ଅନଗୁଳ-ଢେଙ୍କାନାଳ

ବଢ଼ୁଛି ବୁଦ୍ଧେଶ୍ୱର ଶୈବପୀଠ କମିଟି ଗଠନ ବିବାଦ:ସଭାପତି ଚୟନ ନୋହିଲା

ବଢ଼ୁଛି ବୁଦ୍ଧେଶ୍ୱର ଶୈବପୀଠ କମିଟି ଗଠନ ବିବାଦ:ସଭାପତି ଚୟନ ନୋହିଲା

ଭୁବନ, ୧୪।୧୨(ଡି.ଏନ୍‌.ଏ.)-ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ସୁରକ୍ଷିତ କରିଥିବା ଭୁବନ ବୁଦ୍ଧେଶ୍ୱର ଶୈବପୀଠର ନୂତନ ପରିଚାଳନା କମିଟି ଗଠନକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ସଭାପତି ପଦବୀ ପାଇଁ ଆଶାୟୀ ଥିବା ଦୁଇ ଗୋଷ୍ଠୀ ମଧ୍ୟରେ ମତାନ୍ତର ଲାଗିରହିଛି। ଗୋଟିଏ ଗୋଷ୍ଠୀ ପ୍ରତିପକ୍ଷକୁ ବିରୋଧ କରୁଥିବାରୁ ସଭାପତି ଚୟନ ହୋଇପାରୁନାହିଁ। କମିଟି ଗଠନ ହୋଇପାରୁ ନ ଥିବାରୁ ମନ୍ଦିର ପରିଚାଳନାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ, ବୁଧବାର ତହସିଲଦାର ପରକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସଭାପତି ଚୟନ ପାଇଁ ମନ୍ଦିର ପରିସରରେ ବୈଠକ ବସିଥିଲା। ଡେପୁଟି କଲେକ୍ଟର ଶ୍ୟାମସୁନ୍ଦର ସାହୁ, ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ। ଦେବୋତ୍ତର ବିଭାଗର ପରିଚାଳନା କମିଟି ସମ୍ପର୍କିତ ସମସ୍ତ ନୀତିନିୟମ ଆଲୋଚନା କରାଯାଇ ସର୍ବସମ୍ମତ୍ତିକ୍ରମେ ୩୫ଜଣିଆ କମିଟି ଗଠିତ ହୋଇଛି। ଏଥିରେ ଏନ୍‌ଏସିର ୧୫ଟି ଓ୍ବାର୍ଡରୁ ୨ଜଣ ଲେଖାଏଁ ପ୍ରତିନିଧିଙ୍କୁ ମନୋନୀତ କରାଯାଇଛି। ସେହିପରି ୫ ମହିଳା କମିଟିରେ ସ୍ଥାନ ପାଇଛନ୍ତି।
ଏହାପରେ ସଭାପତି ଏବଂ ସମ୍ପାଦକ ପଦବୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ନନ୍ଦକିଶୋର ସାହୁଙ୍କୁ ସଭାପତି ପଦବୀ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଆସିଥିଲା। ତେବେ ଏହାକୁ ଅପର ଗୋଷ୍ଠୀର କେତେଜଣ ସଦସ୍ୟ ବିରୋଧ କରିଥିଲେ। ମନ୍ଦିର ପରିଚାଳନା କମିଟି ଗଠନରେ ରାଜନୀତି କରାଯାଉଥିବା ସେମାନେ ଅଭିଯୋଗ କରଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ବ୍ରଜବନ୍ଧୁ ବେହେରାଙ୍କ ନାମ ପ୍ରସ୍ତାବ ଆସିଥିଲା। ଏହାକୁ ମଧ୍ୟ ପୂର୍ଣ୍ଣ ସମର୍ଥନ ମିଳି ନ ଥିଲା। ଅପରାହ୍ନ ଯାଏ ବିବାଦର କୌଣସି ମୀମାଂସା ହୋଇପାରି ନ ଥିଲା। ବିବାଦ ବଢ଼ିବାରୁ ତହସିଲଦାର ଏଥିରେ ହସ୍ତକ୍ଷେପ କରିଥିଲେ। ଚଳିତ ମାସ ୨୧ତାରିଖ ସୁଦ୍ଧା ଚୟନ ହୋଇଥିବା ୩୫ଜଣ ସଦସ୍ୟ ପରିଚାଳନା କମିଟି ଗଠନ କରି ପ୍ରଶାସନକୁ ଅବଗତ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପର୍କରେ ନନ୍ଦକିଶୋର କହିଛନ୍ତି, ବୁଦ୍ଧେଶ୍ୱର ଶୈବପୀଠରେ ସେବା କରିବା ପାଇଁ ସେ ମନ ବଳାଇଥିଲେ। ଅଞ୍ଚଳର ବୁଦ୍ଧିଜୀବୀମାନେ ଏହାକୁ ସ୍ବାଗତ କରିଥିବାବେଳେ କେତେଜଣ ବ୍ୟକ୍ତି ଏହାକୁ ବିରୋଧ କରୁଛନ୍ତି। ସୁଯୋଗ ମିଳିଲେ ମହାଦେବଙ୍କ ସେବା କରିବାରେ ପଛଘୁଞ୍ଚା ଦେବେନାହିଁ ବୋଲି ସେ କହିଛନ୍ତି। ସେହିପରି ବ୍ରଜବନ୍ଧୁ କହିଛନ୍ତି, ଦୀର୍ଘଦିନ ହେଲା ସେ ଅଞ୍ଚଳର ପ୍ରତ୍ୟକ୍ଷ ଦେବତା ବୁଦ୍ଧେଶ୍ୱରଙ୍କ ସେବା କରି ଆସୁଛନ୍ତି। ପରିଚାଳନା କମିଟିର କର୍ମକର୍ତ୍ତାମାନେ ତାଙ୍କୁ ସଭାପତି ଭାବେ ମନୋନୀତ କରିବାକୁ ଆଗ୍ରହୀ ଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାୟିତ୍ୱ ମିଳିଲେ ପୀଠର ଉନ୍ନୟନମୂଳକ କାର୍ଯ୍ୟ ଆଗକୁ ନେବାକୁ ପ୍ରୟାସ କରିବେ ବୋଲି ସେ କହିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଜାତୀୟ ରାଜପଥ ଜଳମଗ୍ନ

