ଅନଗୁଳ-ଢେଙ୍କାନାଳ

ସତ୍‌ସଙ୍ଗରୁ ମିଳେ ଶାଶ୍ୱତ ଶାନ୍ତି

ସତ୍‌ସଙ୍ଗରୁ ମିଳେ ଶାଶ୍ୱତ ଶାନ୍ତି

ଢେଙ୍କାନାଳ ଅଫିସ,୧୪।୧୨-ଢେଙ୍କାନାଳ ମିନି ଷ୍ଟାଡିୟମ୍‌ରେ ପରମହଂସ ଯୋଗାନନ୍ଦଜୀଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଗୁରୁବାର ସନ୍ଧ୍ୟାରୁ ୩ଦିନିଆ ଗୀତା ପ୍ରବଚନ ଶୁଭାରମ୍ଭ ହୋଇଛି। ସ୍ଥାନୀୟ କ୍ରିୟା ଯୋଗ ଧ୍ୟାନକେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବକ୍ତା ପ୍ରଜ୍ଞାନାନନ୍ଦଜୀ କହିଲେ, ଆମେ ସମସ୍ତେ ମୁକ୍ତି ଚାହଁୁଛେ। ମଣିଷ ପ୍ରତି ମୂହୁର୍ତ୍ତରେ ଶାନ୍ତି ଅନ୍ବେଷଣରେ ରହିଛି। ଆମେ ସ୍ବାଧୀନତା ପାଇଛେ ସତ, କିନ୍ତୁ ଶାନ୍ତି ପାଇନାହେଁ। ସତ୍‌ସଙ୍ଗ ମାଧ୍ୟମରେ ଆତ୍ମତୃପ୍ତି ସହ ଶାଶ୍ୱତ ଶାନ୍ତି ପ୍ରାପ୍ତ ହୋଇଥାଏ। ଚିନ୍ମୟ ମିଶନ ପକ୍ଷରୁ ସର୍ବପ୍ରିୟାନନ୍ଦଜୀ ଯୋଗଦେଇ କହିଲେ, ସନାତନ ଧର୍ମକୁ ଆମେ ହିନ୍ଦୁ ସଂସ୍କୃତି ବୋଲି କହୁଛେ। ଏଥିରେ ଦର୍ଶାଯାଇଥିବା ଗୀତା, ଗାୟତ୍ରୀ, ଗୋମାତା, ଗିରିର ସେବା ଯେଉଁ ମଣିଷ ନିଷ୍ଠାର ସହ କରିପାରିବ ସେ ଆତ୍ମତୃପ୍ତି ଲାଭ କରିପାରିବ। କଳ୍ପତରୁ ଆଶ୍ରମର ମୁଖ୍ୟ ମୁରାରି ବାବା ମଞ୍ଚାସୀନ ଥିଲେ। ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଏହାପରେ ପରମହଂସ ପ୍ରଜ୍ଞାନାନନ୍ଦଜୀ ଗୀତାତତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶୁକ୍ରବାର ପୂର୍ବାହ୍ନ ୮ଟାରେ ମହାବୀର ବଜାର ମମତା ମଣ୍ଡପରେ କ୍ରିୟା ଯୋଗ ସାଧନା ଓ ଦୀକ୍ଷା ଦିଆଯିବ। ଅପରାହ୍ନ ୨ଟାରେ ସାଇକୃପା ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଏବଂ ସନ୍ଧ୍ୟା ସାଢ଼େ ୫ଟାରେ ମିନି ଷ୍ଟାଡିୟମରେ ଭଜନ ପରିବେଷଣ ସହ ଗୀତା ପ୍ରବଚନ କାର୍ଯ୍ୟକ୍ରମ ରହିଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ସର୍ପାଘାତରେ  ଖଣି କର୍ମଚାରୀ ମୃତ

ସର୍ପାଘାତରେ ଖଣି କର୍ମଚାରୀ ମୃତ

କଣିହାଁ,୧୬।୭(ଡି.ଏନ.ଏ.)- ଏମ୍‌ସିଏଲ କଣିହାଁ କୋଇଲା ଖଣି କର୍ମଚାରୀ ତେଲିସିଂହା ଗ୍ରାମର ମାଧବ ନାୟକ ସୋମବାର ସର୍ପାଘାତରେ ପ୍ରାଣ ହରାଇଛନ୍ତି।

