ଉପକୂଳ ଓଡିଶା

ପୂର୍ତ୍ତ ବିଭାଗ ରାସ୍ତା ତାଡିଲେ ଚାଷୀ

ପୂର୍ତ୍ତ ବିଭାଗ ରାସ୍ତା ତାଡିଲେ ଚାଷୀ

ନାଉଗଁ।,୧୪।୧୨(ସ୍ବ.ପ୍ର.)

ଅଦିନିଆ ବର୍ଷା ନାଉଗଁ। ବ୍ଲକ ଅଞ୍ଚଳର ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଧାନ ଓ ରବି ଜାତୀୟ ଫସଲ ଏଥିରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ବ୍ଲକରେ କମ୍‌ ପରିମାଣର ବର୍ଷା ହୋଇଥିବାରୁ ଏହି ବ୍ଲକ କ୍ଷୟକ୍ଷତି ତାଲିକାରୁ ବାଦ୍‌ପଡିଛି। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବ୍ଲକର ଶିଖରଘାଟ-ବାଲିଭଉଁରୀ ରାସ୍ତାର ପଶ୍ଚିମ ପାର୍ଶ୍ୱରେ ନାଉଗଁ।, ଅଲଣା, ବଛାଳୋ, ସାରେଇକୂଳ, ବିଲିପଡ଼ା ଆଦି ଗ୍ରାମର ୫ ଶହ ହେକ୍ଟରରୁ ଅଧିକ ଚାଷଜମି ରହିଛି। ଏହି ଚାଷଜମି ଚାରିପଟେ ପୂର୍ତ୍ତ ବିଭାଗ ରାସ୍ତା ଘେରି ରହିଛି। ରାସ୍ତା ପ୍ରଶସ୍ତୀକରଣ ଓ ଉଚ୍ଚା କରାଯିବା ଦ୍ୱାରା ଜମିଗୁଡିକ ରାସ୍ତାଠାରୁ ନିଚ୍ଚା ରହିଛି। ଫଳରେ ରାସ୍ତା ପାଣି ସବୁ ଗଡ଼ି ଜମିରେ ପଶୁଛି। ଏସବୁ ଜମିରୁ ଜଳ ନିଷ୍କାସନ ପାଇଁ କଲଭର୍ଟ ନିର୍ମାଣ କରାଯାଇଥିଲେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନି। ସାରେଇକୂଳ ନିକଟରେ ଥିବା କଲଭର୍ଟ ପାଖରେ ଥିବା ଚାଷଜମି ପୋତାଯାଇଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜୁଛି। ଗୋଟିଏ ପଟେ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ନ ଥିବାବେଳେ ଅନ୍ୟପଟେ ଚାଷଜମିରୁ ପାଣି ନିଷ୍କାସନ ହୋଇପାରୁନି। ତେଣୁ ଚାଷୀମାନେ ବାଧ୍ୟହୋଇ ବାଲି ଭଉଁରୀ-ଶିଖର ଘାଟ ମୁଖ୍ୟ ରାସ୍ତା ହାଣି ଦେଇଛନ୍ତି। ଫଳରେ ଯାତ୍ରୀବାହୀ ଓ ମାଲବାହୀ ଗାଡି ଯିବା ଆସିବା ବନ୍ଦ ହୋଇଯାଇଛି। ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ଓ ତହସିଲଦାରଙ୍କୁ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ଚାଷୀମାନେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଗୁରୁବାର ଯନ୍ତ୍ରୀ ଓ ତହସିଲଦାର ଚାଷଜମି ଦେଖିବାକୁ ଯାଇଥିବାବେଳେ ହର ପ୍ରସାଦ ନାୟକ, ନିରଞ୍ଜନ ବେହୁରା, ଭୀମସେନ ସ୍ବାଇଁ, ପ୍ରମୋଦ ପରିଡା, ବାମନ ନାୟକ, ନୃସିଂହ ନାୟକ, ପ୍ରଶାନ୍ତ ସାହୁ, ଲଳିତ ସ୍ବାଇଁ, ନବଘନ ଭୋଇ ପ୍ରମୁଖ ଶତାଧିକ ଚାଷୀ ସେମାନଙ୍କୁ ସମସ୍ୟା ସମାଧାନ କରିବା ପାଇଁ କହିଥିଲେ। ମଟର ପମ୍ପ ଯୋଗେ ପାଣି ନିଷ୍କାସନ କରିବା ପାଇଁ ଦୁଇ ଅଧିକାରୀ କହିବାରୁ ଏତେ ପାଣି ନିଷ୍କାସନ ହୋଇ ପାରିବ ନାହିଁ ବୋଲି ଚାଷୀମାନେ କହିଥିଲେ। ଶେଷରେ କୌଣସି ଉପାୟ ନ ପାଇ ଚାଷୀମାନେ ପୂର୍ତ୍ତ ବିଭାଗ ରାସ୍ତାକୁ କାଟି ଦେଇଥିଲେ। ଏ ସମ୍ପର୍କରେ ତହସିଲଦାର ସଚ୍ଚିଦାନନ୍ଦ ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ ଜମିରେ ଯେତେ ପାଣି ରହିଛି ପମ୍ପ ଯୋଗେ ନିଷ୍କାସନ କରିବା କଷ୍ଟକର। ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ରାସ୍ତା କଟାଯାଇଛି। ବିଭାଗ ତରଫରୁ ହୋମ୍‌ ପାଇପ ଅଣାଯାଉଛି। ହୋମ ପାଇପ ଲଗାଇବା ପରେ ରାସ୍ତା ମରାମତି କରାଯିବ। ଫଳରେ ଯାତାୟାତ ସହିତ ଜଳ ନଷ୍କାସନ ହୋଇପାରିବ।