ଜାତୀୟ ରାଜପଥ ଜଳମଗ୍ନ

ବଅଁରପାଳ,୨୨।୭(ଡି.ଏନ୍‌.ଏ.): ନାଲ୍‌କୋ ନିକଟ କାଣ୍ଡସର ପେଟ୍ରୋଲ ଟାଙ୍କିଠାରେ ୫୫ ନମ୍ବର ଜାତୀୟ ରାଜପଥ ଜଳ ମଗ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ରାସ୍ତା ଉପରେ ଆଣ୍ଠୁଏ ପାଣି

ରାସ୍ତା ଉପରେ ଆଣ୍ଠୁଏ ପାଣି

ଛେଣ୍ଡିପଦା,୨୨।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ମାଛକୁଟା ଗ୍ରାମ ରାସ୍ତା ଉପରେ ବର୍ଷା ଯୋଗୁ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମୟରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟ ରାସ୍ତାରେ ବର୍ଷା ପାଣି

ମୁଖ୍ୟ ରାସ୍ତାରେ ବର୍ଷା ପାଣି

ଛେଣ୍ଡିପଦା,୨୨।୭(ଡି.ଏନ୍‌.ଏ.): ଛେଣ୍ଡିପଦା-ଜରପଡା ପୂର୍ତ୍ତ ବିଭାଗ ରାସ୍ତା ଉପରେ ବାଲିପଟା ଗ୍ରାମ ବୁଲାଣିଠାରେ ବର୍ଷା ପାଣି ଜମି ରହିଛି। ପ୍ରାୟ ୨ ଫୁଟ ଉଚ୍ଚା ବର୍ଷା ପାଣି ଜମି ରହିଥିବା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଘର ଭିତରକୁ ପଶିଗଲା ଟ୍ରକ

ଘର ଭିତରକୁ ପଶିଗଲା ଟ୍ରକ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.): ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ଗ୍ରାମଠାରେ ଶନିବାର ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା କାଳନ୍ଦୀ ବାରିକଙ୍କ ଘର ଭିତରକୁ ପଶିଯାଇଥିଲା।

