ଅନଗୁଳ-ଢେଙ୍କାନାଳ

ରବି ଫସଲକୁ ବିହନ ବାଧକ

ରବି ଫସଲକୁ ବିହନ ବାଧକ

ଅନୁଗୋଳ ଅଫିସ,୧୩।୧୨- ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ୮ଟି ବ୍ଲକ ଅଞ୍ଚଳରେ ଚଳିତବର୍ଷ ମୋଟ୍‌ ୮୭,୦୦୭ ହେକ୍ଟର ଜମିରେ ରବି ଫସଲ ପାଇଁ ସରକାରୀ ସ୍ତରରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ ୭୫୮ହେକ୍ଟରରେ ଧାନ, ୪୪,୭୩୫ ହେକ୍ଟର ଜମିରେ ଡାଲିଜାତୀୟ, ୨୦,୮୮୮ ହେକ୍ଟରରେ ତୈଳବୀଜ ଜାତୀୟ, ୧୪,୨୫୦ରେ ପରିବା ଓ ୪୯୫୮ ହେକ୍ଟର ଜମିରେ ମସଲାଜାତୀୟ ଫସଲ କରାଯିବା ପାଇଁ ସ୍ଥିର ହୋଇଛି। ମାତ୍ର ଏବେ ସୁଦ୍ଧା ୨୨,୫୨୦ ହେକ୍ଟରରେ ମୁଗ, ବିରି, କୋଳଥ ଆଦି ଡାଲିଜାତୀୟ ଫସଲ ଚାଷ କରାଯାଇଛି। ସେହିଭଳି ୮୦୦ ହେକ୍ଟରରେ ବୁଟ, ମଟର ଚାଷ ହୋଇଛି। ୮୮୩୦ ହେକ୍ଟରରେ ତୈଳବୀଜ, ୧୯୨୦ ହେକ୍ଟରରେ ପରିବା ଚାଷ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଧାନଚାଷ ଆରମ୍ଭ ହୋଇ ନ ଥିବା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଅକ୍ଟୋବରଠାରୁ ଚାଷୀମାନେ ରବି ଫସଲ ଆରମ୍ଭ କରି ମାର୍ଚ୍ଚ ସୁଦ୍ଧା ସମାପ୍ତ କରିଥାନ୍ତି। ୨୦୧୬-୧୭ ରବି ଋତୁରେ ୯୬,୮୫୩ ହେକ୍ଟରରେ ରବି ଫସଲ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୯୬,୫୮୩ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଥିଲା। ଚଳିତବର୍ଷ ଚାଷୀମାନେ ରବି ଫସଲ ଆରମ୍ଭ କରିଥିଲେ ହେଁ ଜିଲାରେ ଥିବା କୃଷି ସମବାୟ ସମିତିଗୁଡ଼ିକୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ବିହନ ଯୋଗାଣ ହୋଇପାରି ନାହିଁ। ଜିଲାର ଅନୁଗୋଳ, ବଅଁରପାଳ, କଣିହଁା, ତାଳଚେର, ପାଲଲହଡ଼ା, କିଶୋରନଗର, ଛେଣ୍ଡିପଦା ଓ ଆଠମଲ୍ଲିକ ଆଦି ୮ଟି ବ୍ଲକରେ ମୋଟ୍‌ ୧୦୩ଟି କୃଷି ସମବାୟ ସମିତି ରହିଛି। ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଉକ୍ତ ସମିତି ଜରିଆରେ ବିହନ ଯୋଗାଇ ଦିଆଯାଇଥାଏ। ମାତ୍ର ଚଳିତବର୍ଷ ରବି ଋତୁରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୧୦୩ଟିରୁ କେବଳ ଜରାସିଂହା ସମିତିରେ ବିହନ ମହଜୁଦ ଥିବାବେଳେ ଅନ୍ୟ ୧୦୨ଟି ସମିତିକୁ ବିହନ ଯୋଗାଣ ହୋଇପାରି ନାହିଁ। ଜରାସିଂହା ସମିତିକୁ କେବଳ ୧୦ କୁଇଣ୍ଟାଲ ଧାନ ବିହନ ସରକାର ଯୋଗାଇ ଦେଇଛନ୍ତି। ଡାଲି ଓ ତୈଳବୀଜ ଜାତୀୟ ବିହନର ଆବଶ୍ୟକତା ଥିଲେ ବି ତାହା ଆସିପାରି ନାହିଁ। ରାଜ୍ୟ ବିହନ ନିଗମରେ ସମିତି ଗୁଡ଼ିକ ଟଙ୍କା ଜମା କରିବା ପରେ ସେମାନଙ୍କୁ ବିହନ ଦିଆଯାଇଥାଏ। ହେଲେ ଅଳ୍ପ କେତୋଟି ସମିତିକୁ ଛାଡ଼ିଦେଲେ ଜିଲାରେ ଥିବା ଅଧିକାଂଶ ସମିତି ଏପର୍ଯ୍ୟନ୍ତ ଟଙ୍କା ଜମା କରି ନ ଥିବା ଜଣାପଡ଼ିଛି। ବିହନ ପାଇବା ଆଶାରେ ବହୁ ଚାଷୀ ସମିତିଗୁଡ଼ିକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ସେମାନଙ୍କୁ ହତାଶ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ଚଳିତବର୍ଷ ଯେଉଁ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ସେଠାକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ବତନ୍ତ୍ର ଭାବେ କୃଷି ବିଭାଗ ପକ୍ଷରୁ ବିହନ କିଟ୍‌ ଯୋଗାଇ ଦିଆଯାଉଛି। କିନ୍ତୁ ଏଠାକାର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଉକ୍ତ ସୁବିଧା ପାଇପାରୁ ନ ଥିବା ଅଭିଯୋଗ ହେଉଛି। କୃଷି ବିଭାଗକୁ ୪୦୦ କୁଇଣ୍ଟାଲ ମୁଗ, ୩୬୭ କୁଇଣ୍ଟାଲ ବିରି, ୬୦୦ କୁଇଣ୍ଟାଲ ଚିନାବାଦାମ ଓ ୨୦ କୁଇଣ୍ଟାଲ ରାଶି ବିହନ କିଟ୍‌ ଆସିଛି। ମାତ୍ର ଗ୍ରାମାଞ୍ଚଳର ଚାଷୀମାନଙ୍କୁ ସରକାରଙ୍କ ଏହି ସୁବିଧା ସମ୍ପର୍କରେ ଠିକ୍‌ ଭାବେ ସୂଚନା ମିଳୁ ନ ଥିବାରୁ ସେମାନେ ଜାଣିପାରୁ ନାହାନ୍ତି। ଫଳରେ ବହୁ ଚାଷୀ ଘରେ ରଖିଥିବା ପୁରୁଣା ବିହନକୁ ବ୍ୟବହାର କରି ଚାଷକାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନେକ ଚାଷୀ ବିହନ ଅଭାବରୁ ଜମି ପଡ଼ିଆ ପକାଇଥିବା ଦେଖାଯାଇଛି।
ଏ ସମ୍ପର୍କରେ ବଅଁରପାଳ ଅଞ୍ଚଳର ଚାଷୀ ବିପିନ ସାହୁ, ରଘୁ ଦେହୁରୀ ଓ ଛକଡ଼ି ସାହୁ ପ୍ରମୁଖ କୁହନ୍ତି, ଆମେ ଧାନ ସହିତ ପରିବା ଓ ଡାଲିଜାତୀୟ ଫସଲ କରିଥାଉ। ମାତ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଆମକୁ ବିହନ ଯୋଗାଇ ଦିଆଯାଇ ନାହିଁ। ସମିତିକୁ ବିହନ ପାଇଁ ଯାଇଥିଲେ ସୁଦ୍ଧା ସେଠାରେ ବିହନ ମହଜୁଦ ନାହିଁ। ଏ ନେଇ ଅନୁଗୋଳ ଜିଲା କୃଷି ଉପନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, କ୍ଷତିଗ୍ରସ୍ତ ମରୁଡ଼ି ଅଞ୍ଚଳର ଚାଷୀମାନଙ୍କୁ ମାଗଣାରେ କୃଷି ବିଭାଗ ତରଫରୁ ବିହନ କିଟ୍‌ ଯୋଗାଇ ଦିଆଯାଉଛି। ଯେପରି ବିହନ ଅଭାବ ନ ରହିବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ମାତ୍ର ଚଳିତବର୍ଷ କୃଷି ସମବାୟ ସମିତି ଗୁଡ଼ିକୁ ବିହନ ଯୋଗାଇ ଦିଆଯାଇ ନାହିଁ। ସହକାରୀ ବିହନ ଯୋଗାଣ ଅଧିକାରୀ ଆଶିଷ ପ୍ରଧାନ କୁହନ୍ତି, ଖରିଫ ଋତୁ ପାଇଁ ସମସ୍ତ ସମିତିରେ ଯଥେଷ୍ଟ ବିହନ ମହଜୁଦ ଥିଲା। କିନ୍ତୁ ରବି ଋତୁରେ ଏ ପର୍ଯ୍ୟନ୍ତ କେବଳ ଗୋଟିଏ ସମିତିରେ ବିହନ ରହିଛି। ରବି ଋତୁରେ ଭଲ ବିହନ ବିକ୍ରି ହେଉ ନ ଥିବାରୁ ସମିତିକୁ ସେତେଟା ଆସେନାହିଁ। ସମିତିଗୁଡ଼ିକ ବିହନ ନିଗମରେ ଟଙ୍କା ଜମା କଲେ ସେମାନଙ୍କୁ ବିହନ ଯୋଗାଇ ଦିଆଯିବ।

