ଅନଗୁଳ-ଢେଙ୍କାନାଳ

ବାଇକ୍‌ ଧକ୍କାରେ ଛାତ୍ରୀ ଗୁରୁତର: ୬୩ ନଂ. ରାଜପଥ ଅବରୋଧ

ବାଇକ୍‌ ଧକ୍କାରେ ଛାତ୍ରୀ ଗୁରୁତର: ୬୩ ନଂ. ରାଜପଥ ଅବରୋଧ
ଛେଣ୍ଡିପଦା, ୧୪ା୧୨(ଡି.ଏନ.ଏ.)- ବାଇକ୍‌ ଧକ୍କାରେ ଗୁରୁତର ହୋଇଥିବା ଛେଣ୍ଡିପଦା ବ୍ଲକ କୋଶଳା ମହାବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷା ବିଭାଗ ପ୍ରଥମ ବର୍ଷ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ(୧୬)ଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ଦାବିରେ ଛାତ୍ରୀଛାତ୍ରମାନେ ଗୁରୁବାର ୬୩ ନଂ. ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ କହିବା ମୁତାବକ, ବୁଧବାର କଲେଜ ନିକଟରେ ଏକ ବାଇକ୍‌ ଧକ୍କାରେ କୋଶଳା ତାଳବାହାଳି ଗ୍ରାମର ଲକ୍ଷ୍ମୀପ୍ରିୟା ଗୁରୁତର ହୋଇଛନ୍ତି। ପରିବାର ଲୋକେ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ହେଲେ ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇଛି। ଉକ୍ତ ଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରିବା ଦାବିରେ କଲେଜ ଫାଟକ ସମ୍ମୁଖରେ ରାସ୍ତାରୋକୋ ଆନ୍ଦୋଳନ କରାଯାଇଥିଲା। ଛେଣ୍ଡିପଦା ଅତିରିକ୍ତ ତହସିଲଦାର ହୃଦାନନ୍ଦ ଆଢା, ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ଯାତ୍ରୀ ପ୍ରତୀକ୍ଷାଳୟ ସହ ଫାଟକ ଓ ସୁରକ୍ଷା ପାଚେରୀ ନିର୍ମାଣ, ଅଣଛାତ୍ରଙ୍କ ଦୌରାତ୍ମ୍ୟକୁ ବନ୍ଦ କରାଯିବା ପାଇଁ ମଧ୍ୟ ଛାତ୍ରୀଛାତ୍ର ଦାବି କରିଥିଲେ। ଏ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତାରୋକୋ ହଟିଥିଲା। ତେବେ ଅବିଳମ୍ବେ ଗୁରୁତର ଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା କରା ନ ଗଲେ ଶୁକ୍ରବାର ପୁର୍ନବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଥାନା ସବ ଇନ୍ସସ୍ପେକ୍ଟର ରଞ୍ଜନ କୁମାର ମାଝୀ, ଏଏସ୍‌ଆଇ ବିଷ୍ଣୁ ଚରଣ ସାହୁଙ୍କ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

 ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲା ସୁନ୍ଦରୀ ବାଘୁଣୀ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲା ସୁନ୍ଦରୀ ବାଘୁଣୀ

ଅନୁଗୋଳ ଅଫିସ, ୨୧।୧୦: ବାଘୁଣୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ଘଟଣାରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଏକ ଗଣମାଧ୍ୟମ ପ୍ରତିନିଧି ରଘୁନାଥ ସାହୁଙ୍କୁ  ବାଘୁଣୀ ସୁନ୍ଦରୀ ଆକ୍ରମଣ କରିଛି।

ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ଆଉ ୩ ଦିନ:ପାର୍ବଣରେ ମହକୁଛି ସହର

ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ଆଉ ୩ ଦିନ:ପାର୍ବଣରେ ମହକୁଛି ସହର

ଢେଙ୍କାନାଳ ଅଫିସ, ୨୧ା୧୦ ଢେଙ୍କାନାଳର ଗଣପର୍ବ ଗଜ ଲକ୍ଷ୍ମୀପୂଜା ଲାଗି ଆରମ୍ଭ ହୋଇଛି କାଉନ୍‌ଡାଉନ। ପୂଜାକୁ ମଝିରେ ମାତ୍ର ୩ ଦିନ ବାକି ଥିବାବେଳେ ଏବେଠାରୁ ସହରରେ ବାରି ହୋଇପଡ଼ିଲାଣି ପାର୍ବଣର ମହକ। ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ସାରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଜସଜ୍ଜା କାମ ଆଗେଇ ଚାଲିଛି।

ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଦେଲେ

ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଦେଲେ

ଅନୁଗୋଳ ଅଫିସ,୨୧ା୧୦ ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହଳ ଗ୍ରାମ ଯାତ୍ରା ପଡ଼ିଆରେ ଭୂମିପୂଜନ ହେବାକୁ ଥିବା ଏକ ଗୋଷ୍ଠୀକେନ୍ଦ୍ର ଫଳକକୁ ଶୁକ୍ରବାର ରାତିରେ କେହି ଭାଙ୍ଗି ଦେଇଥିବା ଜଣାପଡିଛି।

କାନ୍ଧରେ ବୋହି ଗୁରୁତରଙ୍କୁ ନାଳ ପାରି କରାଇଲେ

କାନ୍ଧରେ ବୋହି ଗୁରୁତରଙ୍କୁ ନାଳ ପାରି କରାଇଲେ

ବଇଣ୍ଡା,୨୧।୧୦(ଡି.ଏନ.ଏ.)ପୋଲଟିଏ ପାଇଁ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ହତାଶିମିଳି ଗ୍ରାମବାସୀ।

ଯବାନ ସାଜିଥିଲେ ହତ୍ୟାକାରୀ

ଯବାନ ସାଜିଥିଲେ ହତ୍ୟାକାରୀ

ଢେଙ୍କାନାଳ ଅଫିସ, ୨୧ା୧୦ବହୁଚର୍ଚ୍ଚିତ ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର (୪୫) ହତ୍ୟାକାଣ୍ଡ ମାମଲାର ସମସ୍ତ ରହସ୍ୟ ଉନ୍ମୋଚିତ ହୋଇଛି। 

ମାଛ ପାଇଁ ନାଳରେ ପଡୁଛି ବିଷ

ମାଛ ପାଇଁ ନାଳରେ ପଡୁଛି ବିଷ


ବଅଁରପାଳ,୨୦।୧୦(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳର ବିଭିନ୍ନ ନାଳରେ କୀଟନାଶକ ଔଷଧ ପକାଇ ମାଛ ମରାଯାଉଛି। ଏଥିପାଇଁ ନାଳ ପାଣି ଦୂଷିତ ହେଉଛି।

ଚୋରା କାଠ ଜବତ, ଜଣେ ଗିରଫ

ଚୋରା କାଠ ଜବତ, ଜଣେ ଗିରଫ


ପାଲଲହଡା,୨୦।୧୦(ଡି.ଏନ.ଏ.)- ପାଲଲହଡ଼ା ବନବିଭାଗ ଶୁକ୍ରବାର ରାତିରେ ଚଢାଉ କରି ପାଲଲହଡା ପାଟବେଡା ଗ୍ରାମର ଲଛମନ କାଡାଙ୍କଠାରୁ ୩୬ ପିସ କାଠ ଜବତ କରିଛି। 

ଟ୍ରକ୍‌ ଧକ୍କାରେ ସ୍କୁଟର ଚାଳକ ମୃତ

ଟ୍ରକ୍‌ ଧକ୍କାରେ ସ୍କୁଟର ଚାଳକ ମୃତ

ପରଜଙ୍ଗ, ୨୦।୧୦(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ. ଜାତୀୟ ରାଜପଥର ବଡ଼ଝରା ଗ୍ରାମ ନିକଟରେ ଶୁକ୍ରବାର ଦୁର୍ଘଟଣା ଘଟିଛି। 

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ


ଛେଣ୍ଡିପଦା,୨୦।୧୦(ଡି.ଏନ.ଏ.)-ଜରପଡା ରେଞ୍ଜ ଅନ୍ତର୍ଗତ ହାଣ୍ଡିଗୋଡା ଜାମୁନାଳୀ ଅଞ୍ଚଳରେ ୨ ଦିନ  ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗତ ଗୁରୁବାର ଏବଂ ଶୁକ୍ରବାର ରାତିରେ ୭ ଟି ହାତୀ ରଙ୍ଗିଆନାଳ ଅଞ୍ଚଳରେ ପଶି ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି।

ନାଳରେ ବୁଡ଼ି ଛାତ୍ର ମୃତ

ନାଳରେ ବୁଡ଼ି ଛାତ୍ର ମୃତ

ପାଲଲହଡ଼ା,୨୦।୧୦(ଡି.ଏନ.ଏ.)- ପାଲଲହାଡ଼ା ଉପଖଣ୍ଡ ସଦର ଟାଉନ ନିକଟ ମାଙ୍କଡ଼ା ନାଳରେ ବୁଡି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କୁସୁମଜୁଡି ପଞ୍ଚାୟତର ୧୫ ଜଣ ଭାଜପା କର୍ମୀ ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। 

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ନୂଆ କୁଆଳୋ ଗ୍ରାମରେ ଶୁକ୍ରବାର ସାରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଚନ୍ଦନ ବେହେରା।