ଅନଗୁଳ-ଢେଙ୍କାନାଳ

କାଠ ଚାଲାଣ ମାମଲା: ଜେଲ୍‌ ଗଲେ ୧୪ ଅଭିଯୁକ୍ତ

କାଠ ଚାଲାଣ ମାମଲା: ଜେଲ୍‌ ଗଲେ ୧୪ ଅଭିଯୁକ୍ତ

ଢେଙ୍କାନାଳ ଅଫିସ, ୧୪।୧୨-ଢେଙ୍କାନାଳ ଜିଲା ସଦର ଥାନା ଗୋହିରାଖାଲ ନିକଟବର୍ତ୍ତୀ କଙ୍କଡ଼ାହାଡ଼ ସଂରକ୍ଷିତ ଜଙ୍ଗଲର ଜବରଦଖଲ କରି କାଠ ଚାଲାଣ ମାମଲାରେ ଅଟକ ୧୪ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ସଦର ରେଞ୍ଜ କାର୍ଯ୍ୟାଳୟରେ କେସ୍‌ ନଂ. ୨ ବିସିସି, ୭/୧୭ରେ ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, କେତେଜଣ ବ୍ୟକ୍ତି ସଂରକ୍ଷିତ ଜଙ୍ଗଲର ୫୦ ଏକର ଜମି ଜବରଦଖଲ କରି ପ୍ରାୟ ୨୦୦ ଟ୍ରିପ୍‌ କାଠ ଚାଲାଣ କରିଥିଲେ। ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଗୋହିରାଖାଲ ଅଞ୍ଚଳବାସୀ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିବାପରେ ବୁଧବାର ସଦର ରେଞ୍ଜରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ୧୪ଜଣଙ୍କୁ ଅଟକ ରଖାଯାଇଥିଲା। ଘଟଣାସ୍ଥଳରୁ ୫ଟି ଟ୍ରାକ୍ଟର, ଗୋଟିଏ ଜେସିବି ଏବଂ ୨ଟି ହିଟାଚି ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାବନ୍ଧର ସୁବାସ ଦେହୁରି, କାକୁଡିଭାଗର ସନ୍ତୋଷ କୁମାର, ମହୁଲବେରେଣିର ପ୍ରତାପ ନାୟକ, ବାଛୁରିବାଙ୍କର ମଦନ ସାହୁ, ଲମ୍ବୋଦରପୁରର ଅକ୍ରୂର ନାୟକ, ଅଉଖମାର ଶ୍ରୀକାନ୍ତ ସାହୁ, କନ୍ତିଓକାଟେଣୀ ଅଞ୍ଚଳର ତ୍ରିନାଥ ସେଠୀ, କାଉଁରିଆପାଳର ପ୍ରଦୀପ ସାହୁ, ଭାପୁର ଅଞ୍ଚଳର ସତ୍ୟବାଦୀ ସାହୁ, ରଣଜିତ ମହାରଣା, ଅନୁଗୋଳ ଖମାର ଗ୍ରାମର ସୂର୍ଯ୍ୟକାନ୍ତ ହେମ୍ବ୍ରମ୍‌, ଅନୁଗୋଳ ଅଞ୍ଚଳର ଶୁଭ୍ରାଂଶୁ ସ୍ବାଇଁ, ଠାକୁରଗୋଡା ଅଞ୍ଚଳର ଦିବ୍ୟରଞ୍ଜନ ମହାରଣା। ସମ୍ପୃକ୍ତ ଅଭିଯୁକ୍ତମାନେ ଗାଡ଼ି ଚାଳକ, ହେଲ୍‌ପର ଏବଂ ସୁପରଭାଇଜର। ଲମ୍ବୋଦରପୁର ଗ୍ରାମର ସହଦେବ ସାହୁ ଏହି ଦଳର ନେତୃତ୍ୱ ନେଉଥିବା ସଦର ରେଞ୍ଜର ପ୍ରସନ୍ନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

କ୍ରୀଡ଼ା ଛାତ୍ରାବାସ ନିମନ୍ତେ ୨୭ରୁ ପ୍ରତିଭା ଚୟନ

କ୍ରୀଡ଼ା ଛାତ୍ରାବାସ ନିମନ୍ତେ ୨୭ରୁ ପ୍ରତିଭା ଚୟନ

ଅନୁଗୋଳ ଅଫିସ,୨୧ା୬ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଯୋଗଦାନ ପାଇଁ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମକୁ ନେଇ ବୁଧବାର ପୂର୍ବାହ୍ନରେ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅଧାପନ୍ତରିଆ ପାନୀୟ ଜଳ ପ୍ରକଳ୍ପ

