ଉପକୂଳ ଓଡିଶା

ଅଧାରେ ଅଟକିଛି ଇକୋ ଟୁରିଜମ୍‌ କେନ୍ଦ୍ର

ଅଧାରେ ଅଟକିଛି ଇକୋ ଟୁରିଜମ୍‌ କେନ୍ଦ୍ର
ଜଗତ୍‌ସିଂହପୁର ଅଫିସ,୧୪।୧୨ କଳା, ସଂସ୍କୃତି, ଶିକ୍ଷା ଆଦି କ୍ଷେତ୍ରରେ ଜଗତ୍‌ସିଂହପୁରର ସୁନାମ ରହିଛି। କିନ୍ତୁ ଜିଲାରେ ପର୍ଯ୍ୟଟନର ବିକାଶ ନିମନ୍ତେ ସରକାରଙ୍କ ତରଫରୁ ସେଭଳି ଆନ୍ତରିକତା ପ୍ରକାଶ ପାଉନାହିଁ। ଏଥିପାଇଁ ଜିଲାକୁ ପର୍ଯ୍ୟଟକଙ୍କ ଆଗମନ କମିବାରେ ଲାଗିଛି। ଧଳତଙ୍ଗଗଡ଼, ସିଆଳି, କୁଞ୍ଜବିହାରୀ ମଠ, ରଘୁନାଥଜୀଉ ମନ୍ଦିର, ଗାରୋଇ, ଧ୍ୟାନକୁଦ, ବନ୍ଦର ଆଦିର ଉନ୍ନତୀକରଣ ପାଇଁ ବର୍ଷାଧିକ କାଳ ହେବ ଦାବି ହୋଇଆସୁଛି। ଏନେଇ ଜିଲା ପର୍ଯ୍ୟଟନ ବିଭାଗ ତରଫରୁ ଏକାଧିକବାର ପ୍ରସ୍ତାବ ଦିଆଯାଉଥିଲେ ସୁଦ୍ଧା ତାହା ବିଭାଗ ଫାଇଲ ତଳେ ଲୁଚିଯାଉଛି। ସରକାର ଏଥିପ୍ରତି ଦାୟିତ୍ୱବାନ ହେବାକୁ ସାଧାରଣରେ ଦାବି ହୋଇଛି। ଜିଲା ମୁଖ୍ୟାଳୟରୁ ୧୫ କିଲୋମିଟର ଦୂର ଧଳତଙ୍ଗଗଡ଼ ଜଙ୍ଗଲକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯାଇଛି। ପ୍ରତିବର୍ଷ ଶୀତଦିନେ ଏହି ଜଙ୍ଗଲକୁ ଜିଲା ତଥା ବାହାରୁ ଶହସ୍ରାଧିକ ପର୍ଯ୍ୟଟକ ଆସିଥାନ୍ତି। ହରିଣମାନଙ୍କ ଯୋଗୁ ଧଳତଙ୍ଗଗଡ଼ ଜଙ୍ଗଲର ସ୍ବତନ୍ତ୍ରତା ଅଛି। କେବଳ ଏତିକି ନୁହେଁ, ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ଠେକୁଆ, ହେଟା ବାଘ, ଝିଙ୍କ, ସାଳିଆପତନି, କଟାସ, ବିଲୁଆ ଏବଂ ସରିସୃପ ଆଦି ଥିବା ଶୁଣିବାକୁ ମିଳେ। କେନ୍ଦୁ, କୁଚିଆ ଏବଂ କଣ୍ଟା ବାଉଁଶ ଆଦି ଗଛ ଅଧିକ ପରିମାଣରେ ଦେଖିବାକୁ ମିଳେ। ଜାମୁ, ଆମ୍ବ, ବଉଳ, କରଞ୍ଜ, ସୁନାରୀ, ପେସ୍ତା କାଜୁ, ଅଶୋକ, ଲିମ୍ବ ବୃକ୍ଷ ମଧ୍ୟ ଏଠାରେ ରହିଛି। ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ଦେଖିବାକୁ ମିଳେ। ଜଙ୍ଗଲ ପରିସର ପରିବେଶ ବେସ୍‌ ମନୋରମ। ଧ୍ରୂବ ତପସ୍ୟାସ୍ଥଳ ଧଉଳୀକୁଦ ଆଉ ଏକ ଆକର୍ଷଣ। ସେଠାରେ ଦିବାରାତ୍ର ଅଖଣ୍ଡ ଧୋନି ଦେଖିବାକୁ ମିଳେ। ଏହା ପାର୍ଶ୍ୱରେ ବନ ଦୁର୍ଗା ମନ୍ଦିର ରହିଛି। ଏସବୁର କିମ୍ବଦନ୍ତୀ ନିଆରା। ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ୨୦୧୫ ଫେବୃୟାରୀରୁ ୨୧ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏକ ଇକୋ ଟୁରିଜିମ୍‌ କେନ୍ଦ୍ର କାମ ଆରମ୍ଭ ହୋଇ ପ୍ରାୟ ୨ବର୍ଷ ପୂର୍ବରୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ୧ ଏକର ଜମିରେ ୨ଟି ବିଶ୍ରାମ କକ୍ଷ, ୧୦ ଚେୟାର, ୧୧ ପିଣ୍ଡି, ଭିତର ରାସ୍ତା, ସ୍ତ୍ରୀ ଓ ପୁରୁଷ ପରିଶ୍ରାଗାର, ୨ଟି ରୋଷଘର କାମ କରାଯାଇଥିଲା। ଏଥିସହ ଘାସ ଗାଲିଚା, ୨ଟି ହରିଣ ମୂର୍ତ୍ତି ଏବଂ ଫୁଲ କୁଣ୍ଡ ବ୍ୟବସ୍ଥା ହୋଇଥିଲା। ଗାଡି ରଖିବା ପାଇଁ କେବଳ ପାର୍କିଂ ଏବଂ ପିଣ୍ଡି ଆଦି କରାଯିବା ବାକି ଥିଲା। ଇକୋ ଟୁରିଜିମ୍‌ କେନ୍ଦ୍ର ଆରମ୍ଭ ସମୟରେ ଲୋକଙ୍କୁ ବେସ୍‌ ଖୁସି ଲାଗିଥିଲା। କିନ୍ତୁ ଏହି ଖୁସି ଏବେ ମଉଳି ଯାଇଛି। ୩ବର୍ଷ ବିତିବାକୁ ବସିଥିବାବେଳେ ଏହା ଉଦ୍‌ଘାଟନ ହୋଇପାରୁନି। ସେହିପରି ଝଙ୍କଡ଼ସ୍ଥିତ ମା’ ସାରଳା ପୀଠ, ପାରାଦୀପ ସି ବିଚ୍‌, ସି ହାବୋର, ଗଡ଼କୁଜଙ୍ଗସ୍ଥିତ କୁଞ୍ଜବିହାରୀ ମଠ, ସିଆଳି ସି ବିଚ୍‌, ଚାନ୍ଦପୁର ରଘୁନାଥଜୀଉ ମନ୍ଦିର, ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟ ଆଦିକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ଗ୍ରହଣ କରାଯାଇଛି। ଏଥିମଧ୍ୟରୁ କୁଞ୍ଜବିହାରୀ ମଠ ପରିସରରେ ଥିବା ବିରାଟ ଜଗନ୍ନାଥ ମନ୍ଦିର ଜିଲାର ଏକ ଆକର୍ଷଣ ସାଜିଥିଲେ ସୁଦ୍ଧା ଏହାର ଉନ୍ନତୀକରଣ କରାଯାଉନାହିଁ। ସେହିପରି ସିଆଳି ସି ବିଚ୍‌କୁ ଅନେକ ପର୍ଯ୍ୟଟକ ଯାଉଥିଲେ ସୁଦ୍ଧା ରାତି ରହଣି ପାଇଁ ପାନ୍ଥଶାଳା ନାହିଁ। ସୁରକ୍ଷା ଦୃଷ୍ଟିରୁ ଏକ ଫାଣ୍ଡି ହେବା ଉଚିତ ବୋଲି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରଘୁନାଥଜୀଉ ମନ୍ଦିରର ଅନୁପମ କାରୁକାର୍ଯ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ। ଏଠାରେ ରାମ, ସୀତା, ଲକ୍ଷ୍ମଣ, ଚନ୍ଦ୍ରଶେଖରଙ୍କ ସୁନ୍ଦର ମୂର୍ତ୍ତି ପୂଜା ପାଉଛନ୍ତି। କିନ୍ତୁ ଯାନବାହାନ ରଖିବା ପାଇଁ ସେଠାରେ ପାର୍କିଂ ସମସ୍ୟା ରହିଛି। ଏହାର ଉନ୍ନତୀକରଣ ସମେତ ବିବାହ ମଣ୍ଡପ, ଛୋଟ ଛୋଟ ଦୋକାନ ଆଦି କରାଯିବା ଆବଶ୍ୟକ। ଜିଲା ମୁଖ୍ୟାଳୟରେ ସୋମନାଥ ମନ୍ଦିର ସହ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏସବୁ ପର୍ଯ୍ୟଟନସ୍ଥଳଗୁଡିକୁ ଯିବା ନିମନ୍ତେ ଦୂରତା ଆଦି ଜାଣିବା ପାଇଁ ଜିଲା ମୁଖ୍ୟାଳୟରେ ୱେ ଇଣ୍ଡିକେଟର ଆବଶ୍ୟକ ଥିବାବେଳେ ତାହା ହୋଇନାହିଁ। ଏହାବାଦ୍‌ ମାଛଗାଁ ଗାରେଇ ଚନ୍ଦନ ପୋଖରୀର ଉନ୍ନତୀକରଣ ହେବା ଆବଶ୍ୟକ। ଏହି ପରିସରରେ ପାର୍କିଂ, ଭୋଜନ ପାଇଁ ଆନନ୍ଦ ବଜାର କରାଯିବା ଦରକାର। ପଞ୍ଚଶଖା ଧ୍ୟାନକୁଦରେ ପାର୍କିଂ, ସୁରକ୍ଷା ପାଇଁ ପ୍ରାଚୀର, ଲୋକଙ୍କ ଭୋଜନ ଓ ଅନ୍ୟାନ୍ୟ ପାଇଁ ଭାସିନିଟି ସେଣ୍ଟର, ପରିଶ୍ରାଗାର ବିଭାଗ ଆଦିର ଆବଶ୍ୟକତା ରହିଛି। ମରିଚିପୁର ବନ୍ଦରର ଉନ୍ନତୀକରଣ ପାଇଁ ପୂର୍ବତନ ଜିଲାପାଳ ସତ୍ୟରଞ୍ଜନ ମଲିକ ଗୁରୁତ୍ୱାରୋପ କରିଥିଲେ। ସମୁଦ୍ର ପାର୍ଶ୍ୱରେ ପଥର ବନ୍ଧ, ସିମେଣ୍ଟ କଂକ୍ରିଟ ରାସ୍ତା, ଡଙ୍ଗା ଆଦିରେ ଯାତାୟାତ ପାଇଁ ଜେଟି, ବନ୍ଦରାଇ ଠାକୁରାଣୀ ମନ୍ଦିରର ଉନ୍ନତୀକରଣ, ପାଚେରୀ, ବ୍ରିଟିଶମାନଙ୍କ ପୋର୍ଟର ଭଗ୍ନାବଶେଷର ଉନ୍ନତୀକରଣ ଆଦି କରାଯିବାକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ। ବାଲିଆ ଗୋପୀନାଥ ମନ୍ଦିରରେ ପୁରୁଣା କାରୁକାର୍ଯ୍ୟ ରହିଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ବହନ କରୁଛି। ଗୋରେଖନାଥ, ବାଇଶି ମଉଜାର ଜଗନ୍ନାଥ ମନ୍ଦିର, ଶାଳିଜଙ୍ଗା ମଠ, ପଞ୍ଚୁପଲ୍ଲୀ, ଯଶୋବନ୍ତପୀଠ ଆଦିରେ ମଧ୍ୟ ଅନେକ କିଛି କରାଯିବାର ଆବଶ୍ୟକତା ଅଛି। ଧଳତଙ୍ଗଗଡ଼ ପର୍ଯ୍ୟଟନ କ୍ଷେତ୍ର ଉପରେ ଜଗତ୍‌ସିଂହପୁର ବନଖଣ୍ଡ ଦାୟିତ୍ୱରେ ଥିବା ଅଧିକାରୀ ସୁଦର୍ଶନ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ ପୂର୍ବତନ ଡିଏଫ୍‌ଓଙ୍କ ସମୟରେ ଇକୋ ଟୁରିଜିମ୍‌ କେନ୍ଦ୍ର କାମ ଆରମ୍ଭ ଓ ଶେଷ ହୋଇଥିଲା। କିନ୍ତୁ କାମ କରିଥିବା ଠିକାଦାର ଏବେ ତାଙ୍କ ବିଲ୍‌ ବାକି ଥିବା କହି ବାଧକ ସାଜୁଛନ୍ତି। ତେଣୁ ତାହା ଉଦ୍‌ଘାଟନ ହୋଇପାରୁନି।
All Right Reserved By

