Dharitri News
ଅନଗୁଳ-ଢେଙ୍କାନାଳ

ସାଧୁଚରଣଙ୍କ ମୃତ୍ୟୁରୁ ଶିଖନ୍ତୁ ସରକାର

ସାଧୁଚରଣଙ୍କ ମୃତ୍ୟୁରୁ ଶିଖନ୍ତୁ ସରକାର ଢେଙ୍କାନାଳ ଅଫିସ, ୧୪।୧୨-ଅବିଭକ୍ତ ଢେଙ୍କାନାଳ ସମେତ ପଡ଼ୋଶୀ ଜିଲାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ସ୍ବାଧୀନତା ପରବର୍ତ୍ତୀ ସମୟରେ ପ୍ରତିଷ୍ଠିତ ହୋଇଥିଲା ଜିଲା ମୁଖ୍ୟ ଚିକିତ୍ସାଳୟ। ଏ ଭିତରେ ବିତିଗଲାଣି ୭୦ବର୍ଷ। ଲକ୍ଷାଧିକ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ବୃହତ୍‌ ଅନୁଷ୍ଠାନର ବିକାଶକୁ ଚାହିଁ ରହିଛି। ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏଠାରେ ଅଦ୍ୟାବଧି କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ସଙ୍କଟାପନ୍ନ ପରିସ୍ଥିତିରେ ଗୁରୁତର ରୋଗୀ କଟକ ବୁହାହୋଇଯାଉଛନ୍ତି। ତ୍ୱରିତ ସେବା ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଉଛନ୍ତି। ଢେଙ୍କାନାଳ ସିମିଳିଆ ଅଞ୍ଚଳର ଖବରକାଗଜ ବିକ୍ରେତା ସାଧୁ ଚରଣ ବେହେରା (୫୮) ଏହାର ଏକ ଉଦାହରଣ। କେବଳ ସାଧୁ ନୁହନ୍ତି ପ୍ରତିଦିନ ଆବଶ୍ୟକ ଚିକିତ୍ସା ଅଭାବରୁ ଏପରି ଅନେକଙ୍କ ଜୀବନ ଯାଉଛି। ଏପରି ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଢେଙ୍କାନାଳ ଦୈନିକ ରେଳଯାତ୍ରୀ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀପ୍ରକାଶ ମହାନ୍ତି। ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ ହେବା ଜରୁରୀ ହୋଇପଡ଼ିଥିବାବେଳେ ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର ଚିଠି ମାଧ୍ୟମରେ ଜଣାଇଛନ୍ତି। ଶ୍ରୀପ୍ରକାଶ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ସାଧୁଚରଣ ବୁଧବାର ଘରଘର ବୁଲି ଖବରକାଗଜ ବାଣ୍ଟୁଥିଲେ। ଜଣେ ସାମାଜିକ କର୍ମୀଭାବେ ସେ ପରିଚିତ। ୬ତାରିଖରେ ଖବରକାଗଜ ବାଣ୍ଟି ଘରକୁ ଫେରିବାବେଳେ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଘରଠାରୁ ମାତ୍ର ଦେଢ କିମି ଦୂରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଠିକ୍‌ ସମୟରେ ଜରୁରୀ ଚିକିତ୍ସା ନ ପାଇ ସାଧୁଚରଣଙ୍କ ପରି ଅନେକ ଗରିବ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଅନ୍ୟପଟେ ପୌରାଞ୍ଚଳର ଦକ୍ଷିଣକାଳୀ ରୋଡ୍‌ରେ ୭ମହଲା ବିଶିଷ୍ଟ ନୂତନ ଜିଲା ମୁଖ୍ୟ ଚିକିତ୍ସା ନିର୍ମାଣ ଚାଲିଛି। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ମଧ୍ୟ ଲୋକଙ୍କ ସମସ୍ୟା ଦୂର ହେବନାହିଁ। ଏଥିପାଇଁ ଉନ୍ନତମାନର ରୋଗୀସେବା, ବିଭିନ୍ନ ବିଭାଗରେ ବିଶେଷଜ୍ଞ, ଡାକ୍ତର, ବୈଷୟିକ କର୍ମଚାରୀ ଏବଂ ସମସ୍ତ ରୋଗର ଚିକିତ୍ସା ବ୍ୟବସ୍ଥା ହୋଇପାରିଲେ ବୃହତ୍‌ ଚିକିତ୍ସାଳୟର ମହତ୍ତ୍ୱ ରହିବ। ସେହିପରି ଜିଲା ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ସୁରକ୍ଷିତ ମଣୁନାହାନ୍ତି। ସେଥିପାଇଁ ସେମାନେ ଏଠାରେ ରହିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଡାକ୍ତରଙ୍କ ପାଇଁ ସୁରକ୍ଷିତ ସରକାରୀ ବାସଗୃହ ନିର୍ମାଣ, ଅସାମାଜିକଙ୍କ କବଳରୁ ସେମାନଙ୍କୁ ସୁରକ୍ଷା ଦେବା ମଧ୍ୟ ଜରୁରୀ ହୋଇପଡ଼ିଥିବା ସେ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅନଗୁଳ-ଢେଙ୍କାନାଳ

୨ଟ୍ରକ ମୁହାଁମୁହିଁ ଧକ୍କା

୨ଟ୍ରକ ମୁହାଁମୁହିଁ ଧକ୍କା

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ବଅଁରପାଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ସାଳଗଡ଼ିଆ ଛକ ନିକଟରେ ମଙ୍ଗଳବାର ସକାଳେ ୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଟ୍ରକର ଚାଳକ ଗୁରୁତର ଆହତ ହୋଇଛନ୍ତି।

ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଛକ ନିକଟରେ ମଙ୍ଗଳବାର ଭୋର ସମୟରେ ଅଜଣା ଗାଡ଼ି ଧକ୍କାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ବନ୍ତଳା,୨୨।୧(ଡି.ଏନ.ଏ.)- କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ପୁରୁଣା ରାସ୍ତାର ଲାଛବନ୍ଧ ନିକଟରେ ଉଠା ଜଳସେଚନ ବିଭାଗର ପାଇପ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

କୋଇଲା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

କଣିହାଁ,୨୨।୧(ଡି.ଏନ.ଏ.)- ତାଳଚେର କୋଇଲା ଖଣି ଅଞ୍ଚଳରୁ କଣିହାଁ ସ୍ଥିତ ଜେଆଇଟିପିଏଲ୍‌ ପ୍ରକଳ୍ପକୁ କୋଇଲା ପରିବହନ କରୁଥିବା ଏକ ଟ୍ରକ୍‌ (ନଂ.ଓଆର-୧୪ଏମ-୪୨୫୭) ରବିବାର ବିଳମ୍ବିତ ରାତିରେ ଓଲଟି ପଡ଼ିବାରୁ ଚାଳକ ବଅଁରପାଳ ଥାନା ଗଡ଼ସନ୍ତ୍ରୀ ଗ୍ରାମର ଆର୍ତ୍ତତ୍ରାଣ ନାଏକଙ୍କ ମୃତ୍ୟୁ ଘଟିଛି।

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବଅଁରପାଳ,୨୨।୧(ଡି.ଏନ.ଏ.)- ବଅଁରପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କେଉଁଠି ଖୁଣ୍ଟ ବଙ୍କା ହୋଇ ରହିଛି ତ ଆଉ କେଉଁଠି କଳଙ୍କି ଲାଗିଯାଇଛି। କେତେବେଳେ ଏହା ଭାଙ୍ଗିପଡ଼ିବ ତାହା କହିହେବ ନାହିଁ। କୁଲାଡ଼, ନାଲ୍‌କୋ, ମେନ୍‌ଗେଟ୍‌ ଛକ, ବଅଁରପାଳ ସମେତ ବିଭିନ୍ନ ସ୍ଥାନରେ ଏପରି ବିପଦସଙ୍କୁଳ ଅବସ୍ଥାରେ ଖୁଣ୍ଟଗୁଡ଼ିକ ଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

ଦୁର୍ଘଟଣାରେ ଜଣେ ମୃତ

ତାଳଚେର,୨୨ା୧( ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ରାସ୍ତାରେ ଏକ ବାଇକ୍‌ ଧକ୍କାରେ ସେହି ଗ୍ରାମର କରୁଣା ବେହେରା (୪୬)ଙ୍କ ମୃତ୍ୟୁ ଘଟିଛି।

ଦେଶ ପ୍ରଗତିରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ତାଳଚେର,୨୨ା୧(ନି.ପ୍ର.)- ଗଡ଼ତଳ ଆଞ୍ଚଳିକ ମହାବିଦ୍ୟାଳୟର ୨୨ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଦେଶର ପ୍ରଗତିରେ ଛାତ୍ରୀଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ଡିପିଏସ୍‌ ସ୍କୁଲ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ସୋମବାର ପ୍ରଥମ କରି ସ୍କୁଲରେ ସରସ୍ବତୀ ପୂଜା ଆରମ୍ଭ ହୋଇଛ। ଏହି ସ୍କୁଲ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେହେଲେ ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ଆୟୋଜିତ ହୋଇ ନ ଥିଲା।

ଠିକା ଶ୍ରମିକଙ୍କ ବିକ୍ଷୋଭ

ଠିକା ଶ୍ରମିକଙ୍କ ବିକ୍ଷୋଭ

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ କୁଶଳୀ ମାନ୍ୟତା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଭୁବନ,୨୨।୧(ଡି.ଏନ୍‌.ଏ.): ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ନିକଟରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।