ଅନଗୁଳ-ଢେଙ୍କାନାଳ

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ କନିଷ୍ଠ ଯନ୍ତ୍ରୀ

ଆଠମଲ୍ଲିକ,୧୪ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନିଷ୍ଠଯନ୍ତ୍ରୀ ନାରାୟଣ ସ୍ବାଇଁ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ନିର୍ମାଣ କାର୍ଯ୍ୟର ବିଲ୍‌ କରାଇବା ବାବଦରେ ଠିକାଦାରଙ୍କଠାରୁ ୨୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ପିଙ୍କ ପାଣ୍ଠିରୁ ୩ଲକ୍ଷ ଟଙ୍କା ବ୍ୟୟରେ କୁରୁମଟାପ ପଞ୍ଚାୟତ ମନ୍ଦରବାହାଳ ଗ୍ରାମରେ ଥିବା ପଞ୍ଚସଖା ଉଚ୍ଚ ବିଦ୍ୟାଳୟର ପାଚେରୀ ନିର୍ମାଣ କରାଯାଇଥିଲା। ୪ ମାସ ତଳୁ କାର୍ଯ୍ୟ ଶେଷ ହୋଇଥିଲେ ବି ଗ୍ରାମର ଠିକାଦାର ବସନ୍ତ ସାହୁ ବିଲ୍‌ ବାବଦ ଅର୍ଥ ପାଇପାରି ନ ଥିଲେ। ବିଲ୍‌ କରିବା ପାଇଁ ସମ୍ପୃକ୍ତ ଠିକାଦାର ବାରମ୍ବାର ବ୍ଲକ କନିଷ୍ଠ ଯନ୍ତ୍ରୀ ସ୍ବାଇଁଙ୍କ ପାଖକୁ ଦୌଡି ନିରାଶ ହୋଇଥିଲେ। ଶେଷରେ କନିଷ୍ଠ ଯନ୍ତ୍ରୀ ସ୍ବାଇଁ ଏଥିପାଇଁ ବସନ୍ତଙ୍କଠାରୁ ୨୧ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ବସନ୍ତ କଟକ ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ସକାଳ ୮ଟା ୩୦ରେ ଠିକାଦାର ବସନ୍ତ ଯନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ଟଙ୍କା ଦେଇଥିଲେ। ଯନ୍ତ୍ରୀ ସ୍ବାଇଁ ଟଙ୍କା ଗଣି ଖଟ ଉପରେ ରଖିଥିବା ବେଳେ ଭିଜିଲାନ୍ସ ଡିଏସ୍‌ପି ଏମ. କୁଜୁରଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଡି. ଘଡେଇ, ଶିବନାରାୟଣ ଭଦ୍ରା ସଦଳବଳ ଚଢାଉ କରି ୨୧ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଏଥିସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ନିର୍ମାଣ କାର୍ଯ୍ୟର ଏମ୍‌.ବି. ବହି, ଫାଇଲ୍‌ ଆଦି ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଫାଇଲ ଯାଞ୍ଚ କରୁଥିବା ବେଳେ କନିଷ୍ଠଯନ୍ତ୍ରୀ ସ୍ବାଇଁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଉପସ୍ଥିତ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ନଂ. ୫୭/୨୦୧୭ରେ ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମକଦ୍ଦମା ରୁଜ୍ଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ, ଯନ୍ତ୍ରୀ ସ୍ବାଇଁ କିଶୋରନଗର ବ୍ଲକରେ ଥିବାବେଳେ ଥରେ ନିଲମ୍ବିତ ହୋଇଥିଲେ।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ବଅଁରପାଳରେ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର

ବଅଁରପାଳରେ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର

ବଅଁରପାଳ,୨୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ଖୁମ୍ବେଶ୍ୱରୀ ବିଦ୍ୟାଳୟ ପରିସରରେ ଶୁକ୍ରବାର ଲାୟନ୍ସ କ୍ଲବ ହାର୍ମୋନୀ ପକ୍ଷରୁ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି।

ସଡ଼କ ସୁରକ୍ଷା ସପ୍ତାହ: ଗାଡ଼ି ଚାଳକଙ୍କୁ ଗୋଲାପ ଦେଇ ସଚେତନ

ସଡ଼କ ସୁରକ୍ଷା ସପ୍ତାହ: ଗାଡ଼ି ଚାଳକଙ୍କୁ ଗୋଲାପ ଦେଇ ସଚେତନ

କାମାକ୍ଷାନଗର, ୨୭।୪(ଡି.ଏନ୍‌.ଏ.): ୨୯ ତମ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ କାମାକ୍ଷାନଗର ପୋଲିସ ପକ୍ଷରୁ ଶୁକ୍ରବାର ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଯାଇଛି। ଏଥିରେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଡ୍ରଇଭର, ପୋଲିସ ଅଧିକାରୀ ଓ କର୍ମଚାରୀ, ସାଧାରଣ ଲୋକ ପ୍ରମୁଖ ସାମିଲ ହୋଇଥିଲେ।

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ଗର୍ଭନଷ୍ଟ:ଚପାଇ ଦେବାକୁ ହୋଇଥିଲା ଉଦ୍ୟମ,ଅଭିଯୁକ୍ତ ଯୁବକ ଗିରଫ,ପ୍ରଧାନ ଶିକ୍ଷକ ନିଲମ୍ବିତ

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ଗର୍ଭନଷ୍ଟ:ଚପାଇ ଦେବାକୁ ହୋଇଥିଲା ଉଦ୍ୟମ,ଅଭିଯୁକ୍ତ ଯୁବକ ଗିରଫ,ପ୍ରଧାନ ଶିକ୍ଷକ ନିଲମ୍ବିତ

ଢେଙ୍କାନାଳ ଅଫିସ, ୨୭।୪-ସେବାଶ୍ରମ ବିଦ୍ୟାଳୟରେ ପଢୁଥିବା ଜନୈକା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର। ସେ ଅନ୍ତଃସତ୍ତ୍ୱା ହେବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଗର୍ଭ ନଷ୍ଟ କରାଯାଇଥିବା ପରି ସମ୍ବେଦନଶୀଳ ଘଟଣା ଢେଙ୍କାନାଳ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଜାନୁୟାରୀ ୨୦ରେ ଏହା ଘଟିଥିବାବେଳେ ୩ମାସ ପରେ ପୀଡ଼ିତାଙ୍କ ଅଭିଯୋଗକ୍ରମେ ବୁଧବାର କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ ହୋଇଛି। ଏହାପରେ ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ନେଇଛି ଜିଲା ପ୍ରଶାସନ। ବଳାତ୍କାର ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ବେହେରାଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନ ଶିକ୍ଷକଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପୋଲିସ ପଚରାଉଚୁରା କରୁଛି। ସେହିପରି ଜିଲା ଶିଶୁ ସୁରକ୍ଷା ବିଭାଗ ଏବଂ ମଙ୍ଗଳ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

ମଦ ଜବତ,ଜଣେ ଗିରଫ

ମଦ ଜବତ,ଜଣେ ଗିରଫ

ଢେଙ୍କାନାଳ ଅଫିସ,୨୭।୪:ଢେଙ୍କାନାଳ ସହରସ୍ଥିତ ସିମିଳିଆ ଅଞ୍ଚଳରୁ ଗୁରୁବାର ଟାଉନ ଥାନା ପୋଲିସ ଚଢ଼ାଉ କରି ୩୦ ପାଉଚ୍‌ ଦେଶୀମଦ ଜବତ କରିଛି। ଘଟଣାରେ ସମ୍ପୃକ୍ତ ସୂର୍ଯ୍ୟ ସାହୁଙ୍କୁ ଗିରଫ କରାଯାଇଛି। ଏ ନେଇ କେସ୍‌ ନଂ. ୧୦୭/୧୮ରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି।

ବାଇକ୍‌ ଧକ୍କାରେ ଜଣେ ଗୁରୁତର

ଭୁବନ,୨୭। ୪ (ଡି.ଏନ.ଏ.):ଭୁବନ ଥାନା ଅଧୀନ ୫୩ନଂ. ଜାତୀୟ ରାଜପଥ ବାଉଁଶକଣ ଛକରେ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ଦୁଇ ବାଇକ୍‌ ମଧ୍ୟରେ ମୁହଁ। ମୁହିଁ ଧକ୍କା ହୋଇଛି। ଏଥିରେ ଲକ୍ଷ୍ମୀଧର ବାରିକ (୨୨) ଗୁରୁତର ହୋଇଛନ୍ତି। ତାଙ୍କ ଘର ଯାଜପୁର ଜିଲା ସୁକିନ୍ଦା ଥାନା ଜାମୁପଶି ଗ୍ରାମରେ। ଲକ୍ଷ୍ମୀଧର ଭୁବନ ଆଡୁ ଘରକୁ ଯାଉଥିବାବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ ସହିତ ଧକ୍କା ହୋଇଥିଲା। ତାଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ଭୁବନ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣାରେ ଗୁରୁତର ବୃଦ୍ଧ ମୃତ