ଉପକୂଳ ଓଡିଶା

ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର ରୋଡ, ୧୬।୧୦(ଡି.ଏନ୍‌.ଏ.): ବୁଧବାର ମା’ ଦୁର୍ଗାଙ୍କର ମହାଷ୍ଟମୀ ପୂଜା। ଯାଜପୁର ରୋଡ଼ର ସମସ୍ତ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଷ୍ଟମୀ ଉପବାସ କରୁଥିବା ମହିଳାମାନେ ଭୋଗ କରି ବ୍ରତ ପିନ୍ଧୁଛନ୍ତ। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଣ୍ଡୀ ପାଠ ସହ ବିଭିନ୍ନ ବାଦ୍ୟରେ ସହର କମ୍ପୁଛି । 

ଶାରଦୀୟ ଦୁର୍ଗା ପୂଜା ପାଇଁ ଡେରାବିଶ ଉତ୍ସବମୁଖର

ଶାରଦୀୟ ଦୁର୍ଗା ପୂଜା ପାଇଁ ଡେରାବିଶ ଉତ୍ସବମୁଖର

ଡେରାବିଶ,୧୭।୧୦(ସ୍ବ.ପ୍ର.): ଦୁର୍ଗାପୂଜା ପାଇଁ  କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଗତ ସୋମବାର ଠାରୁ ଉତ୍ସବ ମୁଖର ହୋଇଉଠିଛି। ଦୀର୍ଘ ଏକ ବର୍ଷ ଧରି ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ଭକ୍ତି ପରାକାଷ୍ଠାର  ସ୍ବରୂପିଣୀ ମହିଷମର୍ଦ୍ଦିନୀ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଛନ୍ତି।

ମାର୍ଶାଘାଇରେ ମା’ଙ୍କ ଅଷ୍ଟମୀ ପୂଜା

ମାର୍ଶାଘାଇରେ ମା’ଙ୍କ ଅଷ୍ଟମୀ ପୂଜା

ମାର୍ଶାଘାଇ,୧୦।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳରେ ଦୁର୍ଗା ମଣ୍ଡପ ଗୁଡ଼ିକରେ ବୁଧବାର ମା’ଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି।

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ତିତ୍‌ଲି ପ୍ରଭାବରେ  ଭାଙ୍ଗିଲା ଶ୍ରେଣୀଗୃହ କାନ୍ଥ, କୋମଳମତି ଶିଶୁମାନଙ୍କ ପାଇଁ  ବିପଦଶଙ୍କୁଳ ପରିସ୍ଥିତି

ତିତ୍‌ଲି ପ୍ରଭାବରେ ଭାଙ୍ଗିଲା ଶ୍ରେଣୀଗୃହ କାନ୍ଥ, କୋମଳମତି ଶିଶୁମାନଙ୍କ ପାଇଁ ବିପଦଶଙ୍କୁଳ ପରିସ୍ଥିତି

ଗଣିଆ,୧୭ା୧୦(ଡି.ଏନ.ଏ.)-ଗତ ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଗଣିଆ ବ୍ଲକ ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହର କାନ୍ଥ ଭୁଶୁଡ଼ି ପଡ଼ିଛି। ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଏହି ଶ୍ରେଣୀଗୃହ ବିଦ୍ୟାଳୟ ପରିସରରେ ବିପଦଶଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି। ଏକ ଶହ ବର୍ଷରୁ ଊର୍ଦ୍ଧ୍ୱ ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ମାଟି ଓ ଇଟାରେ ନିର୍ମିତ କାନ୍ଥଗୁଡ଼ିକ ଫାଟି ଆଁ କରି ରହିଲାଣି।

ମହିଳାଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର

ମହିଳାଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର

ନୟାଗଡ଼ ଅଫିସ,୧୭।୧୦-ନୟାଗଡ଼ ଜିଲା ସଦର ଥାନା ଖୁଣ୍ଟୁବନ୍ଧ ପଞ୍ଚାୟତ ଅଶ୍ୱତ୍ଥପଡ଼ା ଗ୍ରାମରେ  ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଗ୍ରାମବାସୀ କଟୁରିରେ ଆକ୍ରମଣ କରିବାରୁ ସେ  ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଅଶ୍ୱତ୍ଥପଡ଼ା  ଗ୍ରାମର  ପାଣୁଚରଣ ପ୍ରଧାନଙ୍କ ସ୍ତ୍ରୀ  ଗୌରୀ ପ୍ରଧାନ(୪୮)। 