କୁଡ଼ିଆରୁ କାଶୀନାଥ ଉଦ୍ଧାର

କୁଡ଼ିଆରୁ କାଶୀନାଥ ଉଦ୍ଧାର

ଢେଙ୍କାନାଳ ଅଫିସ, ୨୨।୭: ଛାଡ଼ିମାଟି ପତ୍ର କୁଡ଼ିଆରେ ଅସହାୟ ଅବସ୍ଥାରେ ରହୁଥିବା ୮୦ ବର୍ଷୀୟ କାଶୀନାଥ ପଧାନଙ୍କ ପାଖରେ ପହଞ୍ଚିଛି ସହାୟତାର ହାତ। ଶନିବାର ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ପାଲଲହଡା,୨୨।୭(ଡି.ଏନ.ଏ): ଘର ଯାଏ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ବର୍ଷାରେ ଫୁଲି ଉଠିଥିବା ନୁଡେଇ ନାଳ ଏଥିରେ ସାଜିଲା ପ୍ରତିବନ୍ଧକ। ଏପରିସ୍ଥିତିରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ଦେଢ଼ କିମି ରାସ୍ତା ଖଟିଆରେ ବୁହାହୋଇ ଆସିଲେ।

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ଭୁବନ, ୨୨।୭(ଡି.ଏନ.ଏ.): ବ୍ୟାଟେରିଚାଳିତ ବାଇକ୍‌ ତିଆରି ଚର୍ଚ୍ଚାର ପରିଧିକୁ ଆସିଥିବା ଭୁବନର ବିଶୁ ମହାରଣାଙ୍କୁ ସହାୟତା କରିବାକୁ ଆଗଭର ହୋଇଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ। ଗଣମାଧ୍ୟମରେ ଖବର ପ୍ରକାଶ ଏବଂ ସୋସିଆଲ ମିଡିଆରେ ବିଶୁଙ୍କ ହାତ ତିଆରି ବାଇକ୍‌ର ଫଟୋ ଭାଇରାଲ ହେବା ପରେ ଏହା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟିକୁ ଆସିଥିଲା।

ଖୋଲିଲା ଦଣ୍ଡାଧାର ସ୍ପିଲ୍‌ ଓ୍ବେ ଗେଟ୍‌

ଖୋଲିଲା ଦଣ୍ଡାଧାର ସ୍ପିଲ୍‌ ଓ୍ବେ ଗେଟ୍‌

ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ.ଏ.), ୨୨।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨ଦିନ ହେଲା ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଏହାକୁ ନେଇ ସୃଷ୍ଟି ହୋଇଛି ଭୟାବହ ପରିସ୍ଥିତି।

ବାପୁଜୀ କଲେଜରେ  ସାମୂହିକ ବୃକ୍ଷରୋପଣ

ବାପୁଜୀ କଲେଜରେ ସାମୂହିକ ବୃକ୍ଷରୋପଣ

ଛେଣ୍ଡିପଦା,୨୧।୭(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ବାପୁଜୀ କଲେଜରେ ଶନିବାର ସାମୂହିକ ବୃକ୍ଷରୋପଣ କରାଯାଇଛି। ପୂର୍ବାହ୍ନରେ କଲେଜର ଶତାଧିକ ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକ କାର୍ଯ୍ୟକ୍ରମରେ ସାମିଲ ହୋଇ ୩୫୦ଟି ଶାଗୁଆନ ଚାରାରୋପଣ କରିଥିଲେ।

ଲଘୁଚାପ ବର୍ଷା, ଜନ ଜୀବନ ଅସ୍ତବ୍ୟସ୍ତ

ବଇଣ୍ଡା,୨୧।୭(ଡି.ଏନ.ଏ)- ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ସା ସମୟରୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ନବୋଦୟ ବିଦ୍ୟାଳୟରେ ବନ ମହୋତ୍ସବ: ଲାଗିଲା ୩୦୦ ଚାରା

ନବୋଦୟ ବିଦ୍ୟାଳୟରେ ବନ ମହୋତ୍ସବ: ଲାଗିଲା ୩୦୦ ଚାରା

ପରଜଙ୍ଗ, ୨୧।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଶନିବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କର୍ମଚାରୀ, ପୁରାତନ ଛାତ୍ର ଏବଂ ବନ ବିଭାଗ ମିଳିତ ସହଯୋଗରେ ସ୍କୁଲ ପରିସରରେ ବିଭିନ୍ନ ପ୍ରଜାତିର ୩୦୦ ପ୍ରକାର ଚାରା ରୋପଣ କରାଯାଇଛି।

ହାଣ୍ଡିଗୋଡା - ଜାମୁନାଳୀ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ

ହାଣ୍ଡିଗୋଡା - ଜାମୁନାଳୀ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ

ଛେଣ୍ଡିପଦା,୨୧।୭(ଡି.ଏନ.ଏ)- ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ କୋଡାସାହି ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଗୋଡା ଗ୍ରାମଠାରୁ ଜାମୁନାଳୀ ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୨ କିମି ବିଶିଷ୍ଟ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