ଅଧାପନ୍ତରିଆ ପାନୀୟ ଜଳ ପ୍ରକଳ୍ପ

ଆଠମଲ୍ଲିକ,୨୧ା୬(ଡି.ଏନ.ଏ.) ଖରାଦିନକୁ ଆଖିରେ ରଖି ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଏହି ନିର୍ମାଣକୁ ୧୫ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଏହା ଅଧାପନ୍ତରିଆ ହୋଇ ପଡିରହିଛି।

ବର୍ଷକରେ ୪ ମା’ ଓ ୫୦ ଶିଶୁଙ୍କ ମୃତ୍ୟୁ

ବର୍ଷକରେ ୪ ମା’ ଓ ୫୦ ଶିଶୁଙ୍କ ମୃତ୍ୟୁ

ବଅଁରପାଳ,୨୧ା୬ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମନ୍ବିତ ଶିଶୁ ବିକାଶ ଯୋଜନାଠାରୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶିନ (ଏନ୍‌ଆର୍‌ଏଚ୍‌ଏମ୍‌) ଜରିଆରେ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି।

ବାଇକ୍‌ ଚଢ଼ିବା ପିଲାଦିନୁ ସଉକ୍‌

ବାଇକ୍‌ ଚଢ଼ିବା ପିଲାଦିନୁ ସଉକ୍‌

ଆଲ୍‌ବମ ଜଗତର ଜଣେ ନାମକରା ଚେହେରା। ନିଆରା କଣ୍ଠ ସ୍ବର ପାଇଁ ସେ ଓଲିଉଡ୍‌ରେ ତିଆରି କରିଛନ୍ତି ସ୍ବତନ୍ତ୍ର ସ୍ଥାନ। ଏହାକୁ ବାଦ୍‌ଦେଲେ ୟୁଟୁବ୍‌ରେ ମଧ୍ୟ ତାଙ୍କ ରାଜୁତି ଅନେକ। ନିକଟରେ ସେ ଗାଇଥିବା ‘ରାଜଧାନୀ ପ୍ରେମ ବିଡିଏରେ, କଟକର ପ୍ରେମ ସିଡିଏରେ, ଢେଙ୍କାନାଳ ପ୍ରେମ କଲେଜରେ’ ଗୀତ ଖୁବ୍‌ ଆଦୃତି ଲାଭ କରିଛି।

ବାଘ ଛଡ଼ାଯିବା ନିଷ୍ପତ୍ତିକୁ ବିରୋଧ

ବାଘ ଛଡ଼ାଯିବା ନିଷ୍ପତ୍ତିକୁ ବିରୋଧ

ଅନୁଗୋଳ ଅଫିସ୍‌,୨୧।୬ ସାତକୋଶିଆ ଅଭୟାରଣ୍ୟରେ ବାଘ ଛଡ଼ା ଯିବା ନେଇ ଥିବା ଯୋଜନାକୁ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜାସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମିତି ପକ୍ଷରୁ ଏକ ଦାବିପତ୍ର ଅନୁଗୋଳ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

ରୋକାଗଲା ବାଲ୍ୟବିବାହ

ରୋକାଗଲା ବାଲ୍ୟବିବାହ

ଢେଙ୍କାନାଳ ଅଫିସ୍‌, ୨୧ା୬ ବାଲ୍ୟବିବାହ ଦଣ୍ଡନୀୟ ଅପରାଧ। ଏହାକୁ ରୋକିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ରହିଛି କଡ଼ା ନିର୍ଦ୍ଦେଶ। ଏଥିପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଛି ଅନେକ ସଚେତନତା କାର୍ଯ୍ୟକ୍ରମ। ହେଲେ ଏହା ଗ୍ରାମାଞ୍ଚଳରେ ଅପହଞ୍ଚ ହୋଇ ରହିଛି।

ଜଣ୍ଡିସ୍‌ରେ ୨ ଆକ୍ରାନ୍ତ

ତାଳଚେର, ୨୧ା୬(ନି.ପ୍ର.)- ତାଳଚେରରେ ଦିନକୁ ଦିନ ଜଣ୍ଡିସ୍‌ ବ୍ୟାପି ଚାଲିଥିବାବେଳେ ବୁଧବାର ଆଉ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ଗୋପୀନାଥପୁର ୧୬ ନମ୍ବର ଓ୍ବାର୍ଡର ବିପିନ ବିହାରୀ ମାଝି(୪୫) ଓ ୧୧ ନମ୍ବର ଓ୍ବାର୍ଡର ବାହାଦୂର ନାଏକ(୪୬)।