ଦୁର୍ଘଟଣାରେ ଗୁରୁତର ବୃଦ୍ଧ ମୃତ

ପରଜଙ୍ଗ,୨୭।୪ (ଡି.ଏନ୍‌.ଏ.):ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାରେ ବୁଧବାର ରାତିରେ ଦୁର୍ଘଟଣାର ଶିକାର ହୋଇଥିବା ଅଁଳାକଟା ଗ୍ରାମର ଜଳଧର ନାୟକ(୭୦)ଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ବୃଦ୍ଧଜଣକ ବଗିଚାରେ ପଶିଥିବା ଏକ ଷଣ୍ଢକୁ ଘଉଡ଼ାଇବାକୁ ଯାଇ ରାସ୍ତା ପାର ହେଉଥିବାବେଳେ ତାଙ୍କୁ ଏକ ବାଇକ୍‌ ଧକ୍କା ଦେଇଥିଲା। ଏଥିରେ ତାଙ୍କ ବାମ ଗୋଡ଼ ଭାଙ୍ଗି ଦୁଇଖଣ୍ଡ ହୋଇଯିବା ସହ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

୩ ନାବାଳକଙ୍କୁ ପୋଲିସ ଜିମା ଦେଲେ ଲୋକେ

୩ ନାବାଳକଙ୍କୁ ପୋଲିସ ଜିମା ଦେଲେ ଲୋକେ

କଣିହାଁ, ୨୭।୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳର ଜଣେ ୬ ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖି ସମ୍ପୃକ୍ତ ଗ୍ରାମବାସୀ ଗୁରୁବାର ରାତିରେ ପୋଲିସ ଜିମା ଦେଇଛନ୍ତି। ଅଟକ ୩ ଜଣ ନାବାଳକ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଝିଅଙ୍କ ପୋଷାକ ପିନ୍ଧି ଆସିଥିବା ଜଣାପଡିଛି। ସେମାନଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚୁରା ଚଳାଇଛି। ଏଥିରେ ସମ୍ପୃକ୍ତ ଅନ୍ୟଜଣେ ଫେରାର ହୋଇଯାଇଥିବା ଜଣାଯାଇଛି।

ଛଦେଶ ଅଞ୍ଚଳରେ ଏମ୍‌ପି

ଛଦେଶ ଅଞ୍ଚଳରେ ଏମ୍‌ପି

ଭାପୁର, ୨୬।୪(ଡି.ଏନ୍‌.ଏ.)-ଢେଙ୍କାନାଳ-ଏମ୍‌ପି ତଥାଗତ ସତପଥୀ ଗୁରୁବାର ଛଦେଶ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଏହି ଅବସରରେ ଏମ୍‌ପି ଚଷାପଡ଼ା ଗ୍ରାମରେ ନବନିର୍ମିତ ପାଲା ମଣ୍ଡପ ଉଦ୍‌ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଧୀରପାଟଣା ସରପଞ୍ଚ ବିସ୍ମିତା ବେହେରା, ଗ୍ରାମ ସଭାପତି ଗଙ୍ଗାଧର ସାହୁ, ଓ୍ବାର୍ଡସଭ୍ୟ ପୂଜାରିଣୀ ସାହୁ, ଇନ୍ଦୁମତି ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହାପରେ ଏମ୍‌ପି ବାଲ୍ୟାମ୍ବା, ରାଇଡ଼ିହି, ଓଡ଼ାପଡ଼ା ବ୍ଲକର ରାଣୀପାଳ ଓ ବୃନ୍ଦାବନପୁର ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ।

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଗୁରୁବାର ସକାଳେ କେହି ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଧ୍ୟାରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।

ବୃଦ୍ଧଙ୍କୁ ମାଡ଼ ଅଭିଯୋଗ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ଠାକୁରଗଡ଼ ଥାନା ଭଙ୍ଗାମୁଣ୍ଡା ଗ୍ରାମର ଶଙ୍ଖାଳି ବିଶ୍ୱାଳଙ୍କୁ ସେହି ଗ୍ରାମର ବିପିନ ନାୟକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।

ସଚେତନ ହେଲେ ଦୁର୍ଘଟଣା କମିବ

ସଚେତନ ହେଲେ ଦୁର୍ଘଟଣା କମିବ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ସମ୍ପ୍ରତି ଦୁର୍ଘଟଣାର ହାର ବଢି ଚାଲିଛି। ଅସାବଧାନତା ବଶତଃ ଗାଡ଼ି ଚଳାଚଳ ସହ ମଦ୍ୟପାନ ଯୋଗୁ ଏଭଳି ଘଟୁଛି।

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ତାଳଚେର, ୨୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବାବେଳେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଅସଦାଚରଣ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗୁରୁବାର ଇନ୍ଦ୍ରମଣିଙ୍କ ପକ୍ଷରୁ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କ ଓକିଲ ଏକ ପାଲଟା ମକଦ୍ଦମା ରୁଜୁ କରିଛନ୍ତି।