All Right Reserved By

Model This Week

ସନ୍ତୋଷ

ଉପକୂଳ ଓଡିଶା

୧୨୫ ଛାତ୍ରୀଛାତ୍ରଙ୍କୁ ମେଧାବୃତ୍ତି

ଭୁବନେଶ୍ୱର, ୨୭।୫ (ବ୍ୟୁରୋ)- ୧୨୫ ଛାତ୍ରୀଛାତ୍ରଙ୍କୁ ବୃତ୍ତିଗତ ଓ ବୈଷୟିକ ମେଧାବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି।

ଚାକିରି ଦେବା ଆଳରେ ଠକେଇ: ୫ କୋର୍ଟ ଚାଲାଣ ରସୁଲପୁର,

ଚାକିରି ଦେବା ଆଳରେ ଠକେଇ: ୫ କୋର୍ଟ ଚାଲାଣ ରସୁଲପୁର,

ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ଏକ ଲଜ୍‌ରୁ ସ୍ଥାନୀୟ ପୋଲିସ ଏକ ଠକଦଳର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ୫୦ରୁ ଊର୍ଦ୍ଧ୍ୱ ବେକାରୀ ଯୁବତୀଯୁବକଙ୍କୁ ଷ୍ଟେଟ୍‌ ବ୍ୟାଙ୍କରେ ଡାଟା ଏଣ୍ଟ୍ରି ଚାକିରି କରାଇ ଦେବାକୁ କହି ଟଙ୍କା ଲୁଟୁ ଥିବା ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ପୋଲିସ ଚଢ଼ାଉ ସମୟରେ ଗିରଫ ଅଭିଯୁକ୍ତମାନେ ବ୍ୟାଙ୍କର କୌଣସି କର୍ମକତ୍ତା ନୁହଁନ୍ତି ବୋଲି ଜଣାପଡ଼ିଥିଲା।

ଗୃହ ନିର୍ମାଣ ନ ସରୁଣୁ ବିମ୍‌ରେ ଫାଟ

ଯାଜପୁର ରୋଡ/ରଗଡି,୨୭ା୫ (ନି.ପ୍ର/ଡି.ଏନ.ଏ)କୋରେଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତରେ ସପ୍ତରତ୍ନ ସଂସ୍କୃତ ମହାବିଦ୍ୟାଳୟର ନୂତନ ଗୃହ ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। କୋଠା ନିର୍ମାଣ ଶେଷ ନ ହେଉଣୁ ବିମ୍‌ ଫାଟି ସେଠାରେ କଣା ହୋଇଯାଇଛି।