ଦିନକର କାହାଣୀ: ବରା ଦେଇଛି ପରିଚୟ

ଦିନକର କାହାଣୀ: ବରା ଦେଇଛି ପରିଚୟ

ବରା ବିକି ପରିବାର ଚଳାଉଥିଲେ ବାପା। ପିଲାବେଳୁ ତାଙ୍କ ସହ ଦୋକାନରେ ରହି ବରା ତିଆରି କରିବା ଶିଖିଥିଲି। ବାପାଙ୍କ ପରେ ଏକା ମୋତେ ସେହି କାମ କରିବାକୁ ପଡ଼ିଲା। ୨୦ ପଇସାରେ ବିକୁଥିବା ବରା ଏବେ ୨ଟଙ୍କାରେ ବିକ୍ରି ହେଉଛି। ହେଲେ ବାପାଙ୍କ ଅମଳର ସେହି ପୁରୁଣା ସ୍ବାଦ ଏବେ ବି ମୋ ହାତ ତିଆରି ବରାରେ ଗ୍ରାହକଙ୍କୁ ମିଳୁଛି। ସେଥିପାଇଁ ଆଖପାଖ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି ବୋଲି କହିଛନ୍ତି ଅନୁଗୋଳ ଜିଲା କୁମୁରିସିଙ୍ଗାର ସୁବାସ ସାହୁ।

ରାଜୀବ ଜେନା ଖୋଖୋ ଆସୋସିଏଶନ ଅଧ୍ୟକ୍ଷ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ଷ୍ଟାଡିୟମଠାରେ ଓଡ଼ିଶା ୭ ବ୍ଲକ ଖୋଖୋ ଆସୋସିଏଶନ ରବିବାର ଗଠିତ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଇଂ. ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ବ୍ୟାଡ଼ମିଣ୍ଟନ ଅସୋସିଏଶନ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋେଇଯାଇଛି। ନାଲ୍‌କୋ ବ୍ୟାଡମିଣ୍ଟନ ହଲଠାରେ ଆୟୋଜିତ ଏହି ପ୍ରତିଯୋଗିତରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୯୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ୧୩ ବର୍ଷରୁ କମ ପ୍ରତିଯୋଗିତାରେ ଅନିର୍ବାଣ ସାମନ୍ତ ଚାମ୍ପିୟନ ହୋଇଛନ୍ତି। ଡବଲ୍ସରେ ଔରସ ମହାନ୍ତି ଓ ଚିତନ ସିହ୍ନାଙ୍କ ଯୋଡି ଚାମ୍ପିୟନ ହୋଇଛି। ୧୫ ବର୍ଷରୁ କମ୍‌ ସିଙ୍ଗିଲ୍ସରେ ସୁମିତ ପ୍ରଧାନ ଚାମ୍ପିୟନ ହୋଇଛନ୍ତି।

‘ପ୍ରଶିକ୍ଷଣ ନିଅ, ପ୍ରତିଷ୍ଠିତ ହୁଅ’

‘ପ୍ରଶିକ୍ଷଣ ନିଅ, ପ୍ରତିଷ୍ଠିତ ହୁଅ’

ଢେଙ୍କାନାଳ ଅଫିସ, ୧୬।୭- ସତ୍ୟ, ନିଷ୍ଠା, ସହଯୋଗ ମନୋବୃତ୍ତି ଯୁବପିଢ଼ିଙ୍କ ପ୍ରକୃତ ଶକ୍ତି। ଏହାକୁ ପୁଞ୍ଜି ପରି ଜଣେ ସଫଳତାର ଶୀର୍ଷରେ ପହଞ୍ଚତ୍ପାରିବ। ବର୍ତ୍ତମାନ ସମୟରେ ସ୍ବାବଲମ୍ବୀ ହେବା ଏକ ଆହ୍ବାନ। ଏହାକୁ ସରଳ କରିବାକୁ ଯୁବତୀଯୁବକଙ୍କ ପାଇଁ ସରକାରୀସ୍ତରରେ ପ୍ରଶିକ୍ଷଣ ଦିଆଯାଉଛି। ଉପଯୁକ୍ତ ତାଲିମ ନେଇ ସେମାନେ ପ୍ରତିଷ୍ଠିତ ହୋଇପାରିବେ ବୋଲି ଢେଙ୍କାନାଳ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି। ଜିଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ରବିବାର ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ସତ୍ୟର ପଥ ଅନୁସରଣ କରିବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରାଇଥିଲେ।

ଆଖୁବାଡ଼ ଉଜାଡ଼ିଲେ ହାତୀ

ଆଖୁବାଡ଼ ଉଜାଡ଼ିଲେ ହାତୀ

ଓଡ଼ାପଡ଼ା, ୧୬।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ବନଖଣ୍ଡ ଝାଡ଼ବନ୍ଧ ଗ୍ରାମରେ ଶନିବାର ରାତିରେ ଏକ ପଲରେ ୧୯ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାରୁ ବାଗଡିଆ ଯାଇଥିବା ଜାତୀୟ ରାଜପଥର ବଡଯୋରା ନାଳ ନିକଟରେ ଏକ ବାଇକ୍‌ ଧକ୍କାରେ ରବିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୋଡାପଡା ଗ୍ରାମର ସର୍ବେଶ୍ୱର ପ୍ରଧାନ(୬୦) ବୋଲି ଜଣାପଡିଛି।