All Right Reserved By

ଅନଗୁଳ-ଢେଙ୍କାନାଳ

ଏନ୍‌ସିସି ପକ୍ଷରୁ ଚାରାରୋପଣ

ଏନ୍‌ସିସି ପକ୍ଷରୁ ଚାରାରୋପଣ

କାମାକ୍ଷାନଗର,୧୮।୭(ଡି.ଏନ.ଏ.)-କାମାକ୍ଷାନଗର ମହାବିଦ୍ୟାଳୟର ଏନ୍‌ସିସି ଶାଖା ପକ୍ଷରୁ ବୁଧବାର କଲେଜ ପରିସର ଏବଂ ପୋଷ୍ୟ ଗ୍ରାମ ଶରଧାପୁରରେ ଚାରାରୋପଣ କରାଯାଇଛି। କଲେଜ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କ୍ୟାଡେଟ୍‌ମାନେ ଅନ୍ୟନ୍ତ ଗୋଟିଏ ଲେଖାଏ ଚାରା ରୋପଣ କରିବାକୁ ସେ ଆହ୍ବାନ ଦେଇଥିଲେ।

କମୁନି ଉନ୍ମତ୍ତ ମାଙ୍କଡ଼ ଦୌରାତ୍ମ୍ୟ: ୧୫ଦିନରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

କମୁନି ଉନ୍ମତ୍ତ ମାଙ୍କଡ଼ ଦୌରାତ୍ମ୍ୟ: ୧୫ଦିନରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ପରଜଙ୍ଗ, ୧୮।୭(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗ୍ରାମରେ ୧୫ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା ଉନ୍ମତ୍ତ ହନୁ ମାଙ୍କଡ଼କୁ ଧରିବାକୁ ବନ ବିଭାଗ ଉଦ୍ୟମ ଚଳାଇଛି। ଏଥିପାଇଁ ମହାବିରୋଡ ରେଞ୍ଜର ସୁରେଶ ଚନ୍ଦ୍ର ବେହେରା, ଫରେଷ୍ଟର ଅଜିତ କୁମାର ଦଳେଇ, ସାଆନ୍ଦା ବିଟ୍‌ ଗାର୍ଡ ମାନସ ପ୍ରଧାନ, କପିଳାସ ଚିଡ଼ିଆଖାନାର ତାଲିମପ୍ରାପ୍ତ ୪ କର୍ମଚାରୀଙ୍କ ସମେତ ହାତୀ ସ୍କ୍ବାଡ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବଇଣ୍ଡା, ୧୮।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା କଣ୍ଟେଇକୁଳିଆ ଗ୍ରାମର ଅପି ସାହୁ(୩୬) ଭାଲୁ ଆକ୍ରମଣରେ ବୁଧବାର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବନ୍ତଳା, ୧୮।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଦୌରାଜଜ ସଞ୍ଜୟ କେଶରୀ ସ୍ବାଇଁ ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅନୁଗୋଳ ଥାନା ମଦନମୋହନପଡାର ସିଦ୍ଧେଶ ମୁଖି ଓରଫ୍‌ ସିଦ୍ଧେ(୨୯)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଚାଷୀଙ୍କୁ ମିଳିନି ଫସଲ ବୀମା ସହାୟତା ରାଶି;  କୃଷିଋଣ ଛାଡ଼ ନ ହେଲେ ଆନ୍ଦୋଳନ

