ଅନଗୁଳ-ଢେଙ୍କାନାଳ

କର୍ମଚାରୀଙ୍କୁ ଅନୁକମ୍ପା: ୩ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି

କର୍ମଚାରୀଙ୍କୁ ଅନୁକମ୍ପା: ୩ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି
ଢେଙ୍କାନାଳ ଅଫିସ, ୧୪।୧୨-ଢେଙ୍କାନାଳ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ଗାଦି ମାଡ଼ି ବସିଛନ୍ତି କର୍ମଚାରୀ। ସରକାରୀ ନିୟମ ଉଲ୍ଲଂଘନ କରି ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ କର୍ମଚାରୀଙ୍କ ବଦଳିରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରେ ହସ୍ତଗତ ହୋଇଥିବା ତଥ୍ୟରେ ଏପରି ହଟଚମଟ ପଦାକୁ ଆସିଛି। ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଜିଲା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରିୟବ୍ରତ ଗଡ଼ନାୟକ। ଖିଲାପି କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର ସନ୍ଧ୍ୟାରେ ସେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଗତ ଜୁଲାଇ ୧୪ରେ ଓଡ଼ିଶା ରାଜସ୍ବ ବିଭାଗ ପକ୍ଷରୁ ଜିଲା କାର୍ଯ୍ୟାଳୟକୁ ଚିଠି ନଂ. ୨୨୮୦୧ରେ ବଦଳି ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣି, ବରିଷ୍ଠ କିରାଣି, କନିଷ୍ଠ କିରାଣି, ରାଜସ୍ବ କ୍ଷେତ୍ର ପରିଦର୍ଶକ, ରାଜସ୍ବ ନିରୀକ୍ଷକ ଏବଂ ଅମିନଙ୍କୁ ବଦଳି କରିବାକୁ ଏଥିରେ ଦର୍ଶାଯାଇଥିଲା। ଜୁଲାଇ ୩୧ ସୁଦ୍ଧା ଅତିରିକ୍ତ ଜିଲାପାଳଙ୍କ ଦ୍ୱାରା ୨୦୨ କର୍ମଚାରୀଙ୍କ ମଧ୍ୟରୁ ୧୦୪ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତେବେ ଉକ୍ତ ବଦଳିରେ ସ୍ବଚ୍ଛତା ଅବଲମ୍ବନ କରାଯାଇନାହିଁ। ଜିଲା କାର୍ଯ୍ୟାଳୟରେ ଥିବା ୨୨ ବରିଷ୍ଠ କିରାଣିଙ୍କ କେବଳ ବିଭାଗ ପରିବର୍ତ୍ତନ କରାଯାଇଛି। ସେହିପରି ୩ଜଣ ରାଜସ୍ବ କ୍ଷେତ୍ର ନିରୀକ୍ଷକଙ୍କ ମଧ୍ୟରୁ ୨ଜଣ, ୨୨ ଆର୍‌ଆଇଙ୍କ ଭିତରୁ ୧୬, ୩୭ ଉପରାଜସ୍ବ ନିରୀକ୍ଷକଙ୍କ ମଧ୍ୟରୁ ୧୯ ଏବଂ ୩୭ ଅମିନଙ୍କ ମଧ୍ୟରୁ କେବଳ ୮ଜଣଙ୍କ ବଦଳି କରାଯାଇଛି। ଗୋଟିଏ ସ୍ଥାନରେ ୩ବର୍ଷ ପୂରଣ କରିଥିବା ଅନ୍ୟ କର୍ମଚାରୀଙ୍କୁ କେଉଁ ସ୍ବାର୍ଥରେ ବଦଳି କରାଯାଇନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରିୟବ୍ରତ। ଅନ୍ୟପଟେ ପ୍ରିୟବ୍ରତଙ୍କୁ ମିଳିଥିବା ତଥ୍ୟର ଚିଠିରେ (ନଂ. ୧୮୧୬) ବଦଳିର ଅବଧି ସୀମା ଅକ୍ଟୋବର ୪ ଦର୍ଶାଯାଇଛି। ଇତିମଧ୍ୟରେ ୪ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଗଲାଣି। ତଥାପି କର୍ମଚାରୀଙ୍କ ବଦଳି ପ୍ରସଙ୍ଗରେ ପ୍ରଶାସନିକ ନୀରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜସ୍ବ ବିଭାଗ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରି ଅନେକ କର୍ମଚାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର ଅଭିଯାନର ଆବାହକ। ଏ ସଂକ୍ରାନ୍ତରେ ସେ ଜିଲାପାଳଙ୍କୁ ଜଣାଇବା ସହ ଏହାର ନକଲ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ସମ୍ବଲପୁର ରାଜସ୍ବ ଆୟୋଗଙ୍କ ନିକଟକୁ ପଠଇଛନ୍ତି। ଏ ନେଇ ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ କୁହନ୍ତି, ଘଟଣାକୁ ନେଇ ଅଭିଯୋଗ ଆସିଛି। ବଦଳିର ସମୟ ପୂରିଯାଇଛି। ଅଭିଯୋଗ ଉପରେ ସମ୍ପୂର୍ଣ୍ଣ ଯାଞ୍ଚ ଓ ଅନୁଧ୍ୟାନ କରାଯିବାପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ।
All Right Reserved By