କବିତା ଆବୃତ୍ତି ପ୍ରତିଯୋଗିତା: ରାଜ୍ୟରେ ଦ୍ୱିତୀୟ ସୂରଜ

କବିତା ଆବୃତ୍ତି ପ୍ରତିଯୋଗିତା: ରାଜ୍ୟରେ ଦ୍ୱିତୀୟ ସୂରଜ

ଢେଙ୍କାନାଳ ଅଫିସ,୧୬।୭- ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ କବିତା ଆବୃତ୍ତି ପ୍ରତିଯୋଗିତାରେ ଢେଙ୍କାନାଳ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ଶିଶୁଗୃହର ଅନ୍ତେବାସୀ ସୂରଜ ବିଶ୍ୱାଳ ରାଜ୍ୟସ୍ତରରେ ଦ୍ୱିତୀୟସ୍ଥାନ ହାସଲ କରିଛନ୍ତି। ଜିଲାସ୍ତରୀୟ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ସ୍ଥାନ ହାସଲ କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ।

ବେଆଇନ ଭାବେ ଚାଲିଛି ଆଧାର ଫଟୋ ଉଠା

ଭାପୁର, ୧୬ା୭(ଡି.ଏନ୍‌.ଏ.)- ଢେଙ୍କାନାଳ ସଦର ବ୍ଲକ ଭାପୁର ଛକ ୟୁକୋ ବ୍ୟାଙ୍କ ନିକଟରେ ଥିବା ଏକ ଘରେ ବେଆଇନ ଭାବେ ଅଧାର କାର୍ଡ ଫଟୋ ଉଠା ଯାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଶାୟୀଙ୍କ ନିକଟରୁ ୨୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଚର୍ଚ୍ଚା ହେଉଛି। ୨୦୧୭ ଅକ୍ଟୋବରରୁ ୟୁଆଇଡିଏଆଇ ପକ୍ଷରୁ ଆଧାର ଫଟୋ ଉଠା ସମ୍ପର୍କରେ ନୂତନ ନିୟମ ଲାଗୁ କରାଯାଇଛି। କେବଳ ସରକାରୀ କାର୍ଯ୍ୟାଳୟରେ ଆଧାର ଫଟୋ ଉଠା ଏବଂ ସଂଶୋଧନ କରାଯାଇପାରିବ ବୋଲି କଡ଼ା ନିର୍ଦ୍ଦେଶ ରହିଛି।

ଖଡ଼ଗପ୍ରସାଦ-ବଡ଼କମର ବ୍ରାହ୍ମଣୀ ସେତୁ ପ୍ରକ୍ରିୟା ଆରମ୍ଭ: ଅଟକଳ ୭୧.୧୧ କୋଟି

ଢେଙ୍କାନାଳ ଅଫିସ, ୧୬।୭- ଢେଙ୍କାନାଳ ଜିଲା ଓଡ଼ାପଡ଼ା ଓ ପରଜଙ୍ଗ ବ୍ଲକ ମଧ୍ୟରେ ଗମନାଗମନର ସୁବିଧା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ନାବାର୍ଡ ସହାୟତାରେ ଏହି ସେତୁ ନିର୍ମାଣ ହେବ। ଏଥି ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୭୧ କୋଟି ୧୧ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ନାବାର୍ଡ ଅନୁମୋଦନ ପାଇଁ ପଠାଯାଇଛି।

ଲଗାଣ ବର୍ଷାରେ ହନ୍ତସନ୍ତ ସହରବାସୀ

ଲଗାଣ ବର୍ଷାରେ ହନ୍ତସନ୍ତ ସହରବାସୀ

ଢେଙ୍କାନାଳ ଅଫିସ, ୧୬ା୭- ଢେଙ୍କାନାଳ ସହରବାସୀଙ୍କୁ ବେହାଲ କରିଛି ଲଗାଣ ବର୍ଷା। ରବିବାର ଦିନତମାମ ଅବିରତ ବର୍ଷାରେ ସହର ତଳି ଅଞ୍ଚଳରେ ପାଣି ପଶିଛି। ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛି ପୌରାଞ୍ଚଳ ଅଧୀନ ୭ନଂ. ଓ୍ବାର୍ଡ ଜୁବୁଲିଟାଉନ ଗୋଡ଼ିସାହି। ସାହିର ବହୁ ଘରେ ପାଣି ପ୍ରବେଶ କରିଥିବାବେଳେ ରାସ୍ତା ମଧ୍ୟ ବୁଡ଼ିଯାଇଛି। ପୌର ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ।

୩୫ ପଞ୍ଚାୟତରେ ୧୫ ଜିଆର୍‌ଏସ୍‌

ବଅଁରପାଳ,୧୬।୭(ଡି.ଏନ.ଏ.) ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ର ସଫଳ କାର୍ଯ୍ୟକାରିତା ତଥା ଏହାର ସୁଫଳ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ନିଯୁକ୍ତି ବ୍ୟବସ୍ଥା ରହିଛି।

Model This Week

ରୂପେଶ