ଉପକୂଳ ଓଡିଶା

ପୋଲିସକୁ ନ ଜଣାଇ କଟାଯାଇଥିଲା ପାପୁଲି

ପୋଲିସକୁ ନ ଜଣାଇ କଟାଯାଇଥିଲା ପାପୁଲି
କଳିଙ୍ଗନଗର,୧୪।୧୨ ଶିଳ୍ପ ସ୍ଥାପନ ପାଇଁ ଯାଜପୁର ଜିଲା କଳିଙ୍ଗନଗରରେ ୨୦୦୬ ଜାନୁୟାରୀ ୨ତାରିଖରେ ଘଟିଥିଲା ନରସଂହାର। ଓଡିଶାର ଶିଳ୍ପାୟନ ଇତିହାସରେ ଏହା ଥିଲା ଏକ କଳଙ୍କିତ ଦିବସ। ଏହି ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ୨ ମହିଳାଙ୍କ ସମେତ ୧୨ଆଦିବାସୀଙ୍କ କଟା ପାପୁଲି ଘଟଣା ପୁଣି କୁହୁଳିଛି। ୧୧ବର୍ଷ ପରେ ଗୁରୁବାର ବିଧାନସଭାରେ ସରକାରଙ୍କ ତରଫରୁ ଉପସ୍ଥାପନ ହୋଇଛି ଏ ସଂକ୍ରାନ୍ତ ୪୫୦ପୃଷ୍ଠାର ତଦନ୍ତ ରିପୋର୍ଟ। ଗୁରୁବାର ଶୀତ ଅଧିବେଶନର ଶେଷ ଦିନରେ ଏହି ପ୍ରସଙ୍ଗ ଉଠିଥିବା ବେଳେ ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଳିଙ୍ଗନଗର ଗୁଳିକାଣ୍ଡ ପାଇଁ ସ୍ଥାନୀୟ ରାଜନେତା, ସ୍ବେଚ୍ଛାସେବୀ ସଂଗଠନ ଦାୟୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ମିଳିବାରେ ବିଳମ୍ବ ହେତୁ ଘଟଣାର ସୂତ୍ରପାତ ହୋଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି। ପରିବାର ଲୋକଙ୍କ ଅଜାଣତରେ ମୃତ ବ୍ୟକ୍ତିଙ୍କ ପାପୁଲି କଟା ଘଟଣାକୁ ତଦନ୍ତ କରୁଥିବା ଜଷ୍ଟିସ ପି.କେ. ମହାନ୍ତି କମିଶନ ନିଜେ ନିନ୍ଦା କରିବା ସହ ବିସ୍ଥାପନ, ପୁନର୍ବାସ ଓ ଥଇଥାନ ନିମନ୍ତେ ଲୋକାଭିମୁଖୀ ଖସଡା ପ୍ରସ୍ତୁତ କରିବାକୁ ସରକାରଙ୍କୁ ସୁପାରିସ କରିଛନ୍ତି। ଭାଜପା ନେତା କନକ ବର୍ଦ୍ଧନ ସିଂହଦେଓ ଦୀର୍ଘ ବର୍ଷ ପରେ ଏହି ରିପୋର୍ଟ ଉପସ୍ଥାପନର ମାନେ କିଛି ନାହିଁ ଓ ସତ୍ୟକୁ ଲୁଚାଇବା ପାଇଁ ଏତେ ଦିନ ଧରି ରିପୋର୍ଟକୁ ଚାପି ଦିଆଯାଇଥିଲା ବୋଲି କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ତଦନ୍ତ ରିପୋର୍ଟକୁ ସମାଲୋଚନା କରିବା ସହ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଲୋକଙ୍କ ଦୃଷ୍ଟିରୁ ହଟାଇବାକୁ ସରକାର ରିପୋର୍ଟରେ ହେରଫେର କରିଛନ୍ତି ବୋଲି ବିଧାନସଭାରେ କହିଛନ୍ତି। ୨୦୧୫ ଜୁଲାଇ ୩ତାରିଖରେ ଜଷ୍ଟିସ ପି.