ଉପକୂଳ ଓଡିଶା

୪ ଦିନ ପରେ ବି ପ୍ରଶାସନ ଚୁପ୍‌

୪ ଦିନ ପରେ ବି ପ୍ରଶାସନ ଚୁପ୍‌

ଦଶରଥପୁର,୧୪।୧୨(ଡିଏନ୍‌ଏ)-

ଦଶରଥପୁର ବ୍ଲକ କୟଁ। ପଞ୍ଚାୟତ ଅଧୀନ ଗରବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁରୁବାର ବନ୍ଦ ଥିବା ଦେଖିବାକୁ ମିଳିଛି। ଗରବନ୍ଧ ଗ୍ରାମର ପ୍ରତାପ ମଲ୍ଲିକ ନାମକ ଜଣେ ଯୁବକଙ୍କ ଧମକକୁ ନେଇ ବିଦ୍ୟାଳୟଟି ସୋମବାରଠାରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଘଟଣା ୪ଦିନ ବିତିଯାଇଥିଲେ ମଧ୍ୟ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଅଭିଯୋଗ ପାଇ ନଥିବା କହିଥିବାବେଳେ ପ୍ରଧାନଶିକ୍ଷକ ଏହାକୁ ଖଣ୍ଡନ କରିଛନ୍ତି। ପ୍ରକାଶ ଯେ, ଶନିବାର ବିଦ୍ୟାଳୟ ଚାଲିଥିବାବେଳେ ପ୍ରତାପ ହାତରେ ମାରଣାସ୍ତ୍ର ଧରି ପ୍ରଧାନ ଶିକ୍ଷକ ରତିକାନ୍ତ ସାମଲ ଏବଂ ସହକାରୀ ଶିକ୍ଷକ ପରିକ୍ଷୀତ ସାହୁଙ୍କୁ ବିଦ୍ୟାଳୟ ବନ୍ଦ କରିବା ପାଇଁ କହି ଭୟଭୀତ କରାଇଥିଲେ। ଏହି ଘଟଣାକୁ ନେଇ ଉଭୟ ଶିକ୍ଷକ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଦ୍ୟାଳୟ ଛୁଟି କରିଦେଇଥିଲେ। ଏହାପରେ ଉଭୟ ଶିକ୍ଷକ ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କୁ ଜଣାଇବା ପାଇଁ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ମାତ୍ର ବିଇଓ ଅନୁପସ୍ଥିତ ଥିବା ଯୋଗୁ ତାଙ୍କ ଉଦ୍ଦେଶ୍ୟରେ କିରାଣିଙ୍କ ଜରିଆରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ଏକ ଅଭିଯୋଗ ପତ୍ର ଦେଇ ଚାଲିଯାଇଥିଲେ। ପ୍ରତାପ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଉଛନ୍ତି। ଜୀବନପ୍ରତି ବିପଦ ଥିବାରୁ ସେଠାରୁ ଅନ୍ୟତ୍ର ବଦଳି କରିଦିଆଯାଉ ନଚେତ୍‌ ସୋମବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଅଭିଯୋଗ ପତ୍ରରେ ଜଣାଇଥିଲେ। ଏହି ଘଟଣାକୁ ନେଇ ୧୨ ତାରିଖରେ ବ୍ଲକ୍‌ ଶିକ୍ଷାଧିକାରୀ ଅଜୟ ଦାସଙ୍କୁ ପଚାରିବାରେ ଏବିଇଓ ରବି ନାରାୟଣ ତ୍ରିପାଠୀଙ୍କୁ ପଠାଇ ତଦନ୍ତ କରାଯାଇ ସମସ୍ୟାର ସମାଧାନ ହୋଇଯାଇଛି ବୋଲି କହିଥିଲେ। ମାତ୍ର ପୁନର୍ବାର ବ୍ଲକ ଶିକ୍ଷାଧିକାରୀ ଦାସଙ୍କୁ ପଚାରିବାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୌଣସି ଅଭିଯୋଗ ପତ୍ର ଦେଇନାହାନ୍ତି ବୋଲି କହିଛନ୍ତି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ସାମଲଙ୍କୁ ପଚାରିବାରେ ଘଟଣାକୁ ନେଇ ଅଭିଯୋଗ ପତ୍ର ଦେଇଛନ୍ତି ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ଦୁଇଜଣ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତି ପାଇଁ କିରାଣିଙ୍କ ଜରିଆରେ ଅଭିଯୋଗପତ୍ର ଦେଇଥିବାବେଳେ ବିଇଓ କିପରି ଏହି ଅଭିଯୋଗ ପତ୍ର ପାଇନାହଁ।ନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ବ୍ଲକ ଏବଂ ଜିଲା ଶିକ୍ଷା ବିଭାଗ ବିଦ୍ୟାଳୟ ଖୋଲାଯିବା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ଘଟଣା ଉପରେ ଜିଲାପାଳ ଦୃଷ୍ଟିଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