ପୋତି ହୋଇଯାଉଛି ୬୦ରୁ ଊର୍ଦ୍ଧ୍ୱ ନାଳ, ପୁନରୁଦ୍ଧାର ଜରୁରୀ

ବରୀ,୨୭ା୫(ସ୍ବ.ପ୍ର.) ଯାଜପୁର ଜିଲା ବରୀ ଅଞ୍ଚଳରେ ଛୋଟ ବଡ଼ ୬୦ରୁ ଊର୍ଦ୍ଧ୍ୱ ନାଳ ରହିଛି। ହେଲେ ଧୀରେ ଧୀରେ ଏହି ନାଳ ପୋତି ହୋଇ ପଡୁଥିବା ଦେଖିବାକୁ ମିଳୁଛି। ନାଳ ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ନାଳଗୁଡିକ ପୁନରୁଦ୍ଧାର କରାଗଲେ ଚାଷ ଜମିକୁ ଜଳ ଯୋଗାଣ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସରିଲାଣି ଆବାସ ନିର୍ମାଣ, ମିଳିନାହିଁ ବକେୟା ଅର୍ଥ

ବିଞ୍ଝାରପୁର,୨୭ା୫(ଡି.ଏନ.ଏ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଞ୍ଝାରପୁର ବ୍ଲକ ଚର୍ଚ୍ଚାରେ ରହିଛି ା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧାପନ୍ତରିଆ ଭାବେ ପଡ଼ି ରହୁଥିବାରୁ ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦ୍‌ବେଗ ପ୍ରକାଶ କରିଆସିଛନ୍ତି। ଏହି ବ୍ଲକରେ ଅଧିକାଂଶ ହିତାଧିକାରୀ ଆବାସ ନିର୍ମାଣ କାର୍ଯ୍ୟ ସାରି ଦେଇଥିଲେ ମଧ୍ୟ ଏଯାବତ୍‌ ତାଙ୍କୁ ବକେୟା ଅର୍ଥ ମିଳି ନ ଥିବା ଅଭିଯୋଗ ହୋଇଛି ା

୪ବର୍ଷ ହେଲା ଶେଷ ହେଉନି ରାହାଶୋଳା ବ୍ରିଜ୍‌

ଯାଜପୁର ଅଫିସ,୨୭ା୫ଯାଜପୁର ଜିଲାରେ ପୋଲ ଓ ସେତୁ ନିର୍ମାଣରେ ବିଳମ୍ବ ଯୋଗୁ ସାଧାରଣ ଲୋକେ ଯାତାୟତରେ ବହୁ ସମସ୍ୟା ଭୋଗୁଛନ୍ତି। ଏଥିସହିତ ରାଜ୍ୟ ରାଜକୋଷରୁ ଅତିରିକ୍ତ ଅର୍ଥ ମଧ୍ୟ ବରାଦ ହେଉଛି ା

ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ବଢୁଛି ଦୁର୍ଘଟଣା

ବାଲିକୁଦା,୨୭ା୫(ସ୍ବ.ପ୍ର.): ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ। ଏଥିଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଯେତେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ତେଣୁ ଗତ ସପ୍ତାହକ ମଧ୍ୟରେ ୧୫ ରୁ ଅଧିକ ଛୋଟ ବୋଡ ଦୁର୍ଘଟଣା ଘଟିସାରିଲାଣି।