ଅନଗୁଳ-ଢେଙ୍କାନାଳ

କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ:   ଶିଖିଲେ, ଶିଖାଇଲ ଜ୍ଞାନ ବଢ଼େ

କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ: ଶିଖିଲେ, ଶିଖାଇଲ ଜ୍ଞାନ ବଢ଼େ

ଢେଙ୍କାନାଳ ଅଫିସ, ୧୩ା୧୨-ଢେଙ୍କାନାଳ ସହର ଉପକଣ୍ଠ ବନମାଳୀପ୍ରସାଦସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି ା ମୁଖ୍ୟଅତିଥି ଭାବେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ପିଲାଙ୍କ ମଧ୍ୟରେ ଆଗ୍ରହ ଶକ୍ତି ବଢ଼ାଇବା ଦରକାର। ଶିଖିବା ସହ ଅନ୍ୟକୁ ଶିଖାଇଲେ ଜ୍ଞାନ ବଢ଼େ। ଆଜିକାର ପିଲାମାନେ ମୋବାଇଲରେ ଅଧିକ ସମୟ ବିତାଉଛନ୍ତି। ଫଳରେ ସାମାଜିକସ୍ତରରେ ଭାବର ଆଦାନପ୍ରଦାନ କମିଗଲାଣି। 

ମଠକରଗୋଳାରେ ମଣ୍ଡି ଆରମ୍ଭ:  ପ୍ରଥମ ଦିନ ଧାନ ବିକିଲେ ୮ ଚାଷୀ

ମଠକରଗୋଳାରେ ମଣ୍ଡି ଆରମ୍ଭ: ପ୍ରଥମ ଦିନ ଧାନ ବିକିଲେ ୮ ଚାଷୀ

ଭୁବନ, ୧୩।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ମଠକରଗୋଳା ସେବା ସମବାୟ ସମିତି ପକ୍ଷରୁ ଗୁରୁବାର ଧାନମଣ୍ଡି ଆରମ୍ଭ ହୋଇଛି। ଅନୁଗୋଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା, ସେବା ସମବାୟ ସମିତି ସଭାପତି ନିରଞ୍ଜନ ବେହେରା ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୧,୦୦୦ କୁଇଣ୍ଟାଲ ଧାନ କିଣିବାକୁ ଅନୁମତି ମିଳିଛି। ପ୍ରଥମ ଦିନରେ ୮ଚାଷୀଙ୍କଠାରୁ ୨୨୦.୫୬ କୁଇଣ୍ଟାଲ ଧାନ କିଣାଯାଇଛି। ହେଲେ ଧାନକ୍ରୟ ଦାୟିତ୍ୱ ନେଇଥିବା ମା’ କାମାକ୍ଷୀ ଫୁଡ଼ ପ୍ରୋସେଶର ମିଲର କୁଇଣ୍ଟାଲ ପିଛା ୪କେଜି ଧାନ କାଟିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।

ପୁଣେରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ପୁଣେରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ପରଜଙ୍ଗ, ୧୩।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରୋଡ଼ ଗ୍ରାମର ପରମାନନ୍ଦ ନାୟକଙ୍କ ପୁଅ ଚନ୍ଦନ ନାୟକ(୧୯)ଙ୍କ ଗୁରୁବାର ପୁଣେରେ ମୃତ୍ୟୁ ଘଟିଛି। ଚନ୍ଦନ କିଛିଦିନ ହେଲା ମାନସିକ ଚାପରେ ଥିଲେ। ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସାଙ୍ଗମାନେ କହିଛନ୍ତି। 

‘କ୍ରୀଡ଼ା ଶିକ୍ଷାର ଏକ ଅଙ୍ଗ’

‘କ୍ରୀଡ଼ା ଶିକ୍ଷାର ଏକ ଅଙ୍ଗ’