ଚାଷୀଙ୍କୁ ମିଳିନି ଫସଲ ବୀମା ସହାୟତା ରାଶି; କୃଷିଋଣ ଛାଡ଼ ନ ହେଲେ ଆନ୍ଦୋଳନ

ଛେଣ୍ଡିପଦା,୧୮।୭ (ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ରାଜସ୍ବ ସର୍କଲ ଅଧୀନରେ ଥିବା ଜରପଡା, ପରା, ଜେରେଙ୍ଗ ଦେହୁରୀସାହି, ଦୁର୍ଗାପୁର, କତଡା, ତୁକୁଡା, ଓଗୀ ପଞ୍ଚାୟତ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ୨୦୧୭ରେ ଖରିଫ ଧାନ ଏବଂ ଅଣଧାନ ଫସଲ ଉଜୁଡି ଯାଇଥିଲା। ପରେ କୃଷି, ପରିସଂଖ୍ୟାନ ଓ ରାଜସ୍ବ ବିଭାଗ, ଫସଲ ବୀମା କମ୍ପାନୀ ପକ୍ଷରୁ ମରୁଡ଼ି ଅଞ୍ଚଳରେ ସର୍ଭେ କରାଯାଇ ଫସଲ ହାନି ବାବଦରେ କ୍ଷୟକ୍ଷତି ଆକଳନ କରାଯାଇଥିଲା। ଏପରି କି ପ୍ରତି ଗ୍ରାମ ଏବଂ ପଞ୍ଚାୟତସ୍ତରରେ ଫସଲ ଅମଳ ସହ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରାଯାଇଥିଲା। ଏ ନେଇ ଜିଲା ପ୍ରଶାସନ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ମାତ୍ର ବର୍ଷେ ହେବ ଉକ୍ତ ଅଞ୍ଚଳର ମରୁଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ଫସଲ ବୀମା ସହାୟତା ମିଳିପାରି ନାହିଁ।

ନକଲି ବିଦ୍ୟୁତ୍‌ ତାର ଗୋଦାମ  ଠାବ କଲା ଭୁବନ ପୋଲିସ

ନକଲି ବିଦ୍ୟୁତ୍‌ ତାର ଗୋଦାମ ଠାବ କଲା ଭୁବନ ପୋଲିସ

ଭୁବନ, ୧୮ା୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ପୋଲିସ ବୁଧବାର ନକଲି ବିଦ୍ୟୁତ୍‌ ତାର ଗୋଦାମ ଠାବ କରିଛି। ଭୁବନ କାଳୀ ବଜାରରେ ଥିବା ଅଜନବୀ ଇଲେକ୍ଟ୍ରୋନିକସ୍‌ ଓ କାଚରାସାହି ଗୋଦାମ ଘରେ ପୋଲିସ ଚଢ଼ାଉ କରିଥିଲା।

୯ ଦଫା ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

୯ ଦଫା ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ଅନୁଗୋଳ ଅଫିସ,୧୮।୭: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଆଖପାଖରେ ଥିବା ୧୦ଟି ପଞ୍ଚାୟତର ଅଧିବାସୀ ବୁଧବାର ୯ ଦଫା ଦାବିରେ ଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।

ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ବୈଠକ

ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ବୈଠକ

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ସଭାପତି ରାଜୀବ ଜେନା ଏଥିରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଆସନ୍ତା ୨୦ ତାରିଖରେ ସର୍ବଭାରତୀୟସ୍ତରରେ ହେବାକୁ ଥିବା ଧର୍ମଘଟକୁ ସମର୍ଥନ କରି ନାଲ୍‌କୋରେ କିଭଳି ଧର୍ମଘଟ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।

ତାଲା କାଟି ନେଇଗଲେ ଏସି, କୁଲର

ତାଲା କାଟି ନେଇଗଲେ ଏସି, କୁଲର

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନାଠାରୁ ପ୍ରାୟ ୫ଶହ ମିଟର ଦୂରରେ ଥିବା ଏକ ଇଲେକ୍ଟ୍ରି ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବତ୍ତ ଦୋକାନର ତାଲା ଭାଙ୍ଗି ଏସି, କୁଲର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି।

ଜୁଆ ଆଡ୍ଡା ଉପରେ ଚଢ଼ାଉ: ବାଇକ୍‌ ଜବତ, ଜଣେ ଅଟକ

ପରଜଙ୍ଗ, ୧୮।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଡ୍ଡା ଖୋଲି ଲକ୍ଷାଧିକ ଟଙ୍କାର ଖେଳ ହେଉଛି।

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୧୮ା୭- ଅନୁଗୋଳସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଲୁଟ୍‌ ଘଟଣାରେ ବିହାରର ଗୟାରୁ ଗିରଫ ହୋଇଥିବା ଦୁଇ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି ଅନୁଗୋଳ ପୋଲିସ। ଏ ନେଇ କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା।

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଭୁବନ, ୧୮ା୭(ଡି.ଏନ୍‌.ଏ.)-ଭୁବନ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭାବେ ସୋମବାର ଶ୍ରୀହର୍ଷ ନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଚିଲିକା ବ୍ଲକ ଲକ୍ଷ୍ମୀଧର ନୋଡାଲ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏଥିପୂର୍ବରୁ ବିଇଓ ଅଜୟ କୁମାର ପାତ୍ର ଭୁବନ ଏବଂ କାମାକ୍ଷାନଗର ବ୍ଲକର ଯୁଗ୍ମ ଦାୟିତ୍ୱରେ ଥିଲେ। କାର୍ଯ୍ୟରେ ଯୋଗଦେବା ପରେ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

Model This Week

ରୂପେଶ