ଅନଗୁଳ-ଢେଙ୍କାନାଳ

ନୂଆ ରାଇଗୁଡ଼ାରେ ଅନୁଗୋଳ ଜିଲାପାଳ;ବାଣ୍ଟିଲେ ଜମିପଟ୍ଟା, ବିଜୁ ପକ୍କାଘର କାର୍ଯ୍ୟାଦେଶ

ନୂଆ ରାଇଗୁଡ଼ାରେ ଅନୁଗୋଳ ଜିଲାପାଳ;ବାଣ୍ଟିଲେ ଜମିପଟ୍ଟା, ବିଜୁ ପକ୍କାଘର କାର୍ଯ୍ୟାଦେଶ
ବନ୍ତଳା,୧୩।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ କୋର ଅଞ୍ଚଳରୁ ରାଇଗୁଡ଼ା ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯାଇଛି। ସେମାନଙ୍କୁ ନୂଆକ୍ଷେତା ସାରୁଆଳି ନିକଟସ୍ଥ ନୂଆ ରାଇଗୁଡ଼ାରେ ଥଇଥାନ କରାଯାଇଛି। ବୁଧବାର ଜିଲାପାଳ ଅନିଲ କୁମାର ସାମଲ ଓ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ନୂଆ ରାଇଗୁଡ଼ା ଗ୍ରାମ ପରିଦର୍ଶନରେ ଯାଇ ଅସ୍ଥାୟୀ ଗୃହଗୁଡ଼ିକରେ ରହୁଥିବା ବିସ୍ଥାପିତ ୭୮ଟି ପରିବାରଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଆସନ୍ତା ୬ମାସ ମଧ୍ୟରେ ସମସ୍ତ ପରିବାରଙ୍କ ପାଇଁ ସ୍ଥାୟୀ ଗୃହ ନିର୍ମାଣ ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଗ୍ରାମକୁ ଓଭରହେଡ ଟାଙ୍କି ମାଧ୍ୟମରେ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ, ବିଜୁ ପକ୍କାଘର ନିର୍ମାଣ, ବିଦ୍ୟୁତ୍‌ ସଂଯୋଗ, ରାସ୍ତା ନିର୍ମାଣ, ଚେକ୍‌ ଡ୍ୟାମ୍‌ ନିର୍ମାଣ ଆଦି କାର୍ଯ୍ୟର ଅବଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ସଭାରେ ଜିଲାପାଳ ଯୋଗଦେଇ ସମସ୍ତ ପରିବାରଙ୍କୁ ୪ ଡେସିମିଲ ଲେଖାଏଁ ଜମିପଟ୍ଟା ଓ ବିଜୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରାଯିବ ବୋଲି ପ୍ରକାଶ କରିଥିଲେ। ସେହିପରି ଗ୍ରାମକୁ ପିଚୁ ରାସ୍ତା ନିର୍ମାଣ, ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତିଷ୍ଠା, ବିଦ୍ୟାଳୟରେ ଜଣେ ଶିକ୍ଷକ ନିଯୁକ୍ତି, ଶ୍ମଶାନ, ପୁଷ୍କରିଣୀ ଓ ଖେଳପଡ଼ିଆ ନିର୍ମାଣ କାର୍ଯ୍ୟ ଶୀଘ୍ର କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଏହାଛଡ଼ା ଆୟ ବୃଦ୍ଧି ନିମନ୍ତେ ଛେଳି ଓ କୁକୁଡ଼ା ପାଳନ, ଭାଗଚାଷ ମାଧ୍ୟମରେ ମୁଗ, ବିରି, ବାଦାମ ଓ ପନିପରିବା ଚାଷ କରିବାକୁ ଜିଲାପାଳ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ ତରଫରୁ ମାଗଣାରେ ଯୁବତୀଯୁବକଙ୍କୁ ଆଇଟିଆଇ ତାଲିମ ପ୍ରଦାନ କରାଯିବା ସହ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯିବ ବୋଲି ଜିଲାପାଳ କହିଥିଲେ। ନିଯୁକ୍ତ ଗ୍ରାମସେବକ ନିୟମିତ ଏହି ଗ୍ରାମକୁ ପରିଦର୍ଶନରେ ଆସି ଲୋକମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଏକ ଡାକ୍ତରୀଦଳ ମାଧ୍ୟମରେ ନିୟମିତ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଗୌରୀଶଙ୍କର ବଳଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ ନିଷ୍ପତ୍ତି କ୍ରମେ ନିର୍ଦ୍ଧାରିତ ୩ ମାସ ମଧ୍ୟରେ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓ ଗ୍ରାମବାସୀଙ୍କ ସହଯୋଗରେ ସ୍ଥାନାନ୍ତର ପ୍ରକ୍ରିୟା ସମ୍ପନ୍ନ ସମ୍ଭବ ହୋଇଥିବା ଡିଏଫଓ (ବନ୍ୟପ୍ରାଣୀ) ଏସ୍‌ଏମ୍‌ଡିଟି ରହମାନ ପ୍ରକାଶ କରିଥିଲେ। ଶିମିଳିପାଳ ବିସ୍ଥାପିତ କଲୋନୀଠାରୁ ଏଠାରେ ଉନ୍ନତମାନର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଜିଲାପାଳଙ୍କ ପରିଦର୍ଶନ ସମୟରେ ଅନୁଗୋଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ସରୋଜକାନ୍ତ ମହାନ୍ତି, ତହସିଲଦାର ସରିତା ପ୍ରଧାନ, ଜିଲା ଜଳ ଓ ପରିମଳ ମିଶନର ନିର୍ବାହୀଯନ୍ତ୍ରୀ ବିକାଶ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ତାଳଚେର୧୬ା୧୦(ନି.ପ୍ର.)ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର। ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ହୋଇଥିବାବେଳେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ ପାଇଁ ବିଭିନ୍ନ ପୂଜା ମଣ୍ଡପ, ଶକ୍ତି ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। 

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ହିନ୍ଦୋଳ, ୧୬।୧୦ (ଡି.ଏନ.ଏ.)ହିନ୍ଦୋଳ ବ୍ଲକ ଆର୍ଥିକ ଅନଗ୍ରସର ବର୍ଗ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ପକ୍ଷରୁ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। 

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୬ା୧୦ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ସୋମବାର ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତର କହ୍ନେଇ ନଗର ଗ୍ରାମରେ ମହିଳା କର୍ମଶାଳାର ଭୂମିପୂଜନ କରିଛନ୍ତି। 

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର


ଅନୁଗୋଳ ଅଫିସ,୧୫ା୧୦- ଅନୁଗୋଳ ସ୍ଥିତ ସ୍ଥାନୀୟ ସଭାଘରଠାରେ ଅନୁଗୋଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ‘ସବୁଠାରୁ ବଡ଼ ମଣିଷ’ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା


ଅନୁଗୋଳ ଅଫିସ,୧୫ା୧୦- କଟକରୁ ଅନୁଗୋଳ ଗାନ୍ଧୀ ମାର୍ଗ ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କଠାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୋମବାର  ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଡ୍ରାଇଭର କନ୍ଦର୍ପ ବିଶ୍ୱାଳଙ୍କୁ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୫ ହଜାର ୨ଶହ ଟଙ୍କା ସହ ଦୁଇଟି ମୋବାଇଲ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। 

ଶୁଦ୍ଧ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ

ଶୁଦ୍ଧ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ


ବଇଣ୍ଡା,୧୫।୧୦(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ପ୍ରତ୍ୟେକ ପରିବାର ଏଥିରୁ କିଭଳି ଉପକୃତ ହେବାସହ ଶୁଦ୍ଧ ଜଳ ପାଇବେ ସରକାରଙ୍କ ଲକ୍ଷ୍ୟ ବୋଲି ସୋମବାର କିଶୋରନଗର ବ୍ଲକ ଅଙ୍ଗପଡ଼ା ପଞ୍ଚାୟତ ତୁରୁଡ଼ା ଗ୍ରାମରେ  ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମିପୂଜା ଅବସରରେ  ମୁଖ୍ୟଅତିଥି  ଭାବେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଯୋଗଦେଇ ଏହା କହିଛନ୍ତି। 

ପରିଷ୍କାର ପରିଚ୍ଛନତା ରହିଲେ ରୋଗ ଦୂର ହୁଏ

ପରିଷ୍କାର ପରିଚ୍ଛନତା ରହିଲେ ରୋଗ ଦୂର ହୁଏ

ବଇଣ୍ଡା,୧୫।୧୦(ଡି.ଏନ.ଏ.)- ବର୍ତ୍ତମାନ ସମାଜରେ ଅଳିଆ ଆବର୍ଜନା ଭରପୁର ହୋଇଗଲାଣି। ଆମମାନଙ୍କ ଅବହେଳା ଯୋଗୁ ପରିବେଶ ଦୂଷିତ ହେଉଛି। 

 ଖଣି ପରିଦର୍ଶନ କଲେ କୋଇଲା ମନ୍ତ୍ରୀ

ଖଣି ପରିଦର୍ଶନ କଲେ କୋଇଲା ମନ୍ତ୍ରୀ


ତାଳଚେର,୧୫।୧୦(ନି.ପ୍ର)- କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ ସୋମବାର ଅପରାହ୍ନରେ ତାଳଚେର ଗସ୍ତରେ ଆସି କୋଲ ଫିଲଡ୍ସ ପରିଦର୍ଶନ କରିଛନ୍ତି। 

ବାଛୁରୀକୁ   ଝାମ୍ପିନେଲା ସୁନ୍ଦରୀ: ହାତୀବାରିରେ ପୁଣି ଆତଙ୍କ

ବାଛୁରୀକୁ ଝାମ୍ପିନେଲା ସୁନ୍ଦରୀ: ହାତୀବାରିରେ ପୁଣି ଆତଙ୍କ

ବନ୍ତଳା,୧୫।୧୦ (ଡି.ଏନ୍‌.ଏ.)- ମାସେ ପରେ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ରେଞ୍ଜ ହାତୀବାରି ଗ୍ରାମରେ ପୁଣି ବାଘୁଣୀ ସୁନ୍ଦରୀ ଆତଙ୍କ ଦେଖାଦେଇଛି।

ପଥର ଖାଦାନରେ ଚଢ଼ାଉ, ୪ ପାଓ୍ବାର ଟିଲର ଜବତ

ପଥର ଖାଦାନରେ ଚଢ଼ାଉ, ୪ ପାଓ୍ବାର ଟିଲର ଜବତ

ଭୁବନ ୧୫।୧୦(ଡି.ଏନ.ଏ.)-ଭୁବନ ବ୍ଲକ ବାଲିବୋ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ପଥର ଖାଦାନରେ ଚଢ଼ାଉ କରି ପୋଲିସ ୪ ପାଓ୍ବାର ଟିଲର ଜବତ କରିଛି। ଆଗୁଆ ଚଢ଼ାଉ ସୂଚନା ପାଇଁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। 

ଏଏପିର ଜନସମାବେଶ

ଏଏପିର ଜନସମାବେଶ

ଢେଙ୍କାନାଳ ଅଫିସ,୧୫।୧୦-ଢେଙ୍କାନାଳ ମିନିଷ୍ଟାଡିୟମରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।

ପଦଯାତ୍ରା ବେଳେ ମହୁମାଛି ଆକ୍ରମଣ:୧୦ ଆହତ, ୩ ଗୁରୁତର

ପଦଯାତ୍ରା ବେଳେ ମହୁମାଛି ଆକ୍ରମଣ:୧୦ ଆହତ, ୩ ଗୁରୁତର

ଭୁବନ, ୧୫।୧୦(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତରେ ବିଜେଡି ପଦଯାତ୍ରା ବେଳେ ମହୁମାଛି ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।