ପରଜଙ୍ଗ, ୧୩।୧୨(ଡି.ଏନ୍‌.ଏ.)-ପରଜଙ୍ଗ ମହାବିଦ୍ୟାଳୟ ପକ୍ଷରୁ ଭାରତୀ ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଚାଲିଥିବା ୩୯ତମ ବାର୍ଷିକ କ୍ରୀଡ଼ା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥିଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଯୋଗଦେଇ କହିଲେ, କ୍ରୀଡ଼ା ହେଉଛି ଶିକ୍ଷାର ଏକ ଅଙ୍ଗ। ଖେଳକୁ ନେଇ ଅନେକ ସମ୍ଭାବନା ସୃଷ୍ଟି ହୋଇଛି। ଆଜିର ସମୟରେ ଶିକ୍ଷା ସହ କ୍ରୀଡ଼ା ମଧ୍ୟ ସେତିକି ଜରୁରୀ।

ପିସିସି ସଭାପତିଙ୍କୁ  ସ୍ବାଗତ ସମ୍ବର୍ଦ୍ଧନା

ପିସିସି ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବନ୍ତଳା,୧୩।୧୨(ଡି.ଏନ.ଏ.)- ପିସିସି(ପ୍ରଦେଶ କଂଗ୍ରେସ କମିଟି)ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଜିଲା ଗସ୍ତ କରିଛନ୍ତି। 

ଶେଲଟର ହୋମ ଯୌନଶୋଷଣ ମାମଲା: ତଦନ୍ତ ପାଇଁ ଢେଙ୍କାନାଳରେ ପହଞ୍ଚିଲା ଏନ୍‌ସିପିସିଆର  ପ୍ରତିନିଧି ଦଳ

ଶେଲଟର ହୋମ ଯୌନଶୋଷଣ ମାମଲା: ତଦନ୍ତ ପାଇଁ ଢେଙ୍କାନାଳରେ ପହଞ୍ଚିଲା ଏନ୍‌ସିପିସିଆର ପ୍ରତିନିଧି ଦଳ

ଢେଙ୍କାନାଳ ଅଫିସ, ୧୩।୧୨- ଢେଙ୍କାନାଳ ସଦର ଥାନା ବେଲଟିକିରିସ୍ଥିତ ‘ଗୁଡ୍‌ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟର’ ଶେଲଟର ହୋମ ଯୌନଶୋଷଣ ଏବଂ ଶିଶୁ ନିର୍ଯାତନା ମାମଲାର ତଦନ୍ତ ପାଇଁ କେନ୍ଦ୍ର ଶିଶୁ  ଅଧିକାର ସୁରକ୍ଷା ଆୟୋଗର(ଏନ୍‌ସିପିସିଆର) ପ୍ରତିନିଧି ଦଳ ଗୁରୁବାର  ଢେଙ୍କାନାଳରେ ପହଞ୍ଚିଛନ୍ତି।  

ବାଇକରୁ ପଡି ୩ ଗୁରୁତର

ବାଇକରୁ ପଡି ୩ ଗୁରୁତର

ପରଜଙ୍ଗ, ୧୩।୧୨(ଡି.ଏନ.ଏ):ଢ଼େଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିନ ମହାବିରୋଡ଼ ଛକଠାରୁ ଅଳ୍ପ ଦୂରରେ ଗୁରୁବାର ସକାଳେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ସେଥିରେ ଯାଉଥିବା ମହାବିରୋଡ଼ ଗ୍ରାମର ନୀତିଆ ମୁଣ୍ଡା, ଶ୍ୟାମ ମୁଣ୍ଡା ଓ ଦଶୀପୁର ଗ୍ରାମର ପଦିଆ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି।

ଘର ଭାଙ୍ଗିଲା ଦନ୍ତା: ଅଳ୍ପକେ ବର୍ତ୍ତିଲେ ପରିବାର

ଘର ଭାଙ୍ଗିଲା ଦନ୍ତା: ଅଳ୍ପକେ ବର୍ତ୍ତିଲେ ପରିବାର

ପରଜଙ୍ଗ, ୧୩।୧୨(ଡି.ଏନ.ଏ): ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ ଲୋଧଣୀ ପଞ୍ଚାୟତ ଦଳିତ ବସ୍ତିରେ ବୁଧବାର ବିଳମ୍ବିତ ରାତିରେ ରବି ନାଏକ ଓ ବିରଞ୍ଚି ନାଏକଙ୍କ ଘର ଦନ୍ତା ଭାଙ୍ଗି ଦେଇଛି। ତେବେ ଦୁଇ ପରିବାର ଘରେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବିଦ୍ୟୁତ ତାର ଲାଗି ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର

ବିଦ୍ୟୁତ ତାର ଲାଗି ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର

ଛେଣ୍ଡିପଦା,୧୩।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସସ୍ପର୍ଶରେ ଆସି ଏକ ଧାନ ବୋଝେଇ ଟ୍ରାକ୍ଟର ପୋଡ଼ି ଯାଇଛି। ଉକ୍ତ ଗ୍ରାମର ନେଙ୍କୁରୀ ସାହୁ ଟ୍ରାକ୍ଟର ଯୋଗେ ବିଲରୁ ଧାନ ଖଳାକୁ ଆଣୁଥିଲେ। ବରପଦା କେନ୍ଦୁପଶି ସାହି ନିକଟରେ ଗାଡ଼ିର ଡାଲାଟି ବିଦ୍ୟୁତ ତାରରେ ଲାଗି ଯାଇଥିଲା।

ମୂଲ୍ୟବୋଧଭିତ୍ତିକ ଆଧ୍ୟାତ୍ମିକ ସଶକ୍ତୀକରଣ କାର୍ଯ୍ୟକ୍ରମ: ‘ସକାରାତ୍ମକ ଭାବନା ସୁସ୍ଥ ସମାଜ ଗଢ଼ିବ’

ମୂଲ୍ୟବୋଧଭିତ୍ତିକ ଆଧ୍ୟାତ୍ମିକ ସଶକ୍ତୀକରଣ କାର୍ଯ୍ୟକ୍ରମ: ‘ସକାରାତ୍ମକ ଭାବନା ସୁସ୍ଥ ସମାଜ ଗଢ଼ିବ’

ଢେଙ୍କାନାଳ ଅଫିସ, ୧୩ା୧୨: ପିଲାଙ୍କୁ କେବଳ ପାଠକ୍ରମ ଅନୁଯାୟୀ ଶିକ୍ଷା ଦେଲେ ପରିବର୍ତ୍ତନ ଆସେନାହିଁ। ସେମାନଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବାକୁ ହେଲେ ମୂଲ୍ୟବୋଧଭିତ୍ତିକ ଶିକ୍ଷା, ଚିନ୍ତାମୁକ୍ତ ଜୀବନ, ବ୍ୟକ୍ତିତ୍ୱ ବିକାଶ, ରାଜଯୋଗ ଅଭ୍ୟାସ, ନିଶାମୁକ୍ତ ସମାଜ ଗଠନ ସମ୍ପର୍କରେ ସଚେତନ କରାଯିବା ଜରୁରୀ। 

ଅଣ-ଅର୍ଦ୍ଧକୁଶଳୀକୁ ନେଇ କେଁ: ଅସନା ଦିଶିଲାଣି ଅନୁଗୋଳ ସହର

ଅଣ-ଅର୍ଦ୍ଧକୁଶଳୀକୁ ନେଇ କେଁ: ଅସନା ଦିଶିଲାଣି ଅନୁଗୋଳ ସହର

ଅନୁଗୋଳ ଅଫିସ, ୧୩।୧୨: ଅନୁଗୋଳ ସହରର ଅଳିଆ କେଉଁଠି ପଡ଼ିବ ତାହାକୁ ନେଇ ଦୀର୍ଘ ବର୍ଷ ହେଲା ବାଦ ବିବାଦ ଚାଲିଥିବା ବେଳେ ସଫେଇ କର୍ମଚାରୀଙ୍କ ଘନ ଘନ କାର୍ଯ୍ୟବନ୍ଦ ଆନ୍ଦୋଳନ ପୌର ପ୍ରଶାସନ ପାଇଁ ଏବେ ନୂଆ ଅଡ଼ୁଆ ସୃଷ୍ଟି କରିଛି। 

ଶେଲଟର ହୋମ୍‌ ଯୌନଶୋଷଣ ମାମଲା; ଫୟାଜ୍‌ଙ୍କ ଜାମିନ ଆବେଦନ ଖାରଜ

ଶେଲଟର ହୋମ୍‌ ଯୌନଶୋଷଣ ମାମଲା; ଫୟାଜ୍‌ଙ୍କ ଜାମିନ ଆବେଦନ ଖାରଜ

ଢେଙ୍କାନାଳ ଅଫିସ, ୧୨ା୧୨-ଢେଙ୍କାନାଳ ସଦର ଥାନା ବେଲଟିକିରିସ୍ଥିତ ‘ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର’ ଶେଲ୍‌ଟର ହୋମ୍‌  ଯୌନଶୋଷଣ ଏବଂ ଶିଶୁ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ଅନୁଷ୍ଠାନର ଚେୟାରମ୍ୟାନ ଫୟାଜ୍‌ ରେହମାନଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି। ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ଦାୟିତ୍ୱରେ ଥିବା ଅତିରିକ୍ତ ଜିଲା ଦୌରାଜଜ୍‌ କ୍ଷୀରୋଦ କୁମାର ଦାସ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।