
ଅନୁଗୋଳ ଅଫିସ, ୧୪।୧୨- ଅନୁଗୋଳ ଜିଲା ଗାନ୍ଧୀ ମାର୍ଗରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୪ ତମ ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅନୁଗୋଳ ଅତିରିକ୍ତ ଏସ୍ପି ବସନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର ଦେବାଶିଷ ମହାନ୍ତି, ପରିଚାଳନା କମିଟିର ସମ୍ପାଦକ ପ୍ରଦୀପ କୁମାର ବେହେରା, ପ୍ରଧାନ ଆଚାର୍ଯ୍ୟ ଅନିଲ କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ପରିଚାଳନା କମିଟିର ସଭାପତି ଡଃ କୁଳମଣି ନାୟକଙ୍କ ସଭାପତିତ୍ୱରେ ଏହି ଉତ୍ସବ ପାଳିତ ହୋଇଛି।