅଭିଯାନ କ୍ରମରେ ଶ୍ରମଜୀବୀ ସଙ୍ଗଠନ ପକ୍ଷରୁ ସଚେତନତା ପାଇଁ ଏଭଳି ସ୍ଳୋଗାନ ଗାଁଗହଳିର ଘରକାନ୍ଥରେ ଲେଖା ହେଉଛି। ପ୍ରତ୍ୟେକ ଗ୍ରାମରେ ଚାଷୋପଯୋଗୀ ସ୍ଥାୟୀ ଭିତ୍ତିଭୂମି ସହ ରୋଜଗାର ଗ୍ୟାରେଣ୍ଟି ଆଦି ଲକ୍ଷ୍ୟରେ କାମ ଦିଅ ଅଭିଯାନ କାର୍ଯ୍ୟକ୍ରମ ଜିଲାର ୭ଟି ବ୍ଲକର ସମସ୍ତ ପଞ୍ଚାୟତରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ୨୦୧୧ରୁ ମାଲକାନଗିରି ଜିଲାରେ ଆରମ୍ଭ ହୋଇଥିବା ଶ୍ରମଜୀବୀ ସଙ୍ଗଠନ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଖାଦ୍ୟ ନିରାପତ୍ତା ଆଇନ୍‌, ଜଳ ଓ ପରିମଳ ତଥା ସ୍ଥାନୀୟ ସମସ୍ୟାକୁ ନେଇ ଗରିବ ଆଦିବାସୀଙ୍କ ଭିତରେ ସଚେତନତା ଭରୁଛି। ଗତ ସୋମବାରଠାରୁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ବାର୍ତ୍ତା ନେଇ ସଚେତନତା କରୁଛି ସଙ୍ଗଠନ। ବିଭିନ୍ନ ଗ୍ରାମାଞ୍ଚଳରେ କାନ୍ଥରେ ସଚେତନତା ବାର୍ତ୍ତା ଲେଖୁଛନ୍ତି ଶ୍ରମଜୀବୀ ସଙ୍ଗଠନର ସଦସ୍ୟ ଓ ମହିଳା ଶ୍ରମଜୀବୀ ସଙ୍ଗଠନ ସଦସ୍ୟମାନେ। ଏଥିସହ ଗ୍ରାମାଞ୍ଚଳ କମିଟି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସି(୧) ଫର୍ମରେ କାମ ଆବେଦନ କରାଇ ରସିଦ ଆଣୁଛନ୍ତି। ମଙ୍ଗଳବାର ସୁଦ୍ଧା ୬୪୦ ଜଣ ଏଥିରେ ଆବେଦନ କରିଲେଣି। ୧୫ ଦିନ ମଧ୍ୟରେ ସେମାନେ କାମ ପାଇବେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ନିୟମ ଅନୁଯାୟୀ ଗୋଟିଏ ପରିବାରକୁ ୧୦୦ ଦିନର କାମ। ଦିନକୁ ୧୭୬ ଟଙ୍କା ହିସାବରେ ସେମାନେ ୧୭,୬୦୦ ଟଙ୍କା ରୋଜଗାର କରିବେ। ଗାଁକୁ ପୋଖରୀ, ପାନୀୟ ଜଳ ଯୋଗାଣ, ରାସ୍ତାକାମ ନିର୍ମାଣ ହେଲେ ଶ୍ରମ ସୃଷ୍ଟି ହେବା ସହ ଶ୍ରମଜୀବୀମାନେ କାମ ପାଇପାରିବେ ବୋଲି ଜିଲା ସଙ୍ଗଠନ ସଭାପତି ଘାସିରାମ ଗୁଟା, ଅମିତା ଖରା, ମଣିମା ପାଙ୍ଗି, ଭାଗିରଥୀ ପାଟନିଆ, ଭେଜି ଖିଲ, ତ୍ରିନାଥ ଖିଲ, କଷା ମାଢ଼ି ପ୍ରମୁଖ କହିଛନ୍ତି।
All Right Reserved By

ରାୟଗଡା

 ୯ରେ ବ୍ଲକସ୍ତରୀୟ ପରବ

୯ରେ ବ୍ଲକସ୍ତରୀୟ ପରବ

ଦଶମନ୍ତପୁର,୨୩।୧୦(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ସଭାଗୃହରେ ମଙ୍ଗଳବାର ବ୍ଲକସ୍ତରୀୟ ପରବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଡିଓ ଡମ୍ବରୁଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୬ଟି ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଜେଡି ବ୍ଲକ ସଭାପତି ମହେନ୍ଦ୍ର କୁଲଦୀପ, ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