ଆଠମଲ୍ଲିକ ପ୍ରତିନିଧିଙ୍କ ସହ  ପିସିସି ସଭାପତିଙ୍କ ଆଲୋଚନା

ଆଠମଲ୍ଲିକ ପ୍ରତିନିଧିଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

ବଇଣ୍ଡା, ୨୦।୬(ଡି.ଏନ.ଏ.)- କଂଗ୍ରେସ ସଂଗଠନକୁ ସଦୃଢ କରିବାକୁ ସମସ୍ତ କର୍ମୀଙ୍କୁ ଏକଜୁଟ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି (ପିସିସି)ସଭାପତି ନିରଞ୍ଜନ ପଟ୍ଟନାୟକ। ବୁଧବାର ଆଠମଲ୍ଲିକ ଓ କିଶୋରନଗର ବ୍ଲକର କଂଗ୍ରେସ ନେତାଙ୍କୁ ଭେଟି ଦଳକୁ ଆଗେଇ ନେବାକୁ ପରାମର୍ଶ ଦେବା ସହ ଆଗାମୀ ନିର୍ବାଚନରେ ଦଳକୁ ସଫଳତା ମିଳିବା ନେଇ ପିସିସି ସଭାପତି ଋଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି।

ଅଟୋ-ବାଇକ୍‌ ଧକ୍କା, ୩ ଗୁରୁତର

ଅଟୋ-ବାଇକ୍‌ ଧକ୍କା, ୩ ଗୁରୁତର

ବଇଣ୍ଡା, ୨୦।୬(ଡି.ଏନ.ଏ.)- ନାକିଚି-ଠାକୁରଗଡ ପୂର୍ତ୍ତ ବିଭାଗ ରାସ୍ତାର ହଣ୍ଡପା ଥାନା ଉରୁକୁଳା ନିକଟରେ ବୁଧବାର ଅପରାହ୍ନରେ ଏକ ଅଟୋ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍‌ ଚାଳକ କିଶୋରନଗର ଥାନା ତୁରୁଡା ଗ୍ରାମର ବିଭତ୍ସ ସାହୁ, ତାଙ୍କ ସହଯୋଗୀ (ପରିଚୟ ଜଣାପଡିନି) ଏବଂ ଅଟୋ ଚାଳକ ହଣ୍ଡପା ଥାନା ବଡଡଙ୍ଗିଆଣୀ ଗ୍ରାମର

ଅନଶନର ୩ ଦିନ ପରେ ବି ପଦକ୍ଷେପ ନାହିଁ

ଅନଶନର ୩ ଦିନ ପରେ ବି ପଦକ୍ଷେପ ନାହିଁ

ତାଳଚେର,୨୦ା୬(ନି.ପ୍ର)- ତାଳଚେର ବ୍ଲକ ଟେଣ୍ଟୁଲେଇ ପଞ୍ଚାୟତ ଅନ୍ତର୍ଗତ ହାଉସିଂବୋର୍ଡ ଭଞ୍ଜକଲୋନୀ, ମିନାବଜାର, ଗୁରୁଦ୍ୱାର ଅଞ୍ଚଳବାସୀ ସୋମବାରଠାରୁ ରାସ୍ତା ମରାମତି ଓ ଉନ୍ନତୀକରଣ ଦାବିରେ ଚଳାଇଥିବା ଅନଶନକୁ ୩ ଦିନ ବିତିଯାଇଥିଲେ ବି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ।

ମାଉସୀମା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ମାଉସୀମା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ତାଳଚେର,୨୦।୬(ନି.ପ୍ର.)- ତାଳଚେର ଟାଉନଠାରେ ଥିବା ମାଉସୀମା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ବୁଧବାର କଳସ ଶେଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୨୧ରେ କୁମ୍ଭ ସ୍ନାନ, ବିଗ୍ରହମାନଙ୍କ ମହାସ୍ନାନ, ଯୁପାଧିବାସ, ବିଶେଷ ହୋମ, ୨୨ରେ ବିଗ୍ରହମାନଙ୍କ ପ୍ରାଣ ପ୍ରତିଷ୍ଠା, ଯୁପାରୋପଣ, ଧ୍ୱଜାରୋହଣ, କୁମ୍ଭାରୋହଣ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।

୫ କେଜି ଗଞ୍ଜେଇ ଜବତ

୫ କେଜି ଗଞ୍ଜେଇ ଜବତ

ତାଳଚେର,୨୦।୬(ନି.ପ୍ର.)- ଅବକାରୀ ଅଧୀକ୍ଷକ ହରିଶ୍ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶରେ ଅବକାରୀ ନିରୀକ୍ଷକ ସୁମିତ୍ରା ଓରାମ, ଧନେଶ୍ୱର ବରାଡ, ସଦର ରେଞ୍ଜ ନିରୀକ୍ଷକ ନିନା ବେହେରାଙ୍କ ନେତୃତ୍ୱରେ ଗଠିତ ଏକ ସ୍ବତନ୍ତ୍ର ଦଳ ବୁଧବାର ସମଲ ଥାନା ପବିତ୍ରନଗର ଛକ ଠାରେ ଚଢାଉ କରି ୫.୧୦୦ କେଜି ଗଞ୍ଜେଇ ଜବତ କରିଥିଲେ।

Model This Week

ପ୍ରଭାତ