ନିର୍ମାଣ ହୋଇପାରୁନି ପ୍ରଧାନମନ୍ତ୍ରୀ ଆବାସ : ଜିଲାପାଳଙ୍କ ସହାୟତା ଲୋଡିଲେ ହିତାଧିକାରୀ

ନିର୍ମାଣ ହୋଇପାରୁନି ପ୍ରଧାନମନ୍ତ୍ରୀ ଆବାସ : ଜିଲାପାଳଙ୍କ ସହାୟତା ଲୋଡିଲେ ହିତାଧିକାରୀ

ବାଲିକୁଦା,୨୭ା୫(ସ୍ବ.ପ୍ର.): କାଳ ବୈଶାଖି ଆସିଲେ ଛାତିରେ ଛନକା ପଶେ। ଫଟା କାନ୍ଥର ଘର, କେତେବେଳେ ଯେ ଭୁଶୁଡି ପଡିବ କହିହେବ ନାହିଁ। ଏଭଳି ବିପଦକୁ ମୁଣ୍ଡ ଉପରେ ଝୁଲାଇ ରହିଛନ୍ତି ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତର ହୃଶିକେଶ ରାଉତଙ୍କ ପରିବାର।

ଯୌତୁକ ପାଇଁ ବଧୂହତ୍ୟା : ୬ ଦିନ ପରେ ପୋଲିସ ହାତ ଖାଲି

ଯୌତୁକ ପାଇଁ ବଧୂହତ୍ୟା : ୬ ଦିନ ପରେ ପୋଲିସ ହାତ ଖାଲି

ବାଲିକୁଦା,୨୭ା୫(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଗ୍ରାମର ଗୋକୁଳାନନ୍ଦ ପରିଡାଙ୍କ ଝିଅ ମମତାଙ୍କୁ ଶାଶୁଘର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେବା ସହ ହତ୍ୟା କରିଥିବା ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏନେଇ ଦଫା ୪୯୮(ଏ), ୩୦୪(ବି), ୩୪ ଆଇପିସି ୪ ଡିପି ଆକ୍ଟ, ନଂ.୧୫୮/୧୮ରେ ମାମଲା ରୁଜୁ କରିଛି। ତେବେ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନାହିଁ।

ଲୁହା,ନିଆଁ ସଙ୍ଗେ ବିତୁଛି ଜୀବନ

ଲୁହା,ନିଆଁ ସଙ୍ଗେ ବିତୁଛି ଜୀବନ

ନୟାଗଡ ଜିଲା ରଣପୁର-ନୟାଗଡ ପୂର୍ତ୍ତବିଭାଗୀୟ ରାସ୍ତା କଡ ହାଟସାହିରେ ଥିବା ଏକ ପରିତ୍ୟକ୍ତ ବରଗଛ ମୂଳ ପାଲଟିଛି ତାଙ୍କର କର୍ମସ୍ଥଳୀ। ପ୍ରତ୍ୟେକ ଦିନ ସେଠାରେ ତାଙ୍କୁ ଦେଖିବାକୁ ମିଳେ ।

ତତ୍କାଳ ଟିକେଟ୍‌ ପାଇଁ ରାତି ଉଜାଗର

ତତ୍କାଳ ଟିକେଟ୍‌ ପାଇଁ ରାତି ଉଜାଗର

ନିରାକାରପୁର,୨୭ା୫(ଡି.ଏନ୍‌.ଏ.)- ଖୋର୍ଦ୍ଧା ଜିଲାର ନିରାକାରପୁର ରେଳଷ୍ଟେଶନ ପୂର୍ବତଟ ରେଳବାଇର ଏକ ପ୍ରମୁଖ ଷ୍ଟେଶନ ଭାବେ ପରିଚିତ। ଏଠାରେ ଦୈନିକ ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନକୁ ଟ୍ରେନରେ ଯିବା ଲାଗି ଯାତ୍ରୀଙ୍କ ଭିଡ ଲାଗିଥାଏ।

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ରାଜପଥ ଅବରୋଧ

ବାଲୁଗାଁ, ୨୭ା୫ (ଡି.ଏନ.ଏ.)- ଶନିବାର ସକାଳେ ବାଲୁଗାଁ ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ସୋଲରୀ ଛକରେ ଏକ ଅଟୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଆଙ୍କୁଳା ଗ୍ରାମର ସାଗର ବିଶ୍ୱାଳ (୧୮)।