ସ୍ବାଧୀନତାର ୭୧ ବର୍ଷ ପରେ ସେତୁ , ଗ୍ରାମ ସଡ଼କ ନିର୍ମାଣ ନିମନ୍ତେ ଭୂମିପୂଜା

ସ୍ବାଧୀନତାର ୭୧ ବର୍ଷ ପରେ ସେତୁ , ଗ୍ରାମ ସଡ଼କ ନିର୍ମାଣ ନିମନ୍ତେ ଭୂମିପୂଜା

ରଣପୁର,୧୭ା୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ବଜ୍ରରାଜପୁର ପଞ୍ଚାୟତରେ ଅବହେଳିତ ଭାବେ ରହିଥିବା ଇଚ୍ଛାପୁର ଗ୍ରାମକୁ ଏବେ ସରକାରଙ୍କ ଦୃଷ୍ଟି ପଡ଼ିଛି। ସ୍ବାଧୀନତାର ୭୧ ବର୍ଷ ପରେ ଗ୍ରାମବାସୀଙ୍କ ଯାତାୟାତ ନିମନ୍ତେ ମନ୍ଦାକିନୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୧ କୋଟି ୨୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରଣପୁର ମୁଖ୍ୟ ରାସ୍ତାଠାରୁ ଗ୍ରାମକୁ ସଂଯୋଗ କରୁଛି ଏକ ନୂତନ ରାସ୍ତା। 

ହାତୀ ନଷ୍ଟ କଲା ଧାନ ଫସଲ

ହାତୀ ନଷ୍ଟ କଲା ଧାନ ଫସଲ

ରଣପୁର,୧୭ା୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ମୟୂରଝଲିଆ ଏବଂ ରାଜଜଙ୍କିଆ ପଞ୍ଚାୟତରେ ସୋମବାର ରାତିରେ ହାତୀପଲ ଧାନ ଫସଲ ଖାଇଦେବା ସହିତ ଦଳିଚକଟି ନଷ୍ଟ କରିଦେଇଛି ।  ଋଣ କରି ଫସଲ କରିଥିବା ଚାଷୀମାନେ ଏବେ ଏ ନେଇ ମୁଣ୍ଡରେ ହାତଦେଇ ବସିଛନ୍ତି।

ଦୁର୍ଗାପୂଜା ଲାଗି ଉତ୍ସବମୁଖର ମାର୍ଶାଘାଇ

ଦୁର୍ଗାପୂଜା ଲାଗି ଉତ୍ସବମୁଖର ମାର୍ଶାଘାଇ

ମାର୍ଶାଘାଇ,୧୬।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି। ମାର୍ଶାଘାଇ  ବଜାର ମଣ୍ଡପରେ ସୋମବାର ସନ୍ଧ୍ୟାରେ ବିଲ୍ବ ବରଣ ପରେ ମଙ୍ଗଳବାର କଳସ ସ୍ଥାପନ କରାଯାଇ ଷୋଢଶ ଉପଚାର ପୂଜା ଆରମ୍ଭ ହୋଇଛି।

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ଯାଜପୁର ଅଫିସ, ୧୬।୧୦: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଦୁର୍ଗା ପଡ଼ିଆ ନିକଟ ବ୍ରାହ୍ମଣୀ ନଦୀରେ ମଙ୍ଗଳବାର ପୂର୍ବାହ୍ନରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଦଶରଥ ଜେନା(୬୫)। ଯାଜପୁର ଓଡ୍ରାଫ ଟିମ୍‌ ଓ ବରୀ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି। 

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ନୂଆଗାଁ,୧୬।୧୦(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସୋମବାର ପଞ୍ଚାୟତର ଦୁଇଶହର ଊର୍ଦ୍ଧ୍ୱ ମହିଳାପୁରୁଷ ନୂଆଗାଁ ବିଡିଓଙ୍କୁ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 

ପାଣୁସାହୁ ପାଟଣାର ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ: ବିଶ୍ୱାସ ଓ ଅନୁଭୂତିକୁ ନେଇ ସୃଷ୍ଟି ହୁଏ ପରମ୍ପରା

ପାଣୁସାହୁ ପାଟଣାର ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ: ବିଶ୍ୱାସ ଓ ଅନୁଭୂତିକୁ ନେଇ ସୃଷ୍ଟି ହୁଏ ପରମ୍ପରା

ଖଣ୍ଡପଡା,୧୬।୧୦(ସ୍ବ.ପ୍ର.)-ଶାରଦୀୟ ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସମସ୍ତ ଶକ୍ତି ପୀଠରେ ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା, ବେଶ ଚାଲିଥିବାବେଳେ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃ୍‌ଣ୍ମୟୀ ମୂର୍ତ୍ତି ସ୍ଥାପନ ହୋଇ ପୂଜା ଅପେକ୍ଷାରେ ଅଛନ୍ତି।