୫ ଦଫା ଦାବିରେ ପୌର କାର୍ଯ୍ୟାଳୟ ଘେରିଲେ ମହିଳା

୫ ଦଫା ଦାବିରେ ପୌର କାର୍ଯ୍ୟାଳୟ ଘେରିଲେ ମହିଳା

ଜୟପୁର,୨୩।୧୦(ନି.ପ୍ର.)-ଜୟପୁର ପୌରାଞ୍ଚଳ ଅଧୀନ ୧୦ନଂ  ଓ୍ବାର୍ଡ ମଦର ଟେରେସା ମହିଳା ମହାସଂଘ ୫ଦଫା ଦାବିରେ ପୌର କାର୍ଯ୍ୟାଳୟ ଘେରାଉ କରିବା  ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ ଆଚାର୍ଯ୍ୟଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। କାଉନସିଲର ତଥା ଭାଜପା ନେତା ଅନୁପ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ଏଥିରେ ସାମିଲ ହୋଇଥିଲେ।

ଜୁଆ ଆଡ୍ଡା ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ, ୧୪ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ, ୧୪ ଗିରଫ

ନବରଙ୍ଗପୁର,୨୩।୧୦(ବି.ପ୍ର.)- ନବରଙ୍ଗପୁର ଏସ୍‌ପି ବିବେକାନନ୍ଦ ଶର୍ମା ସ୍ଥାନୀୟ  ମଙ୍ଗଳମ ଟିମ୍ବର ରାସ୍ତା ନିକଟସ୍ଥ ଏକ ଘରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ ଚଢ଼ାଉ ନିର୍ଦ୍ଦେଶ ଦେଇଥିଲେ।  ସୋମବାର ବିଳମ୍ବିତ ରାତିରେ ପୋଲିସ ସେଠାରେ ଚଢ଼ାଉ କରି  ୧୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ ଲକ୍ଷ ୧୫ ହଜାର ୨୭ ଟଙ୍କା ଜବତ କରିଥିବା   ନବରଙ୍ଗପୁର ଥାନାଧିକାରୀ ଭୀମସେନ ନାୟକ କହିଛନ୍ତି।

ଭିଜିଲାନ୍ସ ଜାଲରେ  ତହସିଲ ଅଫିସର କନିଷ୍ଠ କିରାଣୀ: ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ତହସିଲ ଅଫିସର କନିଷ୍ଠ କିରାଣୀ: ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ରାଇଘର, ୨୩।୧୦ (ଡି.ଏନ୍‌.ଏ.): ଜଣେ ହିତାଧିକାରୀଙ୍କୁ ସରକାରୀ ଅନୁଦାନ ଯୋଗାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ  ନବରଙ୍ଗପୁର ତହସିଲ ଅଫିସର କନିଷ୍ଠ କିରାଣି ପ୍ରକାଶ ମିଶ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସେ ସମ୍ପୃକ୍ତ ହିତାଧିକାରଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିଲେ। 

 ଡକାୟତି ରୋକିବା ସମ୍ପର୍କିତ ମକ୍‌ଡ୍ରିଲ

ଡକାୟତି ରୋକିବା ସମ୍ପର୍କିତ ମକ୍‌ଡ୍ରିଲ

ଡାବୁଗାଁ, ୨୩।୧୦ (ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଡାବୁଗାଁ ଥାନା ପୋଲିସ ପକ୍ଷରୁ ବ୍ୟାଙ୍କ ଡକାୟତି ରୋକିବା ସମ୍ପର୍କିତ ଏକ ମକଡ୍ରିଲ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ  ହୋଇଯାଇଛି।

ସୁରକ୍ଷା ଢିଲା: ବ୍ୟାଙ୍କରେ ନାହାନ୍ତି ସିକ୍ୟୁରିଟି ଗାର୍ଡ

ସୁରକ୍ଷା ଢିଲା: ବ୍ୟାଙ୍କରେ ନାହାନ୍ତି ସିକ୍ୟୁରିଟି ଗାର୍ଡ

ମାଥିଲି, ୨୩।୧୦ (ଡି.ଏନ.ଏ): ଡକାୟତ ବେଶରେ ପୋଲିସର ମକ୍‌ଡ୍ରିଲ। ସୁରକ୍ଷା ଢାଞ୍ଚା ଏବଂ ପଦକ୍ଷେପ ପରଖିବାକୁ ହୋଇଥିଲା ମକ୍‌ଡ୍ରିଲ। ୨ଟି ବ୍ୟାଙ୍କରେ ନିଜ ତରିକାରେ ପୋଲିସମାନେ ଡକାୟତ ବେଶରେ ମକ୍‌ଡ୍ରିଲ ଆରମ୍ଭ କରିଥିଲେ। 

ଘରୋଇ ଅଶାନ୍ତିରୁ ଆତ୍ମହତ୍ୟା

ଘରୋଇ ଅଶାନ୍ତିରୁ ଆତ୍ମହତ୍ୟା

ସେମିଳିଗୁଡା, ୨୩।୧୦(ସ୍ବ.ପ୍ର.)-ସେମିଳିଗୁଡା ହନୁମାନ ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ତାଙ୍କ ଶୋଇବା ଘରୁ ଉଦ୍ଧାର କରାଯାଇଛି। ସେ ହେଲେ କେ. ଦେବେନ୍ଦ୍ର ଦୋରା(୪୮)। ଘରୋଇ କଳହକୁ କେନ୍ଦ୍ରକରି ଦେବେନ୍ଦ୍ର ଆତ୍ମହତ୍ୟା କରିଥିବା ନେଇ ଗ୍ରାମବାସୀ କହିଛନ୍ତି।