କେ. ମହାନ୍ତି କମିଶନଙ୍କ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ସମସ୍ତ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କୁ ୧୬ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଏପଯର୍‌ୟନ୍ତ ପ୍ରଦାନ କରାଯାଇ ନାହିଁ। ଏହି ଘଟଣା ଚାପିବାକୁ ସରକାର ପ୍ରଥମରୁ ସୁଚିନ୍ତିତ ଯୋଜନା କରିଥିଲେ ବୋଲି କଳିଙ୍ଗନଗର ଆଦିବାସୀମାନେ ଅଭିଯୋଗ କରିଛନ୍ତି। ବିସ୍ଥାପନ ବିରୋଧୀ ଜନମଞ୍ଚ ସମ୍ପାଦକ ରବୀନ୍ଦ୍ର ଜାରିକା ଏହି ଘଟଣାକୁ ନିନ୍ଦା କରିବା ସହ ସରକାର ଏଠାରେ ନରସଂହାର ପରେ ବି ବିସ୍ଥାପିତଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ଗୁଳିକାଣ୍ଡରେ ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ୩ଡାକ୍ତର ପୋଲିସକୁ ନ ଜଣାଇ ପାପୁଲି କାଟି ଦେଇଥିଲେ ବୋଲି ଉଲ୍ଲେଖ କରାଯାଇଛି। ତଥ୍ୟ ଗାଏବ ପାଇଁ କଳିଙ୍ଗନଗର ବୀରଭୂମିଠାରେ କାଚ ଜାରରେ ସଂରକ୍ଷିତ କଟା ପାପୁଲିକୁ ଅନ୍ଧାର ରାତିରେ ବାହାରେ ଫଙ୍ଗି ଦିଆଯାଇଥିଲା, ଯାହାକୁ ବୁଲା କୁକୁରମାନେ ଖାଇ ଯାଇଥିଲେ। କଳିଙ୍ଗନଗରରେ ଶିଳ୍ପ ସ୍ଥାପନ ପାଇଁ ଆଦିବାସୀଙ୍କୁ ପ୍ରଥମେ ଧମକ ଚମକ ଓ ପରେ ଜବରଦସ୍ତ ଭିଟାମାଟି ଛାଡିବାକୁ କୁହାଗଲା। ବିସ୍ଥାପନ ପାଇଁ ହକ୍‌ ମାଗି ଜମି ଅଧିଗ୍ରହଣରେ ଅନ୍ତରାୟ ସୃଷ୍ଟି କରିବାରୁ ପୋଲିସ ଗୁଳିରେ ପ୍ରାଣବଳି ଦେଇଥିଲେ ୧୨ ନିରୀହ ଆଦିବାସୀ। ଏହି ଲୋମହର୍ଷଣକାରୀ ଘଟଣାକୁ ୧୧ବର୍ଷ ପୂରି ଯାଇଥିଲେ ମଧ୍ୟ ସେହି ମୃତ ଆଦିବାସୀଙ୍କ ସନ୍ତକ ଥିବା କଟା ପାପୁଲିର ଆଜି ପଯର୍‌ୟନ୍ତ ପରିଚୟ ମିଳିପାରି ନାହିଁ। ‘ଗୁଳିକାଣ୍ଡ ପାଇଁ କିଏ ଦାୟୀ’ ପ୍ରଶ୍ନର ଉତ୍ତର ଆଜି ପଯର୍‌ୟନ୍ତ ମିଳି ନ ପାରିବା ପରିତାପର ବିଷୟ।
All Right Reserved By