All Right Reserved By

ଉପକୂଳ ଓଡିଶା

ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ

କେନ୍ଦ୍ରାପଡା ଅଫିସ, ୧୯।୬-ଆସନ୍ତା ଜୁଲାଇ ୧୪ ତାରିଖ ଶନିବାର ଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉ ବିଶ୍ୱର ସର୍ବବୃହତ୍‌ ବ୍ରହ୍ମ ତାଳଧ୍ୱଜ ରଥରେ ରଥଯାତ୍ରା ପାଇଁ ବିଜେ କରିବେ । ଏଥିପାଇଁ ଶ୍ରୀଜୀଉଙ୍କ ଦୋବୋତ୍ତର ସଂସ୍ଥା ପକ୍ଷରୁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ ସତ୍ତ୍ୱେ ରାସ୍ତା ନିର୍ମାଣ ହେଉନି

ଡେରାବିଶ, ୧୯।୬ (ସ୍ବ.ପ୍ର.) ଡେରାବିଶ ବ୍ଲକରେ ଲୁଣାନଦୀ ଉପରେ ନିର୍ମିତ ହୋଇଥିବା ଦାନପୁର-ପାଣିଓଳା ସେତୁ ୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ତରବରିଆ ଭାବେ ଏହାକୁ ଲୋକାର୍ପିତ କରାଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ମା ଶୁଳିଆ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ : ମା ଶୁଳିଆ ବୁଢୀ କ୍ରିକେଟ୍‌ କ୍ଳବ ବିଜୟୀ

ନୂଆଗାଁ, ୧୯।୬ (ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ସ୍କୁଲ ପଡିଆଠାରେ ଆୟୋଜିତ ମା ଶୂଳିଆ ବୁଢୀ କ୍ରିକେଟ ଟୁର୍ନାମେଣ୍ଟରେ ସୁରୁକାବାଡି କ୍ରିକେଟ କ୍ଳବକୁ ହରାଇ ମା ଶୁଳିଆ ବୁଢୀ କ୍ରିକେଟ କ୍ଳବ ବିଜୟୀ ହୋଇଛି । ସୋମବାର ଫାଇନାଲ ମ୍ୟାଚରେ ଶୁଳିଆ ବୁଢୀ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା।

ସମବାୟ ଆପଣଙ୍କ ଦ୍ୱାର ଦେଶରେ ସଚେତନତା ରଥ ଉଦ୍‌ଘାଟିତ

କେନ୍ଦ୍ରାପଡା ଅଫିସ,୧୯।୬-କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରଦେଶରେ ସମ୍ପର୍କିତ ସଚେତନତା ରଥ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି ।

ଜିଲାରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯।୬- କେନ୍ଦ୍ରାପଡା ତହସିଲ ଅଧୀନ ଜଜାଙ୍ଗ ଗ୍ରାମର ଚନ୍ଦ୍ରମଣି ବେହେରା(୬୨)ଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ସଦର ଥାନାରେ ଅଭିଯୋଗ ହୋଇଛି ।

ବାଇଜଙ୍ଗାଠାରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟଣା: ୨ ଗିରଫ, ୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ବାଇଜଙ୍ଗାଠାରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟଣା: ୨ ଗିରଫ, ୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଜଗତସିଂହପୁର ଅଫିସ, ୧୯।୬: ଗତ ୧୫ ତାରିଖରେ ସଦର ଥାନା ବାଇଜଙ୍ଗାଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୋନ୍ଦୁଅ ଜିତୁ ଓରଫ ଦିବ୍ୟ ସ୍ବରୂପ ସାହୁଙ୍କୁ ଗୁଳିକାଣ୍ଡ କରାଯାଇଥିଲା। ଏହି ଘଟଣାରେ ଜଗତସିଂହପୁର ପୋଲିସ ୨ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ ରାଉଣ୍ଡ ଜୀବନ୍ତ ଗୁଳି ଓ ୨ଟି ମୋବାଇଲ ଜବତ କରିଛି।

ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ ଡ୍ରିଲ

ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ ଡ୍ରିଲ

ମାର୍ଶାଘାଇ, ୧୯।୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ରତନପୁର ବାତ୍ୟା ଆଶ୍ରୟସ୍ଥଳରେ ମଙ୍ଗଳବାର ମକ୍‌ ଡ୍ରିଲ ଦିବସ ଅବସରରେ ମାର୍ଶାଘାଇ ଅଗ୍ନିଶମ କେନ୍ଦ୍ର କର୍ମଚାରୀଙ୍କ ଦ୍ୱାରା ମକ୍‌ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି।

୩୨ ବର୍ଷ ପରେ ଡଙ୍ଗାରେ ନଦୀ ପାରି ହେଲେ ଲୋକେ

୩୨ ବର୍ଷ ପରେ ଡଙ୍ଗାରେ ନଦୀ ପାରି ହେଲେ ଲୋକେ

ଆଳି, ୧୯।୬ (ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁରଠାରେ ବ୍ରାହ୍ମଣୀ ନଦୀ ଉପରେ ଥିବା ସେତୁ ମରାମତି କାର୍ଯ୍ୟ ଗତ ସୋମବାରଠାରୁ ଆରମ୍ଭ ହୋଇଛି। ତେଣୁ ସେତୁ ରାସ୍ତା ଉପରେ ଯାତୟତ ବନ୍ଦ ରହିଛି।

ମୋଟରସାଇକେଲ୍‌ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର

ଯାଜପୁର ରୋଡ,୧୯।୬(ନି.ପ୍ର.): କୋରେଇ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଆଲିଆ ଛକ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ବାତ୍ୟା ସମୟରେ ସୁରକ୍ଷା ପ୍ରଦାନ ନେଇ  ମକ୍‌ ଡ୍ରିଲ

ବାତ୍ୟା ସମୟରେ ସୁରକ୍ଷା ପ୍ରଦାନ ନେଇ ମକ୍‌ ଡ୍ରିଲ

ରାଜନଗର, ୧୯ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକର ୪୬ଟି ଗାଁ ଲୋକଙ୍କୁ ବାତ୍ୟା ସମୟରେ କିଭଳି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେ ନେଇ ୩୫ଟି ଗାଁରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ମଙ୍ଗଳବାର ମକ୍‌ ଡ୍ରିଲ୍‌ କରାଯାଇଛି।

୨ ପୃଥକ ଦୁର୍ଘଟଣା: ୪ ଗୁରୁତର

୨ ପୃଥକ ଦୁର୍ଘଟଣା: ୪ ଗୁରୁତର

ଯାଜପୁର ଅଫିସ,୧୯।୬: ପାଣିକୋଇଲି-ରଜାମୁଣ୍ଡା ୨୦ ନମ୍ବର ଜାତୀୟ ରାଜପଥର ଆଲିଆ ଛକରେ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ୨ଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଚିନିକଳରୁ ପାଇପ୍‌ ଚୋରି କରୁଥିବା ବେଳେ ଯୁବକ ଗିରଫ

ନୟାଗଡ଼ ଅଫିସ,୧୯ା୬- ନୟାଗଡ଼ ବ୍ଲକ ପାଣିପଇଲାସ୍ଥିତ ବନ୍ଦ ହୋଇପଡ଼ିଥିବା ଚିନିକଳରୁ ଅଚଳ ପାଇପ୍‌ ଚୋରି କରୁଥିବା ବେଳେ ଜଣେ ଯୁବକ ଧରାପଡି ଗିରଫ ହୋଇଛନ୍ତି। ସେ ହେଲେ ନୟାଗଡ଼ ବ୍ଲକ ଖେଡପଡ଼ା ଗ୍ରାମର କଣ୍ଡୁରୁ ଗୁରୁ।

Model This Week

ପ୍ରଭାତ