ହରଭଙ୍ଗି ଡ୍ୟାମ୍‌ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ

ହରଭଙ୍ଗି ଡ୍ୟାମ୍‌ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ

ଗୁଡାରୀ, ୨୩।୧୦(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ ତିତ୍‌ଲି ଯୋଗୁ ହୋଇଥିବା ବର୍ଷାରେ ନଦୀ ଜଳସ୍ତର ବଢିଥିଲା। ଫଳରେ ଡ୍ୟାମ ଦେଇ ହଠାତ୍‌ ପାଣି ଛଡାଯାଇଥିଲା। ଏଥିଯୋଗୁ ଫସଲ ନଷ୍ଟ ହୋଇଯିବା ସହ  ଜମିରେ ବାଲି ମାଡି ଯାଇଛି। ଫଳରେ ଆମର ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି ଗୁଡାରୀ ବ୍ଲକ କଦମା ପଞ୍ଚାୟତ  ଅଧୀନ ଖଇରାଗୁଡା ଗ୍ରାମର ଚାଷୀମାନେ କହିଛନ୍ତି। 

୬ମାସ ବିତିଲା, ମରାମତି ହେଉନି: ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

୬ମାସ ବିତିଲା, ମରାମତି ହେଉନି: ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

ମାଲକାନଗିରି,୨୩।୧୦(ଡି.ଏନ.ଏ.): ଚଳିତ ବର୍ଷ  କାଳ ବୈଶାଖୀ ପ୍ରଭାବରେ ମାଲକାନଗିରି ଜିଲା  ଖଇରପୁଟ ବ୍ଲକ ଅନ୍ତର୍ଗତ  କରଡ଼ାବାଡ଼ି  ଗ୍ରାମରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ଭାଙ୍ଗି ଯାଇଥିଲା । ଇତି ମଧ୍ୟରେ ୬ ମାସ ବିତି  ଯାଇଥିଲେ ମଧ୍ୟ ଏହାକୁ ଏଯାଏ ମରାମତି କରାଯାଇନି। ଫଳରେ ଗ୍ରାମବାସୀ ପାନୀୟ ଜଳ ମୁନ୍ଦେ ପାଇଁ ନାହିଁ ନ ଥିବା ସମସ୍ୟାର  ସମ୍ମୁଖୀନ ହେଉଛନ୍ତି। 

ପୋଖରୀରେ ବୁଡ଼ି ନାବାଳକ ମୃତ

ପୋଖରୀରେ ବୁଡ଼ି ନାବାଳକ ମୃତ

ଡାବୁଗାଁ, ୨୩।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ  ଅଞ୍ଚଳା ପଞ୍ଚାୟତ ଅଧୀନ ଚିଚିବାଇ ଗ୍ରାମରେ ପୋଖରୀରେ ବୁଡ଼ି ସୋମବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୁଦନ ପୂଜାରୀଙ୍କ ପୁଅ ଯୋଗେଶ୍ୱର ପୂଜାରୀ(୧୪)।

ସୋସିଆଲ ମିଡିଆରେ ଦାବି: ଶହୀଦ ମାଟି ପାଇଁ ଶହେ କୋଟି

କୋରାପୁଟ,୨୩ା୧୦(ସ୍ବ.ପ୍ର.) 
କୋରାପୁଟ ଜିଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ ନିଜ ଗ୍ରାମ ତେନ୍ତୁଳିଗୁମ୍ମା ଅବହେଳିତ ରହିଥିବା ଦର୍ଶାଇ ଏହି ଗ୍ରାମର ଉନ୍ନତି ପାଇଁ ଶହେ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଉ। ଫେସବୁକ ଓ ଟ୍ବିଟର ପରି ସାମାଜିକ ଗଣମାଧ୍ୟମରେ ଯୁବକମାନେ ଏଭଳି ଏକ ଅଭିଯାନ ଆରମ୍ଭ କରିଛନ୍ତି। 

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର୍‌ : ରାସ୍ତା ପାର୍ଶ୍ୱରେ କଟାଯାଉଛି ମାଂସ

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର୍‌ : ରାସ୍ତା ପାର୍ଶ୍ୱରେ କଟାଯାଉଛି ମାଂସ

ରାୟଗଡା ଅଫିସ୍‌, ୨୩।୧୦- ରାୟଗଡା ସହରର ବିଭିନ୍ନ ଅଞ୍ଚଳରେ  ରାସ୍ତାପାର୍ଶ୍ୱରେ  ମାଂସ କଟା ଯାଇ ବିକ୍ରି କରାଯାଉଛି ା ଦୀର୍ଘବର୍ଷ ଧରି ବ୍ୟବସାୟୀମାନେ ଏଭଳି ବ୍ୟବସାୟ କରି ଆସୁଛନ୍ତି ା