ଉପକୂଳ ଓଡିଶା

ପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ଚଣ୍ଡୀଖୋଲ, ୧୮।୧୦(ଡି.ଏନ.ଏ.)-ବାଲିକନ୍ଦରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ସୁରେନ୍ଦ୍ର ସେନାପତିଙ୍କ ପୁଅ ସୂର୍ଯ୍ୟକାନ୍ତ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ

ମାର୍ଶାଘାଇ, ୧୮।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶଘାଇ ସ୍କୁଲ ପରିସରରେ ଗୁରୁବାର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ନବମୀ ତଥିରେ ନିରଞ୍ଜନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ନବମୀରେ ମା’ଙ୍କ  ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି

ନବମୀରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ଗରଦପୁର ହାଟ ପଡିଆରେ ମା’ ଦୁର୍ଗାଙ୍କ ନବମୀ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୁର୍ତ୍ତିଗୁଡକ ସୁ ସର୍ଜିତ ଆଲୋକ ମାଳାରେ ଆକର୍ଷଣୀୟ ହୋଇଉଠିଛି।

ପୂଜା ମଣ୍ଡପ ବୁଲିଲେ ବିଧାୟକ

ପୂଜା ମଣ୍ଡପ ବୁଲିଲେ ବିଧାୟକ

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲ ଦଳୀୟ କର୍ମୀଙ୍କ ସହ ଗୁରୁବାର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଛନ୍ତି।

ବିଦ୍ୟାଳୟ ବାରଣ୍ଡାରେ ଗଦା ହୋଇଛି ଲୁଣ ବସ୍ତା

ବିଦ୍ୟାଳୟ ବାରଣ୍ଡାରେ ଗଦା ହୋଇଛି ଲୁଣ ବସ୍ତା

ମହାକାଳପଡା, ୧୮ା୧୦(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡିଘେରି ବଢିବାରେ ଲାଗିଛି । ଚିଙ୍ଗୁଡିଘେରି ମାଲିକମାନେ ବେଆଇନ ଭାବେ ଖୁଲମଖୁଲା ଆଇନ ଉଲ୍ଲଂଘନ କରୁଛନ୍ତି। 

ନିଗରାଣି କମିଟି ଗଠିତ

ନିଗରାଣି କମିଟି ଗଠିତ

ପାଟକୁରା,୧୮।୧୦(ଡି.ଏନ୍‌.ଏ.)- ବେଡାରି ଗ୍ରାମ ପଞ୍ଚାୟତକୁ ବାହ୍ୟ ପରିମଳ ମୁକ୍ତ ଗଢି ତୋଳିବା ପାଇଁ ସ୍ବଛ ଭାରତ ମିଶନ ପକ୍ଷରୁ  ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଗୋକୁଳା ନନ୍ଦ ବେହେରାଙ୍କ ସଭାପତିତ୍ୱରେ ଏହି ବୈଠକରେ ନିଗରାଣି କମିଟି ଗଠିତ ହୋଇଛି। 

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ

ଆଳି,୧୮।୧୦(ଡି.ଏନ୍‌.ଏ.)- ପୂଜା ବଜାରକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ଫୁଡ୍‌ ଆଣ୍ଡ ସେଫ୍ଟି ଓ ଆଳି ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଗୁରୁବାର ବଜାରର ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି। ନୂଆ ବଜାର, ନିଆଳ ହାଟ, ରାଜବାଟୀ ରୋଡ ଓ ଆଳି ମେଡିକାଲ ରୋଡରେ ଥିବା ଫାଷ୍ଟଫୁଡ ଷ୍ଟଲ୍‌ ଓ ଜଳଖିଆ ଦୋକାନରେ ଚଢାଉ କରାଯାଇଛି।

ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

କେନ୍ଦ୍ରାପଡା ଅଫିସ, ୧୮।୧୦- ସହରର ସାରଙ୍ଗଠାରେ ଗତ ୧୦ବର୍ଷ ପୂର୍ବେ ବିଜୁ ପଟ୍ଟନାୟକ କ୍ରୀଡ଼ା ଷ୍ଟାଡିୟମ ନିର୍ମାଣ ହୋଇଥିଲା। ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

ବରୀରେ ଦୁର୍ଗା ପୂଜା

ବରୀରେ ଦୁର୍ଗା ପୂଜା

ବରୀ, ୧୮ା୧୦(ସ୍ବ.ପ୍ର.)- ମା’ଙ୍କ ଆଗମନ ନେଇ ବରୀ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।    ନବମୀରେ ପୂଜା କମିଟି ପକ୍ଷରୁ ମା’ଙ୍କ ସମସ୍ତ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଯାଇଛି। 

ନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ପଣ୍ଡପରେ ଭକ୍ତଙ୍କ ଭିଡ଼

ନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ପଣ୍ଡପରେ ଭକ୍ତଙ୍କ ଭିଡ଼

ଚଢେଇଧରା, ୧୮ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁଆ ପଞ୍ଚାୟତ ଆରୁହା ବଜାର ପୂଜା ମଣ୍ଡପରେ ମା’ ଜଗଜ୍ଜନନୀଙ୍କ ପୂଜା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି। 

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ଗଣିଆ,୧୮ା୧୦(ଡି.ଏନ.ଏ.)-ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଜିଲା ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡିଆ ଓ ବଡ଼ଶିଲିଙ୍ଗା ପଞ୍ଚାୟତରେ ବନ୍ୟପ୍ରାଣୀଙ୍କ ଦ୍ୱାରା ବ୍ୟାପକ ଭାବରେ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।