ଅନଗୁଳ-ଢେଙ୍କାନାଳ

ରାସ୍ତା ମରାମତି ଦାବିରେ ରାସ୍ତାରୋକୋ

ରାସ୍ତା ମରାମତି ଦାବିରେ ରାସ୍ତାରୋକୋ
ତାଳଚେର, ୧୪ା୧୨(ନି.ପ୍ର.)- ଏଫ୍‌ସିଆଇ-ବିଦ୍ୟୁତ୍‌ କଲୋନୀ-ଗୁରୁଦ୍ୱାରା ରାସ୍ତାର ମରାମତି ଦାବିରେ ଗୁରୁବାର ଭାଜପା ପକ୍ଷରୁ ମୀନାବଜାର ଓ ବିଦ୍ୟୁତ କଲୋନୀ ଛକଠାରେ ରାସ୍ତାରୋକୋ କରାଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଉକ୍ତ ରାସ୍ତାଟି ମରାମତି ଅଭାବରୁ ବହୁଦିନରୁ ଶୋଚନୀୟ ହୋଇପଡିଛି ା ରାସ୍ତା ସାରା ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବାରମ୍ବାର ରାସ୍ତା ମରାମତି ପାଇଁ ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନ ଓ ଏମ୍‌ସିଏଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇ ରାସ୍ତା ଅବରୋଧ କରାଯାଇଥିଲା। ଖବରପାଇ ସହକାରୀ ଜିଲାପାଳ ରଶ୍ମିତା ନାଥ, ଏମ୍‌ସିଏଲ କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ମରାମତି କରାଯାଇ ଆଗାମୀ ୨ ମାସ ଭିତରେ ରାସ୍ତା କାମ ଆରମ୍ଭ ହେବବୋଲି ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନ ୩ଟାରେ ରାସ୍ତାରୋକୋ ହଟିଥିଲା।
All Right Reserved By

ଅନଗୁଳ-ଢେଙ୍କାନାଳ

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

୧୭ ଦଫା ଦାବିରେ ନାଲ୍‌କୋ ଠିକା ମଜଦୂର ସଂଘର ପ୍ରତିବାଦ ସଭା

୧୭ ଦଫା ଦାବିରେ ନାଲ୍‌କୋ ଠିକା ମଜଦୂର ସଂଘର ପ୍ରତିବାଦ ସଭା

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଠିକା ମଜଦୂର ସଂଘ ପକ୍ଷରୁ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକମାନେ ବୁଧବାର ସିପିପି ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୨୩।୧-ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ: କାର୍ଯ୍ୟକ୍ଷମ ହେବ ସବୁ ଚେକ୍‌ଡ୍ୟାମ୍‌

ଢେଙ୍କାନାଳ ଅଫିସ, ୨୩।୧- ଢେଙ୍କାନାଳ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୧୯ ପାଳିତ ହୋଇଯାଇଛି। 

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡା,୨୩ା୧(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ପୋଲିସକୁ ମିଳିଛି ବଡ ସଫଳତା। କୋଅପରେଟିଭ ବ୍ୟାଙ୍କ ପାଲଲହଡ଼ା ଶାଖା ଲୁଟ୍‌ ଘଟଣାର ବର୍ଷକ ପରେ ଧରାପଡିଛନ୍ତି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ। ୨୦୧୭ରେ ଏମାନେ ୭ ଲକ୍ଷ ୮୩ ହଜାର ଟଙ୍କା ଓ ୨୭ ଗ୍ରାମ ସୁନା ଲୁଟି ଫେରାର ହୋଇଯାଇଥିଲେ।

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ବଅଁରପାଳ, ୨୩।୧ (ଡି.ଏନ୍‌.ଏ.)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ମୁଖ୍ୟ ଫାଟକ ପରିସରରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ନାଲ୍‌କୋର ଇଞ୍ଜିନିୟର ରାଜେଶ ମହାନ୍ତ ଗୁରୁତର ହୋଇଛନ୍ତି। 

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩।୧-ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡା. ଆର୍‌.ଏନ୍‌. ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଅନୁଗୋଳ ଜିଲା ଗସ୍ତରେ ଆସି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନର ୨୪ଟି ପୌରପାଳିକା, ୧୦ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୨ଟି ନିଗମର ଆର୍ଥିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ଭାପୁର, ୨୩।୧(ଡି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରବି ଫସଲ ବିହନ ପ୍ୟାକେଟରେ  ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ରହୁଥିତ୍ବା ଅଭିଯୋଗ ଆଣିଛନ୍ତି  ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତର ଚାଷୀ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ୨ ବାଇକ୍‌ ଆରୋହୀ ମୃତ

ଓଡ଼ାପଡ଼ା/ସାତମାଇଲ, ୨୩।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରକଲା-ମାଳିସାହି ଅଞ୍ଚଳରେ ମଙ୍ଗଳବାର ରାତିରେ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। 

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ବ୍ଲକ ଶୁସୁଡା ପଞ୍ଚାୟତ ମାଳତୀ ବିହାରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭୂମିପୂଜନ ଓ ଉଦ୍‌ଘାଟନ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

ଆଜିଠାରୁ ପୁସ୍ତକ ମେଳା

ଆଜିଠାରୁ ପୁସ୍ତକ ମେଳା

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଷୋଡ଼ଶ ପୁସ୍ତକ ମେଳା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ପାରମ୍ପରିକ ଖାଦ୍ୟ, ଆଲୋଚନାଚକ୍ର, କୁଇଜ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ।