ଅନଗୁଳ-ଢେଙ୍କାନାଳ

କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ପାଇଁ ଏମ୍‌ପିଙ୍କ ଉଦ୍ୟମ;୪ ଦଶନ୍ଧି ପରେ ଆଶା

 କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ପାଇଁ ଏମ୍‌ପିଙ୍କ ଉଦ୍ୟମ;୪ ଦଶନ୍ଧି ପରେ ଆଶା
ତାଳଚେର/ କଣିହଁା/ ପବିତ୍ରନଗର, ୧୩ା୧୨ (ନି.ପ୍ର.) ୭୦ ଦଶକର ରେଙ୍ଗାଳି ନଦୀବନ୍ଧ ଓ ସମଲ ବ୍ୟାରେଜ କ୍ଷତିଗ୍ରସ୍ତଙ୍କୁ ଏଯାଏ ମିଳିନି ଉଚିତ ନ୍ୟାୟ। କିଏ ଜମି, ଘର ହରାଇ କ୍ଷତିପୂରଣକୁ ଅପେକ୍ଷା କରିଛି ତ ଆଉ କିଏ ଥଇଥାନ ଓ ପୁନର୍ବାସକୁ ଦୀର୍ଘ ୪ ଦଶନ୍ଧି ଧରି ଚାହିଁ ବସିଛି। ହେଲେ ଅନୁଗୋଳ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏହି ବୁଡ଼ି ଅଞ୍ଚଳର ୧୧୦ ଗ୍ରାମର ବାସିନ୍ଦାଙ୍କ ପ୍ରତି ଏଯାଏ ସଦୟ ହୋଇନାହାନ୍ତି। ପ୍ରତିବର୍ଷ ବର୍ଷା ଆସିଲେ ଏଠାକାର ବହୁ ଘର, ଜମିବାଡ଼ିରେ ପାଣି ପଶିଯାଉଛି। ଜୀବନ, ଜୀବିକା ବିପଦାପନ୍ନ ହୋଇପଡ଼ୁଛି। ତଥାପି କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ପୂର୍ଣ୍ଣ ଅଧିକାର ଦେବାକୁ ଅଣ୍ଟା ସଳଖି ନାହାନ୍ତି ସରକାର। ତେବେ ବୁଡ଼ି ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ପାଇଁ ଦୀର୍ଘଦିନ ହେଲା ଉଦ୍ୟମ ଚଳାଇଛନ୍ତି ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ। ସାମୂହିକ ସ୍ବାର୍ଥ ପାଇଁ ଘର, ବାଡ଼ି ହରାଇଥିବା ସ୍ଥାନୀୟ କ୍ଷତିଗ୍ରସ୍ତଙ୍କ ସମସ୍ୟା ସମ୍ପର୍କରେ ସେ ବହୁବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବୁଧବାର ସମଲ ଅତିଥି ଭବନରେ ଜଳସମ୍ପଦ ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିଲେ। ଏଥିରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀମାନେ କ୍ଷତିଗ୍ରସ୍ତଙ୍କ ସମସ୍ୟା ବୁଝିବା ସହ ତାହାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ବୁଡ଼ି ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ପ୍ରଥମ ଥର ପାଇଁ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ଏମ୍‌ପି ସତପଥୀ ଅଧ୍ୟକ୍ଷତା କରିଥିଲେ। ରେଙ୍ଗାଳି ଓ ସମଲ ନଦୀବନ୍ଧ ଦ୍ୱାରା କଣିହାଁ, ପାଲଲହଡା ବ୍ଲକର କ୍ଷତିଗ୍ରସ୍ତ ହୋଇଥିବା ୧୧୦ ଗଁାର ଅଧିବାସୀଙ୍କ ସମ୍ପର୍କରେ ସେ ତଥ୍ୟ ରଖିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସି ମିଥ୍ୟା ପ୍ରତିଶ୍ରୁତି ନ ଦେଇ ଲୋକମାନଙ୍କ ସମସ୍ୟା ସମାଧାନ କରିବାକୁ ସେ ଅନୁରୋଧ କରିଥିଲେ। ତାଳଚେର ବାଘୁଆବୋଲଠାରେ ଏକ ଜୋନ୍‌ ଅଫିସରଙ୍କୁ ନିଯୁକ୍ତି ଦେବାକୁ ସେ ଦାବି କରିଥିଲେ। ୨ମାସ ପରେ ପୁନର୍ବାର ସମସ୍ୟା ସମାଧାନର ଅଗଗ୍ରତି ସମ୍ପର୍କରେ ଏକ ବୈଠକରେ ସମୀକ୍ଷା କରିବାକୁ ଏମ୍‌ପି ପରାମର୍ଶ ଦେଇଥିଲେ। ପରେ କ୍ଷତିଗ୍ରସ୍ତମାନେ ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ। ବୈଠକରେ ଯୋଗ ଦେଇଥିବା ଥଇଥାନ ଓ ପୁନର୍ବାସ ନିର୍ଦ୍ଦେଶକ (ଡାଇରେକ୍ଟର, ଆର୍‌ ଆଣ୍ଡ ଆର୍‌) ଜ୍ୟୋତିପ୍ରକାଶ ଦାସ କହିଥିଲେ, ସମସ୍ୟା ସମ୍ପର୍କରେ ଅବଗତ ଅଛୁ। ୧୯୮୯ ଠାରୁ ଏହା ଲାଗି ରହିଛି। ଏହି ବୈଠକରୁ ଅନେକ କଥା ଜାଣିବାକୁ ମିଳିଲା। ଏକ ବୈଷୟିକ ଟିମ୍‌ ଦ୍ୱାରା ସମସ୍ୟା ନେଇ ଆଉ ଥରେ ସର୍ଭେ ପରେ ଦୀର୍ଘସ୍ଥାୟୀ ଓ ସୁଦୂରପ୍ରସାରୀ ସମାଧାନ ନିମନ୍ତେ ଉଦ୍ୟମ କରାଯିବ। ସର୍ବୋଚ୍ଚ ଯନ୍ତ୍ରୀ ଯୋଜନା ଏବଂ ପରିକଳ୍ପନା (ପ୍ଲାନିଂ ଆଣ୍ଡ ଡିଜାଇନ) ବିଭୂତି ଭୂଷଣ ପଣ୍ଡା ୭୬.୫ ମିଟରରେ ଆଉ ଥରେ ସର୍ଭେ କରି ପିଲର ପୋତିବାକୁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏକ ମାଷ୍ଟର ପ୍ଲାନ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚିଫ୍‌ ଇଞ୍ଜିନିୟର (ଡିଜାଇନ) ଅକ୍ଷୟ କୁମାର ବାନାର୍ଜୀ ଆଉ ଥରେ ସର୍ଭେ କରାଯାଇ ବୈଷୟିକ କମିଟିରେ ସମସ୍ୟାଗୁଡିକ ଉପସ୍ଥାପନ ସହ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଫିସର (ସ୍ପେଶାଲ ଏଲ୍‌.ଓ.) ବରେନ୍ଦ୍ର ନାଥ ଧଳ ତାଳଚେର ବାଘୁଆବୋଲଠାରେ ପ୍ରତି ସପ୍ତାହର ଜୋନ୍‌ ଅଫିସର ଉପସ୍ଥିତ ରହି ମଙ୍ଗଳବାର ଓ ବୁଧବାର ଲୋକଙ୍କ ଅଭିଯୋଗ ଶୁଣାଣି କରିବେ ବୋଲି ସଭାରେ ଘୋଷଣା କରିଥିଲେ। ମୁଖ୍ୟଯନ୍ତ୍ରୀ ବ୍ରାହ୍ମଣୀ ବେସିନ ଗୁଣନିଧି ମିଶ୍ର ସରକାରୀ ନିୟମ ଅନୁସାରେ ଅଭିଯୋଗ ସମ୍ପର୍କରେ ଦରଖାସ୍ତ କରାଗଲେ ସମାଧାନ କରିବାକୁ ସୁବିଧା ହେବ ବୋଲି ପ୍ରକାଶ କରିଥିଲେ। ପରେ କ୍ଷତିଗ୍ରସ୍ତଙ୍କ ଅଭିଯୋଗପତ୍ର ଗ୍ରହଣ କରାଯାଇ ଥିଲା। ଦୀର୍ଘ ବର୍ଷ ପରେ ଅଧିକାରୀମାନେ ଅଞ୍ଚଳକୁ ଆସି ପ୍ରଥମ କରି ଏହି ବୈଠକରେ ଯୋଗ ଦେବା ଓ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା କ୍ଷତିଗ୍ରସ୍ତଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କରିଛି। ବୈଠକରେ କଣିହଁା ବ୍ଲକ ସଭାପତି କୈଳାସ ଚନ୍ଦ୍ର ସାହୁ, ପାଲଲହଡା ଶ୍ରମିକ ନେତା ମନୋଜ ସାହୁ, ଯୁବନେତା ଯୁଧିଷ୍ଠିର ଗଡନାୟକ, ଦୁର୍ଯ୍ୟୋଧନ ପ୍ରଧାନ, ଏମ୍‌ପିଙ୍କ ବଅଁରପାଳ ପ୍ରତିନିଧି ନରେଶ ବେହେରା, ବୁଦ୍ଧିଜୀବୀ, ଉଭୟ ବ୍ଲକର ବୁଡି କ୍ଷତିଗ୍ରସ୍ତ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇ ମତାମତ ରଖିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

 ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣା: ଦୋଷୀ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣା: ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଢେଙ୍କାନାଳ ଅଫିସ, ୧୯।୧- ଢେଙ୍କାନାଳ ସଦର ଥାନା ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟରେ ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣାର ପ୍ରତିବାଦରେ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଢେଙ୍କାନାଳ ଜିଲା ଭାଜପା ପକ୍ଷରୁ ଗଣଧାରଣା ଦିଆଯାଇଛି। 

ଅନୁଗୋଳ ଜିଲା କୋର୍ଟରେ ଫ୍ୟାମିଲି, ଭିଜିଲାନ୍ସ କୋର୍ଟ ଉଦ୍‌ଘାଟିତ

ଅନୁଗୋଳ ଜିଲା କୋର୍ଟରେ ଫ୍ୟାମିଲି, ଭିଜିଲାନ୍ସ କୋର୍ଟ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୧୯।୧: ଅନୁଗୋଳ ଜିଲା କୋର୍ଟରେ ଶୁକ୍ରବାର ଫ୍ୟାମିଲି ଓ ଭିଜିଲାନ୍ସ କୋର୍ଟ ଉଦ୍‌ଘାଟନ କରାଯାଇଛି। ଏହା ସହ କୋର୍ଟ ପରିସରରେ  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରାଯାଇଛି।

ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ: ଭୋକରେ ଫେରୁଛନ୍ତି ଶିଶୁ

ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ: ଭୋକରେ ଫେରୁଛନ୍ତି ଶିଶୁ

ପରଜଙ୍ଗ, ୧୯।୧(ଡି.ଏନ୍‌.ଏ.) ଗର୍ଭବତୀ ଏବଂ ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ସେମାନଙ୍କ ଗୁଣାତ୍ମକ, ବୌଦ୍ଧିକ ବିକାଶ ଲାଗି ପ୍ରଣୟନ କରାଯାଉଛି ଏକାଧିକ ଯୋଜନା। ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ଲକ୍ଷ୍ୟ ହାସଲ ହୋଇପାରୁନାହିଁ। 

ଅପହୃତା ନାବାଳିକା ଉଦ୍ଧାର ଘଟଣା: ଗଣବଳାତ୍କାର ଅଭିଯୋଗ

ଅପହୃତା ନାବାଳିକା ଉଦ୍ଧାର ଘଟଣା: ଗଣବଳାତ୍କାର ଅଭିଯୋଗ

ପରଜଙ୍ଗ, ୧୯।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଞ୍ଚଳ ନବମ ଶ୍ରେଣୀ ଛାତ୍ରୀ ଅପହରଣ ମାମଲା ଭିନ୍ନ ମୋଡ଼ନେଇଛି। ଅପହର୍ତ୍ତାମାନେ ନାବାଳିକାଙ୍କୁ ଜଙ୍ଗଲରେ ରଖି ୨ଦିନ ଧରି ଗଣବଳାତ୍କାର କରିଥିବା ସେ ଅଭିଯୋଗ ଆଣିଛନ୍ତି। 

‘କାଳିଆ’ରେ ସାମିଲ ହେବାକୁ ପଡ଼ିଛି ୨,୩୯,୪୯୦ ଫର୍ମ: ଏତେ ସଂଖ୍ୟକ ଆବେଦନକୁ ନେଇ ଅଡ଼ୁଆ

‘କାଳିଆ’ରେ ସାମିଲ ହେବାକୁ ପଡ଼ିଛି ୨,୩୯,୪୯୦ ଫର୍ମ: ଏତେ ସଂଖ୍ୟକ ଆବେଦନକୁ ନେଇ ଅଡ଼ୁଆ

ଅନୁଗୋଳ ଅଫିସ, ୧୯।୧: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାମିଲ ପାଇଁ ଅନୁଗୋଳ ଜିଲାରେ ୨ ଲକ୍ଷ ୩୯ ହଜାର ୪୯୦ ଜଣ ଚାଷୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ବଅଁରପାଳରୁ ସର୍ବାଧିକ ଆବେଦନକାରୀ ଅଛନ୍ତି। 

କୋଇଲା ଯୁଗ୍ମ ସଚିବଙ୍କୁ ଦାବିପତ୍ର

କୋଇଲା ଯୁଗ୍ମ ସଚିବଙ୍କୁ ଦାବିପତ୍ର

ତାଳଚେର,୧୯ା୧(ନି.ପ୍ର.) କେନ୍ଦ୍ର କୋଇଲା ଯୁଗ୍ମ ସଚିବ ତଥା ଏମ୍‌ସିଏଲ୍‌ର ନୋଡାଲ ଅଫିସର ରାଜେଶ କୁମାର ସିହ୍ନା ଦୁଇଦିନିଆ ତାଳଚେର କୋଲ୍‌ ଫିଲଡ୍‌ସ ଗସ୍ତରେ ଆସି ଫେରି ଯାଇଛନ୍ତି। ସିହ୍ନା ଗୁରୁବାର ରାତିରେ ଏଠାରେ ପହଞ୍ଚିଥିଲେ। 

ଉଜୁଡ଼ା ସାତକୋଶିଆର ସଜଡ଼ା ଆରମ୍ଭ

ଉଜୁଡ଼ା ସାତକୋଶିଆର ସଜଡ଼ା ଆରମ୍ଭ

ବନ୍ତଳା, ୧୯।୧ (ଡି.ଏନ.ଏ.) ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପ୍ରତିବାଦରେ ହୋଇଥିବା ପୋଡ଼ାଜଳା, ହିଂସାକାଣ୍ଡ ଓ ଯୁବ ମହାବଳ ମହାବୀରର ମୃତ୍ୟୁ ପରେ ଅନୁଗୋଳ ଜିଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏକପ୍ରକାର ଉଜୁଡ଼ି ଯାଇଛି। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ଗହଳିରେ ଉଚ୍ଛୁଳି ଉଠୁଥିବା ଏହି ଅଭୟାରଣ୍ୟ ଚଳିତବର୍ଷ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି।

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ଭାପୁର, ୧୮।୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ସବୁସ୍ତରରୁ ଉଦ୍ୟମ ଜରୁରୀ। ସରକାରୀ ଯୋଜନା ଠିକ୍‌ ସମୟରେ ପହଞ୍ଚତ୍ ପାରିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଘଟିପିରିସ୍ଥିତ ଶଶିଭୂଷଣ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର  ଆୟୋଜିତ ଅର୍ନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। 

 ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

ପରଜଙ୍ଗ,୧୮।୧(ଡି.ଏନ.ଏ.)- ପରଜଙ୍ଗ ପଞ୍ଚାୟତରେ ଶୁକ୍ରବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା,  ସମ୍ମାନିତ ଅତିଥି  ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ସମିତିସଭ୍ୟ ମୀନକେତନ ସାମଲ, ଡବ୍ଲୁଓ ସ୍ବର୍ଣ୍ଣପ୍ରଭା ସେଠୀ, ପିଇଓ ଧୁର୍ବଚରଣ ନାୟକ, ନିର୍ମାଣ ଶ୍ରମିକ କୋଡ଼ିନେଟର ଦିଲୀପ ବର୍ମା, ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। 

ଆସନ୍ତା ୨୦ରେ ଫ୍ଲଡ ଲାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ

ଅନୁଗୋଳ ଅଫିସ,୧୮।୧- ଅନୁଗୋଳ ଶିବା ଗ୍ରାଉଣ୍ଡରେ  ଆସନ୍ତା ୨୦ରେ  ଫ୍ଲଡ ଲାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ୮ଟି ଦଳ ଅଶଂଗ୍ରହଣ କରିବେ। ମ୍ୟାଚ ଗୁଡ଼ିକ ନକ ଆଉଟ ପଦ୍ଧତିରେ ଖେଳାଯିବ। 

ଚକୋଲେଟ ଦେବାକୁ ଡାକିନେଇ  ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଚକୋଲେଟ ଦେବାକୁ ଡାକିନେଇ ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି।

୩ରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ର ‘ରନାଥନ୍‌’

୩ରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ର ‘ରନାଥନ୍‌’

ଢେଙ୍କାନାଳ ଅଫିସ, ୧୮।୧: ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ଫେବୃୟାରୀ ୩ରେ ଆୟୋଜିତ ହେବ ଗଣଦୌଡ଼ ‘ରନାଥନ୍‌’। କମ୍ପାନୀର ପ୍ରଥମ ସଂସ୍କରଣର ଏହି କାର୍ଯ୍ୟକ୍ରମ ଲାଗି ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି ।